ଫେରି ଘାଟରେ ବୁଡ଼ିଗଲା ଜାହାଜ, ଗଙ୍ଗା ନଦୀରେ ଭାସିଗଲା ପଥର ନଦା ହୋଇଥିବା ୮ଟି ଟ୍ରକ୍‌

ରାଞ୍ଚି: ନଦୀରେ ବୁଡ଼ିଗଲା ପାଣି ଜାହାଜ । ଝାରଖଣ୍ଡ ସାହିବଗଞ୍ଜର ରାଜମହଲରୁ ମାଲଦା ମଝିରେ ଘଟିଛି ଏଭଳି ଘଟଣା । ଫେରିଘାଟରେ ଚାଲୁଥିବା ଜାହାଜ ବୁଡ଼ିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କିଛି ଲୋକ ନିଖୋଜ ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି । ଜାହାଜରେ ପଥରରେ ଭର୍ତ୍ତି ହୋଇଥିବା ୮ ଟି ଟ୍ରକ୍ ଗଙ୍ଗା ନଦୀରେ ଭାସିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସାହିବଗଞ୍ଜ ଜିଲ୍ଲାର ରାଜମହଲରୁ ପଥର ନେଇ  ପାଣି ଜାହାଜଟି ପଶ୍ଚିମବଙ୍ଗକୁ ଯାଉଥିଲା । ସେହି ସମୟରେ ଅଧିକ ଓଜନ ହେବା କାରଣରୁ ଜାହାଜଟି ଗଙ୍ଗା ନଦୀରେ ବୁଡ଼ିଯାଇଥିଲା । ପଶ୍ଚିମବଙ୍ଗର ମାଣିକଚକ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଜାହାଜ ଉପରେ ଲେଡ ହୋଇଥିବା ୮ ଟି ଟ୍ରକ୍ ପାଣିରେ ବୁଡ଼ି ଯାଇଥିଲା । କୁହାଯାଉଛି ଯେ ସମସ୍ତ ଟ୍ରକକୁ ପଥରରେ ଭର୍ତ୍ତି କରାଯାଇଥିଲା ।

ତେବେ ୮ ଟି ଗାଡ଼ ଏକପାଖିଆ ଲୋଡିଂ ହେତୁ ଜାହାଜଟି ଓଲଟି ପଡିଥିଲା ।  ଯେଉଁଥିରେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ପାଣିରେ ବୁଡ଼ିଯାଇଥିଲେ । ଘଟଣା ସ୍ଥଳରେ ଏନ୍‌ଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରୁଛନ୍ତି ।

Leave a Reply