JEE-NEET ଘୁଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

1 min read
PM CM

ଭୁବନେଶ୍ୱର: JEE ଓ NEET ପରୀକ୍ଷା ଘୁଞ୍ଚାଇବା ପ୍ରସଙ୍ଗ । ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ସ୍ଥଗିତ ରଖିବାକୁ ସେ ଅନୁରୋଧ କରିଛନ୍ତି । କରୋନା ମହାମାରୀ ଏବେ ସାରା ଦେଶକୁ କବଜା କରିଛି । ଛାତ୍ରଛାତ୍ରୀ ମାନେ ବାହାରକୁ ଯାଇ ପରୀକ୍ଷା ଦେବାରେ ସମସ୍ୟା ହେବ । କରୋନା ସହ ଅନେକ ଅଞ୍ଚଳ ବନ୍ୟାପାଣିରେ ଜଳବନ୍ଦୀ ରହିଛି । ଛାତ୍ରଛାତ୍ରୀ ଦୂର ବାଟରୁ ଯାଇ ପରୀକ୍ଷା ଦେବା କଷ୍ଟସାଧ୍ୟ ହେବ । ପୂର୍ବରୁ ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ JEE, NEET, CLAT ଆଦି ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଥିଲେ ।

ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ  ପରୀକ୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯିବା ପରେ ସାରା ଦେଶରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି JEE, NEETକୁ ବିରୋଧ କରି ଏକ ମେଳି କରିଛନ୍ତି । ବୁଧବାର ସନ୍ଧ୍ୟାରେ ସେ ସବୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଡାକି ବୈଠକ କରିଥିଲେ । ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏଥିରେ ବକେୟା ଜିଏସଟି ଅର୍ଥ ଓ ନିଟ-ଜେଇଇ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବୈଠକରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି । ନିଟ୍-ଜେଇ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସ୍ଥିର ହୋଇଥିଲା ।

7 States to go Supreme Court Challenging NEET, JEE Exams in COVID19 Pandemic

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ ନେଇଥିଲେ ।

Leave a Reply