ଗଞ୍ଜାମରେ କମୁଛି କରୋନା ସଂକ୍ରମଣ, ସୋମବାର ଠାରୁ ଦୋକାନ ଖୋଲିବା ସମୟ ସୀମା ବଢ଼ିବ

ଗଞ୍ଜାମ: କାରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରେସ୍‌ମିଟ୍‌ । ବ୍ରହ୍ମପୁର ମୁନିସପାଲ କମିଶନରଙ୍କ ସୂଚନା । ଗଞ୍ଜାମରେ ଏବେ କରୋନା ସ୍ଥିତି ସାମାନ୍ୟ ରହିଛି । ଧିରେ ଧିରେ କରୋନା ସଂକ୍ରମଣ ଗଞ୍ଜାମରେ କମିବାରେ ଲାଗିଲାଣି । ସେଥିପାଇଁ ଗଞ୍ଜାମରେ କୋଭିଡ କଟକଣାକୁ କୋହଳ କରାଯିବ । ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ସମୟ ସୀମା ବଢ଼ିବ । ସୋମବାର ଠାରୁ ଦୋକାନ ଖୋଲିବା ସମୟ ବଢ଼ିବ । ସକାଳ ୫ଟା ଠାରୁ ରାତି ୮ଟା ଯାଏଁ ଦୋକାନ ଖୋଲାଯାଇପାରିବ ବୋଲି ବିଏମ୍‌ବି କମିଶନର ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ୧୦ ହଜାରରୁ ଅଧିକ ବ୍ୟବସାୟୀ ରହିଛନ୍ତି । ତେବେ ଯଦି ଦୋକାନୀ ନିୟମ ଭାଙ୍ଗନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଗଣେଶ ପୂଜା ସହ ବଡ଼ ଉତ୍ସବକୁ ବାରଣ କରାଯାଇଛି । ସର୍ବସାଧାରଣସ୍ଥାନରେ ଗଣେଶ ପୂଜା ମନା କରାଯାଇଛି ।

ଏବେ ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା କମିଛି । ସବୁ ସ୍ଥାନରେ ଟେଷ୍ଟିଂ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଲକ୍ଷଣ ଦେଖାଦେଲେ ସଂଗେ ସଂଗେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଉଛି । ବାହାରକୁ ବାହାରିଲେ ନିଜେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମରେ ବହୁଦିନ ପରେ ୨୦୦ରୁ କମ୍ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି । ଏଥିରୁ ଜଣାଯାଉଛି ଯେ କରୋନା ସଂଖ୍ୟା ବୃଦ୍ଧିରେ ରୋକ ଲାଗିଛି । ଦୈନିକ ୯ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଏବେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୧୫,୮୮୬ ରହିଛି । ସେମାନଙ୍କ ମଧ୍ୟରୁ ଆକ୍ଟିଭ କେସ୍‌ ୧୯୩୫ ରହିଥିବା ବେଳେ ଜିଲ୍ଲାରେ ୧୩,୭୭୩ ଜଣ ସୁସ୍ଥ ହୋଇସାରିଲେଣି । ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତକୁ ବଢ଼ିଛି । ୭ ଦିନରେ ୨ ବ୍ଲକରୁ କୌଣସି ଆକ୍ଟିଭ କେସ ଆସିନି । ଜିଲ୍ଲାରେ ’ଜିରୋ ଆକ୍ଟିଭ କେସ’ ମିଶନ ଆରମ୍ଭ କରିଛୁ ବୋଲି କହିଛନ୍ତି ଜିଲ୍ଲାପାଳ । ଜୁଲାଇ ତୁଳନାରେ ଅଗଷ୍ଟରେ ମୃତ୍ୟୁହାର କମିଛି ।

Leave a Reply