WWEକୁ ଅଲବିଦା କହିଲେ ଅଣ୍ଡରଟେକର

1 min read

ନୂଆଦିଲ୍ଲୀ: WWE ୟୁନିଭର୍ସକୁ ଅଲବିଦା କହିଛନ୍ତି ରେସଲିଂ କିମ୍ବଦନ୍ତୀ ଅଣ୍ଡରଟେକର୍। ସେ ସରଭାଇଭର ସିରିଜ୍ ସମୟରେ ବିଦାୟ ଦେଇଛନ୍ତି ।

ଗତ ରବିବାର ଦିନ ୫୫ ବର୍ଷୀୟ ଅଣ୍ଡରଟେକର୍ ତାଙ୍କ ଚରିତ୍ର ଅନୁସାରେ ପୋଷାକ ପିନ୍ଧି ଶେଷ ଥର ପାଇଁ ରେସଲିଂ ରିଙ୍ଗରେ ପ୍ରବେଶ କରିଥିଲେ। ଯାହାପରେ ଆନାଉନ୍ସର ରିଙ୍ଗରେ ପହଞ୍ଚି ଅଣ୍ଡରଟେକରଙ୍କ ବିଦାୟ ଘୋଷଣା କରିଥିଲେ । ଏହା ପରେ ଅଣ୍ଡରଟେକର୍ ରିଙ୍ଗରେ ତାଙ୍କ କ୍ୟାରିୟର ବିଷୟରେ କିଛିଟା ବଖାଣିଥିଲେ ।

ଏହିି ଅବସରରେ ସେ ଭାବପ୍ରବଣ ହୋଇ କହିଛନ୍ତି ଯେ ମୋର ସମୟ ଆସିଯାଇଛି, ସମସ୍ତଙ୍କୁ ଅଲବିଦା କହୁଛି । ପ୍ରଶଂସକମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇ ବିଦାୟ ଦେଇଛନ୍ତି।

ସେ ରିଙ୍ଗରେ ‘ଅଣ୍ଡରଟେକର୍’ ଭାବରେ ଲୋକପ୍ରିୟ ହୋଇଥିଲେ ହେଁ ତାଙ୍କର ପ୍ରକୃତ ନାମ ମାର୍କ ୱିଲିୟମ୍ କାଲାୱେ। ସେ ୧୯୬୫ ମସିହା ମାର୍ଚ୍ଚ ୨୪ ତାରିଖରେ ହ୍ୟୁଷ୍ଟନରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୦ ମସିହା ନଭେମ୍ବର ୨୨ ତାରିଖରେ ସରଭାଇଭର ସିରିଜରୁ WWEରେ ଡେବ୍ୟୁ କରିଥିଲେ ।|

 

Leave a Reply