ଦେଶରେ ଦିନକରେ ଆଉ ୬୯ ହଜାର ୮ଶହ ୭୮ ପଜିଟିଭ ଚିହ୍ନଟ, ଆଉ ୯୫୪ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ୨୪ ଘଣ୍ଟାରେ ୬୯ହଜାର ୮୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୪୫ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୨୯ଲକ୍ଷ ୭୫ହଜାର ୭୦୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୯୭ହଜାର ୩୩୦ । କରୋନାରୁ ସୁସ୍ଥ ହେଲେଣି ୨୨ଲକ୍ଷ ୨୨ହଜାର ୫୭୮ଜଣ । ଦେଶରେ କରୋନାରେ ମୋଟ୍ ୫୫ହଜାର ୭୯୪ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେପଟେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ୍ ଓ ମୃତକଙ୍କ ସଂଖ୍ୟା । ୬ଲକ୍ଷ ୫୭ହଜାର ୪୪୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୧ହଜାର ୬୯୮ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଲକ୍ଷ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୩୪୦ ଓ ୩ହଜାର ୯୨ । କର୍ଣ୍ଣାଟଙ୍କରୁ ୨ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪ହଜାର ୫୨୨ଜଣଙ୍କ ମୃତ୍ୟୁ ହୋଇଛି । ୟୁପି, ଦିଲ୍ଲୀ, ୱେଷ୍ଟବେଙ୍ଗଲ, ବିହାର ଓ ତେଲେଙ୍ଗାନାରେ ଲକ୍ଷେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ୱସ୍ତିର ଖବର ଏହା ଯେ, କରୋନା ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି । ଏବଂ ସକ୍ରିୟ ମାମଲା ହାର ରେକର୍ଡ କରାଯାଉଛି। ମୃତ୍ୟୁ ହାର ୧.୮୭ ପ୍ରତିଶତକୁ ଖସିଛି । ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୩ ପ୍ରତିଶତକୁ ଖସିଛି । ଏହା ସହିତ ସୁସ୍ଥତା ହାର ୭୫ ପ୍ରତିଶତକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଇସିଏମଆର ଅନୁଯାୟୀ, ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମୋଟ ୪୫.୫ କରୋନା ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ସଂକ୍ରମିତ ହାର ୭ ପ୍ରତିଶତ କମ୍ ରହିଛି ।

Leave a Reply