spot_img
Home Blog Page 6539

ପାକିସ୍ତାନ : ସଙ୍କଟରେ ଇମ୍ରାନ୍ ସରକାର, ଦାନା ବାନ୍ଧିଲାଣି ବିରୋଧୀ ମେଳି  

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ୍‌ ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି । ପାକିସ୍ତାନ ସରକାର ଏବଂ ସେନା ବି‌ରୋଧରେ ଏବେ  ସାରା ଦେଶରେ ବିଦ୍ରୋହ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଇସ୍ତଫା ଦାବିରେ ଏବେ ସବୁ ବିରୋଧୀ ଦଳ ଏକଜୁଟ୍‌ ହୋଇଛନ୍ତି ।

ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରି ପ୍ରାୟ ୧୧ ଟି ବିରୋଧୀ ଦଳ ମେଣ୍ଟ କରିଛନ୍ତି ଏବଂ ସେମାନେ ନିକଟରେ ୨ଟି ବିଶାଳ ରାଲି କରି ସରକାରରେ କମ୍ପନ ସୃଷ୍ଟି କରିଛନ୍ତି । ପାକିସ୍ତାନରେ ଏବେ ଏକ ହାଇ ପ୍ରୋଫାଇଲ୍‌ ଅପହରଣ ଘଟଣାକୁ ନେଇ ଉଭୟ ସରକାର ଏବଂ ସେନା ଅଡ଼ୁଆରେ ପଡ଼ି ଯାଇଛନ୍ତି । ପାକିସ୍ତାନରେ ସିନ୍ଧ୍‌ ପ୍ରଦେଶ ପୁଲିସ ମୁଖ୍ୟଙ୍କୁ ରେଂଜର୍‌ସଙ୍କ ଦ୍ୱାରା ଅପହରଣ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି ।

ପାକ୍‌ ଅର୍ଦ୍ଧସାମରିକ ବଳ ସିନ୍ଧ୍‌ ପ୍ରଦେଶ ଆଇଜିପି ମୁସ୍ତାକ୍‌ ଅହମଦ ମହରଙ୍କ ବାସଭବନରେ ଚଢ଼ଉ କରିଥିଲା । ସେମାନେ ଆଇଜିପିଙ୍କୁ ଅପହରଣ କରିନେଇଥିଲେ ଏବଂ ବିରୋଧୀ ନେତା ସଫଦାର ଆୱାନ୍‌ , ମୁସ୍ତାଫା ନୱାଜ୍‌ ଖୋକରଙ୍କୁ ଗିରଫ କରିବାପାଇଁ ଏକ ନିର୍ଦ୍ଦେଶରେ ସ୍ୱାକ୍ଷର କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ‌ହୋଇଛି । ତେବେ ସିନ୍ଧ୍‌ ପ୍ରଦେଶ ପୋଲିସ ଏହି ଘଟଣାକୁ ଜୋର୍‌ଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛି । ସେମାନେ ଏହି ଘଟଣା ପାଇଁ ପାକ୍‌ ସେନା ବିରୋଧରେ ଖୋଲା ବିଦ୍ରୋହ କରିଛନ୍ତି । ସିନ୍ଧ୍‌ ପ୍ରଦେଶର ସମସ୍ତ ପୁଲିସ ଅଧିକାରୀ ସାମୂହିକ ଛୁଟି ଆବେଦନ କରିଛନ୍ତି ।

ବିହାର : ହାରିନାହିଁ ମନୋବଳ, ପାଖରେ ନାହିଁ ଟଙ୍କା କି ଲୋକ ବଳ,ତଥାପି ୭୨ ବର୍ଷରେ ଲଢୁଛନ୍ତି ନିର୍ବାଚନ

