ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଅଁଳା

1 min read

ଭୁବନେଶ୍ବର: ଶୀତ ଦିନେ ମନୁଷ୍ୟ ଶରୀର ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ ଅଁଳା । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ ।

ଏଥିରେ ଥିବା ଉପକାରୀ ତତ୍ବ ଫୁସଫୁସକୁ ବାୟୁ ପ୍ରଦୂଷଣରୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ । ଅଁଳାକୁ କେହିକେହି କଞ୍ଚା ଖାଉଥିବା ବେଳେ ଆଉ କେହିକେହି ଆଚାର କିମ୍ବା ଜୁସ୍ ଆକାରରେ ସେବନ ମଧ୍ୟ କରିଥାନ୍ତି ।
ଆସନ୍ତୁ ଜାଣିବା ଅଁଳାକୁ କେମିତି ଓ କେତେବେଳେ ସେବନ କରିବା ଉଚିତ୍

ଶୀତ ଋତୁରେ ଅଁଳା ଖାଇବାର ଫାଇଦା-
ଶୀତ ଋତୁରେ ଲୋକମାନେ ହୃଦଘାତ, ରକ୍ତଚାପ ଏବଂ ଶ୍ୱାସକ୍ରିୟା ଭଳି ଅନ୍ୟାନ୍ୟ ରୋଗରେ ପିଡିତ ହେବାର ଆଶଙ୍କା ରହିଥାଏ। ହେଲେ ଶୀତଦିନେ ବାୟୁ ପ୍ରଦୂଷଣର ସ୍ତର ଯଦି ବଢେ ତାହେଲେ ଏହି ସମସ୍ୟା ବଢିବାର ଆଶଙ୍କା ରହିଛି। ଶୀତଦିନିଆ ଫଳରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ସେହିପରି ଅଁଳାରେ ଥିବା ଭିଟାମିନ୍ ସିର ପରିମାଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

କେତେବେଳେ ଓ କିପରି ଖାଇବେ ଅଁଳା-
ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆପଣ ପ୍ରତିଦିନ ସକାଳେ ଗୋଟିଏରୁ ଦୁଇଟି ଲେଖାଏଁ ଅଁଳା ଖାଇପାରିବେ । ତେବେ ଗୋଟିଏ ଦିନରେ ଦୁଇଟିରୁ ଅଧିକ ଅଁଳା ଖାଇବା ଉଚିତ୍ ନୁହେଁ । ଏହାର ସେବନ ଦ୍ବାରା ଶରୀରରେ ଜଳସ୍ତର କମିନଥାଏ ।

ତ୍ବଚାକୁ କୋମଳ କରିଥାଏ-
ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଅଛି, ଯାହା ଆମ ଚର୍ମକୁ କୋମଳ ଏବଂ ଉଜ୍ବଳ କରିଥାଏ । ଖାଲି ପେଟରେ ଅଁଳା ଖାଇବା ଦ୍ୱାରା କୋଲେଜନ୍ କମିଥାଏ । ଯାହାକୁ ଆମ ତ୍ବଚାକୁ ସୁନ୍ଦର କରିଥାଏ । ତେବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ଅଁଳା ଖାଇବା ଦ୍ବାରା ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।

ଡାଇବେଟିସ୍ ଦୂର କରେ-
ମଧୁମେହ ଦୂର କରିବାରେ ଅଁଳା ସହାୟକ ହୋଇଥାଏ । ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

Leave a Reply