spot_img
Home Blog Page 6513

କାରରେ ବିୟର ପିଇ କରୁଥିଲେ ଫେସବୁକ୍ Live, କହୁଥିଲେ- ପିଇବା ପରେ ଭଲ ଚଳାଉଛି ଗାଡ଼ି

ନୂଆଦିଲ୍ଲୀ: ନିଶା ସବୁ ସାରିଦିଏ । ନିମିଷକେ ଉଜାଡ଼ି ଦିଏ ସବୁକିଛି । ଜଣେ ଯୁବକ ନିଜ କାର ଡ୍ରାଇଭିଂ ବେଳେ ବିୟର ପିଇ ପିଇ ଫେସବୁକ୍ ଲାଇଭ୍ କରୁଥିଲେ । ଆଉ ଏହା ପରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହେଲା । ଫେସବୁକ୍ ଲାଇଭ ବେଳେ ଯୁବକ ଜଣଙ୍କ କହୁଥିଲେ- ମୁଁ ପିଇବା ପରେ ବହୁତ ଭଲ ଗାଡ଼ି ଚଳାଉଛି ।

Car Driver Swigs Beer Facebook Live Three People Killed

ରିପୋର୍ଟ ମୁତାବକ, କାର ଚାଳନା ବେଳେ ଫେସବୁକ ଭିଡିଓ ପୋଷ୍ଟର ଠିକ୍ ୬ ମିନିଟ୍ ପରେ ଏହି ଦୁର୍ଘଟଣା ହୋଇଥିଲା । କାରଟି ଏକ ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାରରେ ବସିଥିବା ଯୁବକଙ୍କ ପ୍ରେମିକା ସହ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Car Driver Swigs Beer Facebook Live Three People Killed

ଦୁର୍ଘଟଣା ବେଳେ କାର ଚଳାଉଥିବା ବ୍ୟକ୍ତିଙ୍କ ନାମ ହେଉଛି କ୍ୟାମିଲୋ ମୋରୋଜାନ । ରବିବାର ଘଟିଥିବା ଏହି ଦୁର୍ଘଟଣା ଆମେରିକାର ଟେକ୍ସାସରେ ଘଟିଛି । କ୍ୟାମିଲୋଙ୍କ ବୟସ ୪୭ ବୋଲି ଜଣାପଡ଼ିଛି । ସେ ହୋଣ୍ଡା କମ୍ପାନୀର କାର ଡ୍ରାଇଭ୍ କରୁଥିଲେ ।

Car Driver Swigs Beer Facebook Live Three People Killed

କୁହାଯାଉଛି- ଦୁର୍ଘଟଣାରେ କାରଟି ଯେଉଁ ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା ସେଥିରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । କାର ଡ୍ରାଇଭର କ୍ୟାମିଲୋଙ୍କ ଉପରେ ମଦ ପିଇ ହତ୍ୟା କରିଥିବା ଅଭିଯୋଗ ଲାଗିଛି ।

Car Driver Swigs Beer Facebook Live Three People Killed

ଦୁର୍ଘଟଣରେ ଖୋଦ୍ କ୍ୟାମିଲୋ ଗୁରୁତର ଆହତ ହୋଇଛନ୍ତି । ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ କରାଯାଉଛି । ଏବେ ତଦନ୍ତକାରୀ ଅଫିସର ତଦନ୍ତ କରୁଛନ୍ତି । କେଉଁ ବାର ମଦ ବିକ୍ରିର ସମୟ ସରିବା ପରେ ବି ବିୟର୍ ବିକ୍ରି କରିଥିଲା ।

ଓଟିଭିକୁ ତାଗିଦ କଲା ଅଗ୍ନିଶମ ବିଭାଗ; ବିନା ଅନୁମତିରେ ନିର୍ମାଣ ହୋଇଛି ଷ୍ଟୁଡିଓ ଓ ମେକଅପ୍ ରୁମ୍…..

