spot_img
Home Blog Page 6533

ଅମଳ ପୂର୍ବରୁ ପୋକଙ୍କ କବଳରେ ଧାନ ଚାଷ, ବିଷ ସ୍ପ୍ରେ କଲେ ମଧ୍ୟ ବୋଲ ମାନୁ ନାହାନ୍ତି

ଚାନ୍ଦବାଲି: କରୋନା ଲଘୁଚାପର ଲଗାଣ ବର୍ଷା ଆଉ ଏବେ ପୋକ ଆତଙ୍କ । ଅମଳ ପୂର୍ବରୁ ପୋକ ମାନଙ୍କ କବଳରେ ଧାନ ଚାଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ପଞ୍ଚାୟତ ସମେତ ତିହିଡି ବ୍ଲକର  ଶ୍ୟାମସୁନ୍ଦରପୁରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଶହଶହ ହେକ୍ଟର ଚାଷଜମିରେ ଏବେ ଧାନ ଥୋଡ ବାହାରୁଛି । ତେବେ ଅମଳ ହେବା ପୂର୍ବରୁ ସବାଖିଆ ପୋକ ଧାନଥୋଡ ସବୁ ଖାଇଯାଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଧାର କରଜ କରି ଚାଷ କରିଥିବା ଚାଷୀମାନେ ।

ଚାଷ ପ୍ରାରମ୍ଭରୁ ମରୁଡ଼ିର, ପରେ ବନ୍ୟାରେ ସମ୍ପୁର୍ଣ୍ଣ ଚାଷ ଉଜୁଡିଯାଇଥିଲା । ବଳକା ଧାନ ଫସଲ ଯାହାକିଛି କ୍ଷେତରେ ଥିଲା ଏବେ ସବାଖିଆ ପୋକଙ୍କ ପାଦୁର୍ଭାବ ଯୋଗୁ ଧାନଥୋଡ ସବୁ ଅଗାଡି ପାଲଟିଜଲାଣି । ଯାହାଫଳରେ ଫସଲ ସବୁ ଏବେ ଧଳା ଦିଶିଲାଣି । ଫଳରେ ଭୂଇଁପୁର, ଆରଡି, କୋଇଲିଖା, ବାତୋଳ, ସିଙ୍ଗିପୁର, ପହଣା, ତଳଦୁମୁକା, ଉପରଦୁମୁକା, ବାଙ୍କମୁଆଁ ଆଦି ଗାଁର ଶହଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନଙ୍କ କହିବା ଅନୁଯାୟୀ  ସବାଖିଆ ପୋକଙ୍କର ଏପରି ପାଦୁର୍ଭାବ ଯେ ବିଷ ସ୍ପ୍ରେ କଲେ ମଧ୍ୟ ବୋଲ ମାନୁ ନାହିଁ ।

ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟା ଅଭିଯୋଗ

ଗଞ୍ଜାମ: ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଅପରାଧି ଅପରାଧିଙ୍କ ମଧ୍ୟରେ ଉନ୍ମତକାଣ୍ଡ । ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟା ଅଭିଯୋଗ । କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଗାଁର ବଚନ ସ୍ୱାଇଁ ନାମକ ଜଣେ ଅପରାଧୀଙ୍କୁ ଅନ୍ୟ ଜଣେ ଅପରାଧୀ କଙ୍ଗାରୁ ଭୂୟାଁ ଛୁରୀ ଭୂସୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଚନକୁ  ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଅଭିଯୁକ୍ତ କଙ୍ଗାରୁ ପୂର୍ବରୁ ଏକ ହତ୍ୟା ମାମଲାର  ଅଭିଯୁକ୍ତ । ବଚନ ସ୍ୱାଇଁ ମଧ୍ୟ ଜଣେ ପୁରୁଣା ଅପରାଧୀ ଭାବେ ପରିଚିତ । ଦୀର୍ଘ ଦିନ ଧରି କଙ୍ଗାରୁ ଭୂୟାଁ ଏବଂ ଵଚନ ସ୍ୱାଇଁ ମଧ୍ୟରେ ଶତ୍ରୁତା ଲାଗିରହିଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଚାଷବାସ ଉଜାଡୁଛନ୍ତି ହାତୀ ପଲ ଭୟଭୀତ ସ୍ଥାନୀୟ ଲୋଲ, ଘଉଡାଇବାକୁ ଯାଇ ନାକେଦମ ବନବିଭାଗ

ଆଠଗଡ଼: ଆଠଗଡ଼ ପରେ ହାତୀ ପଲ ଏବେ ଚୌଦ୍ଵାର ମୁହାଁ । ଚୌଦ୍ୱାର ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ପୁଣି ଚୌଦ୍ୱାର ବାଣୀପଦା ଅଂଚଳରେ ପ୍ରାୟ ୨୧ରୁ ଅଧିକ ହାତୀ ପଲ ବୁଲୁଥିବା ସୂଚନା ମିଲିଛି । ଏନେଇ ବନବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ  ବିଭିନ ପ୍ରକାରର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଆଜିକୁ ଦୀର୍ଘ ଦିନ ହେବ ଚନ୍ଦକା ହାତୀ ମାନେ ଆଠଗଡ, ଚୌଦ୍ୱାର ଅଂଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଲୋକମାନଙ୍କୁ ଆକ୍ରମଣ କରୁଥୁବା ଅଭିଯୋଗ ହୋଇଛି ।

ସେପଟେ କାମାକ୍ଷାନଗର ପଶ୍ଚିମାଞ୍ଚଳରେଂଜ ସୋଗର ଅଞ୍ଚଳରେ ହାତୀପଲ । ବ୍ୟାପକ ଧାନ ଫସଲ କରୁଛନ୍ତି ନଷ୍ଟ ।ଗତ ୩ଦିନ ହେଲାଣି ଏହି ଅଞ୍ଚଳରେ ସେମାନଙ୍କର ଆତଙ୍କ ଲାଗି ରହିଛି ।ଗତ ଦୁଇଦିନ ସୋଗର ଗାଁର ବ୍ୟାପକ ଧାନ ଫସଲ ନଷ୍ଟ କରିବା ସାଙ୍ଗକୁ ଗାଁ ଠାରୁ ଅତି ନିକଟରେ ଯାଉଛନ୍ତି । ଏବେ ଏହି ୨୨ଟିକିଆ ହାତୀପଲ ନିକଟସ୍ଥ ମାଛିଆ ଜଙ୍ଗଲରେ ଅଛନ୍ତି ।ହାତୀର ଗତିବିଧି ଉପରେ ବନ ବିଭାଗର ଐର।ବତ ବସ ନଜର ରଖିଥିବା ରେଞ୍ଜର ବିଭୂଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି ।

UPSC: ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ଏବଂ IFS ପ୍ରିଲିମ୍ ଫଳାଫଳ

ନୂଆଦିଲ୍ଲୀ: ୟୁପିଏସସି (UPSC) ସିଭିଲ ସର୍ଭିସେସ୍ ୨୦୨୦ ଏବଂ UPSC ଭାରତୀୟ ବନସେବା (ଆଇଏଫଏସ) ପରୀକ୍ଷା ଫଳାଫଳ ଆଧିକାରିକ ୱେବସାଇଟରେ ଘୋଷଣା କରିଯାଇଛି । UPSC ସିଭିଲ ସର୍ଭିସେସ୍ ୨୦୨୦ ପରୀକ୍ଷା ପାଇଁ ପ୍ରାଥମିକ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହୋଇଥିଲା । ସିଭିଲ ସର୍ଭିସ ପାଇଁ ପ୍ରାଥମିକ ପରୀକ୍ଷା ଓ UPSC ଭାରତୀୟ ବନ ସେବା ପ୍ରାଥମିକ ଫଳାଫଳ ଏବେ upsc.gov.in ୱେବସାଇଟରେ ଦେଖିହେବ ।

ସୂଚନା ଅନୁଯାୟୀ, UPSCର ଅଫିସିଆଲ୍ ୱେବସାଇଟ୍ କାମ କରୁନାହିଁ । ତେବେ ଯେଉଁ ପରୀକ୍ଷାର୍ଥୀମାନେ Upsc.gov.in ମାଧ୍ୟମରେ ଫଳାଫଳ ଜାଣିପାରୁନାହାନ୍ତି, ସେମାନେ upsconline.nic.in PDF ଡାଉନଲୋଡ୍ କରି ଫଳାଫଳ ଜାଣିପାରିବେ । ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିବା ପାଇଁ ଅଫିସିଆଲ୍ PDF ଡାଉନଲୋଡ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରିପାରିବେ ।

୧- ଫଳାଫଳ ଜାଣିବା ପାଇଁ UPSCର ଅଫିସିଆଲ୍ ୱେବସାଇଟ୍ ଯଥା upsc.gov.in ଖୋଲିବା ଜରୁରୀ।

୨- ଏହା ପରେ ହୋମ୍ ପେଜରେ UPSC ସିଭିଲ ସର୍ଭିସେସ୍ ପ୍ରିଲିମ୍ସ ୨୦୨୦ ରେଜଲ୍ଟ’ ଲିଙ୍କରେ କ୍ଲିକ୍ କରନ୍ତୁ ।

୩- ଆପଣଙ୍କୁ ପେଜରେ PDF ଫଳାଫଳ ଦେଖାଯିବ ।

୪- ଏହା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଜର ରୋଲ୍ ନମ୍ବର ସ୍କାନ୍ କରିବା ଅପସନ ଆସିବ ।

୫- ପ୍ରାର୍ଥୀମାନେ ସ୍କ୍ରଲିଂ କରି ନିଜର ରୋଲ୍ ନମ୍ବର ପାଇପାରିବେ ।

ୟୁପିଏସସି ସିଭିଲ ସର୍ଭିସେସ୍ ଏବଂ ୟୁପିଏସି ଭାରତୀୟ ବନ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାରୀକ୍ଷାର୍ଥୀମାନେ ଏବେ ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ । ପ୍ରାରୀକ୍ଷାର୍ଥୀମାନେ ମେନ୍ସ ପରୀକ୍ଷା ବିଷୟରେ ଜାଣିବା ପାଇଁ UPSCର ଅଫିସିଆଲ୍ ୱେବସାଇଟକୁ ଲଗାତାର ଫଲୋ କରିବାକୁ ପଡ଼ିବ।

ଆଜି ମଣ୍ଡପରେ ମହାଷ୍ଟମୀ ପୂଜା, ଝଲସୁନି ରାସ୍ତାଘାଟ ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ

ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ । ବିଧି ଅନୁସାରେ ମା’ଙ୍କୁ କରାଯାଇଛି ଆବାହନ । ତେବେ ଆଜି ପୀଠରେ ମାଆଙ୍କ ନବମୀ ହୋଇଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ମହାଷ୍ଟମୀ ପାଳନ କରାଯାଉଛି । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ । ଭଳିକିଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ ।

କଟକଣା ପଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି । ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା । ଘରେ ରହି ମାଆଙ୍କୁ ଆରାଧନା କରୁଛନ୍ତି ଭକ୍ତ  । ହେଲେ ଚଳଚଞ୍ଚଳ ହୋଇପଡ଼ିଛି ପୂଜା ବଜାର । କରୋନା କଟକଣାକୁ ମାନି ଚାଲିଛି ପୂଜା ବଜାର । ସେପଟେ ଟୁଇନସିଟିରେ କଟକଣାରେ ଚାଲିଛି ପୂଜା  ।

ଐତିହ୍ୟ ନଗରୀ କଟକ ସହରରେ ମା ଜଗତଜନନୀଙ୍କ ଆରାଧନା । ଆଜି ମା’ଙ୍କ ମହାଷ୍ଟମୀ ପର୍ବ । ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ବ୍ରତ ରଖିଥାନ୍ତି । ମାଆଙ୍କ ଦର୍ଶନ ସହିତ  ପ୍ରସାଦ ପାଇବା ପରେ ବ୍ରତ ସମାପ୍ତିର ବିଧି ରହିଛି । ତେବେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ଘରେ ରହି ଏହି ବ୍ରତ କରିଛନ୍ତି। ପୂଜା କମିଟି ପକ୍ଷରୁ ଘରେ ଘରେ ସିନ୍ଦୁର ସଂଖା, ପାଦୁକ ପହଂଚାଇବାର ବ୍ୟବସ୍ଥା କରାଯାଇଛି ।

ସକାଳୁ ମାଜଣା, ଧୂପ କରାଯିବା ସହିତ ଚଣ୍ଡୀପାଠରେ ଆବାହନ କରାଯାଉଛି । ତେବେ ଅଷ୍ଟମୀ ଯିବା ଓ ନବମୀ ପ୍ରବେଶରେ ଆଜି ସନ୍ଧି ପୂଜା କରାଯିବା ସହିତ ପନିକଖାରୁ ବଳି ଦିଆଯିବ ।

ଶେଷହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, କଟକଣା ଭିତରେ ସଂପର୍ଣ୍ଣ ରିତୀନିତୀ

କଳାହାଣ୍ଡି: କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଛତର ସଂପର୍ଣ୍ଣ ହୋଇଛି । ଚଳିତବର୍ଷ କଟକଣା ଭିତରେ ପାଳିତ ହୋଇଛି ଯାତ୍ରା  । ମା’ଙ୍କ ପ୍ରତୀକ ଛତର ଅଷ୍ଟମୀ ମଧ୍ୟରାତ୍ରରେ ନିଜ ମୂଳଆସ୍ଥାନ ମନ୍ଦିର ଠାରୁ ବାହାରି ଭବାନୀପାଟଣା ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା । ସନ୍ଧି ପୂଜା ପରେ ପରେ ଆଜି ନବମୀ ପ୍ରାତଃରୁ ମାଣିକେଶ୍ୱରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମା’ ।

ସେପଟେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଜନସମାଗମ ଉପରେ ରୋକ୍‌ ଲଗାଇଛି  । ଛତର ଯାତ୍ରା ପାଇଁ ଆସନ୍ତାକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ  ଭବାନୀପାଟଣାରେ ୧୪୪ ଧାରା ଜାରି କରାଯାଇଛି । ସହରର ସମସ୍ତ ପ୍ରବେଶ ପଥକୁ ବନ୍ଦ ରଖାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯାଇଥିବା ବେଳେ ମାଁ ଙ୍କ ବିଜୟ ଛତର ବାହୁଡା ରାସ୍ତାକୁ ବ୍ୟାରିକେଟରେ ଭକ୍ତ ପାଇଁ ସିଲ କରି ଦିଆଯାଇଛି ।

କାଲି ସୁଦ୍ଧା ରାଜ୍ୟରୁ ଫେରିଯିବ ମୌସୁମୀ, ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରୁ କାଲି ସୁଦ୍ଧା ଫେରିଯିବ ମୌସୁମୀ । ଓଡ଼ିଶାରୁ ମୌସୁମୀ ଫେରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାଲି ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରୁ ମୌସୂମୀ ଫେରିବ । ପରବର୍ତ୍ତୀ ଦିନରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ । ସେପଟେ ବଙ୍ଗୋପସାଗରରେ ଅବପାତ ଏବେ ପାରାଦୀପଠାରୁ ଉତ୍ତର-ପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ସକ୍ରିୟ ରହିଛି । ଏହା  ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରାଠାରେ ସୁନ୍ଦରବନ ଅଞ୍ଚଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଉତ୍ତର-ଓଡ଼ିଶା ଉପକୂଳ ଜିଲ୍ଲା ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖରୁ ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ପ୍ରଥମେ ଫେରିବ। ଏହାର ଦିନକରୁ ୨ଦିନ ଭିତରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ଶେଷ ସପ୍ତାହରୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରୁ ଫେରିବା ପ୍ରକ୍ରିୟା ଏଥର ବିଳମ୍ବ ହୋଇଛି ।

ସାଧାରଣତଃ ରାଜ୍ୟରୁ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ୧୦ ଦିନ ବିଳମ୍ବ ହୋଇଛି। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ରାଜ୍ୟରୁ ମୌସୁମୀ ଅପସରିଯିବା ସହ ପାଗ ଶୁଖିଲା ରହିବ। ବାୟୁମଣ୍ଡଳର ଆର୍ଦ୍ରତା ଧୀରେଧୀରେ କମିବା ସହ ତାପମାତ୍ରା ବି ଏବେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ କମିବ। ସକାଳୁ ଟିକେ ଟିକେ ଥଣ୍ଡା ଅନୁଭୂତ ହେବ। କିନ୍ତୁ ବି‌ଶେଷ ଥଣ୍ଡା ଅନୁଭୂତ ହେବ ନାହିଁ। ବିଳମ୍ବରେ ଶୀତ ଆସିପାରେ ବୋଲି କହିଛନ୍ତି ଶ୍ରୀ ବିଶ୍ବାସ।

ଆଜି ଏହି ରାଶିର ଲୋକଙ୍କର ଅର୍ଥ ଲାଭ ସହ କର୍ମକ୍ଷେତ୍ରରେ ହେବ ସଫଳତା

ଆଜିର ପଞ୍ଚାଙ୍ଗ:

୨୪ ଅକ୍ଟୋବର, ୨୦୨୦, ଶନିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍

ତୁଳା ୮ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥି, ସକାଳ ୬ଟା ୫୯ ପରେ ୯ମୀ ତିଥି

– ଶ୍ରବଣା ନକ୍ଷତ୍ର, ଚନ୍ଦ୍ର ରହିବେ ମକର ରାଶିରେ

– -ଘାତ ଚନ୍ଦ୍ର – ସିଂହ ରାଶିର

– ଘାତ ବାର – ବୃଷ,ସିଂହ,କନ୍ୟା ରାଶିର

– ପୁଷ୍କର ଦୋଷ – ୧ ପାଦ, କୃଷିହାନୀ, ଭୂମିଦାନ,

ଯୋଗିନୀ ରହିବେ ସକାଳ ୬ଟା ୫୯ ପରେ ପୂର୍ବରେ

– ଶୁଭ ସମୟ –

ସକାଳ ୭ ଟା ୧୯ ରୁ ସକାଳ ୮ ଟା ୩୯

ଦିନ ୧୧ ଟା ୫୩ ରୁ ଅପରାହ୍ନ ୧୨ ଟା ୫୬

ଦିନ ୨ ଟା ୨୧ ରୁ ଅପରାହ୍ନ ୨ ଟା ୫୬

– ଅଶୁଭ ସମୟ –

ରାହୁକାଳ- ଦିନ ୮ ଟା ୩୯ ରୁ ଦିନ ୧୦ ଟା ୦୫

କାଳରାତ୍ରି- ସନ୍ଧ୍ୟା ୫ ଟା ୧୩ ରୁ ସନ୍ଧ୍ୟା ୬ ଟା ୪୭

 

ମେଷ ରାଶି –

ଅଶ୍ୱିନୀ ନକ୍ଷତ୍ର – ପ୍ରଶାସନ,ପରିବହନ,ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟା କରିବେ

ଦ୍ୱିଜା ନକ୍ଷତ୍ର – ନୂଆ ବନ୍ଧୁ କେହି ଆସିପାରନ୍ତି, ଅର୍ଥ ଲାଭ ସହ କର୍ମକ୍ଷେତ୍ରରେ ସଫଳତା

କୃତ୍ତିକା ନକ୍ଷତ୍ର – ଆପଣଙ୍କ ପଛରେ ଅନେକ ଆଲୋଚନା ହୋଇପାରେ, ମନ ବିଚଳିତ ରହିବ

– ଲାଲ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ

ବୃଷ ରାଶି –

କୃତ୍ତିକା ନକ୍ଷତ୍ର – ଯାହା ମନରେ ଇଛା ଥିବା ତାହା ଆଜି ପୂରଣ ହୋଇଯିବ

ରୋହିଣି ନକ୍ଷତ୍ର – ପୂର୍ବରୁ କରିଥିବା ଋଣ ଆଜି ପରିଶୋଧ କରିବାର ଅନୁକୁଳ ସମୟ ରହିଛି

ମୃଗଶିରା ନକ୍ଷତ୍ର – ବିଭିନ୍ନ ପ୍ରକାର ଯୋଜନା କରିପାରନ୍ତି,ସମସ୍ୟାର ସରଳ ସମାଧାନ ହୋଇପାରେ

ଶୁଭଫଳ ପାଇଁ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ମିଥୁନ ରାଶି –

ମୃଗଶିରା ନକ୍ଷତ୍ର – ମାନସିକ ଅସ୍ଥିରତା ଓ ବ୍ୟସ୍ତତା ମଧ୍ୟରେ ସମୟ କଟିବ

ଆର୍ଦ୍ରା ନକ୍ଷତ୍ର – ମାଲିମକଦ୍ଦମା,ବାଣିଜ୍ୟ,ବ୍ୟବସାୟ କ୍ଷେଚ୍ରରେ ବାଧା ରହିବ, ଅସଫଳତା ଲାଗି ରହିବ

ପୁନର୍ବସୁ ନକ୍ଷତ୍ର – ଭାଇ,ଭାଇ ମଧ୍ୟରେ ବିବାଦ ଦେଖାଦେଇପାରେ, ଶତ୍ରୁତା ଆଚରଣ ମନକୁ କଷ୍ଟ ଦେଇପାରେ

