ରିୟାଙ୍କ ଡ୍ରଗ୍‌ସ କାରବାରରେ ଭୁବନେଶ୍ୱର ଲିଙ୍କ୍ !

riya

ନୂଆଦିଲ୍ଲୀ: ରିୟାଙ୍କ ଡ୍ରଗ୍‌ସ କାରବାରରେ ଭୁବନେଶ୍ୱର ଲିଙ୍କ୍‌ । ଡିଲିଟ୍‌ ହୋଇଥିବା ହ୍ୱାଟ୍‌ସଆପ୍‌ ଚାଟ୍‌ରେ ରିୟାଙ୍କ ସନ୍ଦେହଜନକ ମେସେଜକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରିୟା ସିମୋନ ଖମ୍ବାଟାଙ୍କ ସହ ଚାଟ୍‌ରେ, ଭୁବନେଶ୍ୱର ବିଷୟରେ କଥା କହିଛନ୍ତି । ସିମୋନଙ୍କ ସହ ଡ୍ରଗ୍‌ସ ଲିଙ୍କ ନେଇ ଆଗରୁ ଚର୍ଚ୍ଚା ହେଉଥିଲା । ଆଉ ଏବେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚାଟ୍‌ ସନ୍ଦେହ ବଢ଼ାଇଛି । ତେବେ ଭୁବନେଶ୍ୱର ଲିଙ୍କ୍‌ ନେଇ ସିବିଆଇ, ଇଡି କିମ୍ବା ନାର୍କୋଟିକ ବ୍ୟୁରୋ ପକ୍ଷରୁ ସ୍ପଷ୍ଟ କରାଯାଇନି । ସେପଟେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯୋଡ଼ି ହୋଇଛି ଡ୍ରଗ୍‌ସ ଆଙ୍ଗେଲ ।

ରିୟାଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ରୁ ମିଳିଛି ତାଙ୍କ ଡ୍ରଗ୍‌ସ କନେକ୍ସନ୍ ନେଇ ସୁରାକ । ଭୁବନେଶ୍ୱରରେ ଭଲ ଡ୍ରଗ୍‌ସ ମିଳେ ବୋଲି ୨୦୧୭ରେ ଚାଟ୍‌ରେ ଲେଖିଥିଲେ ରିୟା । ଏହାକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆକ୍ସନ ମୋଡ୍‌କୁ ଆସିଛି । ପରେ ଏନେଇ ମାମଲା ରୁଜୁ କରାଯାଇଛି, । ଖୁବ୍ ଶୀଘ୍ର ରିୟାଙ୍କୁ ସମନ ପଠାଯିବ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆର୍ଥିକ କାରବାର ନେଇ ଇଡିର ତଦନ୍ତ ବେଳେ ଡ୍ରଗ୍‌ସ ଲିଙ୍କ୍‌ ନେଇ ସୁରାକ ମିଳିଥିଲା ।

ଇଡିର ଏଫ୍‌ଆଇଆର୍‌ରେ ସାମିଲ ଲୋକଙ୍କ ନାଁରେ ଏନସିବି ମାମଲା ରୁଜୁ କରିଛି । ରିୟାଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ହୋଇଛି । ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ଓ ଗୌରବ ଆର୍ଯ୍ୟାଙ୍କ ନାଁରେ ମାମଲା ହୋଇଛି । ୪ଜଣଙ୍କ ହ୍ୱାଟସ ଆପ୍ ଚାଟରେ ଡ୍ରଗ୍‌ସ କାରବାର ନେଇ ତଥ୍ୟ ମିଳିଛି । କିଏ ଡ୍ରଗ୍‌ସ ନେଉଥିଲେ, କାହାକୁ ଦିଆଯାଉଥିଲା, କେଉଁଠୁ ଆସୁଥିଲା ଓ ଡ୍ରଗ୍‌ସ ଡିଲର କିଏ ଥିଲେ, ସେନେଇ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି ।

Leave a Reply