ଭୁବନେଶ୍ୱର: ଓଟିଭି ଅଫିସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ନେଇ ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଅଗ୍ନିଶମ ବିଭାଗ ଚିଠି ଲେଖିଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୋଠାର ବେସ୍‌ମେଣ୍ଟରେ ଡାଇନିଙ୍ଗ ହଲ, ଷ୍ଟୁଡିଓ ଓ ମେକପ୍ ରୁମ୍ ନିର୍ମାଣ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ।  ତେବେ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଡିଏଠାରୁ ଅନୁମତି ନେବା ବେଳେ ବିଲ୍ଡିଂରେ କେବଳ ଅଫିସ୍ କରିବା କଥା କୁହାଯାଇଥିଲା । ମାତ୍ର ଏବେ ବେସମେଣ୍ଟରେ ଡାଇନିଙ୍ଗ ହଲ୍, ଷ୍ଟୁଡିଓ ଓ ମେକପ୍ ରୁମ୍ ଦେଖିବାକୁ ମିଳିଛି ।

ତେବେ ଏସବୁ ପାଇଁ ଓଟିଭି କର୍ତ୍ତୃପକ୍ଷଙ୍କ ପାଖରେ ଅନୁମତି ନଥିଲା । ସେହିଭଳି, ଯେଉଁ ସ୍ଥାନକୁ ଓଟିଭି କେବଳ ପାର୍କିଂ ପାଇଁ ଖାଲି ଛାଡିବା କଥା ତାହାକୁ ମଧ୍ୟ ଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଏସବୁ ବିଡିଏର ବିନା ଅନୁମତି ହୋଇଥିବାରୁ, ଖୋଲାଖୋଲି ଭାବେ ଆଇନର ଉଲଂଘନ ବୋଲି ଗ୍ରହଣ କରାଯାଇଛି । ସେହିଭଳି ନିର୍ମାଣ ହୋଇଥିବା ଷ୍ଟୁଡିଓରେ  ମଧ୍ୟ ସହଜରେ ଅଗ୍ନି ସଂଯୋଗ ହୋଇପାରିଲା ଭଳି ଅନେକ ବସ୍ତୁ ରହିଛି । ତେଣୁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ଦୁର୍ଭାଗ୍ୟବଶତଃ ଯଦି ଅଗ୍ନି ସଂଯୋଗ ହୁଏ ତେବେ ସେଠାରେ ଅଗ୍ନିରୁ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା ହୋଇନାହିଁ । ତେବେ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାକୁ  ଓଟିଭିକୁ ପରାମର୍ଶ ଦିଆଯାଇଥିବା ବେଳେ, ଭବିଷ୍ୟତରେ ଅଘଟଣ ଘଟିଲେ ଏଥିପାଇଁ ସଂସ୍ଥାର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଗ୍ନିଶମ ବିଭାଗ ଚିଠିରେ ଉଲ୍ଲେଖ କରିଛି ।

ତିର୍ତ୍ତୋଲରେ ମୁଖ୍ୟମନ୍ତ୍ରୀଙ୍କର ଭର୍ଚୁଆଲ ପ୍ରଚାର, ଅଞ୍ଚଳର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ…

ଭୁବନେଶ୍ୱର: ଆଜି ତିର୍ତ୍ତୋଲରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦଳ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ।  ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରି ସେ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବେ ।

ଜନ କଲ୍ୟାଣ ରାଜ୍ୟର ପରିକଳ୍ପନାରେ ରାଜ୍ୟ ଉଲ୍ଲେଖନୀୟ ଭାବେ ପ୍ରଗତୀ କରିଛି । ଆପଣଙ୍କ ଅକୁଣ୍ଠ ସମର୍ଥନ ବିଜୁ ଜନତାକୁ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇଛି । ପୂର୍ବତନ ବିଧାୟକ ବିଷ୍ଣୁ ଦାସ ଆମ ଗହଣରେ ନାହାନ୍ତି । ଯାହା ଏକ ଦୁଃଖର କଥା । ତିର୍ତ୍ତୋଲରେ ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ । ସେହିଭଳି ରାଜ୍ୟର ମିଶନ ଶକ୍ତିର ସଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ମହିଳାମାନେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଭଲ କାମ କରିଛନ୍ତି । ରାଜ୍ୟ ମହିଳାଙ୍କର ଏହି ବିକାଶର ଧାରା ଆଗକୁ ମଧ୍ୟ ଜାରି ରହିବ । ମୁକାବିଲାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଓଡିଶାକୁ ପ୍ରଶଂସା କରିଛି । ମୁଖ୍ୟମନ୍ତ୍ରୀ ବାର୍ତ୍ତା ତିର୍ତ୍ତୋଲ ଜନସାଧାରଣଙ୍କୁ ପ୍ରଭାବିତ କରିବା ସହ ବିକାଶ ସପକ୍ଷରେ ଭୋଟ ଦେବା ପାଇଁ ସହାୟକ ହେବ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ।

୧୫୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ସି-ପ୍ଲେନରେ କରିପାରିବେ ଯାତ୍ରା

ଅହମଦାବାଦ: ଅକ୍ଟୋବର ୩୧ ତାରିଖରୁ ଦେଶର ପ୍ରଥମ ସି-ପ୍ଲେନ୍ ସେବା ଆରମ୍ଭ ହେବାକୁ ଯାଉଛି । ଦେଶର ପ୍ରଥମ ସି-ପ୍ଲେନ୍ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ । ମିଳିଥିବା ସୂଚନା ମୁତାବକ ପିଏମ୍ ମୋଦି କେବାଡିୟା ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟରୁ ଅହମଦାବାଦ ସାବରମତି ରିଭରଫ୍ରଣ୍ଟ ଯାଏଁ ସି-ପ୍ଲେନରେ ଯାତ୍ରା କରିବେ ।

Seaplane Spicejet Big Push For Regional Connectivity Between Ahmedabad And Statue Of Unity

ବିମାନଉଡ଼ାଣ କମ୍ପାନୀ ସ୍ପାଇସ୍ ଜେଟ୍ ଅକ୍ଟୋବର ୩୧ରୁ ପ୍ରତିଦିନ ୨ଟି ଉଡ଼ାଣ ସେବା ଆରମ୍ଭ କରିବ । ଏହି ଉଡ଼ାଣ ସେବା ଅହମଦାବାଦରୁ କେବାଡିୟା ରୁଟରେ ହେବ । ଉଡ଼ାଣ ସେବା ପାଇଁ ଏହି ରୁଟରେ ପ୍ରାରମ୍ଭିକ ଟିକେଟ ଦର ୧୫୦୦ ଟଙ୍କା ରହିବ ।

Seaplane Spicejet Big Push For Regional Connectivity Between Ahmedabad And Statue Of Unity

ସି-ପ୍ଲେନ୍ ଟିକେଟ ବୁକିଂ କରିବା ପାଇଁ www.spiceshuttle.com ୱେବସାଇଟ୍ ଲଗ୍ଇନ୍ କରନ୍ତୁ । ଏଥିପାଇଁ ଟିକେଟ୍ ବୁକିଂ ଅକ୍ଟୋବର ୩୦ରୁ ଆରମ୍ଭ ହେବ । ସୂଚନା ଅନୁୟାୟୀ ସ୍ପାଇସଜେଟ୍ ଫ୍ଲାଇଟ୍ ସାବରମତି ରିଭର ଫ୍ରଣ୍ଟରୁ ୧୦ଟା ୧୫ରେ ଉଡ଼ାଣ ଭରି କେବାଡିୟାରେ ୧୦ଟା ୪୫ରେ ଲ୍ୟାଣ୍ଡ କରିବ ।

Seaplane Spicejet Big Push For Regional Connectivity Between Ahmedabad And Statue Of Unity

ସ୍ପାଇସଜେଟ୍ ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି- ଭାରତର ବେସାମରିକ ବିମାନ ଚଳାଚଳ ଇତିହାସରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି । ଦେଶରେ ପ୍ରଥମଥର ପାଇଁ ସି-ପ୍ଲେନ୍ ଉଡ଼ାଣ ଭରିବ । ଏହି ଐତିହାସିକ ମୁହୂର୍ତ୍ତର ଆମେ ମୁଖ୍ୟ ଭୂମିକା ନିଭାଉଥିବାରୁ ଗର୍ବ ଅନୁଭବ କରୁଛୁ ।

