୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ବିଜେପିର ନୂଆ ପ୍ରଭାରୀ, ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଡି. ପୁରନ୍ଦେଶ୍ୱରୀ

1 min read

ଭୁବନେଶ୍ୱର: ବଦଳିଲେ ଓଡିଶା ବିଜେପି ପ୍ରଭାରୀ । ଡି. ପୁରନ୍ଦେଶ୍ୱରୀଙ୍କୁ ମିଳିଲା ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ । ଓଡ଼ିଶା ସହ ଛତିଶଗଡ଼ ଦାୟିତ୍ୱରେ ମଧ୍ୟ ରହିବେ ପୁରନ୍ଦେଶ୍ୱରୀ । ଏଥି ସହ ବିଜୟପାଲ ସିଂହ ତୋମାରଙ୍କୁ ମିଳିଛି ଓଡିଶା ବିଜେପି ସହ ପ୍ରଭାରୀ ଦାୟିତ୍ୱ । ୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ବିଜେପିର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ବିଜେପି ନିଜ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରଭାରୀ ବଦଳାଇବା ପଛରେ ଏକ ବଡ କାରଣ ଥିବା ଅନୁମାନ କରାଯାଉଛି ।

ବିଜେପି ରାଜ୍ୟରେ ୨ୟ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ରାଜ୍ୟରେ ନିଜ ରାଜନୈତିକ ପ୍ରଭାବ କମାଉଛି । ଗତ ଉପ-ନିର୍ବାଚନରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା । କଂଗ୍ରେସ ଏକଦମ ସଙ୍କୁଚିତ ହୋଇଥିବା ହେତୁ ବିଜେପି ନିର୍ବାଚନ ଜିତିବାରେ ସକ୍ଷମ ହେଉନି ବୋଲି ଦଳ ଯୁକ୍ତି ବାଢୁଥିଲେ ମଧ୍ୟ ଏହାକୁ କେବଳ କାରଣ ବୋଲି ମାନିନେବା ସମ୍ଭବ ନୁହେଁ । ଏକଥା ରାଜ୍ୟବାସୀଙ୍କ ଜ୍ଞାତସାରରେ ରହିଛି ଯେ ଭାଜପା ରାଜ୍ୟରେ ତୃଣମୂଳ ସ୍ତରରେ ପହଞ୍ଚି  ନପାରି ନିର୍ବାଚନ ହାରିଛି । ଆଗକୁ ପୌର ନିର୍ବାଚନ ଆସୁଛି ।

ସେଠାରେ ଭଳ ପ୍ରଦର୍ଶନ କରିବାକୁ ହେଲେ ଦଳକୁ ଢେର କସରତ କରିବାକୁ ପଡିବ । ବିଗତ ଦିନରେ ଭାଜପା ରାଜ୍ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା । ଏଣୁ ଏବେ ଦଳର କଳେବର ବଦଳାଇ ନୂଆ ଆରମ୍ଭ ପାଇଁ ପ୍ରୟାସ କରୁଛି । ଭାଜପାର ଲକ୍ଷ୍ୟ ଏହା ଯେ ନୂଆ ପ୍ରଭାରୀ ନୂଆ ଆକ୍ସନ ପ୍ଲାନ ସହ ଆସିବେ ଓ ଦଳକୁ ଅଧିକ ସଶକ୍ତ କରିବେ ।

Leave a Reply