କରୋନା ସଙ୍କଟରେ ପଣ୍ଡ ହେଲା ଆତଙ୍କୀଙ୍କ ଷଡ଼ଯନ୍ତ୍ର, ନୂଆଦିଲ୍ଲୀରେ ଆଇଏସଆଇଏସ ଆତଙ୍କୀ ଗିରଫ

1 min read

ନୂଆଦିଲ୍ଲୀ:  ଦିଲ୍ଲୀର ଧୌଲାକୁଆଁ ରିଙ୍ଗ ରୋଡ ନିକଟରେ ପୋଲିସ ଓ ଆତଙ୍କୀ ଗୁଳିବିନିମୟ । ପୋଲିସ କହିବା ଅନୁସାରେ ଏହି ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଧରାପଡିଛି । ଏନକାଉଣ୍ଟରରେ ISIS ଆତଙ୍କବାଦୀ ଗିରଫ ହୋଇଛି । ଗିରଫ ଆତଙ୍କବାଦୀଙ୍କ ନାଁ ହେଉଛି ଅବ୍ବୁ ୟୁସୁଫ୍ । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲର ଅପରେସନ ଜାରି ରହିଛି । ISIS ଆତଙ୍କବାଦୀ ନିକଟରୁ ଆଇଇଡି ଜବତ କରାଯାଇଛି । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ ଡିସିପି ପ୍ରମୋଦ ସିଂ କୁଶଓ୍ୱାହଙ୍କ ସୂଚନା ଅନୁସାରେ କରୋନା ସମୟରେ ଦିଲ୍ଲୀରେ ବଡ଼ ଆତଙ୍କବାଦୀ ହମଲା ଯୋଜନା ଥିଲା । ସେ କହିଛନ୍ତି ଯେ, ବର୍ତ୍ତମାନ ଆହୁରୀ ଅଧିକ ଗିରଫ ହୋଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଧରାପଡ଼ିଥିବା ଆତଙ୍କବାଦୀ ନିକଟରୁ ଦୁଇଟି ଆଇଡି ଏବଂ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହାର କାର୍ଯ୍ୟ ଆରମ୍ଭ କରିଛି। ଆତଙ୍କବାଦୀ କିଛି ବଡ଼ ଯୋଜନା କରୁଥିଲେ । ତାଙ୍କ ଟାର୍ଗେଟ୍ ପୂର୍ଣ୍ଣ ହେବା ପୂର୍ବରୁ ପୋଲିସ ନିଜ ଅପରେସନ ଆରମ୍ଭ କରିଥିଲା ।

ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ଚଲାଇଥିଲେ। ଆତଙ୍କବାଦୀଙ୍କ ପ୍ଲାନ୍ ସଫଳ ହେବା ପୂର୍ବରୁ ଫ୍ଲପ୍ ହୋଇଛି ।

ପୋଲିସର ସୂଚନାନୁସାରେ, ଦିଲ୍ଲୀର କିଛି ଲୋକେ ଆକ୍ରମଣ ପାଇଁ ଅବ୍ବୁ ୟୁସୁଫ୍ କୁ ସହଯୋଗ କରିବା ସହ ତାକୁ ମାରଣାସ୍ତ୍ର ଯୋଗାଉଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଏବେ ବି ଜାରି ରହିଛି ।

Leave a Reply