Seaplane Spicejet Big Push For Regional Connectivity Between Ahmedabad And Statue Of Unityh For Regional Connectivity Between Ahmedabad And Statue Of Unity

ସି-ପ୍ଲେନ୍ ପ୍ରୋଜେକ୍ଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ଭାବେ ଗଣନା କରାଯଆଏ । ୨୦୧୭ ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏହାର ଆରମ୍ଭ କରିଥିଲେ । ଏବେ ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ସହ ଯୋଡ଼ା ଯାଇଛି । ଏହି ସି-ପ୍ଲେନ୍ ବିଗତ ଦିନରେ ମାଳଦ୍ୱୀପରୁ କୋଚ୍ଚି ପହଞ୍ଚିଥିଲା । ଯାହାପାରେ ଗୁଜରାଟ ଅଣାଯାଇଛି ।

ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି

ମୁମ୍ବାଇ: ମହାରାଷ୍ଟ୍ରର ପରଭଣିରୁ ଶିବସେନା ସାଂସଦ ଥିବା ସଞ୍ଜୟ ଯାଦବ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ହତ୍ୟା ପାଇଁ ୨ କୋଟି ଟଙ୍କା ସୁପାରି ଦିଆଯାଇଛି । ପୋଲିସରେ ଅଭିଯୋଗ ପ୍ରକାରେ ୧୮ ଅକ୍ଟୋବରକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାନ୍ଦେଡ ରିନ୍ଦା ଗ୍ୟାଙ୍ଗକୁ ହତ୍ୟା ପାଇଁ ୨ କୋଟି ଟଙ୍କା ସୁପାରି ଦେଇଛି ।

ସାଂସଦ ସଞ୍ଜୟ ଯାଦବ ନାନଲପେଠ ପୋଲିସରେ ଏନେଇ ଅଭିଯୋଗ କରିଥନ୍ତି । ଏତିକି ନୁହେଁ, ସେ ହତ୍ୟା ସୁପାରି କଥାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅବଗତ କରାଇଛନ୍ତି । ପରଭଣି ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ସାଂସଦ କହିଛନ୍ତି- ସେ ଗତ ୩୦ରୁ ୩୫ ବର୍ଷ ହେଲା ରାଜନୀତିରେ ସକ୍ରିୟ ରହିଛନ୍ତି । ଏହି ସମୟରେ ଅନେକ ଉତ୍ଥାନପତନ ଦେଇ ଗତି କରିଛନ୍ତି । ତେବେ, ଏଭଳି ରାଜନୀତି କେବେ ଜିଲ୍ଲାରେ ହୋଇନାହିଁ । ସୁପାରି ଦେଇଥିବା ଲୋକ ଆତ୍ମନିରୀକ୍ଷଣ କରିବା ଉଚିତ୍ ।

Shiv Sena MP From Parbhani Sanjay Jadhav Claims Life Threat Supari 2 Crore

୩୦ରୁ ୩୫ ବର୍ଷ ବୟସରେ ରାଜନୀତି ଆରମ୍ଭ କରିଥିଲେ ସାଂସଦ ସଞ୍ଜୟ । ଶିବସୈନିକ ଭାବେ ସେ ରାଜନୈତି ଜୀବନ ଆରମ୍ଭ କରିଥିଲେ । ଶାଖା ପ୍ରମୁଖ ପରେ ଶିବସେନା ପରଭଣି ଜିଲ୍ଲା ଅଧ୍ୟକ୍ଷ ହୋଇଥିଲେ । ଶିବସେନା ସଞ୍ଜୟଙ୍କୁ ୨ ଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିବା ବେଳେ ସେ ୨ ଥର ଯାକ ବିଜୟୀ ହୋଇଥିଲେ । ୨୦୧୪ରେ ସଞ୍ଜୟଙ୍କୁ ଶିବସେନା ଲୋକସଭା ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନ ମଧ୍ୟ ସଞ୍ଜୟ ଜିତିଥିଲେ । ଏହାପରେ ୨୦୧୯ରେ ପରଭଣିରୁ ବିଜୟୀ ହୋଇ ପୁଣି ଦ୍ୱିତୀୟ ଥର ସାଂସଦ ହୋଇଛନ୍ତି ସଞ୍ଜୟ ।

