ରାଜ୍ୟରେ ନୂଆ ୨୮୧୯ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ୨୮୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢିଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୧୬୯୧ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୧୨୮ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶନିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୪୩ ଓ କଟକରୁ ୨୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୫୬, ବୌଦ୍ଧରୁ ୬, ଢେଙ୍କାନାଳରୁ ୧୦୦, ଗଜପତିରୁ ୬୨, ଗଞ୍ଜାମରୁ ୧୯୨, ଜଗତସିଂହପୁରରୁ ୪୮ , ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୫୫ , କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୨ , କେନ୍ଦୁଝରରୁ ୭, କୋରାପୁଟ ୮୧, ମାଲକାନଗିରିରୁ ୮୩, ମୟୁରଭଞ୍ଜରୁ ୨୧୯, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ୬୪, ନୂଆପଡ଼ାରୁ ୧, ପୁରୀରୁ ୧୦୯, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ସୁନ୍ଦରଗଡ଼ରୁ ୫୭, ସୋନପୁରରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୮୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୬୯୧ ଓ ସ୍ଥାନୀୟ ସଂକ୍ରମଣ ୧୧୨୮ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି । ଗତକାଲି କରୋନା ଜନିତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୯ ମୁଣ୍ଡ ନେଇଛି କରୋନା ।

Leave a Reply