spot_img
Home Blog Page 6582

ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୂର୍ବତନ ସେନା କର୍ମଚାରୀ ଗିରଫ

ଟାଙ୍ଗୀ:  ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ୍ । ଏଭଳି ଘଟଣା ଘଟିଛି ଖୋର୍ଧା ଜିଲା ଟାଙ୍ଗୀ ବଳରାମପୁର ସାହିରେ । ସୀମା ସୁରକ୍ଷା ବାହିନୀରେ ଦୀର୍ଘ ଦିନ କାର୍ଯ୍ୟ କରି  ଅବସର ନେଇଛନ୍ତି ଟାଙ୍ଗୀ ବଳରାମପୁର ସାହିର ପୂର୍ବତନ ସେନା କର୍ମଚାରୀ ବିରଂଚି ନାରାୟଣ ମହାନ୍ତି ।

ତାଙ୍କର ଏକମାତ୍ର ଝିଅ ଓ ପତ୍ନୀକୁ ନେଇ ଛୋଟ ପରିବାର ଟିଏ । ଝିଅକୁ ଉଚ ଶିକ୍ଷିତ କରାଇବା ପାଇଁ ସମସ୍ତେ  ଘର ଭଡା ନେଇ ଭୁବନେଶ୍ୱର ରେ ରହି ଆସୁଥିଲେ । ଝିଅ ଭୁବନେଶ୍ୱରରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ଭୁତାଣୁ ଭୟରେ ଲକଡାଉନ ଯୋଗୁଁ ପରିବାର ଲୋକେ  ଭୁବନେଶ୍ୱର ଛାଡି ନିଜ ଘର ଟାଙ୍ଗୀ କୁ ପଳାଇ ଆସିଥିଲେ । ବିବାହ ପର ଠାରୁ ନିଜ ପତ୍ନୀ ସଂଧ୍ୟ୍ୟାରାଣୀ ମହାନ୍ତିଙ୍କୁ ସ୍ୱାମୀ ବିରଂଚି ନାରାୟଣ ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ।

.ଏହି ଲକଡାଉନ ସମୟରେ  ନିର୍ଯ୍ୟାତନାର ସବୁ ସୀମା ଟପି ଯାଇଥିଲେ ବିରଞ୍ଚି । ପ୍ରତିଦିନ କୌଣସି ନା କୌଣସି କଥାରେ ପତ୍ନୀଙ୍କୁ ମାଡ଼ ପିଟ୍ କରି ଆସୁଥିଲେ ବିରଞ୍ଚି । ଗତ କାଲି ଏସବୁର ସମସ୍ତ ସୀମା ଟପି ଯାଇ ପତ୍ନୀକୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ବିରଞ୍ଚି । ଏନେଇ ପତ୍ନୀ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ପୂର୍ବତନ ସେନା କର୍ମଚାରୀ ବିରଞ୍ଚିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

୯ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି, ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ୱେଲ ମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଏହା ପ୍ରଭାବରେ ଅଧା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସକାଳ ୯ଟା ମଧ୍ୟରେ ଟ୍ୱିନ୍‌ସିଟିରେ ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷା ପରିମାଣ କମିବ ଏବଂ ୨୮ରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ୟପଟେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆର୍ଲଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC। ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ NDRF କୁ ତୟାର ରହିବାକୁ କୁହାଯାଇଛି । ବିଡ଼ିଓ, ତହସିଲଦାର, ଜରୁରୀକାଳୀନ ଅଧିକାରୀଙ୍କ ସମେତ ଜଳସମ୍ପଦ ଅଧିକାରୀ ମାନଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

 

ଏହି ରାଶିର ଲୋକମାନଙ୍କର ଆଜି ହୋଇପାରେ ଦୁର୍ଘଟଣା, କରନ୍ତୁ ନାହିଁ ଦୂର ଯାତ୍ରା

ଆଜିର ପଞ୍ଚାଙ୍ଗ: ୨୬/୦୮/୨୦୨୦ ବୁଧବାର, ୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୧୧ଦିନ, ଭାଦ୍ରବ ଶୁକ୍ଲପକ୍ଷ ୮ମୀ  ଦିବା ୦୮:୪୦ ଗତେ ୯ମୀ

