ଦୀପାବଳିରେ ବଦଳିଲା ବସ ଚଳାଚଳ ନିୟମ, ୨ଟା ପରେ ବନ୍ଦ ରହିବ ‘ମୋ ବସ’ ସେବା

1 min read

ଭୁବନେଶ୍ୱର: ଦୀପାବଳି ପାଇଁ ସାମୟିକ ଭାବେ ବନ୍ଦ ରହିବ ମୋ ବସ ସେବା । ଦିନ ୨ଟା ପରେ ବନ୍ଦ ରହିବ ‘ମୋ ବସ’ ଚଳାଚଳ । କ୍ୟାପିଟାଲ ରିଜିୟନ ଅରବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ରୁଟ୍ ପାଇଁ ମୋବସ୍ ଚଳାଚଳର ସମୟ ଧାର୍ଯ୍ୟ କରାଯାଇଛି । ସେପଟେ ଓଏସ୍‌ଆରଟିସିର ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ଦୀପାବଳି ପାଇଁ ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ବସ୍‌ଚଳାଚଳବନ୍ଦ ରହିଛି ।

ତେବେ ଆଜି ମୋ ବସ୍‌ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ । ରୁଟ୍-୧୧ରେ ଥିବା ନନ୍ଦନବିହାରରୁ ସକାଳ ୭ଟା ୧୫, ୮ଟା ୧୦, ୯ଟା ୫, ୧୦ଟା ୩୦ରେ ଲିଙ୍ଗିପୁରକୁ ବସ ଚଳାଚଳ କରିବ  । ସେହିଭଳି ଲିଙ୍ଗିପୁରରୁ ନନ୍ଦନବିହାରକୁ  ସକାଳ ୮ଟା, ୯ଟା, ୧୦ଟା, ୧୧ଟା ଓ ୧୧ଟା ୩୦ରେ ବସ ଚଳାଚଳ କରିବ । ରୁଟ୍-୧୨ରେ ଥିବା ମାଷ୍ଟରକ୍ୟାଣ୍ଟିନରୁ ୭ଟା୪୦,୮ଟା୨୦, ୯ ଟା, ୯ଟା ୪୦,୧୦ଟା ୨୦,୧୧ଟା ସମୟ ମଧ୍ୟରେ ନନ୍ଦନକାନନକୁ ବସ ଚଳାଚଳ କରିବା ।

ନନ୍ଦନକାନନରୁ ମାଷ୍ଟରକ୍ୟାଣ୍ଟିନକୁ ୭ଟା ୪୦, ୮ଟା୨୦, ୮ଟା ୫୦,୯ଟା ୩୦,୧୦ଟା ୧୦, ୧୦ଟା ୫୦ ଓ ୧୧ଟା ୩୦ରେ ବସ ଚଳାଚଳ କରିବ । ସେହିଭଳି ମାଷ୍ଟରକ୍ୟାଣ୍ଟିନରୁ ପୁରୀକୁ ମଧ୍ୟ ସକାଳ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟବଧାନରେ ଗଡିବ ମୋବସ୍  । ତେବେ ଦିନ ୨ଟା ପରେ ବନ୍ଦ ରହିବ ‘ମୋ ବସ’ଚଳାଚଳ  । ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ପାସ୍ କାଉଣ୍ଟର ଦିନକ ବନ୍ଦ ରଖାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply