spot_img
Home Blog Page 6574

ବିରୁଷ୍କାଙ୍କ ଘରକୁ ଆସିବେ ନୂଆ ଅତିଥି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର । ତେବେ ଏହି ଖୁସି ଖବରକୁ ଶୁଣିବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ ଉଭୟଙ୍କ ପ୍ରଶଂସକ । କିଛି ସମୟ ପୂର୍ବରୁ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଛନ୍ତି ବିରାଟ । କେବଳ ବିରାଟ ନୁହଁନ୍ତି ବରଂ ଅନୁଷ୍କା ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଟୋ ପୋଷ୍ଟ କରିଛନ୍ତି । ଫଟାରେ ଦୁଇଜଣ ବେଶ୍ ଖୁସି ଥିବାର ଦେଖିବାକୁ ମିଳିଛି । ସବୁଠାରୁ ଖାସ କଥା ହେଉଛି ଫଟାରେ ଅନୁଷ୍କାଙ୍କ ବେବି ବମ୍ପ ମଧ୍ୟ ନଜର ଆସିଛି ।

 

ବିରାଟ ଏବଂ ଅନୁଷ୍କାଙ୍କ ଉକ୍ତ ଖୁଲାସା ପରେ ସେଲିବ୍ରିଟି ତାଙ୍କୁ ଖୁବ ଶୁଭେଚ୍ଛା ଜଣାଉଛନ୍ତି । କିଛି କ୍ଷଣ ମଧ୍ୟରେ ଇଂଷ୍ଟାଗ୍ରାମରେ ତାଙ୍କ ଫଟାରେ ଲକ୍ଷାଧିକ ଲାଇକ୍ସ ହୋଇ ସାରିଛି । ଖେଳାଳୀ ମଧ୍ୟ ତାଙ୍କୁ ଖୁବ ଶୁଭେଚ୍ଛା ଜଣାଉଛନ୍ତି । ଏହା ସହିତ ଅନୁଷ୍କାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇ ନିଜର ଯତ୍ନ ନେବା ପାଇଁ ପରାମର୍ଶ ଦେଉଛନ୍ତି ।

ପୁଣି ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୨୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ୩୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୩, ବାଲେଶ୍ୱର ୧୧୯, ବରଗଡ଼ ୧୫୭, ଭଦ୍ରକ ୮୨, ବଲାଙ୍ଗିର ୯୯, ବୌଦ୍ଧରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ସର୍ବାଧିକ ୪୯୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଦେଓଗଡ଼ରୁ ୧୬, ଢ଼େଙ୍କାନାଳରୁ ୬୦, ଗଜପତି ୯, ଗଞ୍ଜାମ ୧୭୭, ଜଗତସିଂହପୁର ୪୩, ଯାଜପୁର ୧୭୬, ଝାରସୁଗୁଡ଼ା ୯୪, କଳାହାଣ୍ଡି ୨୭, କନ୍ଧମାଳ ୫୮, କେନ୍ଦ୍ରାପଡ଼ା ୭୬, କେନ୍ଦୁଝର ୭୬, ଖୋର୍ଦ୍ଧା ୫୮୭, କୋରାପୁଟରୁ ୮୯, ମାଲକାନଗିରି ୪୪, ମୟୂରଭଞ୍ଜ ୧୭୭, ନବରଙ୍ଗପୁର ୩୧, ନୟାଗଡ଼ ୭୬, ନୂଆପଡ଼ା ୧୯, ପୁରୀ ୧୨୧, ରାୟଗଡ଼ା ୧୫୪, ସମ୍ବଲପୁର ୧୮୨, ସୋନପୁର ୩୭, ସୁନ୍ଦରଗଡ଼ରୁ ୧୦୧ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ସୁଦ୍ଧା ୧୫ ଲକ୍ଷ ୫୩ ହଜାର ୨୫୭ ଜଣଙ୍କର ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ୯୦ ହଜାର ୯୮୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨୭ ହଜାର ୬୭୨ଟି ମାମଲା ସକ୍ରିୟ ରହିଛି ।

JEE-NEET ଘୁଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: JEE ଓ NEET ପରୀକ୍ଷା ଘୁଞ୍ଚାଇବା ପ୍ରସଙ୍ଗ । ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ସ୍ଥଗିତ ରଖିବାକୁ ସେ ଅନୁରୋଧ କରିଛନ୍ତି । କରୋନା ମହାମାରୀ ଏବେ ସାରା ଦେଶକୁ କବଜା କରିଛି । ଛାତ୍ରଛାତ୍ରୀ ମାନେ ବାହାରକୁ ଯାଇ ପରୀକ୍ଷା ଦେବାରେ ସମସ୍ୟା ହେବ । କରୋନା ସହ ଅନେକ ଅଞ୍ଚଳ ବନ୍ୟାପାଣିରେ ଜଳବନ୍ଦୀ ରହିଛି । ଛାତ୍ରଛାତ୍ରୀ ଦୂର ବାଟରୁ ଯାଇ ପରୀକ୍ଷା ଦେବା କଷ୍ଟସାଧ୍ୟ ହେବ । ପୂର୍ବରୁ ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ JEE, NEET, CLAT ଆଦି ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଥିଲେ ।

ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ  ପରୀକ୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯିବା ପରେ ସାରା ଦେଶରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି JEE, NEETକୁ ବିରୋଧ କରି ଏକ ମେଳି କରିଛନ୍ତି । ବୁଧବାର ସନ୍ଧ୍ୟାରେ ସେ ସବୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଡାକି ବୈଠକ କରିଥିଲେ । ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏଥିରେ ବକେୟା ଜିଏସଟି ଅର୍ଥ ଓ ନିଟ-ଜେଇଇ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବୈଠକରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି । ନିଟ୍-ଜେଇ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସ୍ଥିର ହୋଇଥିଲା ।

7 States to go Supreme Court Challenging NEET, JEE Exams in COVID19 Pandemic

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ ନେଇଥିଲେ ।

ରିୟାଙ୍କ ଡ୍ରଗ୍‌ସ କାରବାରରେ ଭୁବନେଶ୍ୱର ଲିଙ୍କ୍ !

ନୂଆଦିଲ୍ଲୀ: ରିୟାଙ୍କ ଡ୍ରଗ୍‌ସ କାରବାରରେ ଭୁବନେଶ୍ୱର ଲିଙ୍କ୍‌ । ଡିଲିଟ୍‌ ହୋଇଥିବା ହ୍ୱାଟ୍‌ସଆପ୍‌ ଚାଟ୍‌ରେ ରିୟାଙ୍କ ସନ୍ଦେହଜନକ ମେସେଜକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରିୟା ସିମୋନ ଖମ୍ବାଟାଙ୍କ ସହ ଚାଟ୍‌ରେ, ଭୁବନେଶ୍ୱର ବିଷୟରେ କଥା କହିଛନ୍ତି । ସିମୋନଙ୍କ ସହ ଡ୍ରଗ୍‌ସ ଲିଙ୍କ ନେଇ ଆଗରୁ ଚର୍ଚ୍ଚା ହେଉଥିଲା । ଆଉ ଏବେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚାଟ୍‌ ସନ୍ଦେହ ବଢ଼ାଇଛି । ତେବେ ଭୁବନେଶ୍ୱର ଲିଙ୍କ୍‌ ନେଇ ସିବିଆଇ, ଇଡି କିମ୍ବା ନାର୍କୋଟିକ ବ୍ୟୁରୋ ପକ୍ଷରୁ ସ୍ପଷ୍ଟ କରାଯାଇନି । ସେପଟେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯୋଡ଼ି ହୋଇଛି ଡ୍ରଗ୍‌ସ ଆଙ୍ଗେଲ ।

ରିୟାଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ରୁ ମିଳିଛି ତାଙ୍କ ଡ୍ରଗ୍‌ସ କନେକ୍ସନ୍ ନେଇ ସୁରାକ । ଭୁବନେଶ୍ୱରରେ ଭଲ ଡ୍ରଗ୍‌ସ ମିଳେ ବୋଲି ୨୦୧୭ରେ ଚାଟ୍‌ରେ ଲେଖିଥିଲେ ରିୟା । ଏହାକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆକ୍ସନ ମୋଡ୍‌କୁ ଆସିଛି । ପରେ ଏନେଇ ମାମଲା ରୁଜୁ କରାଯାଇଛି, । ଖୁବ୍ ଶୀଘ୍ର ରିୟାଙ୍କୁ ସମନ ପଠାଯିବ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆର୍ଥିକ କାରବାର ନେଇ ଇଡିର ତଦନ୍ତ ବେଳେ ଡ୍ରଗ୍‌ସ ଲିଙ୍କ୍‌ ନେଇ ସୁରାକ ମିଳିଥିଲା ।

ଇଡିର ଏଫ୍‌ଆଇଆର୍‌ରେ ସାମିଲ ଲୋକଙ୍କ ନାଁରେ ଏନସିବି ମାମଲା ରୁଜୁ କରିଛି । ରିୟାଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ହୋଇଛି । ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ଓ ଗୌରବ ଆର୍ଯ୍ୟାଙ୍କ ନାଁରେ ମାମଲା ହୋଇଛି । ୪ଜଣଙ୍କ ହ୍ୱାଟସ ଆପ୍ ଚାଟରେ ଡ୍ରଗ୍‌ସ କାରବାର ନେଇ ତଥ୍ୟ ମିଳିଛି । କିଏ ଡ୍ରଗ୍‌ସ ନେଉଥିଲେ, କାହାକୁ ଦିଆଯାଉଥିଲା, କେଉଁଠୁ ଆସୁଥିଲା ଓ ଡ୍ରଗ୍‌ସ ଡିଲର କିଏ ଥିଲେ, ସେନେଇ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି ।

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୨ଟି ସୁଇସ୍ ଗେଟ୍ । ବର୍ତମାନ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ଧିରେ ଧିରେ ବୃଦ୍ଧିପାଇବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ବିପଦ ସଂକେତ ୬୩୦ ଫୁଟରୁ ୬୨୦ ଫୁଟରେ ପ୍ରବାହିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୩ହଜାର ୪୭୧ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ଲକ୍ଷେ ୭୨ହଜାର ୭୯୧ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପର୍ଶ୍ୱରୁ ୮ ଓ ଦକ୍ଷିଣ ପର୍ଶ୍ୱରୁ ୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଉପରମୁଣ୍ଡରୁ ପ୍ରବଳ ବନ୍ୟାଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ।

ସେହିଭଳି କଟକ ବଡ଼ମ୍ବାରେ ମଧ୍ୟ ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ମହାନଦୀର ବନ୍ୟାଜଳ । ମନ୍ଦିର ଭିତରେ ୩ ଫୁଟର ପାଣି ପ୍ରବାହିତ ହେଉଛି । ମା’ଙ୍କର ଚଳନ୍ତି ପ୍ରତିମା ବିଳମ୍ବିତ ରାତିରେ ମନ୍ଦିର ପାଖରେ ଥିବା ମା’ଙ୍କ ଅସ୍ଥାୟୀ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଲିଛି । ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପାଣି ପଶିଯାଏ । ପ୍ରତିବର୍ଷା ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତର କରିବାକୁ ପଡ଼େ । କୌଣସି ସ୍ଥାୟୀ ସମାଧାନ କିନ୍ତୁ ହୋଇପାରୁନି ।