– ବିଛାଚନ୍ଦ୍ର ଅହୋରାତ୍ର

– ଅନୁରାଧା ଦିବା ୦୧:୦୫ଗତେ ଜ୍ୟେଷ୍ଠା ନକ୍ଷତ୍ର

– ଘାତ ଚନ୍ଦ୍ର – ନାସ୍ତି

– ଘାତ ବାର – କର୍କଟ ରାଶିର

– ଯୋଗିନି – ଐଶାନ୍ୟେ ଦିବା ୧୦:୩୯ ଗତେ ପୂର୍ବେ

– ପୁଷ୍କର ଦୋଷ – ନାସ୍ତି

– ଶୁଭ ସମୟ –

ଦିବା ୧୦:୧୪ ରୁ ୧୧:୨୩

ଦିବା ୦୧:୫୩ ରୁ ୦୫:୧୩

ସଂଧ୍ୟା ୦୬:୪୯ ରୁ ୦୯:୩୯

– ଅଶୁଭ ସମୟ –

ଦିବା ୦୮:୪୦ ରୁ ୧୦:୧୪

ଦିବା ୧୧:୪୮ ରୁ ୦୧:୨୧

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଅଂଶୀଦାର ବ୍ୟବସାୟରେ ବିଶେଷ ଲାଭବାନ ହେବେ ନାହିଁ ମୋଟରଯାନ ଓ କଳ କାରଖାନା ସମ୍ବନ୍ଧିୟ କ୍ଷେତ୍ରରେ ନିଯୁକ୍ତି ପାଇବେ, ଆର୍ଥିକ ସହାୟତା ଓ ଲୋକସଂପର୍କ ବୃଦ୍ଧି ହେବ ।

ଦ୍ୱିଜା ନକ୍ଷତ୍ର – ଧର୍ମକାଯ୍ୟରେ ମନ ବଳାଇବେ, ଭବିଷ୍ୟତର ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ ।

କୃତ୍ତିକା ନକ୍ଷତ୍ର – ଚାକିରି କ୍ଷେତ୍ରରେ ଉତ୍ତମ ଫଳ ପାଇବେ, ଯଶ କିର୍ତ୍ତି ସମ୍ମାନ, ଅର୍ଥ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବ, ଚର୍ମ ରୋଗରେ ପୀଡିତ ହୋଇପାରନ୍ତି ।

ଶୁଭ ରଙ୍ଗ – ହଳଦିଆ

କିଛି ଗୁଡ ଦାନ କରନ୍ତୁ ଶୁଭଫଳ ବୃଦ୍ଧି ହେବ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁବଳ ହେବ,କର୍ମ କ୍ଷେତ୍ରରେ ଅଶୁଭ ପ୍ରଭାବ ଅନୁଭୁତ ହେବ ।

ରୋହିଣି ନକ୍ଷତ୍ର – ବ୍ୟବସାୟ ବାଣିଜ୍ୟରେ ସମ୍ୟକ୍ ଲାଭପାଇବେ, ବ୍ୟୟଭାର ବଢିବ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ ।

ମୃଗଶିରା ନକ୍ଷତ୍ର – ଭାଇଭଉଣି ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ, ଉଦରପୀଡା ଅନୁଭୁତ କରିବେ,ବ୍ୟବସାୟରେ ଲାଭ ହେବ, ମହିଳାମାନେ ସୁଚାରୁ ରୁପେ ପରିବାର ତୁଲାଇବେ ।

ଶୁଭ ରଙ୍ଗ – ସବୁଜ

ସୁର୍ଯ୍ୟଦେବ ଏବଂ ବିଷ୍ଣୁଭଗବାନଙ୍କୁ ପୂଜାର୍ଚ୍ଚନା କରନ୍ତୁ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ବହୁଦିନର ପୁରାତନ ରୋଗର ଉପସମ ହେବ, ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ,କାର୍ଯ୍ୟରେ ସଫଳତା ମିଳିବ ।

ଆର୍ଦ୍ରା ନକ୍ଷତ୍ର – ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ, ବିବାହ ସ୍ଥିରିକୃତ ହେବ,ମାତ୍ର ଆର୍ଥିକ ଦୁର୍ବଳତା ରହିବ ।

ପୂନର୍ବସୁ ନକ୍ଷତ୍ର – ଅବିବାହିତମାନଙ୍କର ବିବାହ ସ୍ଥିରିକୃତ ହେବ, ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ, ମହିଳାମାନେ ନୂତନ କର୍ମନିଯୁକ୍ତି ପାଇବେ ।

ଶୁଭ ରଙ୍ଗ – ହଳଦିଆ

ଲୁହାର ଦ୍ରବ୍ୟ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ, ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ ।

ପୂଷ୍ୟା ନକ୍ଷତ୍ର – ବ୍ୟବସାୟରେ ଅହେତୁକ ଲାଭ ପାଇବେ, ଚାକିରିରେ ପଦମର୍ଯ୍ୟଦା ପାଇବେ, ଯାନବାହାନ କ୍ରୟ କରିବେ ।

