ନଗରୋଟା ଏନକାଉଣ୍ଟର ପରେ… ସୁରକ୍ଷା ବଳଙ୍କୁ ଜରୁରୀ ଫୁଲ୍ ବଡି ଟ୍ରକ୍ ସ୍କାନର

1 min read
Jammu Kashmir Security Forces Want Full Body Truck Scanners After Nagrota Encounter

ଶ୍ରୀନଗର: ଜମ୍ମୁ-କାଶ୍ମୀର ନଗରୋଟା ଏନକାଉଣ୍ଟର ପରେ ଭାରତୀୟ ସୁରକ୍ଷାବଳକୁ ଆତଙ୍କବାଦୀ ଆକ୍ରମଣ ରୋକିବା ଲାଗି ଫୁଲ୍ ବଡି ଟ୍ରକ୍ ସ୍କାନର ଆବଶ୍ୟକ । ଆତଙ୍କବାଦୀ ଲୁଚିବା ଓ ଦୂରତା ରକ୍ଷା ଲାଗି ସେଓ ଭର୍ତ୍ତି ଟ୍ରକ୍ ବ୍ୟବହାର କରନ୍ତି । ଏଥିପାଇଁ ସୁରକ୍ଷାବଳ ଚାହୁଁଛି ଘାଟି ଚେକ୍ ପଏଣ୍ଟସ୍ ଓ ନାକାବନ୍ଦୀ ସ୍ଥାନରେ ଫୁଲ୍ ବଡି ଟ୍ରକ୍ ସ୍କାନର ଲଗାଯାଉ ।

Jammu Kashmir Security Forces Want Full Body Truck Scanners After Nagrota Encounter

ନଗରୋଟା ଏନକାଉଣ୍ଟରରେ ନିହତ ହୋଇଥିବା ୪ ଆତଙ୍କବାଦୀ ସେଓ ଭର୍ତ୍ତି ଟ୍ରକରେ ଲୁଚିଥିଲେ । ଜମ୍ମୁ-କାଶ୍ମୀର ନିକଟରେ ନିହତ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ଥିଲା । ଯାହା ଆଧାରରେ ସୁରକ୍ଷାବଳ ଆତଙ୍କବାଦୀଙ୍କ ଉପରେ ନଜର ରଖିବା ସହ ଏନକାଉଣ୍ଟରରେ ନିହତ କରିଥିଲେ । ସୂତ୍ର ଅନୁସାରେ ନଗରୋଟାରେ ହୋଇଥିବା ଏନକାଉଣ୍ଟର ପରେ ଫୁଲ୍ ବଡି ଟ୍ରକ୍ ସ୍କାନର ଲଗାଇବା ପାଇଁ ଦାବି ପୁଣି ତେଜିଛି ।

ସୂତ୍ର ଅନୁସାରେ, ସେଓ ଭର୍ତ୍ତି ଟ୍ରକର ଯାଞ୍ଚ ବେଳେ ସେଓ ପେଟିକୁ ବାହାର କରି ଚେକିଂ କରାଯାଏ । ସ୍କାନର ନଥିବାରୁ ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରକର ଯାଞ୍ଚ ଠିକରେ ହୋଇପାରୁ ନାହିଁ । ସ୍କାନର ହେଲେ ବିନା ଟ୍ରାଫିକ୍ ସମସ୍ୟାରେ ଶୀଘ୍ର ଟ୍ରକଗୁଡ଼ିକ ତନଖି କରିବା ସହ ରାସ୍ତାରେ ଭିଡ଼ କମ୍ କରାଯାଇ ପାରିବ । ଏଥିସହ ଆତଙ୍କବାଦୀ ଆକ୍ରମଣରୁ ମୁକ୍ତି ମିଳିପାରିବ ।

Nagrota Encounter Terrorists Entered By Tunnel In Samba Jammu

ନଗରୋଟା ଏନକାଉଣ୍ଟରରେ ନିହତ ଆତଙ୍କବାଦୀ ସୀମା ପାର ହୋଇ ଆସିଥିଲେ । ଏହି ଆତଙ୍କବାଦୀ ସାମ୍ବା ସେକ୍ଟର ଆସିବା ପରେ ଟ୍ରକରେ ଯାତ୍ରା କରୁଥିଲେ । ଘାଟି ଆଡ଼କୁ ଆସୁଥିବା ଟ୍ରକକୁ ସୁରକ୍ଷାବଳ ବନ ଟୋଲ ପ୍ଲାଜା ନିକଟର ଅଟକାଇ ଏନକାଉଣ୍ଟର କରିଥିଲେ । ଯେଉଁଥିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ସମସ୍ତ ଆତଙ୍କବାଦୀ ଜୈଶ ଏ ମହମ୍ମଦ ଗ୍ରୁପର । ଏମାନେ ନିୟମିତ ଭାବେ ମୌଲାନା ମସୁଦ ଅଜହରର ଭାଇ ଅବ୍ଦୁଲ ରଊଫ ସହ ସମ୍ପର୍କରେ ଥିଲେ ।

Leave a Reply