spot_img
Home Blog Page 6547

ଗିରଫ ହେଲେ ଭୁବନେଶ୍ୱରର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନ

ଭୁବନେଶ୍ୱର: ଗିରଫ ହେଲେ ଭୁବନେଶ୍ୱରର କୋଟିପତି ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନ । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ସେଲ୍‌‌ ତାଙ୍କୁ ଗିରଫ କରିଛି । ମଙ୍ଗଳବାର ଉକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ଏକ କାଳିନ ୬ରୁ ଅଧିକ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ଏଥିରେ ତାଙ୍କର ସାଢେ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ଥିବା ପୈତୃକ ବାସବଭନରେ ଚଢାଉ କରିଥିଲା ଟିମ୍‌ । ନୟାପଲ୍ଲୀର ଦୁଇ ମହଲା କୋଠାରେ ଭିଜିଲାନ୍ସ ଏସପି ପହଞ୍ଚି ଛାନଭିନ କରିଥିଲେ । ରେଡ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଥିଲା ।

ସେ ବାଲିଅନ୍ତା କୋଞ୍ଚିଲ ନୂଆଗାଁରେ ଏକ ବିଲ୍ଡିଂ ବା ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି । ବିନା ଲୋନରେ ଏହି ୪୮ଟି ପ୍ଳାଟ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣଧୀନ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏହା ସହିତି ଟଙ୍କା, ସୁନା ଅଳଙ୍କାର, ଗାଡି ମୋଟର, ବ୍ୟାଙ୍କ ଡିପୋଜିଟ୍‌ ମଧ୍ୟ ଠାବ କରିଥିଲା ଟିମ ।

VIGILANCE

ଉପ ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ କ୍ୟାମ୍ପର ୨ ମନ୍ତ୍ରୀଙ୍କ ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାର ୨୮ ସିଟ୍ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବା । ଏହି ଉପ ନିର୍ବାଚନରେ ଜାତୀୟ ଦଳ ସହ କିଛି ଆଞ୍ଚଳିକ ଦଳ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସୁଛି , ବିନା ବିଧାୟକ ହୋଇ ଛଅ ମାସ ହେଲା ମନ୍ତ୍ରୀ ଥିବା ତୁଳସୀ ସିଲାବଟ ଏବଂ ଗୋବିନ୍ଦ ରାଜପୁତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନଙ୍କୁ ନିଜ ଇସ୍ତଫା ପଠାଇଛନ୍ତି  । ମୁଖ୍ୟମନ୍ତ୍ରୀ ଉଭୟ ନେତାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଏବଂ ଅନୁମୋଦନ ନିମନ୍ତେ ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଛନ୍ତି । ଉଭୟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏଥି ସହିତ ଚଳିତ ଉପ ନିର୍ବାଚନରେ  ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Scindia faction wins, gets plum depts in Shivraj Singh Chouhan's cabinet  allocation in MP

ନିମାନୁଯାୟୀ ବିଧାନସଭାର ସଦସ୍ୟ ନହୋଇ କେହି ୬ ମାସରୁ ଅଧିକ ସମୟ ପାଇଁ ମନ୍ତ୍ରୀପଦରେ ଅଧିଷ୍ଠିତ ରହିପାରିବେ ନାହିଁ । ଏହି ପ୍ରକ୍ରିୟା ଯୋଗୁଁ ଉଭୟ ନେତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ଉପ ନିର୍ବାଚନରେ ସମ୍ୱୋର ବିଧାନସଭା ଉପ ନିର୍ବାଚନରେ କଡ଼ା ମୁକାବିଲା ବିଜେପିର ତୁଳସୀରାମ ସିଲାବଟ୍ ଏବଂ କଂଗ୍ରେସର ପ୍ରେମଚନ୍ଦ୍ର ଗୁଡ୍ଡୁ ଙ୍କ ମଧ୍ୟରେ ହେବ । ମନ୍ତ୍ରୀ ଥିବା ତୁଳସୀ ସିଲାବଟ ନାମାଙ୍କନ ଭରିବାର ପର ଦିନ ହିଁ ପ୍ରେମଚନ୍ଦ୍ର ଗୁଡ୍ଡୁ ନିଜ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ସହିତ ନିଜ ସମ୍ପତି ତାଲିକା ମଧ୍ୟ ଦାଖଲ କରିଛନ୍ତି ।

ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ

ପୁଣି ହାଜର ହେଲେନି ଜଗି ମଙ୍ଗତ ପଣ୍ଡା, CEO ବି ଆସିଲେନି

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ପୁଣି ଠକିଲେ ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ସାନି ନୋଟିସ୍‌ ସତ୍ତ୍ୱେ ହାଜର ହଲେନି ଜଗି । ପୁଣି ଥରେ ଓଟିଭି ପିଆରଓଙ୍କୁୁ ପଠାଇ ସମୟ ଗଡ଼ାଇଲେ । ମହିଳା କମିଶନଙ୍କ ବାରମ୍ବାର ନୋଟିସ୍‌ ସତ୍ତ୍ୱେ ବାହାନା ଦେଖାଇ ସମୟ ଗଡ଼ାଉଛନ୍ତି ଜଗି ମଙ୍ଗତ ପଣ୍ଡା । ତେବେ ନ୍ୟାୟ ଅପେକ୍ଷାରେ ଥିବା ଅଭିଯୋଗକାରିଣୀ ଓ ତାଙ୍କ ଓକିଲ, ମହିଳା କମିଶନରେ ହାଜର ହୋଇଛନ୍ତି ।

ସେହିଭଳି ଓଟିଭି CEO ନିହାର ରଞ୍ଜନ ଭୂୟାଁ ବି କମିଶନଙ୍କ ସମ୍ମୁଖରେ ଉପସ୍ଥିତ ହୋଇନଥିଲେ । ସେ ମଧ୍ୟ ଏମଡିଙ୍କ ପଦାଙ୍କ ଅନୂସରଣ କରି ନିଜେ ନ ଆସି ନିଜ ଓକିଲଙ୍କୁ ପଠାଇଥିଲେ । ଓଟିଭି ବିଶାଖା କମିଟିର ଅଧ୍ୟକ୍ଷା କସ୍ତୁରୀ ରାୟ ମଧ୍ୟ ଆଜି ଅନୁପସ୍ଥିତ ଥିଲେ । ତାଙ୍କ ବଦଳରେ କମିଶନଙ୍କ ନିକଟରେ ହାଜର ହେବାକୁ ସେ ଜଣେ ପ୍ରତିନିଧିଙ୍କୁ ପଠାଇଥିଲେ । ଓଟିଭି ର ଆଭ୍ୟନ୍ତରୀଣ ତଦନ୍ତ କମିଟି ବିଶାଖା ର ଅଧ୍ୟକ୍ଷା କସ୍ତୁରୀ ରାୟ 3ଦିନ ହେଲା ଚାକିରୀରେ ନଥିବା ନେଇ କମିଶନଙ୍କ ନିକଟରେ ସୂଚନା ଦେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି। ସୂଚନାଯୋଗ୍ୟ ଯେ,ଏହି ସମସ୍ତଙ୍କୁ ବ୍ୟକ୍ତିଗତ ହାଜର ପାଇଁ ରାଜ୍ୟ ମହିଳା କମିଶନ କରିଥିଲେ ସମନ। କିନ୍ତୁ ଆଜି କେହି ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ । ଅନ୍ୟପକ୍ଷରେ ନିଜ ଓକିଲଙ୍କ ସହିତ ଉପସ୍ଥିତ ଥିଲେ ଅଭିଯୋଗକାରିଣୀ। ମାମଲାର ଶୁଣାଣିକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀଙ୍କ ଓକିଲ।
ଆଗରୁ ଦୁଇ ଦୁଇ ଥର ଭେଳିକି ଦେଖାଇ ମହିଳା କମିଶନଙ୍କ ନିକଟକୁ ଆସିନଥିଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଥରେ ଆସିଲେ ହେଲେ ହାଜର ହେଲେନି । ଦ୍ୱିତୀୟ ଥର ପ୍ରତିନିଧିଙ୍କୁ ପଠାଇ ଦେଲେ ହେଲେ ଜରୁରୀ କାଗଜପତ୍ର ଉପସ୍ଥାପନ ନକରିବାରୁ ଶୁଣାଣି ହେଲାନି । ତେଣୁ ମହିଳା କମିଶନ ପ୍ରତିନିଧିଙ୍କୁ ଫେରାଇ ଦେଇଥିଲେ । ପର ଦିନ ଯେତେବେଳେ କାଗଜପତ୍ର ଦାଖଲ କଲେ ସେତେବେଳେ ଶୁଣାଣି ହୋଇପାରିନଥିଲା ।

