ଉଦ୍ଦେଶ୍ୟମୂଳକ ଭାବେ ସ୍କୁଲ ବନ୍ଦ କରାଯିବ ନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କୌଣସି ସ୍କୁଲକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯିବ ନାହିଁ । ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ସିଡ୍ୟୁଲ୍‌ଡ ଏରିଆରେ ୧୫ରୁ କମ୍ ଓ ନନ୍‌ସିଡ୍ୟୁଲ୍‌ଡ ଏରିଆରେ ୨୦ରୁ କମ ପିଲାଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ । ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ କଂଗ୍ରେସ ସନ୍ତୋଷ ପ୍ରକାଶ କରିଥିବା ବେଳେ ବିଜେପି କିଛି ପ୍ରଶ୍ନ ଉଠାଇଛି ।

ସିଡ୍ୟୁଲ୍ଡ ଅଞ୍ଚଳରେ କୌଣସି ସ୍କୁଲରେ ୧୫ରୁ କମ ଓ ନନ୍‌ ସିଡ୍ୟୁଲ୍‌ଡ ଏରିଆରେ କୌଣସି ସ୍କୁଲରେ ୨୦ରୁ କମ୍‌ ପିଲା ଥିଲେ ସେସବୁ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ସବୁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପରିମାଣର ଶିକ୍ଷକ ଯୋଗାଇ ଦେବା ଲକ୍ଷ୍ୟ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି  । ଛୋଟ ଛୋଟ ସ୍କୁଲ ଏକତ୍ରୀକରଣ ଦ୍ୱାରା ବଡ଼ ବିଦ୍ୟାଳୟ ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ରାଜସ୍ଥାନ ଓ ଝାଡ଼ଖଣ୍ଡ ପରେ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଉଛି । ଶିକ୍ଷାଦାନର ମାନବୃଦ୍ଧି ଓ ଶିକ୍ଷାର ଉତ୍ତମ ବାତାବରଣ ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Unlock 5 Ministry Of Education Releases Guidelines For Reopening Of Schools

ବିଧାନସଭାରେ ସାଢେ ୪ ଘଣ୍ଟାର ଆଲୋଚନା ପରେ ମନ୍ତ୍ରୀଙ୍କ ଉତ୍ତରରେ କଂଗ୍ରେସ ସନ୍ତୋଷ ପ୍ରକାଶ କରିବା ସହ କେବିକେ ସ୍କୁଲ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଜଣାଇବାକୁ ଦାବି କରିଛି  । ବିଜେପି କହିଛି ସ୍କୁଲ ବନ୍ଦ ହେଲେ ବିରୋଧ କରାଯିବ । ଏହାର ଜବାବ ଦେଇଛି ବିଜେଡି । ଦଳ କହିଛି କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି   ।

Unlock 5 Ministry Of Education Releases Guidelines For Reopening Of Schools

ସେହିଭଳି ରାଜ୍ୟରେ ୧୪ହଜାର ୩୮୨ସ୍କୁଲରେ ୪୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି  । ସେଥିମଧ୍ୟରୁ ୭ ହଜାର ୭୭୨ ସ୍କୁଲକୁ ମିଶ୍ରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି । ସେଥିରୁ ୧୭୨୪ ସ୍କୁଲରେ ୨୫ରୁ କମ୍ ପିଲା ଓ ୬୦୪୮ଟି ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି  । ମିଶ୍ରଣ ନେଇ ଯେଉଁଠି  ସମ୍ପର୍କରେ ଲିଖିତ ଅଭିଯୋଗ ଆସିଲେ ସରକାର ବିଚାର କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି  ।

Leave a Reply