ଶ୍ରୀବିଷ୍ଣୁଙ୍କ ପାଖରେ ସେଓ ଭୋଗ ଲଗାନ୍ତୁ

କର୍କଟ ରାଶି –

ପୁନର୍ବସୁ ନକ୍ଷତ୍ର – ସମସ୍ୟା ମଧ୍ୟରେ ପ୍ରତିଟି କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ

ପୁଷ୍ୟା ନକ୍ଷତ୍ର – ଦୀର୍ଘ ଦିନର ସୁଚିନ୍ତିତ ବାଣିଜ୍ୟ ଯୋଜନାକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତୁ

ଅଶ୍ଳେଷା ନକ୍ଷତ୍ର- କିଛି ଆଶା ନେଇ କାମ କରିଲେ ବି ପ୍ରତିବଦଳରେ କିଛି ପାଇବେ ନାହିଁ

ଶୁଭ ଫଳ ପାଇଁ ଧଳା ବସ୍ତ୍ର ଧାରଣ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟକୁ ନେଇ ମନ ଅଶାନ୍ତି ରହିବ

ପୂର୍ବାଫାଲଗୁନି ନକ୍ଷତ୍ର – ଯାତ୍ରା ସମୟରେ ସତର୍କ ରୁହନ୍ତୁ ନଚେତ ବିପଦ ହୋଇପାରେ

ଉତ୍ତରାଫାଲଗୁନୀ ନକ୍ଷତ୍ର – ପରିବହନ ଓ ବ୍ୟବସାୟ ପାଇଁ ଦିନଟି ଭଲ ରହିବ

ସୂର୍ଯ୍ୟଦେବଙ୍କୁ ଲାଲ ମନ୍ଦାର ଫୁଲରେ ପୂଜା କରନ୍ତୁ

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମକ୍ଷେତ୍ରରେ ଅନ୍ୟମାନଙ୍କର କଥା ଆପଣଙ୍କୁ କଷ୍ଟ ଦେଇପାରେ

ହସ୍ତା ନକ୍ଷତ୍ର – ବନ୍ଧୁଙ୍କ ପାଖରେ ନିଜର ଅସୁବିଧା କଥା ଜଣାନ୍ତୁ, କିଛି ଫାଇଦାରେ ରହିବେ

ଚିତ୍ରା ନକ୍ଷତ୍ର – ଅନ୍ୟ ମାନଙ୍କ ଦ୍ବାରା କରାଯାଇଥିବା କାମ କୁ ନେଇ ବ୍ୟସ୍ତତା ଦେଖାଇବେ

ଶୁଭତ୍ୱ ପାଇଁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା ରାଶି –

ଚିତ୍ରା ନକ୍ଷତ୍ର – କର୍ମକ୍ଷେତ୍ରରେ ଅସନ୍ତୋଷ ବାତାବରଣ ପରିବାର ଉପରେ ପ୍ରଭାବ ପକାଇପାରେ

ସ୍ୱାତୀ ନକ୍ଷତ୍ର – ସାମ୍ବାଦିକତା,ସଂଗୀତ କ୍ଷେତ୍ରରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କର ଶୁଭ ଦିନ ରହିଛି

ବିଶାଖା ନକ୍ଷତ୍ର – କୌଣସି କଥା ବା କାମକୁ ହାଲକା ନିଅନ୍ତୁ ନାହିଁ, ବିପଦରେ ପଡିବେ

ସକାଳ ସମୟରେ ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ବିଛା ରାଶି –

ବିଶାଖା ନକ୍ଷତ୍ର – ଦୂର ଯାତ୍ରା କରିପାରନ୍ତି,ବନ୍ଧୁଙ୍କ ସହ ଆଲୋଚନାରେ ସଫଳ ହୋଇପାରନ୍ତି

ଅନୁରାଧା ନକ୍ଷତ୍ର – ଆଧ୍ୟାତ୍ମିକ ଭାବନା ଯୋଗୁ ମନ ଶାନ୍ତ ରହିବ

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ଭୁଲ୍ ବୁଝାମଣା ଯୋଗୁ ମନରେ ଅସ୍ଥିରତା ଲାଗି ରହିବ

ଶ୍ରୀହନୁମାନଙ୍କୁ ପେଡା ଭୋଗ ଅର୍ପଣ କରନ୍ତୁ

ଧନୁ ରାଶି –

ମୂଳା ନକ୍ଷତ୍ର – କିଛି ସମସ୍ୟାର ସମାଧାନ ହୋଇପାରେ, ସ୍ଥାନ ଓ କାମ ପରିବର୍ତ୍ତନକୁ ନେଇ ଚିନ୍ତା ରହିବ

