spot_img
Home Blog Page 6599

ଆଜି ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ଆଇଜିଏଚ୍ ପରିସରରେ ପ୍ରସ୍ତୁତି ଶେଷ । ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ବ୍ୟାଙ୍କ ।

ଆଜି ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ଆଇଜିଏଚ୍ ପରିସରରେ ପ୍ରସ୍ତୁତି ଶେଷ । ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ବ୍ୟାଙ୍କ ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ପାର୍

କରୋନା ସଂକ୍ରମଣ ଭୟ ଏବେ ନିଦ ଉଡ଼ାଇଛି । ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବୁଧବାରରେ ଦିନ ୧୦୬୮ଜଣ ସଂକ୍ରମିତ ଚିହ୍ନୟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୬୮ଜଣ ସଂକ୍ରମିତ । ଏଥିମଧ୍ୟରୁ ୬୬୨ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୦୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ଟି ଜିଲ୍ଲାରୁ ୧୦୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାରଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ । ଗଞ୍ଜାମରୁ ସର୍ବାଧିକ ୨୪୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୦, ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୨୬, କଟକରୁ ୬୧, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୮୮, ଜଗତସିଂହପୁର,୩, ଜାଯପୁର ଓ ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬୬, ମାଲକାମନଗିରିରୁ ୧, ମୟୁରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀ ରୁ ୧୬, ରାୟଗଡାରୁ ୨୪, ସମ୍ବଲପୁରରୁ ୨୧, ସୋନପୁରରୁ୨, ସୁନ୍ଦରଗଡ଼ରୁ ୧୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାରରେ ଗଞ୍ଜାମ ଓ ଖୋର୍ଦ୍ଧା ପରେ ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୯ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୯ହଜାର ୧୭୫କୁ ବୃଦ୍ଧି ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ହୋଇଛି । ଏହାସହ ୧୮ହଜାର ୬୦ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୯୨୦ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ୱେବସାଇଟ ବ୍ୟତୀତ ଏସ୍‌ଏମ୍‌ଏସ୍‌ରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍‌ଟ । ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଛି । ଚଳିତ ବର୍ଷ ଏସଏମଏସରେ ବି ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଛି।  ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬  ପ୍ରତିଶତ ରହିଛି ଯାହା ଗତ ବର୍ଷ ଠାରୁ ଅଧିକ । ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି । ଅନ୍ୟପଟେ ସଂସ୍କୃତ ମିଡିୟମରେ ପାସ ହାର ୯୭.୧୮ ରହିଛି । ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷାରେ ପାସ ହାର ୪୦.୧୮ ପ୍ରତିଶତ ରହିଛି ।  ବିଧିବଦ୍ଧ ଭାବରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବରଗଡ଼ ଜିଲ୍ଲାରେ ଭଲ ରେଜଲ୍ଟ ହୋଇଥିବା ସୂଚନା ରହିଛି । ସେହିଭଳି କଟକ ଜିଲ୍ଲାରେ ୮୪ ପ୍ରତିଶତ ରେଜଲ୍ଟ ହୋଇଛି । ତେବେ ୩୧ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ପାସ କରିନଥିବା ସୂଚନା ରହିଛି ।

କେମିତି ଦେଖିବେ ରେଜଲ୍ଟ:

http://odisha.indiaresults.com/bse-orissa/default.htm

ସକାଳ ୧୧:୩୦ରୁ ବୋର୍ଡର ଦୁଇଟି ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ବୋର୍ଡ ୱେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ନମ୍ବର ଲଗ୍ ଇନ କରି ପରୀକ୍ଷା ଫଳ ଜାଣି ହେବ । ସେହିପରି  OR01 ROLLNO ଟାଇପ କରି ୫୬୭୬୭୫୦କୁ ମେସେଜ କରି ରେଜଲ୍‌ଟ ଜାଣିପାରିବେ ।

