ଏକର ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ହେବ ୪୦ କୋଟିରୁ ଅଧିକ

ବାଲିଗୁଡ଼ା/ରାୟଗଡ଼ା: ଯୋର୍ ଧରିଲା ମିସନ୍ କ୍ଲିନ୍ ଗଞ୍ଜେଇ । ରାଜ୍ୟରେ ଗଞ୍ଜେଇ ଚାଷ ବଡ଼ୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ଖୋଜି ଖୋଜି ନଷ୍ଟ କରୁଛି ଗଞ୍ଜେଇ ଚାଷ । ମାଓ ପ୍ରବଣ ଅଞ୍ଚଳରେ ପୁଣି ନଷ୍ଟ ହେଲା ୧୯ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତର ମେଲସିକିଆ, ଦଡ଼ଗାମୁଣ୍ଡା ଓ ମୁଣ୍ଡେଲି ଅଞ୍ଚଳର ୧୯୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ୧୯୦ ଏକର ଜମିରୁ ୧ଲକ୍ଷ ୯୦ ହଜାର ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । ଲଗାତାର ଭାବେ ବେଆଇନ୍ ଗଞ୍ଜେଇ ଚାଷ ଅଞ୍ଚଳରେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରିରହିଛି । ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନା ଅଞ୍ଚଳରୁ ୯୪୯ ଏକର ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କଲାଣି ପୋଲିସ୍ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୯୪ କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପଟେ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଶରଧାପୁର ଗାଁ ପାଖ ୨ଟି ଜଙ୍ଗଲରୁ ୭୮ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରଯାଇଛି । ପୋଲିସ୍, ବନବିଭଗ, ଅବକାରି ବିଭାଗର ମିଳିତ ଉଦ୍ୟମରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୬୫ ଏକର ଜମିରେ ଏହି ଚାଷ ହୋଇଛି । ନିଆଁ ଲଗାଇ ଗଞ୍ଜେଇ ଗଛ ନଷ୍ଟ କରିଛି ବନ ବିଭାଗ । ଏହି ସମୟରେ ଗୁଣୁପୁର ପୋଲିସ୍ ଏସଡିପିଓ ରାଜ କିଶୋର ଦାସ ଓ ପଦ୍ମପୁର ତହସିଲଦାର ଉପସ୍ଥିତ ରହିଥିଲେ । ପ୍ରତ୍ୟକ ବର୍ଷ ରାୟଗଡା ଜିଲ୍ଲା ପଦ୍ମପୁରର କିଛି ଅଞ୍ଚଳରୁ ଗଂଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ଗଂଞ୍ଜେଇ ଚାଲାଣ କମିବାର ନା ନେଉ ନେଉଥିବା ପ୍ରତ୍ୟକ ଥର ନଜିର୍ ରହିଛି।

Leave a Reply