ପୂର୍ବଷାଢା ନକ୍ଷତ୍ର – କିଛି ପ୍ରତିଶୃତି ଯୋଗୁ ଅନ୍ୟକୁ ଆପଣାଇପାରିବେ

ଉତ୍ତରାଷାଢା ନକ୍ଷତ୍ର – ପ୍ରତି କ୍ଷେତ୍ରରୁ ଦିନଟି ଭଲ ରହିବ, ନିଜ ଲୋକମାନେ ଈର୍ଷା କରିବେ

ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ପୂଜାର୍ଚ୍ଚନା ପାଇଁ ଦିନଟି ଅନୁକୁଳ ରହିବ

ଶ୍ରବଣା ନକ୍ଷତ୍ର – ନିଜର ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି ପ୍ରୟାସ କରିବେ

ଧନିଷ୍ଠା ନକ୍ଷତ୍ର – ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କିଛି ଦାୟିତ୍ୱ ଗ୍ରହଣ କରିପାରନ୍ତି

ଅସହାୟ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର – ଯାତାୟତ କ୍ଷେତ୍ରରେ କିଛି ସାବଧାନତା ଅବଲମ୍ବନ କରନ୍ତୁ

ଶତଭିଷା ନକ୍ଷତ୍ର – ବାହାର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ସ୍ବାସ୍ଥ୍ୟ ଖରାପ ହେବ

ପୂର୍ବଭାଦ୍ର ନକ୍ଷତ୍ର – ପ୍ରୟାସ କରୁଥିବା କାମରେ ଶୁଭ ସଙ୍କେତ ମିଳିପାରେ

କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ସାମାଜିକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିପାରେ

ରେବତୀ ନକ୍ଷତ୍ର – ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହେବ

ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

 

ଜ୍ୟୋତିର୍ବିଦ୍ ଇଂ ଦୀପକ ଆଚାର୍ଯ୍ୟ

ଯୋଗାଯୋଗ- 9861064469

୨ ଦିନରେ ରାଜ୍ୟରୁ ଫେରିଯିବ ମୌସୁମୀ

0

ଭୁବନେଶ୍ୱର: ରାଜ୍ୟରୁ ୨ ଦିନରେ ଫେରିଯିବ ମୌସୁମୀ । ଓଡ଼ିଶାରୁ ମୌସୁମୀ ଫେରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ମୌସୂମୀ ଫେରିବ । ପରବର୍ତ୍ତୀ ଦୁଇ ଦିନରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ । ସେପଟେ ବଙ୍ଗୋପସାଗରରେ ଅବପାତ ଏବେ ପାରାଦୀପଠାରୁ ଉତ୍ତର-ପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ସକ୍ରିୟ ରହିଛି. ଏହା  ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରାଠାରେ ସୁନ୍ଦରବନ ଅଞ୍ଚଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି. ଏହାର ପ୍ରଭାବରେ ଉତ୍ତର-ଓଡ଼ିଶା ଉପକୂଳ ଜିଲ୍ଲା ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେଞ୍ଚୁରୀ ମାରିପାରେ ପିଆଜ ଦର: କଳା ବଜାରୀ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଆଇଏମ୍‌ଏସ୍ ‘ପ୍ରବଳ’ରୁ ଆଣ୍ଟିସିପ ମିଶାଇଲର ଲକ୍ଷ୍ୟଭେଦ: ନିମିଷକେ ଚକମାଚୁର୍ ହେଲା ଟାର୍ଗେଟ