ଅଶ୍ଲେଷା ନକ୍ଷତ୍ର – ବିଳାସବ୍ୟସନରେ ଜିବନଜାପନ କରିବେ, ଦୁରଯାତ୍ରା କରିବେ, ବିଦ୍ୟାର୍ଥିମାନଙ୍କର ପଢାପଢିରେ ଆଗ୍ରହ ବଢିବ ।

ଶୁଭ ରଙ୍ଗ – ସବୁଜ

ଚମଡାର ଚପଲ ଦାନ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ଭାଗ୍ୟଦେବୀ ଆପଣଙ୍କ ଉପରେ ସଦୟ ରହିବେ, କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ ।

ପୂର୍ବାଫାଲଗୁନି ନକ୍ଷତ୍ର – ଉତ୍ତମ ଜ୍ଞାନକୌଶଳ ଆହାରଣ କରି ବ୍ୟବସାୟିକ ପ୍ରଯୁକ୍ତି କ୍ଷେତ୍ରରେ ସଫଳ ହେବେ, ପୂର୍ବରୁ କରିଥିବା ଋଣ ପରିଷୋଧ କରିବେ, ଭାଗ୍ୟସାଥ ଦେବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ପାରିବାରିକ କ୍ଷେତ୍ରରେ ଶୁଭତ୍ବ ଅନୁଭୁତ ହେବ, ମାତ୍ର ଭାଗିଦାରି ବ୍ୟବସାୟରେ କ୍ଷତି ହେବ  ।

ଶୁଭ ରଙ୍ଗ – କମଳା

ଘାତଚନ୍ଦ୍ର ରହିଛି ଶିବମନ୍ଦିରରେ ରକ୍ତଚନ୍ଦନ କାଠ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଶାରୀରିକ ଅସୁସ୍ଥତା ଦେଖାଦେବ,କର୍ମକ୍ଷେତ୍ରରେ କର୍ମଚାପ ବଢିବ, ଆତ୍ମବଳ ଦୁର୍ବଳ ରହିବ ।

ହସ୍ତା ନକ୍ଷତ୍ର – ଠିକା ବ୍ୟବସାୟରେ ମନମୁତାବକ ଲାଭ ପାଇବେ, ମହିଳାମାନେ ନିଜର ବନ୍ଧୁପରିଜନରେ ପ୍ରଶଂସିତ ହେବେ, ବିଦ୍ୟାର୍ଥିଙ୍କର ଅଧିକ ଶୁଭ ।

ଚିତ୍ରା ନକ୍ଷତ୍ର – ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ମନ ଭାରାକ୍ରାନ୍ତ ରହିବ, ବ୍ୟବସାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହେବେ, ଗୁଣିଗାରେଡି ଭଳି ଭୟ ରହିବ ।

ଶୁଭ ରଙ୍ଗ – ଇଷତ୍ କଳା

ଶଙ୍ଖଟିଏ କୌଣସି ମନ୍ଦିରରେ ଦାନ କରନ୍ତୁ ।

ତୁଳା ରାଶି-

ଚିତ୍ରା ନକ୍ଷତ୍ର – ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ ।

ସ୍ୱାତୀ ନକ୍ଷତ୍ର – କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ ।

ବିଶାଖା ନକ୍ଷତ୍ର – ଭ୍ରମଣ କଷ୍ଟ ଏବଂ ଶରୀରପିଡା ରହିବ ମାତ୍ର ଆର୍ଥିକ ସ୍ୱଛଳତା ସହିତ ବ୍ୟବସାୟରେ ଉନ୍ନତି ହେବ ।

ଶୁଭ ରଙ୍ଗ – ସବୁଜ

ସବୁଜ ରଙ୍ଗର ବସ୍ତ୍ର କୌଣସି କିନ୍ନରଙ୍କୁ ଦାନ କରନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର – କର୍ମକ୍ଷେତ୍ରରେ ଉନ୍ନତି ହେବ, ଆର୍ଥିକ ସ୍ଥିତି ଭଲ ରହିବ ମାତ୍ର କିଛି ଭୁଲବୁଝାମଣାର ଶିକାର ହୋଇପାରନ୍ତି ସତର୍କ ରହିବେ ।

ଅନୁରାଧା ନକ୍ଷତ୍ର – ସୂଖଶାନ୍ତି ପ୍ରାପ୍ତି, ଆଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ, ମହିଳାମାନଙ୍କର ସ୍ୱାସ୍ଥ୍ୟରେ ଅବନତି ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତିତ ଫଳ ମିଳିବ,ଅର୍ଥଚିନ୍ତା ଦୂର ହେବ ।

ଶୁଭ ରଙ୍ଗ – ଧଳା

ଚଣା ଦାନ କରନ୍ତୁ ଏବଂ କୌଣସି ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ, ପରିବାରରେ ଭୁଲ ବୁଝିବେ ତେଣୁ ଦିନଭରି ସତର୍କ ରୁହନ୍ତୁ  ।