BhatarikaBhatarika

କରୋନାର ହେବ ମୂଳୋତ୍ପାଟନ, ଚାରି ଦିନ ସଟ୍‌ଡାଉନ୍‌ ଘୋଷଣା କଲା ପ୍ରଶାସନ

ଢ଼େଙ୍କାନାଳ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେଥିପାଇଁ ସାରା ରାଜ୍ୟରେ ଏବେ ବି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଏହି ପରିପ୍ରେକ୍ଷୀରେ ଢ଼େଙ୍କାନାଳ ସହରରେ କରୋନା ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଗୁରୁବାରଠାରୁ ଆସନ୍ତା ୪ ଦିନି ପର୍ଯ୍ୟନ୍ତ ଢେ଼ଙ୍କାନାଳ ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ସହରରେ କରୋନା ସ୍ଥିତିର ମୁକାବିଲା କରିବା ସହ କିପରି ସମ୍ପୂର୍ଣ ସହର ଜିରୋ କରୋନା ସଂକ୍ରମିତ ସହରରେ ପରିଣତ ହେବ ସେନେଇ ପ୍ରଶାସନ ତାର ପ୍ରଚେଷ୍ଟା ଆରମ୍ଭ କରିଛି ।

ରାଜ୍ୟରେ ଢ଼େଙ୍କାନାଳ ଜିଲ୍ଲା କରୋନା ନିୟନ୍ତ୍ରଣରେ ୨୫ ତମ ସ୍ଥାନରେ ରହିଛି । ହେଲେ କରୋନାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜିଲ୍ଲା ପ୍ରଶାସନ କରିଛି ବ୍ଲୁ-ପ୍ରିଣ୍ଟ । ଆସନ୍ତା ୪ ଦିନ ଅର୍ଥାତ୍ ୩୦ ତାରିଖ ପର୍ଯ୍ୟନ୍ତ ପୌରାଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସ୍ୱେଚ୍ଛାକୃତ ଭାବେ ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ସହରବାସୀଙ୍କୁ ନିବେଦନ କରିଛନ୍ତି । ବିଶେଷ କରି ଏହି ସଟ୍‌ଡାଉନ୍‌ ଦ୍ୱାରା ବ୍ୟବସାୟୀ ତଥା ପରିବା ବେପାରୀ, ମାଛ ବେପାରୀ ଓ ବହୁ ଉଠା ଦୋକାନୀ ନିଜର ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ୪ ଦିନ ଧରି ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ପୁଲଓ୍ୱାମା ଆକ୍ରମଣ ଘଟଣା: ଚାର୍ଜସିଟ୍‌ରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ…

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଚାର୍ଜସିଟ୍‌ରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୁଲଓ୍ୱାମା ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ୨୩ ବର୍ଷିୟ ଯୁବତୀ, ଆତଙ୍କବାଦୀଙ୍କୁ କରିଥିଲା ସାହାଯ୍ୟ । ଆକ୍ରମଣର ମଷ୍ଟରମାଇଣ୍ଡ ମସୁଦ୍ ଆଝାର ଭଣଜା ଉମର ଫାରୁକ୍‌ର ଯୋଗାଯୋଗରେ ଥିଲା ୨୩ ବର୍ଷିୟ ଯୁବତୀ ଇନଶା ଜାନ୍‌ । ଖାଲି ଇନଶା ନୁହେଁ ପିତା ତାରିକ ପିର ବି ଘଟଣାରେ ସାମିଲ ରହିଥିବା ଏନଆଇଏ ଚାର୍ଜସିଟ୍‌ରେ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥାର ଜଣେ ଅଧିକାରୀ ।

Pulwama-Attack-NIA

ଏଜେନ୍ସି ଦ୍ୱାରା ଦାଖଲ ହୋଇଥିବା ୧୩ ହଜାର ୫୦୦ ପୃଷ୍ଠାରେ ଇଶାନ ଜାନ ସହ ବହୁ ବାର ଉମର ଫାରୁକ୍‌କୁ ସାହାଯ୍ୟ କରିଥିବା ଉଲ୍ଲେଖ ହୋଇଛି । ଏଥିପାଇଁ ଫୋନ୍ ଓ ସୋସିଆଲ ମିଡିଆକୁ ସେ ବ୍ୟବହାର କରିଥିଲା । ପାକିସ୍ତାନୀ ଆତଙ୍କବାଦୀ ଫାରୁକ୍ ଓ ତାର ଦୁଇ ସହଯୋଗୀଙ୍କ ଗତିବିଧିକୁ ସୁଗମ କରିଥିଲା ଏହି ଯୁବତୀ । ଆକ୍ରମଣ ଭିଆଇବା ପୂର୍ବରୁ ଉମର ଫାରୁକ୍, ସମୀର ଦାର ଓ ଆଦିଲ ମହମ୍ମଦକୁ ଖାଦ୍ୟ ଓ ଆଶ୍ରୟ ଦେବାରେ ୧୫ରୁ ଅଧିକ ଥର ସାହାଯ୍ୟ କରିଥିଲେ ଇନଶା ଜାନ ।

mohammad Umar Farukh

ଏଥିସହ ୨୦୧୮ ଓ ୨୦୧୯ରେ ଫାରୁକ୍‌ ୪ରୁ ୫ ଥର ଆଶ୍ରୟ ଦେଇଥିଲା । ପିତା ତାରିକ ପିର ମଧ୍ୟ ଏବାବଦରେ ଅବଗତ ଥିବା ପ୍ରକାଶ କରିଛନ୍ତି ଏନଆଇଏ ଅଧିକାରୀ । ଗତ ବର୍ଷ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ୱାମାରେ ସିଆରପିଏଫ୍‌ କାଫିଲା ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ୪୨ ଜଣ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀ ଆଦିଲ ମହମ୍ମଦ ଦାର ଏହି ଆତ୍ମଘାତୀ ବିସ୍ଫୋରଣ କରିଥିଲା ।

ବଢ଼ୁଛି ଜଳକା ନଦୀ ଜଳସ୍ତର, ଛୁଉଁଛି ବିପଦ ସଙ୍କେତ

ବାଲେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ବୁଧବାରଠାରୁ ବର୍ଷା ଲାଗିରହିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୭.୦୫ ମିଟରରେ ଜଳ ପ୍ରବାହିତ ହେଉଛି । ଫଳରେ କଟି ପୋଲ ଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟର ପାଣି ଚାଲିଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ସେହିପରି ବସ୍ତା ହସ୍ପିଟାଲ ମଧ୍ୟରେ ପାଣି ଜମିଛି ।

ସେହିଭଳି ବୌଦ୍ଧ ଜିଲ୍ଲାରେ ୩ ଦିନ ଧରି ଲାଗିରହିଛି ବର୍ଷା । ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଧଳପୁର, ଖଣ୍ଡିଧଳପୁର, ଖରଙ୍କୁଳେଇ, ତେନ୍ତୁଳିପଦର, ରାଉତପଡା, ପାଣିଘରା, ସଦଲଗଣ୍ଡା, କୁତୁରି, ମାରାଡ଼ା, ଅତଲସରା ସହ ୪୦ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଜମିରହିଛି । ଅନ୍ୟପଟେ ଜଗନ୍ନାଥ ସଡକ ରାସ୍ତା ଉପରେ ୫ ଫୁଟରୁ ଉର୍ଦ୍ଧ୍ୱ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୁର୍ଣ୍ଣ ଭାବେ ଠପ ହୋଇଯାଇଛି ।

କୋରାପୁଟରେ ପ୍ଲାଜ୍‌ମା ବ୍ୟାଙ୍କ, ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପୁଣି ଖୋଲିବ ନୂଆ ପ୍ଲାଜ୍‌ମା ବ୍ୟାଙ୍କ । କୋରାପୁଟ ଜିଲ୍ଲାରେ ଗୁୁରୁବାର ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହେବ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୫ଟାରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିବେ ।

ଅଭିବକ୍ତ କୋରାପୁଟ ଜିଲ୍ଲାରେ କୋରନା ରୋଗି ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିବାକୁ ଯାଉଛନ୍ତି । କ୍ରିଟିକାଲ କୋରନା ରୋଗିଙ୍କୁ ଏହି ପ୍ଲାଜମା ଚିକିତ୍ସା କରାଯାଇ ସୁସ୍ଥ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ରୋଗିମାନେ ଏହାର ସୁଫଳ ପାଇପାରିବେ । କୋରାନା ରୋଗୀଙ୍କ ପାଇଁ ପ୍ଲାଜମା ଚିକିତ୍ସା ଏକ ରାମ ବାଣ ସଦୃଶ୍ୟ ହୋଇଥିବା ପୂର୍ବରୁ ନଜିର ରହିଛି । ସେଥିପାଇଁ ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି । ପରେ ଆଜି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଫଳରେ ଏହି ଚାରୋଟି ଜିଲ୍ଲାର ରୋଗି ଚିକିତ୍ସା ହୋଇପାରିବେ ।

ଅନ୍ୟପଟେ ରାଜ୍ୟରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ନେଇ ସମସ୍ତ ଚିନ୍ତାରେ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଆସ୍ୱସ୍ତି ମଧ୍ୟ ମିଳୁଛି ।

ଲଗାଣ ବର୍ଷାରେ ବଢ଼ୁଛି ଜଳସ୍ତର, ସୁବର୍ଣ୍ଣରେଖା ନଦୀରରେ ଛୁଇଁଲା ବିପଦ ସଂକେତ

ବାଲେଶ୍ୱର: ଲଗାଣ ବର୍ଷାରେ ବଢୁଛି ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀ ନିକଟରେ ଜଳକା ନଦୀର ବିପଦ ସଂକେତ ୫.୫ ମିଟର ଥିବାବେଳେ, ସକାଳ ୭ଟା ସୁଦ୍ଧା ଏହା ୭.୦୪ ମିଟରରେ ପ୍ରବାହିତ ହେଉଛି । ସେହିପରି ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର ନିକଟରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ୮.୨୦ ମିଟରରେ ବନ୍ୟାଜଳ ନିଷ୍କାସିତ ହେଉଛି ।

ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ୧୦.୩୬ ମିଟର ରହିଛି । ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୯.୩୧ ମିଟରରେ ପହଞ୍ଚିଛି । ବସ୍ତା ବ୍ଲକ୍‌ର ସାନଖୁଡ଼ି ସମେତ ୫ଟି ଗାଁ ଚାରିପାଖରେ ବନ୍ୟାଜଳ ମାଡ଼ି ଯାଇଛି । ଲଗାଣ ବର୍ଷା ଯୋଗୁଁ ସହରରୁ ରେମୁଣା ଗୋଲାଇକୁ ସଂଯୋଗ କରୁଥିବା ନୂଆସାହି ନିକଟରେ ମୁଖ୍ୟ ରାସ୍ତା ଉପରେ ପାଣି ଚାଲିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି । ରେମୁଣା ବ୍ଲକ୍‌ ଗଙ୍ଗପୁରା ଗାଁ ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ଗଳାପୋଲ ନିକଟରେ ବର୍ଷା ପାଣି ମାଡ଼ି ଯିବାରୁ ୨ଟି ପରିବାରର ୪ଜଣ ଶିଶୁଙ୍କ ସମେତ ୧୦ ଜଣ ପାଣି ଘେରରେ ରହିଯାଇଥିଲେ । ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସୂବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ବନ୍ୟାଜଳ ମାଡ଼ି ଜଳେଶ୍ୱର, ବସ୍ତା, ଭୋଗରାଇ, ବାଲିଆପାଳ, ରେମୁଣା, ସଦର ବ୍ଲକ୍‌ର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମିରହିଛି । ପ୍ରଶାସନ ତରଫରୁ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । NDRF ଓ ODRAFର ଗୋଟିଏ ଲେଖାଏଁ ଟିମ୍ ପ୍ରସ୍ତୁତ ରହିଛନ୍ତି ।

ସେହିଭଳି ବାଲେଶ୍ୱର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗିରହିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୭.୦୫ ମିଟରରେ ଜଳ ପ୍ରବାହିତ ହେଉଛି । ଫଳରେ କଟି ପୋଲ ଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟର ପାଣି ଚାଲିଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ସେହିପରି ବସ୍ତା ହସ୍ପିଟାଲ ମଧ୍ୟରେ ପାଣି ଜମିଛି ।