ପାଟନା: ରାଜନୀତି ଶବ୍ଦଟି ପାଟିରେ ଧରିଲେ, ଆଖି ଆଗରେ ଭାସି ଆସେ ଟଙ୍କା, ବ୍ୟୟବହୁଳ ନିର୍ବାଚନୀ ସଭା ଏବଂ ଧୋବ ଧାଉଳିଆ ନେତା । ଟଙ୍କା ପାଖରେ ନାହିଁ ତ ଭୋଟ ଲଢିବା କଥା କେହି ଭାବନ୍ତି ନାହିଁ । ଦିନ ଗଡିବା ସହ ନିର୍ବାଚନ ରାଜନୀତି ବ୍ୟୟବହୁଳ ହେବାରେ ଲାଗିଛି । ଯଦି ବିହାର କଥା ଦେଖିବା, ତେବେ ନିର୍ବାଚନରେ ଟଙ୍କା ଆଉ ବାହୁ ବଳ ହିଁ ପ୍ରାଥମିକତା ହୋଇଥାଏ । ହେଲେ ଏ ସବୁ ଭିତରେ ବି କିଛି ଭଲ ଖବର ରହିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଲକ୍ଷୀସରାଇ ଅଞ୍ଚଳର ଭରତ ମହତୋ । ବୟୟ ୭୨ ବର୍ଷ । ଚମ ଧୁଡୁ ଧୁଡୁ ହୋଇ ଗଲାଣି । ଚାଲିବାକୁ କଷ୍ଟ ହେଉଛି । ହେଲେ ମନୋବଳ ଭାଙ୍ଗିନି । ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ଉପରେ ଭରସା ଅଛି । ଟଙ୍କା, ପଇସାର ଲଢେଇରେ ଜିତିପାରିବେ ନାହିଁ ସତ । ହେଲେ ଭାଗ ତ ନେଇ ପାରିବେ । ପୂର୍ବରୁ ପଞ୍ଚାୟତସ୍ତରରେ ଭୋଟ ଲଢିଥିବା ମହତୋ ଚଳିତଥର ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି ।

ସମ୍ବଳ ବୋଇଲେ ସେମିତି କିଛି ନାହିଁ । ପାଖରେ ଫୋନ ଖଣ୍ଡେ ନାହିଁ । ଘରେ କୋଉଗୋଟେ ମାନ୍ଧାତା ଅମଳର ଛୋଟ ଫୋନଟି । ସେଥିରେ ବାଲାନ୍ସ ପଡୁଛି ନା ନାହିଁ, ତାହା ମା’ ଗଙ୍ଗେଇକୁ ଜଣା । ପ୍ରାର୍ଥୀପତ୍ର ଦାଖଲ ସମୟରେ ଫୋନ ନମ୍ବର ଥିବା ସ୍ଥାନରେ ନିଜ ଶଢୁ ନମ୍ବର ଦେଇଥିଲେ ମହତୋ । ଘରେ ଥିବା ଫୋନ କେତେବେଳେ ମଜୁରୀ କାମ ପାଇଁ ବ୍ୟବହାର କରି ଥାଆନ୍ତି । ତଥାପି ହାର ମାନି ନାହାନ୍ତି ।

ମହତୋ ଲଢୁଥିବା ଆସନରେ ମୋଟ ୨୦ ଜଣ ନାମାଙ୍କନ ଦାଖଲ କରିଥିଲେ । ତନ୍ମଧ୍ୟରୁ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଗଲା । ମଇଦାନରେ ଏବେ ୧୯ ଜଣ ପ୍ରାର୍ଥୀ । । ମହତୋଙ୍କ ସମେତ ମୋଟ ୧୩ ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ଆସନରେ ଲଢୁଛନ୍ତି । ଏଠାରୁ ବିଜେପି, ଜନ ଅଧିକାର ପାର୍ଟି, ବିଏସପି,ଆଜପାଏବଂ ପ୍ଲୁରାଲ୍ସ ପାର୍ଟି ପ୍ରାର୍ଥୀ ମଧ୍ୟ ଲଢୁଛନ୍ତି ।

 

 

ଏଣିକି ସହଜରେ ମିଳିପାରିବ ‘ଡୁପ୍ଳିକେଟ୍ ସାର୍ଟିଫିକେଟ୍’

0

ଭୁବନେଶ୍ୱର: ଏଣିକି ସହଜ ହେବ ଡୁପ୍ଲିକେଟ୍ ଏସ.ଏଲ.ସି ବା ସ୍କୁଲ ଲିଭିଂ ସାର୍ଟିଫିକେଟ । କୈାଣସି କାରଣ ବଶତଃ ସ୍କୁଲ ଲିଭିଂ ହଜିଗଲେ କି ପୋଡ଼ିଗଲେ କିମ୍ବା ବନ୍ୟା ବା ଅନ୍ୟ କାରଣରୁ ନଷ୍ଟ ହେଲେ ସହଜରେ ଡୁପ୍ଲିକେଟ୍ ସାର୍ଟିଫିକେଟ ମିଳିପାରିବ । ଏଥିପାଇଁ ଆବଶ୍ୟକୀୟ ପ୍ରମାଣ ସହ ଆଫିଡେଭିଟ୍ କରିବାକୁ ପଡ଼ିବ । ତେବେ ଏହାର ଅପବ୍ୟବହାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ    ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଡେପୁଟି ସଚିବ ।

କଙ୍ଗନାଙ୍କ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଓକିଲ

ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି

0

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା । ଏହା ସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ କଚ୍ଚା ଘର ନଷ୍ଟ ହେବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ହୋଇପାରେ । ଏହାସହ ତୀବ୍ର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ରେଡ୍, ଅରେଞ୍ଜ ଓ ୟେଲୋ ଓ୍ୱାର୍ଣ୍ଣିଂ ଜିଲ୍ଲାଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି । ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ପରାମର୍ଶ ଦିଆଯାଇଛି । ଏହି ବର୍ଷା ଆସନ୍ତା ୨୪ ତାରିଖ ଯାଏର୍ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରକୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ  ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହିତ ସମ୍ପୃକ୍ତ ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦ କି.ମି ବେଗରେ ପବନ ମଧ୍ୟ ବହିପାରେ ।

୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ: ଆସନ୍ତାକାଲିଠୁ କମିପାରେ ବର୍ଷାର ପରିମାଣ

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ

ପାଟଣା: ବିହାର କଂଗ୍ରେସର ରାଜ୍ୟ ମୁଖ୍ୟାଳୟ ସଦାକତ ଆଶ୍ରମରେ ଏକ ଗାଡିରେ ବିପୁଳ ନଗଦ ଟଙ୍କା ଜବତ ହୋଇଥିବା ଖବର ଆସିଛି। ଆୟକର ଅଧିକାରୀମାନେ କଂଗ୍ରେସ ପାର୍ଟି ଅଫିସରେ ଚଢାଉ କରୁଛନ୍ତି। ଆୟକର ଅଧିକାରୀମାନେ ସେଠାରେ ଉପସ୍ଥିତ ଥିବା ଅନେକ ନେତାଙ୍କୁ ପଚରାଉଚରା କରୁଛନ୍ତି। ସୂଚନା ଅନୁସାରେ, କଂଗ୍ରେସ କାର୍ଯ୍ୟାଳୟରେ ଗାଡି ଭିତରୁ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି । କାର୍ଯ୍ୟାଳୟ ସମ୍ମୁଖରେ ନୋଟିସ ମଧ୍ୟ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ସଦାକତ ଆଶ୍ରମରେ ଆୟକର ବିଭାଗର ଚଢାଉ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଯେଉଁଥିରେ ଅନେକ ନେତାଙ୍କୁ ଟଙ୍କା କାରବାର ସମ୍ପର୍କରେ ପ୍ରଶ୍ନ କରାଯାଇଛି।  କଂଗ୍ରେସ ଦଳ ସହ ଜଡିତ ବିହାରର କିଛି ସ୍ଥାନୀୟ ନେତା ଆୟକର ବିଭାଗର ନଜରରେ ରହିଛନ୍ତି

 

‘ସୁନନ୍ଦା ସମ୍ମାନ’ର ଅର୍ଥରାଶିକୁ ଅନୁମୋଦନ କଲେ ମୁଖ୍ଯମନ୍ତ୍ରୀ

0

ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅସାମାନ୍ୟ କୃତୀତ୍ୱ ହାସଲ କରିଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ ‘ସୁନନ୍ଦା ସମ୍ମାନ’ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଏପରି ସମ୍ମାନ ବ୍ୟବସ୍ଥା କରାଯିବ । ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଦିଆଯାଉଥିବା ଏହି ପୁରସ୍କାରର ନାମ ‘ସୁନନ୍ଦା ସମ୍ମାନ’ ରଖାଯାଇଛି । ପୁରସ୍କାର ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ । ଏହି ଅର୍ଥ ରାଶି ପ୍ରଦାନ ଲାଗି ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

            ସୂଚନା ଯୋଗ୍ୟ, ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସ୍ମୃତିରେ ସୁନନ୍ଦ ସମ୍ମାନ ଓ ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଓ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ । ଏଥିସହିତ ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି ।

ଟେକ୍ନୋଲୋଜି ଆଣିବ ସ୍ୱଛତା : ଅନଲାଇନ୍ ମାଧ୍ୟମରେ ହେବ ଧାନ ସଂଗ୍ରହଠାରୁ ରାସନ କାର୍ଡ୍ ଆବେଦନ

କମଳନାଥଙ୍କୁ ‘କମରନାଥ’ ବୋଲି କହିଲେ ବିଜେପି ସାଂସଦ, ଜାଣନ୍ତୁ କାହିଁକି…

ଇନ୍ଦୋର: ମଧ୍ୟପ୍ରଦେଶରେ ୨୮ ଆସନରେ ଉପନିର୍ବାଚନ ତାରିଖ ପାଖେଇବା ସହିତ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରୁଛି । ଏପରିକି ଏସବୁ ଏବେ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ଗଲାଣି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କିଛି ଦିନ ତଳେ ଏକ ବିଜେପି ନେତ୍ରୀଙ୍କୁ ଆଇଟମ୍ କହି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କୁ ସବୁ ବର୍ଗରୁ ସମାଲୋଚନା ସହିବାକୁ ପଡିଥିଲା । ଦଳର ହାଇକମାଣ୍ଡ ରାହୁଲଗାନ୍ଧୀ ମଧ୍ୟ କମଳନାଥଙ୍କ ମନ୍ତବ୍ୟ ଉପରେ କ୍ଷୋଭ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଥିଲେ । ତେବେ ଏବେ ପୁଣି ଏକ ବୟାନ ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ବୟାନ କମଳନାଥ ରଖିନାହାନ୍ତି । ବରଂ କମଳନାଥଙ୍କ ବିରୋଧରେ ଜଣେ ବିଜେପି ସାଂସଦ ଏଭଳି କରିଛନ୍ତି ।

ଇନ୍ଦୋରର ସାଂସଦ ତଥା ବିଜେପି ନେତା ଶଙ୍କର ଲାଲବାନୀ କମଳନାଥଙ୍କୁ କମରନାଥ ବୋଲି ସମ୍ୱୋଧିତ କରିଛନ୍ତି । ସେ ଏଭଳି କରିବା ପଛରେ କାରଣ ଦର୍ଶାଇ ଏକ ଫଟୋକୁ ସାମ୍ୱାଦିକ ସମ୍ମିଳନୀରେ ଦେଖାଉଛନ୍ତି । ଯେଉଁ ଫଟୋରେ କମଳନାଥ ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିସଙ୍କ ଅଣ୍ଟାକୁ ଧରି ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଶଙ୍କର ଲାଲବାନୀ କହିଛନ୍ତି ଯେ କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ କମଳନାଥ ନୁହନ୍ତି ବରଂ କମରନାଥ ଅଟନ୍ତି । ଦେଖନ୍ତୁ କିଭଳି ଭାବେ ତାଙ୍କ ହାତ ଅଭିନେତ୍ରୀଙ୍କର ଅଣ୍ଟା ଉପରେ ରହିଛି । ଏସବୁ ଆମେ ନୁହେଁ ବରଂ ମଧ୍ୟପ୍ରଦେଶର ଜାଗୃକ ଭୋଟର କହୁଛନ୍ତି ।

ଅନ୍ୟପକ୍ଷରେ ବିଜେପି ସାଂସଦଙ୍କର ଏହି ଅଶୋଭନୀୟ ଟିପ୍ପଣୀ ଉପରେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଉକ୍ତ ବିଜେପି ସାଂସଦଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦିଆଯାଇଛି । କଂଗ୍ରେସ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ଯେ, ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ବିରୋଧରେ ବ୍ୟକ୍ତିଗତ ଭାବେ ଅଶୋଭନୀୟ ଓ ଅଭଦ୍ର ଟିପ୍ପଣୀ କରିବା ଗ୍ରହଣୀୟ ନୁହେଁ । ଏସବୁ ଆଇନତଃ ମଧ୍ୟ ଗ୍ରହଣୀୟ ନୁହେଁ । ଏଣୁ ନିର୍ବାଚନ କମିଶନ ଏଭଳି ଆଚରଣ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଂଗ୍ରେସ ଦାବି କରିଛି ।