ଶିକ୍ଷକ, ଅଭିଭାବକ ଓ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ କଟକ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଆଜିଠୁ ଅଗଷ୍ଟ ୧୦ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ସେହିପରି ୦୬୭୧-୨୪୧୨୦୫୯, ଏବଂ ୦୬୭୧-୨୪୧୨୦୬୦ ଫୋନ ନମ୍ବର ଜାରି କରିଛି ବୋର୍ଡ ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଡାକ୍ତରଙ୍କ ଡ୍ର ରୁ ଚୋରୀ କରୁଥିବା ବେଳର ରେକର୍ଡିଂ

ଅନୁଗୁଳ: ଚୋରିର ନୂଆ ଫର୍ମୁଲା । ଦିନ ଦି ପହରେ ଡାକ୍ତରଙ୍କ ଡ୍ରରୁ ଚୋରି ହେଉଛି ଟଙ୍କା । ଅନୁଗୁଳରେ ମାତିଛି ଲେଡି ଲୁଟେରା । ରୋଗୀ ହୋଇ ଆସିଲେ ବେଧଡ଼କ ଲୁଟିଲେ , ବସି ଚେକଅପ୍ ହେଲେ ।  ଦେହ ଦେଖାଇବାକୁ ଆସି ଲୁଟେରା ଡାକ୍ତରଙ୍କ ଡ୍ର ରୁ ଲୁଟିନେଲେ ୩୦ ହଜାର ଟଙ୍କା  । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅମଲାପଡାରେ ।

ସୂଚନା ଅନୁସାରେ ଡାକ୍ତର ଦୀପକ ଗଡ଼ନାଏକ ତାଙ୍କ ବାସଭବନରେ ରୋଗୀ ଦେଖୁଥିଲେ । ବାହାରେ ଅନେକ ରୋଗୀ ନମ୍ବରର କରି ଅପେକ୍ଷା କରିଥାନ୍ତି । ଜଣେ ସ୍ୱତନ୍ତ୍ର ଭାବେ ଜଣଜଣ କରି ରୋଗୀଙ୍କୁ ଭିତରକୁ ପଠାଇବା କାମରେ ରହିଥିଲେ । ଏହି ସମୟରେ ତାଙ୍କ ନିକଟକୁ ଜଣେ ମହିଳା ରୋଗୀ ଆସିଥିଲେ । ଡାକ୍ତରଙ୍କ ଚେୟାର ପାଖରେ ଥିବା ଟୁଲରେ ବସିଲେ । ସେହି ସମୟରେ କୌଣସି କାମରେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ଡାକ୍ତର ଦୀପକ । ଏହି ସୁଯୋଗର ଫାଇଦା ନେଇ ଡାକ୍ତରଙ୍କ କ୍ୟାସ ଡ୍ର’ରୁ ଅତି ଚାଲାକିର ସହ ଟଙ୍କା ବଣ୍ଡଲ ଉଠାଇ ନେଇଥିଲେ ମହିଳା ଜଣଙ୍କ । ତାପରେ ଟଙ୍କାକୁ ନିଜ ଶାଢୀ ଭିତରେ ଲୁଚାଇ ଦେଇଥିଲେ । ଏସବୁ ଦୃଶ୍ୟ ଡାକ୍ତରଙ୍କ ଚାମ୍ବରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ତେବେ ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଚୋରି କରି ସାମାନ୍ୟ ଭାବେ ଡାକ୍ତର ଆସିବା ପରେ ତାଙ୍କ ସହ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ କଥା ହୋଇଥିଲେ ଲେଡି ଲୁଟେରା ଜଣଙ୍କ । ତାପରେ ସେଠାରୁ ଚାଲିଯାଇଥିଲେ । ଏ ନେଇ ଡାକ୍ତର ଦିପକ ଗଡ଼ନାଏକ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି  । ଲୁଟ୍ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

(ଅନୁଗୁଳରୁ ସମରେଶ ନାଥ )

ମୁଭି ମାଫିଆଙ୍କ ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା, ‘କାହିଁକି ଚାଷ କାମ କରିବାକୁ ବାଧ୍ୟ ହେଲେ ସୁଶାନ୍ତ ?’

