ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ

1 min read

ଭୁବନେଶ୍ୱର: ଜୀବନ ସହ ଜୀବିକାକୁ ଗୁରୁତ୍ୱ  । କୋଭିଡ ଲଢେଇରେ ଜୀବିକା ପାଇଁ ଜୋରଦାର ହେବ ବିକାଶ କାର୍ଯ୍ୟ  । ସଡକ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ତ୍ୱରାନ୍ୱିତ ହେବ ଉନ୍ନୟନ କାର୍ଯ୍ୟ । ଜଗତସିଂହପୁର ବିଲୁଆଖାଇ ସେତୁର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିଛନ୍ତି  ମୁଖ୍ୟମନ୍ତ୍ରୀ । ୬୧.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଲୁଆଖାଇ ସେତୁ ଦ୍ୱାରା ଭୁବନେଶ୍ୱର-ଜଗତସିଂହପୁର ମଧ୍ୟରେ ଦୂରତା କମିବ । ୧୬.୨୮ କୋଟି ବ୍ୟୟରେ ହେବ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ କରାଯାଉଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି । ଓଡିଶା ଖୁବ ଶୀଘ୍ର ପୂର୍ବ ଭାରତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା କରାଯିବ ।

ମା ଓ ଶିଶୁଙ୍କ ଚିକିତ୍ସାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଦୁଇ ପ୍ରକଳ୍ପ ଜିଲ୍ଲା ବିକାଶରେ ସୃଷ୍ଟି କରିବ ନୂଆ ଅଧ୍ୟାୟ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଶେଷରେ କୋଭିଡ ଯୁଦ୍ଧରେ ଜଗତସିଂହପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

Leave a Reply