ଆଜି ପବିତ୍ର ଗଣେଷ ପୂଜା… କରୋନା କଟକଣା ଭିତରେ ପୂଜା ପାଇବେ ଗଜାନନ, ସ୍କୁଲରେ ବିନା ଛାତ୍ରଛାତ୍ରୀରେ ହେବ ପୂଜା

ଭୁବନେଶ୍ୱର: ଓଡ଼ିଶାରେ ବାରମାସରେ ୧୩ ପର୍ବ ପାଳନ ହୁଏ । ହେଲେ କରୋନା ଯୋଗୁଁ ପର୍ବପର୍ବାଣି ପାଳନରେ ଅନେକ ପ୍ରଭାବ ପଡ଼ିଛି । ଆଜି ପବିତ୍ର ଗଣେଷ ପୂଜା । ଗଣେଶ ଚଥୁର୍ଥୀ ଦିନ ବିଦ୍ୟାର ଦେବତା, ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ । ପ୍ରତି ବର୍ଷ ଗଣେଶ ଚଥୁର୍ଥୀ ବେଶ ଧୁମଧାମରେ ପାଳନ ହୁଏ । ସ୍ଥାନେ ସ୍ଥାନେ ଗଣପତିଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ପୂଜା ପାଇଥାଏ । ସବୁଠି ଉତ୍ସବର ମାହୋଲ ଥାଏ । ବିଶେଷ କରି ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାଅନୁଷ୍ଠାନରେ ଖୁବ ଜାକଜମକରେ ପୂଜା କରନ୍ତି ।  ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଗଣେଶ ପୂଜା । ପ୍ରତ୍ୟେକ ବର୍ଷ ଭଳି ଏଥର ଶୋଭା ପାଇବନି ସିଦ୍ଧିଦାତା ଗଣପତିଙ୍କ ମେଢ଼ । ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୂଜା ବନ୍ଦ ନିଷ୍ପତିକୁ ଲୋକେ ଗ୍ରହଣ କରିବାକୁ ବାଧ୍ୟ ।

ତେବେ କରୋନା କାରଣରୁ ସବୁଠି କଟକଣାରେ ପାଳନ ହେବ ପୂଜା । କ୍ଲବ୍ ଓ  ମଣ୍ଡପଗୁଡିକରେ ପୂଜା ପାଳନକୁ ବାରଣ କରାଯାଇଥିବାବେଳେ ସମସ୍ତେ ଘରେ ଆଗମନ ହେବେ ବିଦ୍ୟାଦାତା । କରୋନା ସଂକ୍ରମଣ ପାଇଁ କଠୋର ହୋଇଛି ପ୍ରଶାସନ । କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ସାର୍ବଜନିକ ପୂଜାର ଉପରେ କଟକଣା ଲାଇଛି ପ୍ରଶାସନ । କୌଣସି ସ୍ଥାନରେ ଗହଳି ନହେବା ସହିତ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି  ।  ବିଧି ରକ୍ଷା କରିବାକୁ ସ୍କୁଲ୍ ଗୁଡିକରେ ଶିକ୍ଷକମାନେ ପୂଜା କରିବାକୁ କୁହାଯାଇଛି  । କରୋନା କଟକଣା ମାନି ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପୂଜା କରାଯିବ ।

Leave a Reply