ଅନ୍ୟପଟେ ନାବାଳିକା ଗଣଦୁଷ୍କର୍ମର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌ ଗ୍ରହଣ କରିବା ପରେ ଏପର୍ଯ୍ୟନ୍ତ ଓଟିଭିର ତିନି ଜଣ ଅଧିକାରୀଙ୍କୁ ଜେରା କରିସାରିଛି । ଖୁବ୍‌ଶୀଘ୍ର କ୍ରାଇମ୍‌ବ୍ରାଞ୍ଚ୍‌ ସତ୍ୟର ପର୍ଦ୍ଦାଫାସ କରିବ ବୋଲି ନାବାଳିକାଙ୍କ ପରିବାର ଲୋକ ଆଶା ବାନ୍ଧିଛନ୍ତି ।

ରାଜ୍ୟରେ ଆଉ ୧୩ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କ କରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ହୋଇଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମହିଳା କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଦେଖାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଦୁଇଜଣ ମହିଳା ରହିଛନ୍ତି । ମୃତ ଦୁଇ ମହିଳାଙ୍କ ବୟସ ୭୫ ଓ ୬୫ ହୋଇଥିବା ବେଳେ ପୁରୁଷ ଦୁଇ ଜଣଙ୍କ ବୟସ ୪୫ ଓ ୬୦ ବୋଲି ଜଣାପଡ଼ିଛି ।

ସେହିପରି ପୁରୀ ଜିଲ୍ଲାରୁ ମଧ୍ୟ ୩ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁରୁଷ ରହିଥିବା ବେଳେ ଦୁଇଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୬୬ ଓ ଅନ୍ୟ ଜଣେ ୬୮ ବର୍ଷୀୟ ବୋଲି ଜଣାପଡ଼ିଛି । ଉଭୟ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେ ଉଚ୍ଚରକ୍ତଚାପ ଓ ଥାଇରଏଡ ଅଭାବ ଜନିତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରର ଜଣେ ୪୭ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।

ସେ ଡାଇବେଟିସ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ । ବଲାଙ୍ଗିରର ଜଣେ ୨୩ ବର୍ଷୀୟ ଯୁବତୀ ପ୍ରାଣ ହରାଇଥିବାବେଳେ ନୂଆପଡ଼ାର ଜଣେ ୫୨ ବର୍ଷୀୟ ପୁରୁଷ, ବାଲେଶ୍ବରର ୪୪ ବର୍ଷୀୟ ପୁରୁଷ ଓ ଭୁବନେଶ୍ବରର ଜଣେ ୪୪ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।

ଭୁବନେଶ୍ୱରରେ NIA, ଜଣେ ଛାତ୍ରଙ୍କୁ ଉଠାଇ ନେଇ ପଚରାଉଚରା

ଭୁବନେଶ୍ୱର: ରାଜଧାନୀରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA) । ଏନ୍‌ଆଇଏ ଟିମ୍‌ ଭୁବନେଶ୍ୱରରେ ପହଞ୍ଚି ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଛାତ୍ରଙ୍କୁ ଉଠାଇ ନେଇଛି । ଯାହାକି ଏବେ ଚାଞ୍ଚଲ୍ୟକର ବିଷୟ ପାଲଟିଛି ।