ତେବେ, ଗତକିଛି ଦିନ ତଳେ ସେ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିଲେ । ଯେଉଁଥିପାଇଁ ତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କୁ ଭରସା ଦେବାରୁ ସେ ଇସ୍ତଫା ପତ୍ର ଫେରାଇ ନେଇଥିଲେ ।

ନେତା ହେବ ତ ଏମିତି: ଦା’ ଧରି ଧାନ କାଟୁଛନ୍ତି ଉମରକୋଟ୍ ବିଧାୟକ….

ଉମରକୋଟ୍: ଚଷା ପୁଅ ଚାଷ କରିବା ବଡ଼ କଥା ନୁହେଁ । ମୁଁ ମୋର କୌଳିକ ବୃତ୍ତି କରୁଛି । ଚାଷୀଙ୍କ କାନ୍ଧକୁ କାନ୍ଧ ମିଶାଇଲେ ସେମାନଙ୍କ ମନୋବଳ ବଢିବ । ଏଥିଲା ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ଉମରକୋଟର ଏହି ବିଧାୟକ ଚର୍ଚ୍ଚାକୁ ଆସିବା ନୂଆ କଥା ନୁହେଁ । ନିଜ ଲୋକଙ୍କ ପାଇଁ ଅସମୟର ବନ୍ଧୁ ସାଜି ସେ ସବୁବେଳେ ଆଗେଇ ଆସିଛନ୍ତି ।ବିଧାୟକ ଠାଣି ଛାଡି, ଚାକଚକ୍ୟର ବଳୟ ଭିତରୁ ବାହାରି ଲୋକଙ୍କ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି ସେ । ଏମିତି ଜଣେ ନେତା ଯେ ଦୁର୍ନୀତି ଖୋର ସାଜି ଚର୍ଚ୍ଚାକୁ ଆସନ୍ତିନାହିଁ ବରଂ ଲୋକଙ୍କ ମେଳରେ ସମୟ ଅତିବାହିତ କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି ।ତେବେ ଏଥର ନିତ୍ୟାନନ୍ଦ ହାତରେ ଦା’ ଧରି ଧାନ କାଟୁଥିବାର ଚିତ୍ର ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନିଜ ଅଞ୍ଚଳର ଲୋକଙ୍କୁ ଧାନକଟାରେ ସହଯୋଗ କରୁଛନ୍ତି । କହିଛନ୍ତି, ଚାଷୀ ପରିବାରରୁ ଆସିଥିବାରୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଛି । ବିଧାୟକ ହେବା ପୂର୍ବରୁ ତାଙ୍କ ପରିଚୟ ଏକ ଚାଷୀ ଭାବେ ସୀମିତ ଥିଲା । ଚାଷ ଖୁସି ଦିଏ, ତେଣୁ ଏସବୁ କରୁଛି । ବାପା, ଜେଜେବାପାଙ୍କ ଅମଳରୁ ଚାଷ କରୁଛୁ, ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି ମାତ୍ର ଏବେ ବିଧାୟକ ଭାବେ ଦାୟିତ୍ୱ ନେବା ପରେ ସମୟ ହେଉନି ।ତେବେ ସେ ଏକା ନୁହେଁ, ବରଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଧାନ କାଟୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟତ୍ରୀ । ସେ ମଧ୍ୟ ନିଜକୁ ଚାଷୀ ପରିବାର ଝିଅ ବୋଲି କହିଛନ୍ତି । କରୋନା ପାଇଁ ସ୍କୁଲ ଛୁଟି ଥିବା ହେତୁ ସେ ସ୍ୱାମୀଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି ।

