ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୮ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଏତିକି ବେଳେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଘୂର୍ଣ୍ଣିବଳୟ । ଗୋଟିଏ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଅନ୍ୟଟି ଆଭ୍ୟନ୍ତରିଣ ଓଡ଼ିଶାରେ । ବଙ୍ଗୋପସାଗରରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ପରେ ୪୮ ଘଣ୍ଟା ମଧ୍ୟରେ ଘନିଭୂତ ହେବ । ପ୍ରଭାବରେ ୪୮ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି । ବାଙ୍ଗିରିପୋଷିରେ ୫୧.୨ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଏଥିସହ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟାରେ ଘନୀଭୂତ ହେବ । ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୮ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଅନୁମାନ କରାଯାଉଛି । ୭ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଆଶଙ୍କା ରହିଛି । କଟକ, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଶେଷ କରି ଆଭ୍ୟନ୍ତରିଣ ଓଡ଼ିଶାର କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବ । ଏବଂ ଦକ୍ଷିଣ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରି, କୋରାପୁଟରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକ ରହିଛି କଟକ, କନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞରେ ଆସନ୍ତା ୫ ଦିନ ମଧ୍ୟରେ ସ୍ଥାନେ ସ୍ଥାନେ ସାମାନ୍ୟଠାରୁ ମଧ୍ୟ ଧରଣର ବର୍ଷା ହେବ ।

ବର୍ଷା ପରେ ବଢ଼ିବ ଶୀତ । ବର୍ଷା କାରଣରୁ ୫ଦିନ ଯାଏ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ କହିଛି  । ବର୍ଷା ପରେ ସ୍ୱାଭାବିକ ଠାରୁ ୪ରୁ ୫ଡିଗ୍ରୀ ତାପମାତ୍ରା କମିବ ।

Leave a Reply