କ୍ରାଇମ୍‌ବ୍ରାଞ୍ଚ ଓ କମିସନରେଟ୍ ପୋଲିସର ସହାୟତାରେ ସନ୍ଦିଗ୍ଧ ଛାତ୍ରଙ୍କୁ ଉଠାଇନେଇଛି NIA । ତେବେ କେଉଁ ମାମଲାରେ ସନ୍ଦିଗ୍ଧ ଛାତ୍ରଙ୍କୁ ଏନ୍‌ଆଇଏ ଉଠାଇ ନେଇଛି ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏନ୍‌ଆଇଏ ପକ୍ଷରୁ ସନ୍ଦିଗ୍ଧ ଛାତ୍ରଙ୍କୁ ଖଣ୍ଡଗିରି ଥାନାରେ ରଖି ପଚରା ଉଚରା କରାଯାଉଥିବା ସୂଚନା ମିଳିଛି ।

ତେବେ ସେହି ଛାତ୍ର ଜଣକ କିଏ ? ଏବଂ ତାଙ୍କୁ କାହିଁକି ଉଠାଇଲା ଏନ୍‌ଆଇଏ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ଥିଲା ଚୀନ୍ ଗୁଇନ୍ଦାଙ୍କ ନଜର, ଦଲାଇ ଲାମା ବି ସ୍କାନରରେ ଥିଲେ

ନୂଆଦିଲ୍ଲୀ: ଭାରତରେ ଚୀନର ଗୁଇନ୍ଦାଗିରି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ସହିତ ଦଲାଇ ଲାମା ଏବଂ ଭାରତରେ ଲଗାଯାଇଥିବା ସୁରକ୍ଷା ଉପକରଣ ଉପରେ ମଧ୍ୟ ଚୀନ ଗୁଇନ୍ଦାଙ୍କ ନଜର ଥିଲା । ଚୀନ ଗୁଇନ୍ଦା ନେଟଓ୍ୱର୍କ ସହ ପଚରାଉଚରା ବେଳେ ଏହି ଖବର ବାହାରକୁ ଆସିଛି । ଏହି ଗୁଇନ୍ଦା ନେଟଓ୍ୱର୍କ ଭାରତୀୟ ମନ୍ତ୍ରାଳୟରେ କାମ କରୁଥିବା ଉଚ୍ଚ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କିତ ସୂଚନା ଚୀନ ପଠାଉଥିଲେ ।

ଧରାପଡ଼ିଥିବା ଚୀନ ଗୁଇନ୍ଦା କିଙ୍ଗ ସିକୁଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି ଯେ, ପିଏମ୍‌ଓ ସମେତ ବଡ଼ କାର୍ଯ୍ୟାଳୟର ସୂଚନା ଦେବାକୁ ଚୀନ ନିଜ ଗୁଇନ୍ଦା ଟିମକୁ ନିର୍ଦ୍ଦେଶ ଦେଇଥିଲା । ପିଏମ୍‌ଓରେ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରୁ କିଏ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, କିଏ କେଉଁ ପଦରେ ନିଯୁକ୍ତ ଏବଂ କେତେ ପ୍ରଭାବଶାଳୀ, ଏହି ସବୁ ସୂଚନା ପାଇଁ କୁହାଯାଇଥିଲା ।

Prime Minister Office - Pmo On Airport - इस एयरपोर्ट पर PM मोदी खींचेंगे विकास का खाका, हॉट लाइन पर होगी बात | Patrika News

ରାକେଟରେ କୋଲକାତାର ମହିଳା ମଧ୍ୟ ସାମିଲ ଥିଲେ

ଚୀନ ଗୁଇନ୍ଦା ନେଟଓ୍ୱର୍କରେ ମହାବୋଧି ମନ୍ଦିରର ଏକ ପ୍ରମୁଖ ବୌଦ୍ଧ ଭିକ୍ଷୁ ଏବଂ କୋଲକାତାର ଏକ ପ୍ରଭାବଶାଳୀ ମହିଳା ଜଣଙ୍କ ସାମିଲ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । କୁହାଯାଉଛି ଯେ, କିଙ୍ଗ ସି ସହିତ ଏହି ମହିଳା ଜଣଙ୍କୁ ସାକ୍ଷାତ କରାଯାଇଥିଲା । ଯିଏ କି ତାକୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେଉଥିଲା । ଏବଂ କିଙ୍ଗ ତାକୁ ଟ୍ରାନ୍ସଲେଟ୍ କରି ଚୀନ ପଠାଉଥିଲା ।

