spot_img
Home Blog Page 6512

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ଡାଉନ୍

ନୂଆଦିଲ୍ଲୀ: ଭାରତରେ ଡାଉନ୍ ହେଲା ଟ୍ୱିଟର୍ । ବୁଧବାର ସଂଖ୍ୟାଧିକ ଟ୍ୱିଟର୍ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖବର ମୁତାବକ ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ୨୦ରୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର କାମ କରୁନାହିଁ । ଏହା ପୂର୍ବରୁ ଗତ ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତ ସମେତ ଆମେରିକା ଓ ୟୁରୋପରେ କେତକ ସ୍ଥାନରରେ ଟ୍ୱଟର କାମ କରିନଥିଲା ।

Microblogging Site Twitter Down In India For Second Time In October

ଲଗାତାର ଗୋଟିଏ ମାସ ମଧ୍ୟରେ ଟ୍ୱିଟର ଦ୍ୱିତୀୟ ଥର ପାଇଁ ଡାଉନ୍ ହୋଇଥିବା ଜଣାପଡ଼ିଛି । ତେବେ, ଏନେଇ ଟ୍ୱିଟର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକାଂଶ ଟ୍ୱିଟର ବ୍ୟବହାରକାରୀଙ୍କ ଆକାଉଣ୍ଟ ଓପନ୍ ହେଉନାହିଁ । ଟ୍ୱିଟର ହୋମକୁ ଗଲା ପରେ ତାହା ଦୀର୍ଘ ସମୟ ଯାଏଁ ଘୁରୁଛି ।

ଅଶୁଭ ଶୁକ୍ରବାରର ମହାବାତ୍ୟା; କ୍ଷତ ଶୁଖିଛି ହେଲେ ଦରଜ ଯାଇନି

୧୯୯୯ ମସିହା ଅକ୍ଟୋବର ୨୯ ।  ଓଡ଼ିଶା ଇତିହାସ ପୃଷ୍ଠାରେ ଏକ ଅଶୁଭ ଶୁକ୍ରବାରର କାଳିମା । ପୂରା ଓଡ଼ିଶାକୁ ଗ୍ରାସ କରିଥିଲା ପ୍ରଳୟଙ୍କାରୀ ମହାବାତ୍ୟା ।ଏବେ ବି ସେହି ଦୃଶ୍ୟ ମନେପଡିଲେ ଟାଙ୍କୁରି ଉଠେ ଲୋମମୂଳ । ଏପରି କୁହନ୍ତି ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକେ । ବେଶି କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ । ଛାରଖାର ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲା । ବିଶେଷ କରି ବାଲିକୁଦା ବ୍ଲକର ବନ୍ଦର, ନହରଣା ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏରସମା ବ୍ଲକର ଗଡହରିଶପୁର, ଦହିବର , ଜପା, ଗଡବିଶୁନପୁର ଅଞ୍ଚଳ ବହୁ ଲୋକଙ୍କ ଲିଭିଯାଇଥିଲା ଜୀବନ ଦ୍ବୀପ ।

ପାରାଦ୍ବୀପ ଷଣ୍ଢକୁଦ ବସ୍ତିରେ ପବନ ସାଙ୍ଗକୁ ହଠାତ୍ ସମୁଦ୍ର ପାଣି ପଶିଯିବାରୁ ନିଶ୍ଚିହ୍ନ ହୋଇଯାଇଥିଲେ ବହୁ ପରିବାର । ଏମିତିକି ଗୋଟିଏ ଗୋଟିଏ ଗାଁରେ ପାଖାପାଖି ୮୦ ଭାଗ ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରତିବର୍ଷ ଅକ୍ଟୋବର ଆସିଲେ ଅଜଣା ଭୟ ଓ ଆଶଙ୍କାରେ ରୁହନ୍ତି ସମୁଦ୍ର କୂଳିଆ ଲୋକେ । ଏବେବି ନିଜ ପ୍ରିୟଜନଙ୍କୁ ଖୋଜି ଆଖିରୁ ଲୁହ ଝରୁଛି ଲୁହ । ମାଟିରେ ମିଶି ଯାଇଥିବା ଘର, କାଦୁଅରେ ପୋତି ହେଇ କୁଢ଼ କୁଢ଼ ଚିହ୍ନା ଅଚିହ୍ନା ଶବ ଙ୍କ ମେଳରେ ବିତେଇଥିବା ଦିନ ଗୁଡ଼ିକ ଅସ୍ତବ୍ୟସ୍ତ କରିପକାଉଛି ସେମାନଙ୍କୁ ।