ପୂର୍ବଷାଢା ନକ୍ଷତ୍ର – ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର କିମ୍ବା ସ୍ବାସ୍ଥ୍ୟଚିନ୍ତା ରହିବ ଓ ଅଯଥା ଅର୍ଥବ୍ୟୟ ହେବ ।

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ସରକାରୀ ସହାୟତା ପ୍ରାପ୍ତ ହେବ, ଅର୍ଥଚିନ୍ତା ଦୁର ହେବ, କୃଷି ଓ ନପଶୁପାଳନରେ ଲାଭବାନ ହେବେ ।

ମହାମୃତ୍ୟୁଞ୍ଜୟ ଜପ କରନ୍ତୁ ରିଷ୍ଠ ଖଣ୍ଡନ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ ।

ଶ୍ରବଣା ନକ୍ଷତ୍ର – ଭାତୃ ସହଯୋଗ ଦ୍ୱାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବେ।

ଧନିଷ୍ଠା ନକ୍ଷତ୍ର – ବନ୍ଧୁପରିଜନ ଙ୍କର  ସହଯୋଗରେ  ଭବିଷ୍ୟତରେ ଶୁଭକର୍ମର ସୁଚନା ସୃଷ୍ଟି ହେବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ ।

ଶୁଭ ରଙ୍ଗ – ସବୁଜ

ଓଁ ଶଂ ଶନୁଶ୍ଚରାୟ ନମଃ ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର –

ସର୍ବବିଧ ସୁବିଧା ସୁଯୋଗ, ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଷ ମିଳିବ ।

ଶତଭିଷା ନକ୍ଷତ୍ର – ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ, ଶୁଭଦିନଟିଏ ରହିବ ।

ପୂର୍ବଭାଦ୍ର ନକ୍ଷତ୍ର – କର୍ମଜୀବିମାନେ କମକ୍ଷେତ୍ରରେ ପ୍ରସଂଶିତ ହେବେ, ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ।

ଶୁଭ ରଙ୍ଗ – ହନୁମାନଙ୍କର ରଙ୍ଗ

କେଶର ଓ ଗୋରଚନା ଶିବ ଭଗବାନଙ୍କୁ ଅର୍ପଣ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – କୌଣସି ବିଳାସବ୍ୟସନ ଦ୍ରବ୍ୟ ପ୍ରାପ୍ତ ହେବ, ଯୋଗାଯୋଗ ସୃଷ୍ଟି କରୁଥିବା କିଛି ଦ୍ରବ୍ୟ କ୍ରୟ କରିବେ, ମନ ଶାନ୍ତ ରହିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି ହେବ, କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ ।

ରେବତୀ ନକ୍ଷତ୍ର – ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ ।

ଶୁଭ ରଙ୍ଗ – ନୀଳ

କୌଣସି ଗରିବ ରୋଗିକୁ ଔଷଧ ସାହାଯ୍ୟ କରନ୍ତୁ ।

 

ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ

JEE ମେନ୍ ଓ NEET ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ରହିବନି ଜେଇଇ ମେନ୍ ଓ ନିଟ୍ । ପୂର୍ବ ନିର୍ଦ୍ଧାରିତ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୧୩ରେ ନିଟ୍ ପରୀକ୍ଷା ହେବ । ତେବେ କରୋନା କଟକଣା ଭିତରେ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସିପ୍ଟିଂ ସଂଖ୍ୟା ବଢାଯିବ । ସେହିପରି ପ୍ରତି ସିଫ୍ଟିଂରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ପରୀକ୍ଷା ସ୍ଥଗିତ କରିବା ଯୁକ୍ତି ସଂଗତ ନଥିବାରୁ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପ୍ରେସ ବିଜ୍ଞପ୍ତିରେ ଜଣାଇଛି । ଜେଇଇ ପାଇଁ ପୂର୍ବ ନିର୍ଦ୍ଧାରିତ ୫୭୦ ପରୀକ୍ଷା କେନ୍ଦ୍ରକୁ ବଢ଼ାଇ ୬୬୦ କରାଯାଇଛି । ସେହିପରି ନିଟ୍ ପାଇଁ ୨ ହଜାର ୫ ଶହ ୪୬ରୁ ୩ହଜାର ୮ ଶହ ୪୩ ପର୍ଯ୍ୟନ୍ତ ବଢାଯାଇଛି । ସାମାଜିକ ଦୂରତା ଅବଲମ୍ବନ କରି ପରୀକ୍ଷା ହେବ । ଏଥିପାଇଁ ଯାତାୟାତ ସୁବିଧା ନିଶ୍ଚିତ କରିବାକୁ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏନଟିଏ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମଣ ଭିତରେ JEE, NEET, CLAT ଆଦି ପରୀକ୍ଷା ନକରି ଘୁଞ୍ଚାଇବା ପାଇଁ ଚିଠି ଲେଖିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଏନେଇ ଅନୁରୋଧ କରିଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ସଂକ୍ରମଣ ଚେନ୍ ରୋକିବାକୁ ସଟଡାଉନ୍ ଓ ଲକଡାଉନ୍ ଲାଗୁ ରହିଛି । ଏଭଳି ସ୍ଥିତିରେ ଯାତାୟାତରେ ସମସ୍ୟା ଦେଖା ଦେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ବାଡୁଳା ଗାଁରେ ଯବାନଙ୍କୁ ହତ୍ୟା ମାମଲା, ୮ ଜଣଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ:(ନରେନ୍ଦ୍ର କୁମାର ସାହୁ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବାଡୁଳା ଗାଁରେ ସେନା କର୍ମଚାରୀ ରଞ୍ଜନ ନାହାକ ହତ୍ୟା ମାମଲା । ବାଡୁଳା ଗାଁର ୮ ଜଣ ଅଭିଯୁକ୍ତକୁ ଗିରଫ କଲା ଗାଙ୍ଗପୁର ଥାନା ପୋଲିସ । ନନ୍ଦିଗୋର ଗ୍ରାମର ସାଙ୍ଗ ବିନୋଦ ଗୌଡ଼କୁ ବାଡୁଳା ଗ୍ରାମ ଯିବାକୁ ନେଇ ବିରୋଧ କରୁଥିଲେ ଗ୍ରାମବାସୀ । ଏହାକୁ କେନ୍ଦ୍ରକରି ହୋଇଥିଲା ହୋଇଥିଲା ଗଣ୍ଡଗୋଳର ସୂତ୍ରପାତ । ଗ୍ରାମବାସୀଙ୍କ ଟାର୍ଗେଟରେ ଥିଲେ ବିନୋଦ, ବଳି ପଡିଲେ ସାଙ୍ଗ ସେନା କର୍ମଚାରୀ ରଞ୍ଜନ । ଆଉ ଘଟିଥିଲା ହତ୍ୟାକାଣ୍ଡ ।

  Jawan

୧୯ ଅଗଷ୍ଟ, ୨୦୨୦ । ବାଡୁଳା ଗାଁ ହୋଇଥିଲା ରକ୍ତରଞ୍ଜିତ । ପୋଲିସ ସୂଚନା ଅନୁସାରେ ନନ୍ଦିଗୋର ଗ୍ରାମର ବିନୋଦ ଗୌଡ଼ ତାଙ୍କର ମାମୁଘର ଗାଁ ବାଡୁଳାକୁ ବାରମ୍ବାର ଯାତାୟତକୁ ନେଇ ବିରୋଧ ବାଡୁଳା ଗ୍ରାମବାସୀ । ବିନୋଦ ଉତକ୍ଷିପ୍ତ ହୋଇ ନିଜ ଗ୍ରାମ ଓ ସାସାହପୁରର ସେନା କର୍ମଚାରୀଙ୍କ ସେମତ ୬ ଜଣ ସାଙ୍ଗକୁ ଧରି ବାଡୁଳା ଗ୍ରାମବାସୀକୁ ଗାଳି ଗୁଲଜ କରିବା ସହ ଭୟଭୀତ କରିଥିଲେ । ଜବାବରେ ଗ୍ରାମବାସୀ ଏକତ୍ରିତ ହୋଇ କାତି ଓ ଠେଙ୍ଗା ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଭାବରେ ଆହତ ହୋଇ ମେଡିକାଲରେ ଚିକିତ୍କିତ ବେଳେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।

Aska Jawan

ରଞ୍ଜନ ଥିଲେ ବାପା ମାଆଙ୍କ ଗୋଟିଏ ବୋଲି ରୋଜଗାରିଆ ସନ୍ତାନ । ପୁଅ ମୃତ୍ୟୁ ପରେ ତାଙ୍କ ବାପା ଓ ମାଆଙ୍କ ଆଖିରୁ ଲୁହ ଶୁଖୁନି । ପୁଅର ହତ୍ୟାକାରୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ କାନ୍ଦି କାନ୍ଦି କହିଛନ୍ତି । ସାହସପୁର ଗାଁ ମାଟିର ଗର୍ବ ଓ ଗୌରବ ଥିଲେ ମୃତକ ରଞ୍ଜନ । ତାଙ୍କ ମୃତ୍ୟୁରେ ପୁରା ଗାଁ ମର୍ମାହାତ । ସେନା କର୍ମଚାରୀ ରଞ୍ଜନର ହତ୍ୟାକାରୀଙ୍କୁ ଫାସୀଦଣ୍ଡ ଦିଆଯାଉ ବୋଲି ରଞ୍ଜନଙ୍କ ସାଙ୍ଗ ଦାବି କରିଛନ୍ତି । ବାଡୁଳା ଗାଁର ୮ ଜଣ ହତ୍ୟାକାରୀଙ୍କ ଠାରୁ ମାରଣସ୍ତ୍ର ଜବତ ହୋଇଥିବା ବେଳେ ଅନ୍ୟ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି ।