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ରିୟା ଚକ୍ରବର୍ତ୍ତୀ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ନାଆରେ ଏଫଆଇଆର ଦର୍ଜ କରିଛନ୍ତି । ସୁଶାନ୍ତଙ୍କ ବାପା ପଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସେ ରିୟା ଏବଂ ତାଙ୍କ ପରିବାର ଉପରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ଯେଉଁଥିରେ ଏହି କଥା ମଧ୍ୟ ସାମିଲ ଅଛି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ ।

ଜଣାଇ ରଖୁଛୁ ଯେ, ସୁଶାନ୍ତ ଏବଂ ରିୟା ରିଲେସନସିପରେ ଥିଲେ । ତେବେ ସୁଶାନ୍ତଙ୍କ ବାପାଙ୍କ ଏହି ପଦକ୍ଷେପ ପରେ କଙ୍ଗନା ରନୈତ ଲଗାତାର ଟ୍ୱିର କରି ଚାଲିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଫିଲ୍ମ ଏବଂ ମିଡିଆ ମାଫିଆଙ୍କ ପାଇଁ ସୁଶାନ୍ତ ମାନସିକ ଚାପରେ ଥିଲେ ।  ସେ ଏହା ମଧ୍ୟ କହିଛନ୍ତି ଯେ, କାହିଁକି ଏତେ ପ୍ରତିଭାଶୀଳ ଅଭିନେତା ଚଳଚିତ୍ର ଛାଡ଼ି ଚାଷ କାମ କରିବାକୁ ଚାହୁଁଥିଲେ ।

କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ୨୦୧୯ ମସିହାରେ ସୁଶାନ୍ତ କୌଣସି ଫିଲ୍ମର ସୁଟିଂ କରିନଥିଲେ । ତାଙ୍କୁ ଫିଲ୍ମ ମାଫିଆ ମାନେ ବୟକଟ କରିଥିଲେ । ତାଙ୍କ ବାପା ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତ ସବୁକିଛି ଛାଡ଼ି ଅରଗାନିକ ଚାଷ କରିବାକୁ ଚାହୁଥିଲେ । ତେବେ କଙ୍ଗନା ପ୍ରଶ୍ନ ଉଠାଇଛନ୍ତି ଯେ,  କାହିଁକି ଏତେ ପ୍ରତିଭାବାନ ଅଭିନେତା ନିଜ ଅଭିନୟ କ୍ୟାରିୟର ଛାଡ଼ି ଚାଷ କରିବାକୁ ବାଧ୍ୟ ହେଲେ । ସେ ସାଇନ୍ସରେ ମଧ୍ୟ ନିଜର କ୍ୟାରିୟର କରିପାରିଥାନ୍ତେ । ଯଦି ତାଙ୍କୁ ଚାଷ ହିଁ କରିବାର ଥିଲା ତ ଏବେ କାହିଁକି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି ।

ଏହାବ୍ୟତୀତ କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ସେ ମାଫିଆ ମିଡିଆଙ୍କ ଡର ଦେଖାଇ ସୁଶାନ୍ତଙ୍କୁ ଧମକ ଦେଉଥିଲା । ଏହି ପ୍ରକାର ଷ୍ଟ୍ରଗଲ ଭିତରେ ମାନସିକ ଚାପରେ ରହିବା ସାଧାରଣ କଥା । ହଲିଉଡରେ ଅବଶ୍ୟ ଏଭଳି କଥାକୁ ସେଲିବ୍ରିଟି ମାନେ ସର୍ବସମ୍ମୁଖରେ କହିଥାଆନ୍ତି । ନିଜ ବିରୋଧରେ ଚାଲିଥିବା ଏହି ହେଟ କ୍ୟାମ୍ପେନଠୁ ଭଲ ସେ ନିଜ ଜୀବନକୁ ହାରିଦେବା  କାହିଁକି ଠିକ ଭାବିଥିଲା ?