ଏମିତି ଏକ ବସ୍ତି ହେଉଛି ଷଣ୍ଢକୁଦ ବସ୍ତି । କିନ୍ତୁ ଦିର୍ଘ ୨୧ ବର୍ଷ ପରେ ମଧ୍ୟ ଏବେ ବି ଏହି ଷଣ୍ଢକୁଦ ବସ୍ତିରେ ବାତ୍ୟା ଆଶ୍ରୟସ୍ଥଳ ଟିଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ  । ନନ୍ଦିଘୋଷ ଟିମ୍ ଆଜି ମହାବାତ୍ୟାର କାରଳ ରୂପର ପ୍ରଭାବକୁ ବଖାଣିବା ପାଇଁ ଆଜି ଏଇଠାରେ ପହଞ୍ଚିଥିଲା । ଏବେ ବି ସମସ୍ୟା ସହ ଜୁଢୁଛନ୍ତି ଏମାନେ । ବାତ୍ୟା ଆଶ୍ରୟସ୍ଥଳୀ ନଥିବା ହେତୁ ଭୟ ଏବେବି ଲାଗି ରହିଛି । ତେବେ ଏହା କେବଳ ଚିତ୍ର ନୁହେଁ । ଓଡିଶାରେ ଏଭଳି ତମାମ ଚିତ୍ର ରହିଛି ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା, ଦିନକ ତଳେ ବିହାର କରିଥିଲେ ନିର୍ବାଚନ ରାଲି

ପାଟଣା: ବିହାର ନିର୍ବାଚନରେ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି । ବୁଧବାର ସେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଗତ ଦିନରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ସ୍ମୃତି ଇରାନୀ ।

ବିହାର ନିର୍ବାଚନ ପ୍ରଚାର ମଧ୍ୟରେ ବିଜେପିର ଅନେକ ନେତା କରୋନା ସଂକ୍ରମିତ ହୋଇ ସାରିଛନ୍ତି । ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶାହନବାଜ ହୁସେନ, ରାଜୀବ ପ୍ରତାପ ରୁଢ଼ି ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ମୋଦି ସରକାରର ଅନେକ ମନ୍ତ୍ରୀ ଏବେ ସୁଦ୍ଧା କରୋନା ସଂକ୍ରମିତ ହୋଇ ସାରିଲେଣି । ଏବେ ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ‘ଗୋ କରୋନା ଗୋ’ ଭିଡିଓ ବେଶ୍ ଭାଇରାଲ୍ ହେଉଛି । ମୋଦି ସରକାରରେ ରାଷ୍ଟ୍ର ରେଳମନ୍ତ୍ରୀ ଥିବା ସୁରେଶ ଅଙ୍ଗଡ଼ିଙ୍କ ଦେହାନ୍ତ କରୋନାରେ ହୋଇଛି ।