ବିମାନ ଯାତ୍ରା ବେଳେ କରୋନା ହେଲେ ଏହି ଏୟାରଲାଇନ୍ ଚିକିତ୍ସାରେ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା

ନୂଆଦିଲ୍ଲୀ: ଭର୍ଜିନ୍ ଆଟଲାଣ୍ଟିକ୍ ଏୟାରଲାଇନ୍ ତାର ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଅଫର୍ ଆଣିଛି । ଏଥିରେ ଏୟାର ଲାଇନ୍ ତାର ସମସ୍ତ ଯାତ୍ରୀଙ୍କ ପାଇଁ ଗ୍ଲୋବାଲ ଇନସୁରାନ୍ସ କରିବ । ଯେଉଁଥିରେ ପ୍ରତି ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ (ପ୍ରାୟ ୪.୮ କୋଟି ଟଙ୍କା) କଭର ମିଳିବ । ଏୟାରଲାଇନ୍ ପକ୍ଷରୁ କୁହାଯାଇଛି- ଯାତ୍ରାବେଳେ କୌଣସି ଯାତ୍ରୀ କରୋନା ସଂକ୍ରମିତ ହେଲେ ଚିକିତ୍ସାରେ ୪.୮ କୋଟି ଟଙ୍କା ଯାଏଁ ଖର୍ଚ୍ଚ କରାଯିବ । ଏହି ଅର୍ଥ ଇନସୁରାନ୍ସ କମ୍ପାନୀ ଦେବ ।

ଇନସୁରାନ୍ସ କମ୍ପାନୀ ଚିକିତ୍ସା ସହାୟତା ସହ ଜରୁରୀକାଳୀନ ମେଡିକାଲ ଖର୍ଚ୍ଚ, ଯାତାୟତ ଖର୍ଚ୍ଚ ସହ ଅନ୍ୟ ଖର୍ଚ୍ଚ ବହନ କରିବ । ଏତିକି ନୁହେଁ ବିମାନ ଯାତ୍ରା ବେଳେ ଏୟାରଲାଇର କୌଣସି ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ କରାଗଲେ ୩୦୦୦ ପାଉଣ୍ଡ (୨.୯୨ ଲକ୍ଷ ଟଙ୍କା) ଖର୍ଚ୍ଚ ଯାଏ ଇନସୁରାନ୍ସ କମ୍ପାନୀ ଭରଣା କରିବ । ଏୟାରଲାଇ୍ ଗ୍ରାହକଙ୍କୁ ୨୦୨୨ ସେପ୍ଟେମ୍ବର ୩୦ ଯାଏଁ ବୁକିଂ ଉପରେ ୨ ଥର ଯାତ୍ରା ତାରିଖ ପରିବର୍ତ୍ତନର ବିକଳ୍ପ ବି ଦେଉଛି ।

ଭର୍ଜିନ୍ ଆଟଲାଣ୍ଟିକ ବାଣିଜ୍ୟିକ ମୁଖ୍ୟ ଜୁହା ଜର୍ବିନେନଙ୍କ ମୁତାବକ, ଅଗଷ୍ଟ ୨୪ରୁ ମାର୍ଚ୍ଚ ୩୧ ମଧ୍ୟରେ ଏୟାରଲାଇନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଇନସୁରାନ୍ସ କଭର କରାଯିବ । ପ୍ରଥମ ପ୍ରାଥମିକତା ଯାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା । ବାରବାଡୋସ ପରେ ଏୟାରଲାଇନ୍ ଦିଲ୍ଲୀ-ଲଣ୍ଡନ ଓ ମୁମ୍ବାଇ-ଲାଗୋସ ମଧ୍ୟରେ ଉଡ଼ାଣ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଛି । ଗ୍ଲୋବାଲ ଇନସୁରାନ୍ସ କଭର ପରେ ଲୋକ ବିନା କୌଣସି ଡରରେ ପରିବାର ସହ ଭ୍ରମଣ କରିପାରିବେ ।

