ବିବାଦ କୁ ନେଇ ଫେସବୁକର ସ୍ପଷ୍ଟୀକରଣ, ଆମେ ନିରପେକ୍ଷ

ନୂଆଦିଲ୍ଲୀ: ରାଜନୈତିକ କରିକଡରେ ଫେସବୁକକୁ ନେଇ ଉପୁଜିଥିବା ବିବାଦରେ ସ୍ପଷ୍ଟୀକରଣ ରଖିଛି ଫେସବୁକ୍ । ଫେସବୁକ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜିତ୍ ମୋହନ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ହେଉଛି ନିରପେକ୍ଷ, ସ୍ୱଚ୍ଛ ଏବଂ ଏକ ଖୋଲା ମଂଚ । ଇଣ୍ଟରନେଟର ଏହି ପ୍ଲାଟଫର୍ମ କାହା ସହ ପକ୍ଷପାତିତା କରାଯାଏ ନାହିଁ । ଏଥିସହ ସେ କହିଛନ୍ତି, ହେଟ୍ ସ୍ପିଚ୍ କୁ ନେଇ କିଛି ଦିନ ହେବ ଫେସବୁକ ଉପରେ ଦୋଷ ଲଗାଯାଉଛି । କିନ୍ତୁ ଆପଣମାନେ ଜାଣି ରଖିବା ଦରକାର ଯେ, ଏହି ସୋସିଆଲ ମିଡିଆର ଏହି ପ୍ଲାଟଫର୍ମରେ ହେଟ୍ ସ୍ପିଚ୍ ର କୌଣସି ଯାଗା ନାହିଁ ।

ଆମେ କାହା ନିୟନ୍ତ୍ରଣରେ ନାହିଁ କି ଆମକୁ କେହି ନିୟନ୍ତ୍ରଣ କରି ପାରିବେ ନାହିଁ । ଭାରତର କିଛି ନେତାମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ହେଟ୍ ସ୍ପିଚ୍ ହଟାଯାଇଛି ଏବଂ ଆଗକୁ ମଧ୍ୟ ଏଭଳି କମେଣ୍ଟ, ସ୍ପିଚ୍ କୁ ହଟାଇ ଦିଆଯିବ ବୋଲି ଅଜିତ୍ ମୋହନ । ଫେସବୁକରେ ହେଟ୍ ସ୍ପିଚ୍ ବାବଦରେ ଆମେରିକାର ଏକ ଖବର କାଗଜରେ ଖବର ପ୍ରକାଶ ହେବା ପରେ ଭାରତରେ ଆରମ୍ଭ ହୋଇଥିଲା ବିଦାଦ । ଭାରତରେ ବିଜେପି ଓ ଆରଏସଏସ ଫେସବୁକ ଓ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଥିବା ଖବରକୁ ନେଇ ବିଜେପି ଓ କଂଗ୍ରେସ ଉଭୟ ମୁହାଁମୁହିଁ ହୋଇଥିଲେ । ସୋସିଆଲ ସାଇଟକୁ ନିୟନ୍ତ୍ରଣ କରି ଦେଶରେ ଘୃଣା ବିସ୍ତାର କରୁଛି ବୋଲି ରାହୁଲ ଅଭିଯୋଗ ଆଣିଥିଲେ। ଯାହାର ଜବାବରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଟ୍ୱିଟ କରି କହିଥିଲେ, ବିଫଳ ଲୋକ କେବେହେଲେ ଲୋକଙ୍କୁ ପ୍ରଭାବିତ କରିପାରିବେ ନାହିଁ ।

Leave a Reply