ମହିଳା ମହାସଂଘର ବିକ୍ଷୋଭ; ୨ ପୋଲିସ ଓ ୨ ବ୍ଲକ୍ କର୍ମଚାରୀ ଆହତ

ଭଦ୍ରକ: ଭଦ୍ରକରେ ମହିଳା ମହାସଂଘ ପ୍ରତିବାଦ ପ୍ରଦର୍ଶନ କରୁଥିଲେ । ତେବେ ପ୍ରତିବାଦ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକାଙ୍କୁ ବହିଷ୍କାର କରିବା ପ୍ରତିବାଦରେ ବନ୍ତ ବ୍ଲକ ସମ୍ମୁଖରେ ଆଜି ବିକ୍ଷୋଭ କରାଯାଉଥିଲା  । ଏହି ସମୟରେ ବିକ୍ଷୋଭ କରୁଥିବା କେତେକ ମହିଳା ବ୍ଲକ କାର୍ଯ୍ୟାଳୟ ଭିତରେ ପଶି ବିପିଏମ୍ ଓ OLM ଅଧିକାରିଣୀଙ୍କୁ ମାଡ଼ ମାରିବା ସହ ତାଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି  ।

ଏପରିକି ଝାଡୁ, ପହଁରା ଧରି ମାଡ଼ ମାରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚିରିଛନ୍ତି । ଅଫିସରେ ଥିବା କମ୍ପୁଟରକୁ ମଧ୍ୟ ଭାଙ୍ଗିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୋଲିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବିକ୍ଷୋଭକାରୀମାନେ ଅଫିସ୍ ମଧ୍ୟକୁ ଧସେଇ ପଶିବାକୁ ଚେଷ୍ଟା କରିବା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କୁ ବିରୋଧ କରିଥିଲେ ।  ତେବେ ଉଗ୍ର ମହିଳା ଗୋଷ୍ଠୀ ପୋଲିସମାନଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିଛନ୍ତି । ମହିଳାମାନଙ୍କ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀ ଓ ଦୁଇଜଣ ବ୍ଲକ ଅଧିକାରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି  । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଜାରି ରହିଛି  ।

୭୫ ବର୍ଷରେ ହେଲା ପ୍ରେମ,ପୁଅ କଲେ ବାହାଘର

ପ୍ରତାପଗଡ଼: କୁହାଯାଏ ପ୍ରେମର କୌଣସି ବୟସ ନାହିଁ । ଏହା କୌଣସି ବୟସରେ ଏବଂ କାହାକୁ ମଧ୍ୟ ହୋଇପାରେ । ଉତ୍ତରପ୍ରଦେଶର ପ୍ରତାପଗଡ଼ର ରାନୀଗଞ୍ଜର ପଟହଟିୟା ଗାଁରେ ଏଭଳି କିଛି ଘଟଣା ନଜର ଆସିଛି । ଏହି ଗାଁର ଅବଧ ନାରାୟଣ ଯାଦବ ନାମକ ଜଣେ ବୟସ୍କ ୭୫ ବର୍ଷରେ ବିବାହ କରିଛନ୍ତି । ୭୫ ବର୍ଷୀୟ ଅବଧ ନାରାୟଣ ସୁବଂସା ଗାଁର ୪୫ ବର୍ଷୀୟ ରାମରତିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

ଖବର ଅନୁସାରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଧ ନାରାୟଣ ରାମରତିଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଅବଧଙ୍କ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସେମାନେ ବିବାହ କରାଇବା କଥା ଆଲୋଚନା କଲେ । ଅବଧ ମଧ୍ୟ ବିବାହ କରିବା ପାଇଁ ରାଜି ହୋଇଗଲେ । ଏହାପରେ ପୂରା ରୀତିନୀତି ସହିତ ୨୬ ଅକ୍ଟୋବରକୁ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।