ସାମ୍ୱାଦିକଙ୍କ ସମେତ ୩ଜଣ ତିହାର ଜେଲରେ ବନ୍ଦ

ଚୀନ ଗୁଇନ୍ଦାଙ୍କୁ ପଚରାଉଚରା ବେଳେ ତଦନ୍ତକାରୀ ଏଜେନ୍ସଙ୍କ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଛି । ତଦ୍‌ନୁଯାୟୀ ପିଏମ୍‌ଓ ଅଧିକାରୀ ଏବଂ ଦଲାଇ ଲାମାଙ୍କ ପ୍ରତିଟି ଗତିବିଧିର ସୂଚନା ନିଆଯାଉଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଗତ ମାସରେ କିଙ୍ଗ ସି ସହିତ ତାଙ୍କ ନେପାଳୀ ସାଥି ଶେର ବାହାଦୂର ଏବଂ ଭାରତୀୟ ସାମ୍ୱାଦିକ ରାଜୀବ ଶର୍ମାଙ୍କୁ ଗିରଫ କରାଯାଇଛି । ସେମାନେ ଏବେ ତିହାର ଜେଲରେ ଅଛନ୍ତି ।

ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ

ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟରେ ଚୀନର ଏହି ଗୁଇନ୍ଦା ନେଟଓ୍ୱର୍କ ସମ୍ପର୍କରେ ଜଣାପଡ଼ିଥିଲା । ଚୀନ ନାଗରିକ ଚାର୍ଲି ପେଙ୍ଗ୍‌ ଓରଫ ଲୁଆ ସଙ୍ଗକୁ ଗିରଫ କରାଯାଇଥିଲା । ଏହା ପରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଥିଲା । ଦିଲ୍ଲୀରେ ଆଇଟି ବିଭାଗର ରେଡ୍ ସମୟରେ ଚୀନର ଗୁଇନ୍ଦା ରାକେଟର ପର୍ଦ୍ଧାଫାସ ହୋଇଥିଲା ।

କମୁଛି ସଂକ୍ରମଣ ସଂଖ୍ୟା, ୨୪ ଘଣ୍ଟାରେ ୧୯୩୧ଟି ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୧ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୧୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୨୦ ଟି ମାମଲା କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ନୂଆ ୧୯୩୧ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଟି ମାମଲା ଚିହ୍ନଟ ହୋଇଥିବା ବେଳେ କଟକରୁ ଦ୍ୱୀତିୟ ସର୍ବାଧିକ ୧୫୩ ଟି ମାମଲା ଚିହ୍ନଟ ହୋଇଛି । ସେହିପରି ପୁରୀରୁ ୭୨ଟି, ଜଗତସିଂହପୁରରୁ ୭୮, ବରଗଡ଼ରୁ ୬୬, ବାଲେଶ୍ୱରରୁ ୭୩, ଅନୁଗୁଳରୁ ୧୨୦ଟି, ମୟୁରଭଞ୍ଜରୁ ୯୯, ଝାରସୁଗୁଡ଼ାରୁ ୫୬, ନୂଆପଡ଼ାରୁ ୪୩, ସମ୍ବଲପୁରରୁ ୩୭, ବଲାଙ୍ଗୀରରୁ ୬୪ଟି ମାମଲା ଚିହ୍ନଟ ହୋଇଛି ।