ସୁଶାନ୍ତଙ୍କ ମୃତ୍ୟୁ ଆରମ୍ଭରୁ ହିଁ କଙ୍ଗନା ନିଜ ମତ ଦେଇଚାଲିଛନ୍ତି । ସେ ଏହି ମାମଲାରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇ ପୋଲିସ ଇଣ୍ଡଷ୍ଟ୍ରିର ପ୍ରାୟ ୪୦ ଜଣଙ୍କ ସହ ପଚରାଉଚରା କରିସାରିଲେଣି । ନିକଟରେ ପୋଲିସ ଧର୍ମା ପ୍ରଡକସନର ସିଇଓ ଅପୂର୍ବ ମେହତାଙ୍କ ବୟାନ ରେକର୍ଡ କରିଛି । ଅନ୍ୟପଟେ ସୁଶାନ୍ତଙ୍କ ବାପା ମଧ୍ୟ ନିଜ ବୟାନରେ କହିଛନ୍ତି ଯେ, ପୋଲିସ ଉପରେ ଭରସା ନାହିଁ, ସେଥିପାଇଁ ସେ ତାଙ୍କ ବୟାନ ବିହାର ପୋଲିସ ସାମ୍ନାରେ ଦାଖଲ କରିଛନ୍ତି ।

https://www.youtube.com/watch?v=Zxf8JeL0Vnc

ଆଉ ଦୁଇ ଲୋକୋ ପାଇଲଟ୍ ଦେଲେ ଆଶ୍ଚର୍ଯ୍ୟକର ବୟାନ

ଭୁବନେଶ୍ୱର: ହଟୁନି ପରଦା ଫିଟୁନି ଗୁମର । ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । କେମିତ ହୋଇଥିଲା ଆଦିତ୍ୟଙ୍କ ମୃତ୍ୟୁ ସେ ନେଇ ସପେନ୍ସ ବଢିବାରେ ଲାଗିଛି । ସମାଜସେବୀ ଆଦିତ୍ୟ ଦାସ ମୁତ୍ୟୁ ମାମାଲାରେ ପୁଣି ଆରମ୍ଭ ହୋଇଛି ତଦନ୍ତ । ଦୁଇ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରିଛି ଜିଆରପି ।

ଦୁଇଟି ଯାକ ଟ୍ରେନ୍ ଆଗରେ ଆତ୍ମହତ୍ୟା କରି ନାହାନ୍ତି ଆଦିତ୍ୟ ବୋଲି ସ୍ପଷ୍ଟ କରିଛନ୍ତି ୨ଟି ଟ୍ରେନର ଲୋକ ପାଇଲଟ । ଏନେଇ ରେଳବାଇ ପୋଲିସ ୨ଦିନ ଯାଏଁ ଲୋକପାଇଲଟଙ୍କୁ ପଚରା ଉଚରା କରିଥିଲା । ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରିଥିଲା ରେଳବାଇ ପୋଲିସ । ସେମାନେ ସ୍ପଷ୍ଟ ବୟାନ ଦେଇଛନ୍ତି ଯେ, ଆଦିତ୍ୟ ଟ୍ରେନ ଆଗକୁ ଡେଇଁ ନାହାଁନ୍ତି କି ଟ୍ରେନ ତାଙ୍କୁ ଧକ୍କା ଦେଇନି । ତେବେ ୩ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ ପରେ ଆଦିତ୍ୟ ଟ୍ରେନ ଆଗରେ ଆତ୍ମହତ୍ୟା କରି ନଥିବା ଜଣାପଡ଼ିଛି । ତଦନ୍ତକୁ ନେଇ ଏବେ ଅଠାକାଠିରେ ଜିଆରପି ।

