ବାଡୁଳା ଗାଁରେ ଯବାନଙ୍କୁ ହତ୍ୟା ମାମଲା, ୮ ଜଣଙ୍କୁ ଗିରଫ କଲା ପୋଲିସ

Aska Jawan

ଗଞ୍ଜାମ:(ନରେନ୍ଦ୍ର କୁମାର ସାହୁ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବାଡୁଳା ଗାଁରେ ସେନା କର୍ମଚାରୀ ରଞ୍ଜନ ନାହାକ ହତ୍ୟା ମାମଲା । ବାଡୁଳା ଗାଁର ୮ ଜଣ ଅଭିଯୁକ୍ତକୁ ଗିରଫ କଲା ଗାଙ୍ଗପୁର ଥାନା ପୋଲିସ । ନନ୍ଦିଗୋର ଗ୍ରାମର ସାଙ୍ଗ ବିନୋଦ ଗୌଡ଼କୁ ବାଡୁଳା ଗ୍ରାମ ଯିବାକୁ ନେଇ ବିରୋଧ କରୁଥିଲେ ଗ୍ରାମବାସୀ । ଏହାକୁ କେନ୍ଦ୍ରକରି ହୋଇଥିଲା ହୋଇଥିଲା ଗଣ୍ଡଗୋଳର ସୂତ୍ରପାତ । ଗ୍ରାମବାସୀଙ୍କ ଟାର୍ଗେଟରେ ଥିଲେ ବିନୋଦ, ବଳି ପଡିଲେ ସାଙ୍ଗ ସେନା କର୍ମଚାରୀ ରଞ୍ଜନ । ଆଉ ଘଟିଥିଲା ହତ୍ୟାକାଣ୍ଡ ।

  Jawan

୧୯ ଅଗଷ୍ଟ, ୨୦୨୦ । ବାଡୁଳା ଗାଁ ହୋଇଥିଲା ରକ୍ତରଞ୍ଜିତ । ପୋଲିସ ସୂଚନା ଅନୁସାରେ ନନ୍ଦିଗୋର ଗ୍ରାମର ବିନୋଦ ଗୌଡ଼ ତାଙ୍କର ମାମୁଘର ଗାଁ ବାଡୁଳାକୁ ବାରମ୍ବାର ଯାତାୟତକୁ ନେଇ ବିରୋଧ ବାଡୁଳା ଗ୍ରାମବାସୀ । ବିନୋଦ ଉତକ୍ଷିପ୍ତ ହୋଇ ନିଜ ଗ୍ରାମ ଓ ସାସାହପୁରର ସେନା କର୍ମଚାରୀଙ୍କ ସେମତ ୬ ଜଣ ସାଙ୍ଗକୁ ଧରି ବାଡୁଳା ଗ୍ରାମବାସୀକୁ ଗାଳି ଗୁଲଜ କରିବା ସହ ଭୟଭୀତ କରିଥିଲେ । ଜବାବରେ ଗ୍ରାମବାସୀ ଏକତ୍ରିତ ହୋଇ କାତି ଓ ଠେଙ୍ଗା ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଭାବରେ ଆହତ ହୋଇ ମେଡିକାଲରେ ଚିକିତ୍କିତ ବେଳେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।

Aska Jawan

ରଞ୍ଜନ ଥିଲେ ବାପା ମାଆଙ୍କ ଗୋଟିଏ ବୋଲି ରୋଜଗାରିଆ ସନ୍ତାନ । ପୁଅ ମୃତ୍ୟୁ ପରେ ତାଙ୍କ ବାପା ଓ ମାଆଙ୍କ ଆଖିରୁ ଲୁହ ଶୁଖୁନି । ପୁଅର ହତ୍ୟାକାରୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ କାନ୍ଦି କାନ୍ଦି କହିଛନ୍ତି । ସାହସପୁର ଗାଁ ମାଟିର ଗର୍ବ ଓ ଗୌରବ ଥିଲେ ମୃତକ ରଞ୍ଜନ । ତାଙ୍କ ମୃତ୍ୟୁରେ ପୁରା ଗାଁ ମର୍ମାହାତ । ସେନା କର୍ମଚାରୀ ରଞ୍ଜନର ହତ୍ୟାକାରୀଙ୍କୁ ଫାସୀଦଣ୍ଡ ଦିଆଯାଉ ବୋଲି ରଞ୍ଜନଙ୍କ ସାଙ୍ଗ ଦାବି କରିଛନ୍ତି । ବାଡୁଳା ଗାଁର ୮ ଜଣ ହତ୍ୟାକାରୀଙ୍କ ଠାରୁ ମାରଣସ୍ତ୍ର ଜବତ ହୋଇଥିବା ବେଳେ ଅନ୍ୟ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି ।

Leave a Reply