ଅନ୍ୟପକ୍ଷରେ କେନ୍ଦୁଝରରୁ ୬୫ ଟି, ନବରଂଗପୁରରୁ ୬୨ଟି, କୋରାପୁଟରୁ ୨୯ଟି, ରାୟଗଡ଼ାରୁ ୨୫ଟି, ସୋନପୁରରୁ ୩୦ଟି, ଭଦ୍ରକରୁ  ୬୬ଟି, ନୟାଗଡ଼ରୁ ୨୩ଟି, ସୁନ୍ଦରଗଡ଼ରୁ ୧୦୪ଟି,  ଢେଙ୍କାନାଳରୁ ୩୫ଟି  ମାମଲା ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲ୍‌ରୁ ୫୧ ମାମଲା ଚିହ୍ନଟ ହୋଇଛି ।

ମଦ ପିଇ ଉତ୍ପାତ ହେଲେ ୩ ନାଲ୍‌କୋ ଅଫିସର, ହୋଟେଲରେ ଲୋକଙ୍କୁ ଗୋଡ଼ାଇ ପିଟିଲେ

ଅନୁଗୁଳ: ମଦ ପିଇ ଉତ୍ପାତ ହେଲେ ନାଲ୍‌କୋ ଅଫିସର । ଅନୁଗୁଳ ଜିଲ୍ଲା ନାଲକୋନଗର ଅଞ୍ଚଳରେ ନିଶାଶକ୍ତ ତିନି ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ହୋଟେଲରେ ମଦ ପିଇ ମାତାଲ ହେଲେ । ଆଉ ସାମାନ୍ୟ କଥାରେ ଅନ୍ୟ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ।

ସୂଚନାନୁସାରେ, ନାଲକୋ ନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହୋଟେଲରେ କାଣ୍ଡସର ଗ୍ରାମର ଦୁଇ ସାଙ୍ଗ ଖାଇବା ପାଇଁ ବସିଥିଲେ । ଏହି ସମୟରେ ସେଠାରେ ବସିଥିବା ନାଲକୋର ତିନି ଅଫିସର ମାତାଲ ଅବସ୍ଥାରେ ସେହି ଦୁଇ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

Nalco Officer

ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ୩ ନାଲକୋ ଅଫିସର ସଂପୃକ୍ତ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ । ଜଣେ ପ୍ରାଣ ବିକଳରେ ପଳାଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ହୋଟେଲରେ ଗୋଡାଇ ଗୋଡ଼ାଇ ପିଟିଥିଲେ ଏହି ନାଲୋକୋ ଅଫିସର୍‌ମାନେ । ଏପରିକି ପାଖରେ ପଡିଥିବା ଏକ ଲୁହା ଛଡ଼ ଓ ପଥରରେ ମଧ୍ୟ ଆକ୍ରମଣ କରିଥିଲେ ତିନି ମାତାଲ ଅଫିସର । ଉକ୍ତ ଆକ୍ରମଣ ଘଟଣା ହୋଟେଲର ସିସିଟିଭିରେ ସମ୍ପୂର୍ଣ୍ଣ କଏଦ ହୋଇଛି ।

ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ନାଲ୍‌କୋ ଅଫିସରଙ୍କ କବଳରୁ ଉଭୟ ଖସି ଆସି ଥାନାର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସିସିଟିଭି ଫୁଟେଜ୍‌ରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ ଥିଲେ ମଧ୍ୟ ପୋଲିସ ଏଯାଏଁ କାହାରିକୁ ଗିରଫ କରି ନାହିଁ ।

ସାମାନ୍ୟ କଳିରୁ ତୀର ମାଡ଼, ଚାଲିଗଲା ନୀରିହ ଜୀବନ

ମୟୁରଭଞ୍ଜ: ତୀର ମାଡ଼ରେ ଚାଲିଗଲା ଜୀବନ । ସାମାନ୍ୟ କଳିରୁ ଛୋଟରାୟ ଦେହୁରୀ କରିଥିଲା ତୀରମାଡ଼ । ଆଉ ଏଥିରେ ମୃତ୍ୟୁ ବରଣ କରିଛନ୍ତି ସମରା ଦେହୁରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗ୍ରାମରେ ।

