ଶ୍ରୀସାଇଲମ୍ ପାୱାର ଷ୍ଟେସନ ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

1 min read

ତେଲେଙ୍ଗାନା: ଶୁକ୍ରବାର ସକାଳେ ତେଲେଙ୍ଗାନାର ଶ୍ରୀସାଇଲମ ଡ୍ୟାମ୍‌ ଭୂତଳ ଜଳ ବିଦ୍ୟୁତ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେଲେଙ୍ଗାନାର ବିଦ୍ୟୁତ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଭିତରେ ଫସି ରହିଥିବା ୯ ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ୧୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣା ପରେ ରାଜ୍ୟ ସରକାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା ଦୁର୍ଭାଗ୍ୟଜନକ । ସେହି ସମସ୍ତ ପରିବାର ପ୍ରତି ମୋର ସମବେଦନା । ଏହି ଦୁର୍ଘଟଣାରେ ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ବାଢ଼ିଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ତେଲେଙ୍ଗାନାର ବାମପାର୍ଶ୍ୱ ବିଦ୍ୟୁତ କେନ୍ଦ୍ରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ସମଗ୍ର କୋଠା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଅଗ୍ନିକାଣ୍ଡର ଖବର ପାଇବା ପରେ ଷ୍ଟେସନ ଭିତରେ ଥିବା କର୍ମଚାରୀମାନେ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ । ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗର କର୍ମଚାରୀମାନେ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୬ ଜରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

Leave a Reply