ଆଦିତ୍ୟଙ୍କ ମୁତ୍ୟୁ କେମିତି ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପ୍ରଥମେ ଘରୁ ମିଳିଥିବା ଡାଏରୀରେ ଆଦିତ୍ୟଙ୍କ ହାତ ଲେଖା ନୁହେଁ ବୋଲି ସନ୍ଦେହ କରାଯାଉଥିଲା ଯାହା ପରେ ଆଦିତ୍ୟଙ୍କ ଲେଖା ବୋଲି ଫରୋନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବାର ସିସିଟିଭିରେ ରେକର୍ଡ ହୋଇଥିଲା । ଏବେ ଲୋକୋ ପାଇଲଟଙ୍କ ଏଭଳି ବୟାନ ଜିଆରପିକୁ ଅଡୁଆରେ ପକାଇଛି । ତେବେ ଜିଆରପିର ଜଣେ ଏସଆଇ ପଜିଟିଭ୍ ଚିହ୍ନଟ ପରେ ତଦନ୍ତରେ ବ୍ରେକ୍ ଲାଗିଥିଲା । ଫଳରେ ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  । ତେବେ ବୁଧବାରଠାରୁ ପୁଣି ତଦନ୍ତ କାମ ଆରମ୍ଭ ହେଉଛି­­ ।

( ଭୁବନେଶ୍ୱରରୁ ଅରୁଣ ସାହୁ )

କେମିତି ଖୁବ୍ ଶିଘ୍ର ପାଇ ପାରିବେ ମାଟ୍ରିକ ରେଜଲ୍ଟ ?

ଭୁବନେଶ୍ୱର: ବୁଧବାର ପ୍ରକାଶ ପାଇବ ମାଟ୍ରିକ ରେଜଲ୍‌ଟ । ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ବାହାରିବ । ଚଳିତ ବର୍ଷ ଏସଏମଏସରେ ବି ଉବଲବ୍ଧ ହେବ ପରୀକ୍ଷା ଫଳ । ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଉଛି।

ତେବେ ଏନେଇ ସକାଳ ୯ଟାରେ ଭିଡିଓ କନଫେରନସିଂରେ ପରୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରେ ସକାଳ ୧୧:୩୦ରୁ ବୋର୍ଡର ଦୁଇଟି ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ବୋର୍ଡ ୱେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ନମ୍ବର ଲଗ୍ ଇନ କରି ପରୀକ୍ଷା ଫଳ ଜାଣି ହେବ । ସେହିପରି  OR01 ROLLNO ଟାଇପ କରି ୫୬୭୬୭୫୦କୁ ମେସେଜ କରି ରେଜଲ୍‌ଟ ଜାଣିପାରିବେ ।

ଶିକ୍ଷକ, ଅଭିଭାବକ ଓ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ କଟକ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଆଜିଠୁ ଅଗଷ୍ଟ ୧୦ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ସେହିପରି ୦୬୭୧-୨୪୧୨୦୫୯, ଏବଂ ୦୬୭୧-୨୪୧୨୦୬୦ ଫୋନ ନମ୍ବର ଜାରି କରିଛି ବୋର୍ଡ ।

ଆଜି ଅମ୍ବାଲାରେ ପହଞ୍ଚିବ ରାଫେଲ, ଏୟାରଫୋର୍ସ ବେସ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି

ଅମ୍ବାଲା: ରାଫେଲ ଯୁଦ୍ଧ ବିମାନ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ, ଅମ୍ବାଲା ବାୟୁସେନା ଷ୍ଟେସନର ୪ ଟି ଅଞ୍ଚଳରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି। ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବାୟୁସେନା ଷ୍ଟେସନ ନିକଟରେ ଧୁଲକୋଟ, ବଲଦେବ ନଗର, ଗରନାଲା, ପଞ୍ଜୋଖରା ଇତ୍ୟାଦି ସ୍ଥାନରୁ ଏୟାରଫୋର୍ସ ଷ୍ଟେସନର କୌଣସି ପ୍ରକାରର ଫଟୋ ଉଠାଇବା ନିଷେଧ।