କଙ୍ଗନାଙ୍କ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଓକିଲ

ଝାରସୁଗୁଡ଼ା: ମହଙ୍ଗାପଡ଼ିଲା ଫେସବୁକରେ ଓକିଲଙ୍କ ଆପତ୍ତିଜନକ ମନ୍ତବ୍ୟ । ସମ୍ପୃକ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବା ସହ ଗିରଫ କରିବାକୁ ଝାରସୁଗୁଡ଼ା ଓକିଲ ସଂଘର ଦାବି । ଗତ ୧୭ ତାରିଖ ଝାରସୁଗୁଡ଼ାର ମେହେନ୍ଦୀ ରେଜା ନାମକ ଜଣେ ଓକିଲ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଫେସ୍ବୁକ ପୋଷ୍ଟ ତଳେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ସଂଗଠନ ତରଫରୁ ମେହେନ୍ଦୀ ରେଜାଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଉଛି। ଏବଂ ଏଭଳି ମନ୍ତବ୍ୟକୁ ନେଇ ମହିଳା ଆଇନଜୀବୀ ମାନେ ନିନ୍ଦା କରିବା ସହ ନାରୀର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିବା କହିଛନ୍ତି। ଅପରପକ୍ଷରେ ଏନେଇ ଜ଼ିଲ୍ଲା ଓକିଲସଂଘ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇ ଆଲୋଚନା କରିଥିଲେ । ଏବଂ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି ରଖିଥିଲେ । ଫଳରେ ସମ୍ପୃକ୍ତ ଓକିଲଙ୍କ ବିରୋଧରେ ଦଫା ୨୯୪ ଓ IT ACTର ଧାରା ୬୭ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ଝାରସୁଗୁଡା ଏସପି ରାହୁଲ ପିଆର ।

https://www.facebook.com/NandighoshaTV/videos/784706628973651

 

ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି

ଭୁବନେଶ୍ୱର: ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି । ଆଉ ବର୍ତ୍ତି ପାରିବେନି ଦାଗୀ ନେତା । ବିଭିନ୍ନ ଆଳ ଦେଖାଇ  ଅପରାଧିକ ମାମଲାଗୁଡିକୁ ଗଡାଇ ପାରିବେ ନାହିଁ  ଅଭିଯୁକ୍ତ ।  ରାଜନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୁଣାଣି ସହ ଦୋଷ ପ୍ରମାଣ ହେଲେ ତୁରନ୍ତ ଦଣ୍ଡବିଧାନ କରିବାକୁ ଗୁରୁତ୍ୱ  ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ପରେ ହାଇକୋର୍ଟଙ୍କ ଏଭଳି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ହେଲେ ନେତାଙ୍କ ଛାତିରେ ଛନକା ପଶିଛି ।

ନେତା ସାବଧାନ ! କୋର୍ଟରେ ଆଉ ବର୍ଷ ବର୍ଷ ଗଡ଼ିବନି ଅପରାଧିକ ମାମଲା । ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ହାଇକୋର୍ଟ ମଧ୍ୟ କଠୋର ହୋଇଛନ୍ତି । କୌଣସି ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ଥିଲେ କିମ୍ବା ହେଲେ , ତୁରନ୍ତ ସ୍ୱତନ୍ତ୍ର କୋର୍ଟରେ ଏହାର ଶୁଣାଣି ହେବ । ରାଜନେତାଙ୍କ ବିରୋଧରେ ରହିଥିବା ମାମଲା ଗୁଡିକର ବିଚାର ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପର୍କରେ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । କେବଳ ସେତିକି ନୁହେଁ ବିଧାୟକ ,ସାଂସଦ କିମ୍ବା ପୂର୍ବତନ ବିଧାୟକ କିମ୍ବା ବରିଷ୍ଠ ରାଜନେତାଙ୍କ ବିରୋଧରେ କେତେ ମାମଲା ଅଛି ତାହା ବି ଜାଣିବାକୁ ଚାହିଁଛନ୍ତି ।