0

ବଳ ବଢାଉଛି ଭାରତୀୟ ନୌସେନା ।  ଆଜି ଆରବ ସାଗରରେ ନୌସେନା ଅଭ୍ୟାସ ଜାରି ରହିଥିବା ବେଳେ ଏକ ଆଣ୍ଟି ସିପ ମିସାଇଲ ଆଇଏନଏସ ପ୍ରବଳ ଜାହାଜରୁ ପରୀକ୍ଷଣ କରାଯାଇଥିଲା । ଲକ୍ଷ୍ୟ ଏତେ ସଠିକ ଥିଲା ଯେ ଟାର୍ଗେଟରେ ଥିବା ଜାହାଜଟି ଧ୍ୱସ୍ତବିଧ୍ୱସ୍ତ ହୋଇ ସମୁଦ୍ରରେ ବୁଡିଯାଇଥିଲା ।  ସମୁଦ୍ରରେ ୧୩୦ କିଲୋମିଟର ଦୂରରୁ ଶତ୍ରୁକୁ ଜବାବ ଦେବା ପାଇଁ ସାମର୍ଥ୍ୟ ରଖିଛି ଏହି ଆଣ୍ଟିସିପ ମିସାଇଲ ଲଦାଖରେ ଚୀନର ଚକ୍ରାନ୍ତକୁ ପଣ୍ଡ କରିବାକୁ ଭାରତ ଜାରି ରଖିଛି ଯୁଦ୍ଧାଭ୍ୟାସ  । ଆକ୍ସନ ମୋଡରେ ଜଳ, ସ୍ଥଳ ଓ ବାୟୁ ସେନା । ଗତ ଦେଢ ମାସରେ ୧୨ ମିଶାଇଲ ପରୀକ୍ଷା କରି ବଢାଇଛି ତାକତ  । ପୂରା ଦକ୍ଷତାର ସହ ଶତ୍ରୁର ମୁକାବିଲା ଲାଗି ଚଳାଇଛି ପ୍ଲାନ ପରେ ପ୍ଲାନ ।

ଏହି କ୍ରମରେ ଆଇଏନଏସ ‘ପ୍ରବଳ’ରୁ ଆଣ୍ଟିସିପ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ୧୩୦ କିଲୋମିଟର ଦୂରରୁ ଶତ୍ରୁକୁ ଦେଇଛି ଚକ୍‌ମା । ଆଜି ଭାରତୀୟ ନୌସେନା ଜାହାଜ ଆଇଏନଏସ ‘ପ୍ରବଳ’ରୁ ଏକ ଆଣ୍ଟିସିପ ମିସାଇଲର ସଫଳ ପରୀକ୍ଷଣ କରିଛି ।  ଆରବ ସାଗରରେ ନୌସେନା ଯୁଦ୍ଧାଭ୍ୟାସ ଜାରି ରହିଥିବା ବେଳେ ଆଣ୍ଟି ସିପ ମିସାଇଲ ଆଇଏନଏସ ପ୍ରବଳ ଜାହାଜରୁ ପରୀକ୍ଷଣ କରାଯାଇଥିଲା । ଲକ୍ଷ୍ୟ ଏତେ ସଠିକ ଥିଲା ଯେ ଟାର୍ଗେଟରେ ଥିବା ଜାହାଜଟି ନିମିଷକେ ସମୁଦ୍ରରେ ଲୀନ ହୋଇଯାଇଥିଲା  ।

ଯାହାର ଭିଡିଓ ଜାରି କରିଛି ନୌସେନା । ଦେଖନ୍ତୁ ଏହି ନୌସେନା ଜାରି କରିଥିବା ସେହି ଭିଡିଓକୁ  । ଆଇଏନଏସ ‘ପ୍ରବଳ’ ମାଡରେ କିଭଳି ଜାହଜଟି ବୁଡିଯିବା ସହ ନିଶ୍ଚିହ୍ନ ହୋଇଯାଇଛି । ଏହା ହିଁ ବୟାନ କରୁଛି ଶତ୍ରୁ ରାଷ୍ଟ୍ରର ଜାହାଜ ଉପରେ କେତେ ମାତ୍ରାରେ ଭାରି ପଡିବ ଏହି ଭାରତର ଆଣ୍ଟିସିପ ମିସାଇଲ । ସମୁଦ୍ର ମଝିରେ ଥାଇ ମଧ୍ୟ କୂଳକୁ ଟାର୍ଗେଟ କରିପାରିବ ଏହି ମିସାଇଲ ।  ଆଇଏନସ ପ୍ରବଳରେ ଋଷ ନିର୍ମିତ ୧୬ଟି ମିସାଇଲ ମୁତୟନ କରାଯାଇଛି ।  ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଏହା ନିର୍ମିତ ହୋଇଛି । ଗତ କିଛି ଦିନ ମଧ୍ୟରେ ଭାରତୀୟ ନୌସେନା ଅନେକ ମିସାଇଲ ପରୀକ୍ଷଣ କରି ସଫଳ ହୋଇଛି । ଆଉ ଏହା ଦ୍ୱାରା ଶତ୍ରୁ ରାଷ୍ଟ୍ରକୁ ଚେତାବନୀ ଦେଇଛି ଭାରତ ।