ଦୁନିଆର ଭରସା ଜିତିପାରେ ଋଷର କରୋନା ଭ୍ୟାକ୍ସିନ୍, ନେଲା ଏହି ପଦକ୍ଷେପ

1 min read
Russia Ship 50 Million Coronavirus Vaccine Sputnik V Doses Brazil

ନୂଆଦିଲ୍ଲୀ: ସବୁଠୁ ପ୍ରଥମେ କରୋନା ଭ୍ୟାକ୍ସିନ୍ ତିଆରି କରିଥିବା ନେଇ ଦାବି କରିଥିବା ଋଷ ଦୁନିଆର ଭରସା ଜିତିପାରେ । ଋଷ ଭ୍ୟାକ୍ସିନର ଯାଞ୍ଚ ପାଇଁ ୪୦ ହଜାର ଲୋକଙ୍କ ଉପରେ ଏହାର ଟ୍ରାଏଲ୍ ପାଇଁ ନିଷ୍ପତ୍ତି ନେଇଛି । ଏହି ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଏହା ପୂର୍ବରୁ ୩୮ ହଜାର ଲୋକଙ୍କ ଉପରେ ପରୀକ୍ଷଣ ପରେ ଋଷ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିବା ନେଇ ଏକ ନ୍ୟୁଜ୍ ଏଜେନ୍ସି ଦାବି କରିଥିଲା ।

ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ନକରି କରୋନା ଭାଇରସ୍ ଭ୍ୟାକ୍ସିନ୍ ଲଞ୍ଚ ନେଇ ଦୁନିଆ ଯାକର ବିଶେଷଜ୍ଞ ଋଷକୁ ସମାଲୋଚନା କରିଥିଲା । ଋଷ ବାରମ୍ବାର ଦାବି କରି ଆସୁଛି କି ସ୍ପୁଟନିକ ଭି ନାମକ କରୋନା ଭ୍ୟାକ୍ସିନ୍ ସୁରକ୍ଷିତ ଅଟେ । ଏବଂ ଏହି ଭ୍ୟାକ୍ସିନ୍ ସମସ୍ତ ଯାଞ୍ଚ ପ୍ରକ୍ରିୟା ଦିଆଯାଇଥିବା ନେଇ କହିଥିଲା ।

ଋଷ ଭ୍ୟାକ୍ସିନ୍ ତିଆରି କରିଥିବା ମସ୍କୋ ଗୈମଲେୟା ଇନଷ୍ଟିଚ୍ଯୁଟଙ୍କ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶର ୪୫ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦ ହଜାର ଲୋକଙ୍କ ଠାରେ ଭ୍ୟାକ୍ସିନର ଟେଷ୍ଟିଂ କରାଯିବ । ସେମାନଙ୍କୁ ଭ୍ୟାକ୍ସିନର ଡୋଜ୍ ଦିଆଯିବ । ଋଷ ଭ୍ୟାକ୍ସିନ୍ ପାଇଁ ଆର୍ଥିକ ସହାୟତା ଦେଇଥିବା ଋଷିୟାନ ଡାୟରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF)ର ପ୍ରମୁଖ କିରିଲ ଦମିତ୍ରିୱଙ୍କ ଅନୁଯାୟୀ କେତକ ଦେଶ ଋଷ ଭ୍ୟାକ୍ସିନ୍ ବିରୋଧରେ ସୂଚନା ଦେଉଛନ୍ତି । ସେ ଆହୁରି କହିଛନ୍ତି ଭ୍ୟାକ୍ସିନର ସମସ୍ତ ଡାଟା ପ୍ରକାଶିତ କରାଯିବ ।

ସେ ଆହୁରି ଦାବି କରିଛନ୍ତି- ଋଷ ଭ୍ୟାକ୍ସିନର ଟ୍ରାଏଲ ଡାଟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ଦେଶକୁ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଋଷ ନିଜ ଦେଶରେ ବ୍ୟବହାର ପାଇଁ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇ ସାରିଛି । କିନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ କେତକ ଦେଶ ଭ୍ୟାକ୍ସିନ୍ ଉପରେ ଭରସା କରୁନାହାଁନ୍ତି ।

କିରିଲ ଦମିତ୍ରିୱ କହିଛନ୍ତି- ଭ୍ୟାକ୍ସିନକୁ ଅନୁମତି ମିଳିବା ପରେ ଋଷ ଦେଶର ମେଡିକାଲ ୱାକର୍ସ ଓ ହାଇ ରିସ୍କ ଗ୍ରୁପ୍ ଲୋକଙ୍କୁ ଦିଆଯାଉଛି ।

Leave a Reply