Orissa High Court Closed Till July 10 – ODISHA BYTES

ଏବେ ରାଜ୍ୟରେ ୩ଟି ରାଜସ୍ୱ ଡିଭିଜନରେ ୩ଟି ସ୍ବତନ୍ତ୍ର କୋର୍ଟ ସହ ୧୧ଟି ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ସହ ଏସବୁ ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପର୍କରେ ଜଣାଇବାକୁ ସରକାର ସମୟ ନେଇଛନ୍ତି ।  ତେବେ ଯେଉଁ ରାଜନେତାମାନେ ଅପରାଧ ସହିତ ଜଡ଼ିତ ସେମାନେ ଦଣ୍ଡିତ ହେବା ଉଚିତ ବୋଲି ଉଭୟ ଶାସକ ଓ ବିରୋଧୀ କହିଛନ୍ତି । ଦେଶରେ ୪ହଜାରରୁ ଅଧିକ ଅପରାଧିକ ମାମଲା ରହିଛି ରାଜନେତାଙ୍କ ବିରୋଧରେ ।  ଓଡିଶାରେ ଏ ସଂଖ୍ୟା ୧୧୦ରୁ ଅଧିକ ।  ସେଥିମଧ୍ୟରୁ ୧୨ରୁ ଅଧିକ ସଂଗୀନ ମାମଲା ରହିଛି ।  ଏପରିକି ଦୁଷ୍କର୍ମ ଓ ହତ୍ୟା ଭଳି ମାମଲା ବି ରହିଛି । ସମୀକ୍ଷକ କହିଛନ୍ତି, ନେତା ନିଜର କ୍ଷମତାର ଅପବ୍ୟବହାର କରି ଶୁଣାଣିକୁ ବିଳମ୍ବିତ କରି ଚାଲିଥାନ୍ତି । ଯାହାକି ଗଣତନ୍ତ୍ର ପ୍ରତି ବିପଦ ।

ଟେକ୍ନୋଲୋଜି ଆଣିବ ସ୍ୱଛତା : ଅନଲାଇନ୍ ମାଧ୍ୟମରେ ହେବ ଧାନ ସଂଗ୍ରହଠାରୁ ରାସନ କାର୍ଡ୍ ଆବେଦନ

ଭୁବନେଶ୍ୱର:  ଏଣିକି ଧାନ ସଂଗ୍ରହ ନେଇ ପଞ୍ଜୀକରଣ ଠାରୁ ରାସନ କାର୍ଡ ଆବେଦନ ସବୁ କିଛି ଅନଲାଇନ୍ ମାଧ୍ୟମରେ ହେବ । ଏହି ସବୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ପାଇଁ ଏଭଳି ଅନ୍‌ଲାଇନ୍ ବ୍ୟବସ୍ଥକୁ ଆରମ୍ଭ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଯାହାକୁ ଗୁରୁବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ”। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରାସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

            ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ NFSAରୁ ବାଦ୍‌ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି।  ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାରା ରାଜ୍ୟର ଲୋକ ଏହି ବିଭାଗ ସହିତ ସିଧାସଳଖ ଯୋଡି ହୋଇ ରହିଛନ୍ତି। ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍‌ ଭାବରେ ପାଇପାରିବ, ସେଥିପାଇଁ ଅନ୍‌ ଲାଇନ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ, ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

            ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ସେ ସମ୍ପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ ମେକିଂ ଅଫ୍ ଫୁଡ୍ ସିକ୍ୟୁର ଓଡ଼ିଶା ( Making of a Food Secure Odisha) କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

            ସୂଚନାଯୋଗ୍ୟ ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଗୁଡିକ ହେଲା – ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍‌ସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ । ଏସବୁ ସୁବିଧା ଗୁଡିକ www.foododisha.in ରେ Cetizen Services ଲିଙ୍କ୍ ରେ ମିଳିପାରିବ।

            ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ, ୫-ଟି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଗୁରୁବାର ଏହି ଅନ୍‌ଲାଇନ ସେବା ଗୁଡିକ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

            ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ସମସ୍ତଙ୍କୁ ସ୍ବାଗତ କରି ନୂତନ ସେବା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାପାଳ ଏବଂ ଖାଦ୍ୟ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।