ତେବେ, ଏହି ଗ୍ଲୋବାଲ ଇନସୁରାନ୍ସ ପାଇଁ ଏୟାରଲାଇନ୍ ଯାତ୍ରୀଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ । ଏୟାରଲାଇନରେ ଟିକେଟ ବୁକ୍ କରିଥିବା ଯାତ୍ରୀ ସ୍ୱୟଂ କୋଭିଡ୍ ୧୯ ଇନସୁରାନ୍ସ ଭୁକ୍ତ ହେବେ । ଏୟାରଲାଇନ୍ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି- ଡେଲ୍ଟା ଏୟାରଲାଇନ୍ ଓ ଏୟାର ଫ୍ରାନ୍ସ ସହିତ ଜଏଣ୍ଟ ଭେଞ୍ଚର ରହିଛି । ଏହି ଦୁଇ ଏୟାରଲାଇନରେ ମଧ୍ୟ ଟିକେଟ ବୁକ୍ କଲେ ଯାତ୍ରୀଙ୍କୁ ସମାନ ସୁବିଧା ମିଳିବ ।

ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନକୁ ନେଇ ବଢ଼ିଛି ଦ୍ୱନ୍ଦ୍ୱ, ହାଇକୋର୍ଟର ଦ୍ୱାରସ୍ଥ ପୂଜା କମିଟି…

କଟକ:(ଦୀପେଶ ମହାପାତ୍ର): କଟକରେ ସାର୍ବଜନୀନ ଦଶହରା ପୂଜା ଆୟୋଜନକୁ ନେଇ ବଢିଛି ଦ୍ୱନ୍ଦ୍ୱ । ଗଣେଷ ପୂଜାଠାରୁ ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତି ତିଆରି ଆରମ୍ଭ ହୋଇଥାଏ । ମାତ୍ର ପ୍ରଶାସନର କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ଆସିଥିବାରୁ ସମସ୍ତ ପୂଜା ମଣ୍ଡପ ଖାଁ ଖାଁ ପଡିବା ସହିତ ତାଲା ଝୁଲୁଛି । ତେଣୁ ପୂଜା ଆୟୋଜନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କମିଟି । ସେପଟେ ସ୍ଥିତିକୁ ଦେଖି ସାର୍ବଜନୀନ ପୂଜା ଆୟୋଜନ ଅସମ୍ଭବ ବୋଲି କହିଛନ୍ତି ଜିଲ୍ଲାପାଳ ।

DURGA PUJA (2)

ମଣ୍ଡପ ପରିସର କେଉଁଠି ଖାଁ ଖାଁ ତ, କେଉଁଠି ଝୁଲୁଛି ତାଲା । ଏଭଳି ପରିସ୍ଥିତିରେ ପୂଜା ଅନୁମତି ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଟକର ସର୍ବପୁରାତନ ପୂଜା ମଣ୍ଡପ ବାଲୁବଜାର ପୂଜା କମିଟି । ୫ଶହ ବର୍ଷର ପୂଜା ପରମ୍ପରା ଜାରି ରଖିବା ପାଇଁ ପ୍ରାର୍ଥନା କରାଯାଇଥିବା ବେଳେ କୋଭିଡ୍ କଟକଣା ମଧ୍ୟରେ ପୂଜା ଅନୁମତି ଦେବାକୁ ଆବେଦନ ହୋଇଛି । ଏଥିରେ ମୁଖ୍ୟଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର, ଜିଲ୍ଲାପାଳ ଓ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

DURGA PUJA (2)

ଗଣେଷ ପୂଜା ନଚେତ ରାଧାଷ୍ଟମୀ ଦିନଠାରୁ ମାଆ ଦୁର୍ଗାଙ୍କ ମୂର୍ତ୍ତି ପ୍ରସ୍ତୁତି ଯୋରଦାର ହୋଇଥାଏ । ତିଥି ଅନୁସାରେ ମା’ଙ୍କ ଲାଗି ନଡ଼ା ବନ୍ଧାଠାରୁ ଖଡି ଲାଗି କାର୍ଯ୍ୟକ୍ରମ ହୋଇଥାଏ । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପୂଜା ଆୟୋଜନ ନେଇ ସ୍ପଷ୍ଟ କରୁନଥିବା ବେଳେ ଦୋଛକିରେ ପଡ଼ିଯାଇଛନ୍ତି ପୂଜା କମିଟି କର୍ମକର୍ତ୍ତା । ତେବେ କୋଭିଡ୍‌ ପାଇଁ ମଣ୍ଡପରେ ସାର୍ବଜନୀନ ଦୁର୍ଗା ପୂଜା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ।

