ବିମାନ ଯାତ୍ରା ବେଳେ କରୋନା ହେଲେ ଏହି ଏୟାରଲାଇନ୍ ଚିକିତ୍ସାରେ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା

1 min read

ନୂଆଦିଲ୍ଲୀ: ଭର୍ଜିନ୍ ଆଟଲାଣ୍ଟିକ୍ ଏୟାରଲାଇନ୍ ତାର ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଅଫର୍ ଆଣିଛି । ଏଥିରେ ଏୟାର ଲାଇନ୍ ତାର ସମସ୍ତ ଯାତ୍ରୀଙ୍କ ପାଇଁ ଗ୍ଲୋବାଲ ଇନସୁରାନ୍ସ କରିବ । ଯେଉଁଥିରେ ପ୍ରତି ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ (ପ୍ରାୟ ୪.୮ କୋଟି ଟଙ୍କା) କଭର ମିଳିବ । ଏୟାରଲାଇନ୍ ପକ୍ଷରୁ କୁହାଯାଇଛି- ଯାତ୍ରାବେଳେ କୌଣସି ଯାତ୍ରୀ କରୋନା ସଂକ୍ରମିତ ହେଲେ ଚିକିତ୍ସାରେ ୪.୮ କୋଟି ଟଙ୍କା ଯାଏଁ ଖର୍ଚ୍ଚ କରାଯିବ । ଏହି ଅର୍ଥ ଇନସୁରାନ୍ସ କମ୍ପାନୀ ଦେବ ।

ଇନସୁରାନ୍ସ କମ୍ପାନୀ ଚିକିତ୍ସା ସହାୟତା ସହ ଜରୁରୀକାଳୀନ ମେଡିକାଲ ଖର୍ଚ୍ଚ, ଯାତାୟତ ଖର୍ଚ୍ଚ ସହ ଅନ୍ୟ ଖର୍ଚ୍ଚ ବହନ କରିବ । ଏତିକି ନୁହେଁ ବିମାନ ଯାତ୍ରା ବେଳେ ଏୟାରଲାଇର କୌଣସି ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ କରାଗଲେ ୩୦୦୦ ପାଉଣ୍ଡ (୨.୯୨ ଲକ୍ଷ ଟଙ୍କା) ଖର୍ଚ୍ଚ ଯାଏ ଇନସୁରାନ୍ସ କମ୍ପାନୀ ଭରଣା କରିବ । ଏୟାରଲାଇ୍ ଗ୍ରାହକଙ୍କୁ ୨୦୨୨ ସେପ୍ଟେମ୍ବର ୩୦ ଯାଏଁ ବୁକିଂ ଉପରେ ୨ ଥର ଯାତ୍ରା ତାରିଖ ପରିବର୍ତ୍ତନର ବିକଳ୍ପ ବି ଦେଉଛି ।

ଭର୍ଜିନ୍ ଆଟଲାଣ୍ଟିକ ବାଣିଜ୍ୟିକ ମୁଖ୍ୟ ଜୁହା ଜର୍ବିନେନଙ୍କ ମୁତାବକ, ଅଗଷ୍ଟ ୨୪ରୁ ମାର୍ଚ୍ଚ ୩୧ ମଧ୍ୟରେ ଏୟାରଲାଇନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଇନସୁରାନ୍ସ କଭର କରାଯିବ । ପ୍ରଥମ ପ୍ରାଥମିକତା ଯାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା । ବାରବାଡୋସ ପରେ ଏୟାରଲାଇନ୍ ଦିଲ୍ଲୀ-ଲଣ୍ଡନ ଓ ମୁମ୍ବାଇ-ଲାଗୋସ ମଧ୍ୟରେ ଉଡ଼ାଣ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଛି । ଗ୍ଲୋବାଲ ଇନସୁରାନ୍ସ କଭର ପରେ ଲୋକ ବିନା କୌଣସି ଡରରେ ପରିବାର ସହ ଭ୍ରମଣ କରିପାରିବେ ।

ତେବେ, ଏହି ଗ୍ଲୋବାଲ ଇନସୁରାନ୍ସ ପାଇଁ ଏୟାରଲାଇନ୍ ଯାତ୍ରୀଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ । ଏୟାରଲାଇନରେ ଟିକେଟ ବୁକ୍ କରିଥିବା ଯାତ୍ରୀ ସ୍ୱୟଂ କୋଭିଡ୍ ୧୯ ଇନସୁରାନ୍ସ ଭୁକ୍ତ ହେବେ । ଏୟାରଲାଇନ୍ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି- ଡେଲ୍ଟା ଏୟାରଲାଇନ୍ ଓ ଏୟାର ଫ୍ରାନ୍ସ ସହିତ ଜଏଣ୍ଟ ଭେଞ୍ଚର ରହିଛି । ଏହି ଦୁଇ ଏୟାରଲାଇନରେ ମଧ୍ୟ ଟିକେଟ ବୁକ୍ କଲେ ଯାତ୍ରୀଙ୍କୁ ସମାନ ସୁବିଧା ମିଳିବ ।

Leave a Reply