ପ୍ରତାପଗଡ଼ରେ ବୃଦ୍ଧ ବରକୁ ଦେଖିବା ପାଇଁ ବେଶ୍‌ଭିଡ଼ ଜମିଥିଲା । ବିନା ନିମନ୍ତ୍ରଣରେ ନବ ବିବାହିତ ଦମ୍ପତ୍ତିଙ୍କୁ ଦେଖିବା ପାଇଁ ଲୋକମାନେ ପହଞ୍ଚିଥିଲେ । ତେବେ ଉକ୍ତ ବିବାହରେ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବ୍ୟାଣ୍ଡ ବାଜା ସହିତ ବରଯାତ୍ରୀ ନେଇ ପହଞ୍ଚଥିଲେ ଅବଧ ।

ତେଜସ୍ୱୀ ଯାଦବଙ୍କ ଉପରେ ବର୍ଷିଲେ ପିଏମ୍ ମୋଦି…

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋର ଧରିଛି ପ୍ରଚାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ତିନୋଟି ରାଲି କରିଛନ୍ତି । ଦରଭଙ୍ଗା ପରେ ପିଏମ୍ ମୋଦି ମୁଜାଫରପୁରରେ ସଭଆ କରିଛନ୍ତି । ସେଠାରେ ମୋଦି ଲାଲୁ ନନ୍ଦନ ତେଜସ୍ୱୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ସେହି ଦଳ ଯିଏକି ବିହାରରେ ଶିଳ୍ପକୁ ବନ୍ଦ କରାଇବା ପାଇଁ ବଦନାମ ହୋଇଛି । ଯେଉଁଥିପାଇଁ ନିବେଶକ ଦୂରରୁ ଦେଖି ପଳାଉଛନ୍ତି । ସେହି ଲୋକ ବିହାରର ବିକାଶ ଲାଗି ପ୍ରତିଶ୍ରୁତି ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଜେଡିର ନିର୍ବାଚନ ଇସ୍ତାହାରକୁ ନେଇ ଖୁବ୍ ବର୍ଷିଛନ୍ତି । କହିଛନ୍ତି- ସରକାରୀ ଚାକିରି କଥା ଛାଡ଼ନ୍ତୁ, ଏହି ଲୋକଙ୍କ ଆସିବା ଅର୍ଥାତ୍- ଚାକିରି ଦେଉଥିବା ଘରୋଇ କମ୍ପାନୀ ବିହାରରୁ ପଳାଇବା । ଏତିକି ନୁହେଁ, ପିଏମ୍ ମୋଦି ତେଜସ୍ୱୀଙ୍କୁ ଜଙ୍ଗଲରାଜର ‘ଯୁବରାଜ’ କହିଛନ୍ତି ।

ମୁଜାଫରପୁର ରାଲିରେ ସମ୍ବୋଧନ ବେଳେ ମୋଦି କହିଛନ୍ତି- ଆପଣ କଳ୍ପନା କରିପାରିବେ ନାହିଁ । ଗୋଟିଏ ପଟେ ମହାମାରୀ ଓ ଏଥିସହ ଜଙ୍ଗଲରାଜ ରାଜୁତି କରିବାକୁ ଆସିଲେ ବିହାର ଲୋକଙ୍କ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ । ଜଙ୍ଗଲରାଜର ଯୁବରାଜଙ୍କୁ ପୁରୁଣା ଟ୍ରାକ୍ ରେକର୍ଡ ଦେଖି ବିହାରବାସୀ ଆଉ କଣ ଆଶା କରିବେ ।

ମୋଦି କହିଛନ୍ତି- ନିଜ କାମ, ନିଜ କାରବାର କରୁଥିବା ଲୋକଙ୍କ ସହ ବ୍ୟବହାରକୁ ବିହାର ଲୋକ କେବେ ଭୁଲି ପାରିବେ ନାହିଁ । ଦାଦାବଟି ଦେଲେ ବଞ୍ଚିବେ । ନହେଲେ ସେମାନଙ୍କ ପାଖରେ ପୂର୍ବରୁ କିଡନାପିଂ ଇଣ୍ଡଷ୍ଟ୍ରିର କପିପାଇଟ୍ ରହିଛି । ଏଥିପାଇଁ ସାବଧାନ୍ ରୁହନ୍ତୁ ।