Sushant Rajput Singh Case: ଡ୍ରଗ୍ସ ସମ୍ବନ୍ଧର ଖୋଳତାଡ଼ କରିବ NCB

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି NCB ବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଇଡି ଅନୁରୋଧ କ୍ରମେ ଏନସିବି ତଦନ୍ତ ଆରମ୍ଭ କରିଛି । ଏନସିବି ପୂରା ଘଟଣାରେ ଡ୍ରଗ୍ସ ଆଙ୍ଗଲର ଯାଞ୍ଚ କରିବ । ପୂର୍ବରୁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ ଯେ, ମୃତ୍ୟୁ ଦିନ ସୁଶାନ୍ତ ଜଣେ ଡ୍ରଗ୍ ଡିଲରଙ୍କ ସହ ଆଲୋଚନା କରିଥିଲେ । ସୁବ୍ରମଣ୍ୟମ କହିଥିଲେ, ସୁଶାନ୍ତଙ୍କ ମୃତ୍ୟୁ ସହ ଦୁବାଇ ଡ୍ରଗ୍ ଡିଲରଙ୍କ ସମ୍ପର୍କ ରହିଛି । ଟ୍ୱିଟ୍ କରି ସେ ଲେଖିଥିଲେ ମୃତ୍ୟୁ ଦିନ ସୁଶାନ୍ତଙ୍କ ସହ ଦୁବାଇର ଡ୍ରଗ୍ ଡିୱର ଅୟାଶ ଖାନ୍ କଥା ହୋଇଥିଲେ । ଏହି ଅଭିଯୋଗ ପରେ ଏବେ ଏନସିବି ଡ୍ରଗ୍ସକୁ ନେଇ ଖୋଳତାଡ଼ କରିବ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଛି । ତଦନ୍ତରେ ସିବିଆଇ ସୁଶାନ୍ତଙ୍କ ସହ ଜଡ଼ିତ ବିଶିଷ୍ଟ ଲୋକଙ୍କୁ ଜେରା କରିଛି । ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ରୋଷେୟା ନୀରଜ ସିଂହ ଓ ସହାୟକ ଦୀପକ ସାୱନ୍ତଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ଡାକିଛି । ଜଣେ ଅଧିକାରୀଙ୍କ ଅନୁସାରେ ପିଠାନି, ନୀରଜ ଓ ସାୱନ୍ତ ସାନ୍ତାକ୍ରୁଜ କଳିନା ସ୍ଥିତ ଡିଆରଡିଓ ଗେଷ୍ଟ ହାଉସ ଯାଇଥିଲେ । ସେଠାରେ ସିବିଆଇ ଅଧିକାରୀ ସେମାନଙ୍କୁ ଜେରା କରିଛନ୍ତି । ସିବିଆଇ ସୁଶାନ୍ତଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟସ୍ଥିତ ଘରେ ସେହିଦିନ ଉପସ୍ଥିତ ଥିବା ୩ ଜଣଙ୍କୁ ଦ୍ୱିତୀୟ ଥର ଜେରା କରିଛି । ସୁଶାନ୍ତ ଜୁନ୍ ୧୪ରେ ନିଜ ରୁମରେ ଆତ୍ମହତ୍ୟା କରିଥିଲେ ।

ସୁଶାନ୍ତଙ୍କ ଆର୍ଥିକ କାରବାର ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ସିବିଆଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ଆକାଫଣ୍ଟାଟକୁ ମଧ୍ୟ ଡାକିଛି । ସୋମବାର ସିବିଆଇ ମୁମ୍ବାଇ ସ୍ଥିତ ରିସୋର୍ଟକୁ ଯାଇଥିଲା । ଯେଉଁଠି ସୁଶାନ୍ତ ସିଂହ ରାଜପୁତ କିଛି ମାସ ଥିଲେ । ଏନେଇ ସିବିଆଇ ପିଠାନି, ନୀରଜ ଓ ସାୱନ୍ତଙ୍କୁ ପଚରାଉଚରା କରିଛି । ପୂର୍ବରୁ ଶୁକ୍ରବାର ସିବିଆଇ ପିଠାନି ଓ ନୀରଜଙ୍କ ବୟାନ ରେକର୍ଡ କରିଥିଲା । ଶନିବାର ତଦନ୍ତକାରୀ ଟିମ୍ ପିଠାନି, ନୀରଜ ଓ ସାୱନ୍ତଙ୍କୁ ସୁଶାନ୍ତଙ୍କ ଫ୍ଲାଟକୁ ନେଇ ତଦନ୍ତ କରିଥିଲା । ରବିବାର ମଧ୍ୟ ତିନିଜଣଙ୍କୁ ଫ୍ଲାଟକୁ ନେବା ପରେ ସିବିଆଇ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚରା କରିଥିଲା ।