ଏହାକୁ ନିଶ୍ଚିତ କରି ଡିଏସପି ମୁନିଶ ସେହଗଲ କହିଛନ୍ତି ଯେ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିବ ଏବଂ ଚାରିଆଡୁ ଅବରୋଧ କରାଯିବ। ଲୋକମାନେ ଉତ୍ସାହରେ ଆସି ଯେମିତି ଫଟୋଗ୍ରାଫି କରିବେ ନାହିଁ ସେ ପ୍ରତି ଧ୍ୟାନ ଦିଆଯିବ । ସେ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ସହ ଜଡିତ ଏକ ପ୍ରସଙ୍ଗ ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏକ ସପ୍ତାହ ମଧ୍ୟରେ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହେବ

ଜଣାଇ ରଖୁଛୁ ଯେ, ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧବିମାନ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହୋଇଯିବ । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନଗୁଡ଼ିକୁ ଉଡ଼ାଇବା ପାଇଁ ସମୁଦାୟ ୧୨ ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି । ଏହି ଯୁଦ୍ଧବିମାନକୁ ଗ୍ରହଣ କରିବା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ବାୟୁସେନା ଯୁଦ୍ଧ ବିମାନ ପାଇଲଟମାନେ ୭୦୦୦  କିଲୋମିଟର ଦୂରତା ଅତିକ୍ରମ କରି ଅମ୍ବାଲା ଏୟାରବେସରେ ପହଞ୍ଚିବେ । ଏହି ଅବସରରେ ଏୟାର ଚିଫ୍ ମାର୍ଶଲ ବି.ଏସ୍ ଧାନୋ ମଧ୍ୟ ଉପସ୍ଥିତ ରହିବେ ।

ଏୟାର ଚିଫ୍ ମାର୍ଶଲ ରାଫେଲକୁ ଗ୍ରହଣ କରିବେ

ଏହି ଅବସରରେ ବାୟୁସେନା ପକ୍ଷରୁ କୌଣସି ସରକାରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇ ନାହିଁ, କିନ୍ତୁ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଅମ୍ବାଲାରେ ବିମାନ ଗ୍ରହଣ କରିବେ। କରୋନା ଅବଧିରେ ମଧ୍ୟ ଭାରତୀୟ ବାୟୁସେନା ରାଫେଲ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଥିଲା। କାର୍ଯ୍ୟସୂଚୀରେ ବିତରଣ ପାଇଁ ୧୦ଟି ବିମାନ ପ୍ରସ୍ତୁତ ରହିଛି | ତେବେ ଟ୍ରେନିଂ ପାଇଁ ପାଞ୍ଚଟି ବିମାନକୁ ଫ୍ରାନ୍ସରେ ରଖାଯାଇଥିବାବେଳେ ୫ ଟି ଭାରତକୁ ପଠାଯାଇଛି ଏବଂ ଅବଶିଷ୍ଟ ଯୁଦ୍ଧ ବିମାନର ବିତରଣ ୨୦୨୧ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।

