ବଢ଼ୁଛି ଜୟ-ଜଗିଙ୍କ ଅଡ଼ୁଆ, ବିଜେପିରେ ରହିବ ତ ବୈଜୟନ୍ତଙ୍କ ପଦବୀ..

1 min read

ଭୁବନେଶ୍ୱର: ସଙ୍କଟରେ ବୈଜୟନ୍ତ ପଣ୍ଡାଙ୍କ ଦଳୀୟ ପଦବୀ । ଦଳିତଙ୍କ ଜମି ହଡପ ଘଟଣାରେ ହାଇକୋର୍ଟ ଦେଇଥିବା ରାୟ ପରେ ଜାତୀୟ ଗଣମାଧ୍ୟମରେ ଜୟ ବିରୋଧୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଭିନ୍ନ ଜାତୀୟ ଗଣମାଧ୍ୟମ ହାଇକୋର୍ଟଙ୍କ ରାୟ ପରେ ଜୟ-ଜଗି ପଣ୍ଡାଙ୍କୁ କାଠଗଡ଼ାରେ ଛିଡ଼ା କରି ଦେଇଛନ୍ତି । ଏପରିକି ଆଗକୁ ଆସାମ ନିର୍ବାଚନ ଥିବା ବେଳେ ବୈଜୟନ୍ତଙ୍କ ଜାତୀୟ ପଦପଦବୀ ନେଇ ବିଜେପି ପୁନର୍ବିଚାର କରୁଥିବା ମଧ୍ୟ ଜାତୀୟ ମିଡିଆରେ ଚର୍ଚ୍ଚା ହେଉଛି ।

OTV MD Jagi Panda Threatened Victim And His Mother Not To Tell Gang Rape Matter To Others  

ନ୍ୟାସନାଲ ମିଡିଆରେ ପଣ୍ଡା ଦମ୍ପତ୍ତିଙ୍କ ଗିରଫଦାରୀ ଚର୍ଚ୍ଚା । ଦଳିତଙ୍କ ଜମି ହଡପ ଘଟଣାକୁ ସମାଲୋଚନା । ହାଥ୍‌ରସ ଘଟଣା ପରେ ଦଳିତ ବିରୋଧୀ ନେତାଙ୍କୁ ବିଜେପି ସହ୍ୟ କରି ପାରିବ ତ ? ବୈଜୟନ୍ତଙ୍କ ରାଜନୈତିକ ପଦବୀ ନେଇ ମଧ୍ୟ ଉଠୁଛି ପ୍ରଶ୍ନବାଚୀ । ପଣ୍ଡା ଦମ୍ପତ୍ତିଙ୍କ ପାଇଁ ବୁମେଂରା ହେଲା ଆକ୍ରୋଶ କାର୍ଡ । ଫେଲ୍ ମାରିଲା ରାଜ୍ୟ ସରକାରଙ୍କ ବିରୋଧରେ ଜାତୀୟ ଗଣମାଧ୍ୟମକୁ ଅସ୍ତ୍ର କରିବା ଚାଲ୍‌ ।

Baijayant Panda Odisha Like Pakistan Tweet, BJP Said We Are Not With Him

ଓଡ଼ିଶା ହାଇକୋର୍ଟଙ୍କ ରାୟ କେବଳ ଜୟ-ଜଗିଙ୍କ ମୁଖା ଖୋଲିନି ବରଂ ଜାତୀୟ ଗଣମାଧ୍ୟମର ଆଖି ଖୋଲି ଦେଇଛି । ଦଳିତଙ୍କ ଜମି ହଡପ ଘଟଣାରେ ହାଇକୋର୍ଟଙ୍କ ରାୟକୁ ଏକ ପ୍ରକାର ଚ୍ୟାଲେଂଜ କରିଥିଲେ ଜୟ-ଜାଗି ପଣ୍ଡା । ଜାତୀୟ ଗଣମାଧ୍ୟମ ଏହି ମାମଲାରେ ହସ୍ତକ୍ଷେପ କରୁ ବୋଲି ଅପିଲ୍‌ କରିଥିଲେ । ହେଲେ ଜାତୀୟ ଗଣମାଧ୍ୟମ ମଧ୍ୟ ଦଳିତ ବିରୋଧୀ ପଣ୍ଡା ଦମ୍ପତ୍ତିଙ୍କ ହାତ ଛାଡି ଦେଇଛି । ହାଇକୋର୍ଟଙ୍କ ରାୟ ଆଧାରରେ ଜାତୀୟ ଗଣମାଧ୍ୟମ ବି କର୍ପୋରେଟ୍‌ରୁ ପଲିଟିଆସନ୍ ସାଜିଥିବା ବୈଜୟନ୍ତଙ୍କ ମିଛକୁ ବୁଝି ଯାଇଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ହାଇକୋର୍ଟଙ୍କ ସୁରକ୍ଷା ପ୍ରତ୍ୟାହାର ପରେ ଜୟ-ଜଗି ଏବେ ବିପଦରେ । ଓଡିଶା ହାଇକୋର୍ଟ ଜୟ-ଜଗିଙ୍କ ଗିରଫଦାରୀ ପାଇଁ ବାଟ ଖୋଲିଦେଇଛନ୍ତି । କେବଳ ଏତିକି ନୁହେଁ, ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ ଦିଲ୍ଲୀ ନେତାମାନେ ମଧ୍ୟ ବୈଜୟନ୍ତଙ୍କ ଦଳିତ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ ଖପ୍ପା । ସେ ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିପାରିବେ କି ନାହିଁ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାଥ୍‌ରସ ଘଟଣା ପରେ ଜାତୀୟ ନେତାମାନେ ଏଭଳି ଦଳିତ ବିରୋଧୀ ମନୋବୃତ୍ତି ରଖୁଥିବା ନେତାଙ୍କୁ ବଡ଼ ପଦପଦବୀରେ ରଖିବେ କି ନାହିଁ ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ଆଗକୁ ଆସାମ ନିର୍ବାଚନ । ସେଠି ଦଳିତ ଭୋଟ ହାର ଅଧିକ । ଏଭଳି ସ୍ଥିତିରେ ଜଣେ ଦଳିତ ବିରୋଧୀ ନେତାଙ୍କୁ ଆସାମ ଦାୟିତ୍ୱରେ ଆଉ ରଖିବେ କି ନାହିଁ ସେ ଦିଗରେ ମଧ୍ୟ ଦିଲ୍ଲୀ ନେତା ତର୍ଜମା ଆରମ୍ଭ କରି ଦେଇଛନ୍ତି ।

ନିଜ ଟିଭିକୁ ଅସ୍ତ୍ର କରି ପଣ୍ଡା ଦମ୍ପତ୍ତି କୁମ୍ଭୀର କାନ୍ଦଣା କାନ୍ଦି ଆସୁଥିଲେ । ହେଲେ ହାଇକୋର୍ଟଙ୍କ ରାୟ ଓଡିଶା ଇନଫ୍ରାଟେକ୍‌ର ସବୁ କଳା କାରନାମାର ପର୍ଦ୍ଦାଫାସ କରିଛି । ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବଜାର ଦର ଠାରୁ ୫୦ ପ୍ରତିଶତ କମ୍‌ରେ ଦଳିତଙ୍କ ଜମି କିଣାଯାଇଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ଏହି ମାମଲାରେ ତଦନ୍ତ କରିବାର କ୍ଷମତା ନାହିଁ ବୋଲି ଜୟ ଓ ଜଗି ଉଠାଇଥିବା ପ୍ରଶ୍ନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

Leave a Reply