ଏହି ଦଳର ରାଜନୀତି ମିଥ୍ୟା, ଭ୍ରଷ୍ଟାଚାର ଓ ଲୋକଙ୍କୁ ଭୂଆଁ ବୁଲାଇବା ଅଟେ । ଏହି ଲୋକଙ୍କ ପାଖରେ ବିହାରର ବିକାଶର ନା କୌଣସି ରୋଡମ୍ୟାପ ଅଛି ନା ତ କୌଣସି ଅନୁଭବ । ଇଏ ହେଉଛି ସେହି ଦଳ ଯିଏ ବିହାରକୁ ଅରାଜକତା ଦେଇଛି । କୁଶାସନ ଦେଇଛି, ଏବେ ପୁଣି ସୁଯୋଗ ଖୋଜୁଛି । ଯିଏକି ବିହାରର ଯୁବକଙ୍କୁ ଗରିବୀ ଓ ପଳାୟନ ଦେଇ ନିଜ ପରିବାରକୁ ହଜାର କୋଟିର ମାଲିକ କରିଛି, ସେମାନେ ପୁଣି ଶାସନ ସୁଯୋଗ ଖୋଜୁଛନ୍ତି । ଆଗାମୀ ଶତାବ୍ଦୀରେ ଏହି ଦଶନ୍ଧି ବିହାରର ଭବିଷ୍ୟତ ନିର୍ଣ୍ଣୟ କରିବା ବୋଲି କହିଛନ୍ତି ମୋଦି । ଆପଣଙ୍କ ଗୋଟିଏ ଭୋଟ୍ ନିର୍ଣ୍ଣୟ କରିବା ଆତ୍ମନିର୍ଭର ଭାରତ ସଂକଳ୍ପରେ ବିହାରର ଭୂମିକା କଣ ହେବ ?

ରାଜଧାନୀରେ ମାତିଛନ୍ତି ଲୁଟେରା: ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଲୁଟ୍ ସହିତ ହୋଇଛି ମରଣାନ୍ତକ ଆକ୍ରମଣ । ଶୈଳଶ୍ରୀ ବିହାରର ଜଣେ ଇଞ୍ଜିନିୟରଙ୍କୁ ଖଣ୍ଡାରେ ହାଣି ୨ ଲୁଟେରା ସୁନା ଚେନ୍ ଲୁଟ୍ କରିଛନ୍ତି । ଏନେଇ ଚନ୍ଦ୍ରଶେଖପୁର ଥାନାରେ ଏତଲା ଦିଆଯାଇଛି । ଘଟଣା ଅନୁଯାୟୀ,  ସତ୍ୟ ନାରାୟଣ ମିଶ୍ର ତାଙ୍କ ଘର ସାମ୍ନାରେ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ୍  ଛଡାଇବାକୁ ଉଦ୍ୟମ କରିଥିଲେ ।

ସତ୍ୟ ନାରାୟଣ ପ୍ରତିରୋଧ କରିବାରୁ ଦୁର୍ବୁତ୍ତମାନେ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ସତ୍ୟନାରାୟଣ ଖଣ୍ଡା ଛଡାଇବାକୁ ଉଦ୍ୟମ କରିଥିଲେ। ତେବେ ଲୁଟେରାମାନେ ଚେନ୍ ଛଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଚନ୍ଦ୍ରଶେଖପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି  ।

ସତ୍ୟ ନାରାୟଣ ଛଡାଇ ଆଣିଥିବା ଖଣ୍ଡାକୁ ପୋଲିସକୁ ଜବତ କରିଥିବା ବେଳେ ଲୁଟେରାଙ୍କୁ ଖୋଜିବା ଆରମ୍ଭ କରିଛି  । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେବ, ଚନ୍ଦ୍ରଶେଖପୁର ଥାନା  ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ ଦେଖିବାକୁ ମିଳୁଛି  ।