ଉକ୍ତ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଉଭୟ ପଡ଼ୋଶୀ ସମରା ଓ ଛୋଟରାୟ ମଧ୍ୟରେ କଳି ହୋଇଥିଲା । ତେବେ ଏହି ସାମାନ୍ୟ କଥା କଟାକଟି ଓ କଳିରେ ଉତ୍ତ୍ୟକ୍ତ ହୋଇ ଛୋଟରାୟ ଦେହୁରୀ ସମରାଙ୍କୁ ତୀର ମାଡ଼ କରିଥିଲା । ଛୋଟରାୟର ତୀର ସିଧା ଯାଇ ସମରାଙ୍କ ଛାତିରେ ବାଜିଥିଲା । ଫଳରେ ଗୁରୁତର ହୋଇଥିଲେ ସମରା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି କହିଥିଲେ ଯେ, ସେ ମେଡିକାଲ ଆସିବା ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି ।

File Photo

ତେବେ ସୂଚନା ଅନୁଯାୟୀ ଏହି ଦୁଇ ପଡ଼ୋଶୀ କୌଣସି ହାତୀ ଭୟରେ ରାସ୍ତା ଉପରେ ଛିଡ଼ା ହୋଇଥିଲେ । ଏହି ପରିସ୍ଥିତର ସୁଯୋଗ ନେଇ ତଥା ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ଆଶାରେ ଛୋଟରାୟ ସମରାଙ୍କୁ ତୀର ମାଡ଼ କରିଥିଲା ।

File Photo

ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖବର ପାଇ ସ୍ଥାନୀୟ ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ପୋଲିସ ଆସିବା ଖବର ଶୁଣି ଛୋଟରାୟ ଫେରାର ହୋଇଯାଇଛି । ତେବେ ଗାଁ ଲୋକଙ୍କ କହିବାନୁସାରେ ଛୋଟରାୟ ପୋଲିସ ଭୟରେ ନିକଟସ୍ଥ ଜଙ୍ଗଲରେ ଲୁଚିଛି ।

ନଓ୍ୱାଜ ସରିଫଙ୍କ ଜ୍ୱାଇଁ ଗିରଫ: ସେନା ବିରୋଧରେ ସିନ୍ଧ ପୋଲିସର ବିଦ୍ରୋହ

ଇସଲମାବାଦ: ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ (ସେବାନିବୃତ୍ତ)ସଫଦରଙ୍କ ଗିରଫକୁ ନେଇ ଦେଶରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ତାଙ୍କୁ ଗିରଫ କରାଯିବାକୁ ନେଇ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାକୁ ପ୍ରତିବାଦ କରିଛି ସିନ୍ଧ ପ୍ରାନ୍ତର ପୋଲିସ । ଏଥିସହିତ ବିରୋଧୀ ଦଳଳ, ଓ ଗଣମାଧ୍ୟମର ଚାରିତରଫା ଚାପ ପରେ ପାକିସ୍ତାନ ସେନା ପ୍ରମୁଖ କମର ଜାବେଦ ବାଜବା ପକ୍ଷରୁ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ପଡ଼ିଛି ।

Maryam Nawaz, daughter of former Prime Minister Nawaz Sharif, gives a press conference. AP/PTI (AP28-09-2020_000231B)

ଘଟଣାନୁଯାୟୀ, ପାକିସ୍ତାନ ସିନ୍ଧ ପ୍ରାନ୍ତର ରାଜଧାନୀ କରାଚୀରେ ୧୧ ବିରୋଧୀ ଦଳକୁ ନେଇ ଗଠିତ ମହାମେଣ୍ଟ ‘ପାକିସ୍ତାନ ଡେମୋକ୍ରାଟିକ୍ ମୁମେଣ୍ଟ’ (ପିଡିଏମ୍)ର ୧୮ ଅକ୍ଟୋବରରେ ବିଶାଳ ରାଲି ହୋଇଥିଲା । ମରିୟମ୍ ନଓ୍ୱାଜ ରାଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଡରୁଆ ବୋଲି କହିଥିଲେ । ତଥା ସେନା ପଛେ ପଛେ ଯାଉଥିବା ବ୍ୟକ୍ତି ବୋଲି କହିଥିଲେ । ଏହା ପୂର୍ବରୁ ଗୁଜରାବାଲାରେ ହୋଇଥିବା ଜନସଭାରେ ନଓ୍ୱାଜ ସରିଫ୍ ମଧ୍ୟ ସେନା ଏବଂ ଇମ୍ରାନ ଖାନଙ୍କ ଉପରେ ଖୁବ୍ ବର୍ଷିଥିଲେ ।