ଜାଲ୍ ନୋଟ୍ ଦେଇ ଧରାପଡ଼ିବା ପରେ ପରିସ୍ଥିତି ଅସମ୍ଭାଳ

ଭୁବନେଶ୍ୱର: ଜାଲ ନୋଟ୍ ଦେବା ବେଳେ ଯୁବକକୁ ଧରି ନିସ୍ତୁକ ମାଡ । ବାଲେଶ୍ୱର ଜିଲା ଖଇରା ଥାନା ସୁନ୍ଦରପୁର ଗାଁରେ ଏଭଳି ଘଟଣା ଘଟିଛି । ଜଣେ ଯୁବକ ଦୋକାନରେ ୧୦୦ ଟଙ୍କିଆ ଜାଲ ନୋଟ ଦେଇ ପାଉଁରୁଟି କିଣୁଥିବା ବେଳେ ଧରାପଡି ନିସ୍ତୁକ ମାଡ଼ ଖାଇଛନ୍ତି । ପାଉଁରୁଟି କିଣିବା ବେଳେ ଦୋକାନୀ ଜାଲ ନୋଟ୍ ବୋଲି ଜାଣିପାରି ଥିଲେ । ସ୍ଥାନୀୟ ଲୋକେ ଯୁବକକୁ କାବୁ କରିବା ସହ ବାନ୍ଧି ମାଡ ମାରିଥିଲେ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜଣେ ଯୁବକ ଦୋକାନରେ ୧୦୦ ଟଙ୍କିଆ ଜାଲ ନୋଟ ଦେଇ ପାଉଁରୁଟି କିଣୁ ଥିବାବେଳେ ଧରାପଡି ନିସ୍ତୁକ ଛେଚା ଖାଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁନ୍ଦରପୁର ଗ୍ରାମରେ ଜଣେ ଯୁବକ ସୁଦର୍ଶନ ମଲ୍ଲିକଙ୍କ ଦୋକାନରୁ ୧୦୦ ଟଙ୍କିଆ ନୋଟ ଦେଇ ଏକ ପାଉଁରୁଟି କିଣିଥିଲା । ନୋଟ ଦେଖି ପ୍ରଥମେ ଦୋକାନୀ ସୁଦର୍ଶନ ୧୦୦ଟଙ୍କିଆ ନୋଟଟି ଜାଲ ବୋଲି କହିଥିଲେ । ଯୁବକ ଜଣକ ସୁଦର୍ଶନ ଠାରୁ  ଦେଇଥିବା ନୋଟ ନେଇ ପଳାଇବା ବେଳେ ସୁଦର୍ଶନ ଚିତ୍କାର କରିବାରୁ ଲୋକେ ଯୁବକକୁ ଧରି ବାନ୍ଧି ପକାଇ ମାଡ ନିସ୍ତୁକ ମାଡ଼ ମାରିଥିବା ଜଣା ପଡ଼ିଛି ।

( ସୋରରୁ ତପୋଧନ ବାରିକ )

ଆବେଦନ ସମୟରେ ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି

ଭୁବନେଶ୍ୱର: ରାଜ୍ୟରେ କରୋନା ମୁବିଲା ପାଇଁ ସବୁ ପ୍ରକାର ତତ୍ପରତା ପ୍ରଦର୍ଶନ କରୁଛନ୍ତି ସରକାର । ଏଭଳି ପରିସ୍ଥିତିରେ କିଭଳି ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ କୌଣସି ସମସ୍ୟା ନ ଆସେ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ବୁଧବାରରେ ମାଟ୍ରିକ ଫଳାଫଳ ବାହାରୁଥିବା ବେଳେ ଯୁକ୍ତ ତିନି ଆଡ଼ମିଶନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଗାଇଡ ଲାଇନ ଜାରି କରିଛନ୍ତି ।

ତିନି ରାଉଣ୍ଡ ବିଶିଷ୍ଟ ଗୋଟିଏ ପର୍ଯ୍ୟାୟରେ ଆଡ଼ମିଶନ ହେବା ନେଇ ସ୍ପଷ୍ଟ କରାଯାଇଛି । ସାମସ୍ ପୋର୍ଟାଲ୍ ରେ ଛାତ୍ରଛାତ୍ରୀ ମାନେ ନିଜ ଫୋନ୍ ନମ୍ୱର୍ ଓ ଇମେଲ ଆଇଡି ଦେଇ, ଇ-ଆଡ଼ମିଶନ ଲାଗି ଆବେଦନ କରିବେ ।ଆବେଦନ ସମୟରେ ଏଣିକି ଆଉ ମାର୍କ ସିଟ୍ କି ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି । ଆଡ଼ମିଶନ ସମୟରେ ଏସବୁ ଯାଞ୍ଚ କରାଯିବ । Slide up ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ର ଛାତ୍ରୀ ମାନେ ଅନଲାଇନ ଫର୍ମରେ ଉଲ୍ଲେଖ କରିବେ । କଲେଜ୍ ଗୁଡିକ ସାମସ୍ ପୋର୍ଟାଲରେ ନିଜ ନିଜର ଆଡ଼ମିଶନ ଫି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କଲେଜ୍ କର୍ତ୍ତୃପକ୍ଷ ଆଡ଼ମିଶନ ବାବଦରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହାସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ରଖିବାକୁ ସବୁ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।