ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି: ନାଗାର୍ଜୁନ ବେଶ ପାଇଁ ତତ୍ପର ପୁରୀ ପ୍ରଶାସନ

ଭୁବନେଶ୍ୱର : ଆଗାମୀ ୨୭ ତାରିଖରେ ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ।  ଏହା ମଧ୍ୟରେ ନାଗାର୍ଜୁନ ବେଶର ୭୦ପ୍ରତିଶତରୁ ଅଧିକ କାର୍ଯ୍ୟ ଶେଷ ହୋଇଛି । ହାଣ୍ଡିଆ, ତାଟି ଓ ବିଭିନ୍ନ  ଆୟୁଧ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ତେବେ କରୋନା ପାଇଁ ଭକ୍ତ ଏହି ବେଶ ଦର୍ଶନ କରିପାରିବେ ନାହିଁ  । ସେପଟେ ଏହି ଦୁର୍ଲ୍ଲଭ ବେଶରେ ଅନୁପ୍ରାଣିତ ହୋଇ ଜଣେ ଯୁବଶିଳ୍ପୀ ଦିଆସିଲି କାଠିରେ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ।

ଅନ୍ତିମ ପର୍ଯ୍ୟାୟରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କାର୍ଯ୍ୟ । ଇତି ମଧ୍ୟରେ ସରିଲାଣି ୭୦ ପ୍ରତିଶତ କାର୍ଯ୍ୟ । ଆସନ୍ତା ୨୭ରେ ଦୁର୍ଲଭ ବେଶରେ ଦର୍ଶନ ଦେବେ ଠାକୁର । ନାଗାର୍ଜୁନ ବେଶର ମାହାତ୍ମ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ବେଶ ଚର୍ଚ୍ଚିତ । ଇତିମଧ୍ୟରେ ବେଶରେ ଲାଗି ହେବାକୁ ଥିବା ବିଭିନ୍ନ ଆୟୁଧ, ହାଣ୍ଡିଆ, ତାଟି, ଧନୁ, ତୀର ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିର୍ମାଣ ସରିଛି । ଶୁଦ୍ଧପୂତ ଭାବେ ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ ବେଶ ପ୍ରସ୍ତୁତକାରି ସେମାନନଙ୍କ ନିଖୁଣ କାରିଗରୀ କୌଶଳରେ ନିର୍ମାଣ କରୁଛନ୍ତି ସମସ୍ତ ବେଶ ପରିପାଟୀ ।

ଅନ୍ୟପକ୍ଷରେ ଏହି ଦୁର୍ଲଭ ବେଶରେ ଅନୁପ୍ରାଣିତ ହୋଇ ଯୁବ ଶିଳ୍ପୀ ୨୫୦ ପେଡି ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ସୁନ୍ଦର କଳାକୃତି । ପୁରୀ ହରଚଣ୍ଡୀ ସାହିର ଯୁବ ଶିଳ୍ପୀ ସାଗର କୁମାର ବେହେରା ଏହାକୁ ନିର୍ମାଣ କରିଛନ୍ତି । ତାଙ୍କର ଏହି ସୂକ୍ଷ୍ମ କାରିଗରୀ ସମସ୍ତଙ୍କୁ ଆକୃଷ୍ଟ କରିଛି । ଦୀର୍ଘ ବର୍ଷ ପରେ ରତ୍ନ ବେଦିରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଦାରୁ ଦେବତା । ତେବେ କରୋନା କଟକଣା ଯୋଗୁଁ ଏହାର ଦର୍ଶନରୁ ଭକ୍ତ ବଞ୍ଚିତ ହେବେ ବୋଲି ଜଣାପଡିଛି ।

Leave a Reply