Safdar Awan, Nawaz Sharif's Son-in-law, Arrested in Karachi After Wife  Maryam's Fiery Speech | India.com

ମରିୟମ୍ ନଓ୍ୱାଜ ପାକିସ୍ତାନ ସେନା ଓ ଇମ୍ରାନଙ୍କ ଉପରେ ବର୍ଷିଲେ

ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି ମରିୟମ୍ ନଓ୍ୱାଜ । ଏବଂ କହିଛନ୍ତି ଇମ୍ରାନ ନିଜ ବିଫଳତାକୁ ଲୁଚାଇବା ପାଇଁ ପାକିସ୍ତାନ ସେନା ପଛରେ ଲୁଚି ରହିଛି । ସେ କହିଛନ୍ତି ଯେ, ‘ଯେତେବେଳେ ଆପଣଙ୍କୁ ପ୍ରଶ୍ନ ପଚାଯାଉଛି, ସେତେବେଳେ ଆପଣ ସେନା ପଛରେ ଲୁଛି ଯାଉଛନ୍ତି’ । ଆପଣ ଡରୁଆ । ଆପଣ ସେନାର ନାମ ବଦନାମ୍ କରିଛନ୍ତି । ମରିୟମ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ, ସେ ତାଙ୍କୁ ଗିରଫ କରିଦେଖାନ୍ତୁ । ସେ ଜେଲ ଯିବାକୁ ଭୟ କରୁନାହାନ୍ତି । କରାଚୀରେ ହୋଇଥିବା ରାଲିକୁ ସମ୍ୱୋଧନ କରିବା ପରେ ମରିୟମ୍ ନଓ୍ୱାଜ ନିଜ ସ୍ୱାମୀଙ୍କ ସହ ହୋଟେଲରେ ପହଞ୍ଚିଥିଲେ ।

Pakistan: Safdar Awan Son-in-law Of Nawaz Sharif Arrested In Karachi,  Maryam Nawaz Sharif Gave Information - पूर्व पाक पीएम नवाज शरीफ के दामाद  गिरफ्तार, मरियम बोलीं- होटल के कमरे का दरवाजा ...

            ସେହି ଦିନ ରାତିରେ କରାଚି ପୋଲିସ ମରିୟମ୍ ନଓ୍ୱାଜଙ୍କ ସ୍ୱାମୀ କ୍ୟାପଟେନ୍(ସେବାନିବୃତ୍ତ) ମହମ୍ମଦ ସଫଦରଙ୍କୁ ଗିରଫ କରିଛି  । ମରିୟମ୍ ଅଭିଯୋଗ କରିଛନ୍ତି ସେ ରହୁଥିବା ହୋଟେଲ ରୁମର କବାଡ଼କୁ ପୋଲିସ ଭାଙ୍ଗିଦେଇଥିଲା, ଏବଂ କ୍ୟାପଟେନ ମହମ୍ମଦ ସଫଦରଙ୍କୁ ଗିରଫ କରିଥିଲା । ତାଙ୍କ ଉପରେ ପୋଲିସ କଥିତ ଭାବେ କାଏଦା ଏ ଆଜମ୍‌ଙ୍କ ସମାଧିର ପବିତ୍ରତାକୁ ଅବମାନନା କରିଥିବା ଅଭିଯୋଗ ଥିଲା । ଏହା ପରେ ବିରୋଧୀଙ୍କ ପ୍ରବଳ ବିରୋଧ ଏବଂ କୌଣସି ଠୋସ୍ ପ୍ରମାଣ ନଥିବାରୁ ପୋଲିସ ତାଙ୍କୁ କିଛି ଘଣ୍ଟା ମଧ୍ୟରେ ଛାଡ଼ିଦେଇଥିଲା ।

ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