ଅପହୃତ ନାବାଳିକାକୁ ଉଦ୍ଧାର ପାଇଁ ଲଳିତପୁରରୁ ଭୋପାଳ ନ ଅଟକି ଚାଲିଲା ଟ୍ରେନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଳିତପୁରର ଏହି ଘଟଣା । କହିବା ଅନୁସାରେ ଯେଉଁଠି ଜଣେ ବ୍ୟକ୍ତି ୩ ବର୍ଷର ଝିଅକୁ ଅପହରଣ କରି ନେଇଥିଲା । ଅପହରଣ ପରେ ଷ୍ଟେସନ ପହଞ୍ଚିଥିଲା । ସେଠାରେ ଭୋପାଳ ଯାଉଥିବା ଟ୍ରେନରେ ଚଢ଼ିଥିଲା । ଅଭିଯୁକ୍ତ ଓ ତାର କାରନାମା ସବୁ ସିସିଟିଭିରେ କଏଦ ହୋଇ ଯାଇଥିଲା । ପରିବାର ଲୋକ ପୋଲିସରେ ଝିଅର ଅପହରଣ ନେଇ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ଟ୍ରେନକୁ କୌଣସି ସ୍ଥାନର ନ ଅଟକାଇ ଲଳିତପୁରରୁ ଭୋପାଳ ଯାଏଁ ନେଇଥିଲା ।

Raptisagar Express Run Non-Stop Lalitpur To Bhopal For Rescue 3 Year Girl

ପରେ ୩ ବର୍ଷର ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ, ଘଟଣାର ସତ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି । ଲଳିତପୁର ଏସପିଙ୍କ ମୁତାବକ- ରବିବାର ସନ୍ଧ୍ୟାରେ ଜଣେ ମହିଳା ରେଲୱେ ଷ୍ଟେସନ ଆସି ପୋଲିସରେ ଅଭିଯୋଗ କରିଥିଲେ ତାଙ୍କ ୩ ବର୍ଷର ଝିଅକୁ ଅପହରଣ କରାଯାଇଛି । ଏତିକି ନୁହେଁ ଅପହରଣକାରୀ ଝିଅକୁ ନେଇ ଟ୍ରେନରେ ଚଢ଼ିଥିବା ଦେଖିଛନ୍ତି ବୋଲି ମହିଳା ଜଣଙ୍କ କହିଥିଲେ । ମହିଳାଙ୍କ କହିବା ଅନୁସାରେ ସିସିଟିଭି ଯାଞ୍ଚରୁ ଅପହରଣକାରୀ ୩ ବର୍ଷର ଛୁଆକୁ ନେଇ ରାପ୍ତିସାଗର ଏକ୍ସପ୍ରେସରେ ଚଢ଼ିଛି । ଅଭିଯୁକ୍ତକୁ ଧରିବା ଓ ଝିଅଟିକୁ ଉଦ୍ଧାର ପାଇଁ ଟ୍ରେନଟିକୁ କୌଣସି ସ୍ଥାନରେ ନ ଅଟକାଇ ସିଧା ଭୋପାଳ ପହଞ୍ଚା ଯାଇଥିଲା ।

ପ୍ରାୟ ୬ ଘଣ୍ଟା ପରେ ଟ୍ରେନଟି ଭୋପାଳ ପହଞ୍ଚିଥିଲା । ସେଠାରେ ପୂର୍ବରୁ ପୋଲିସ ଆଲର୍ଟ ଥିଲା, ଝିଅକୁ ଉଦ୍ଧାର କରାଯାଇଥିଲା । ତେବେ, ଅପହରଣକାରୀ ଜଣଙ୍କ ଆଉ କେହି ନଥିଲେ ସେ ଥିଲା ଝିଅର ବାପା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ସ୍ୱାମୀ ଝିଅକୁ ନେଇ ପଳାଇ ଆସିଥିଲେ । କିନ୍ତୁ, ପତ୍ନୀ ପୋଲିସକୁ କହିନଥିଲେ ତାଙ୍କ ସ୍ୱାମୀ ହିଁ ଝିଅକୁ ନେଇ ପଳାଇଛନ୍ତି । ତେବେ, ଭାରତୀୟ ରେଳ ଇତିହାସରେ ଏମିତି ପ୍ରଥମ ଥର ପାଇଁ ଘଟିଛି । କୌଣସି ଅପହରଣକାରୀଙ୍କୁ ଗିରଫ ଓ ଅପହୃତଙ୍କୁ ଉଦ୍ଧାର ପାଇଁ ଟ୍ରେନକୁ ନନଷ୍ଟପ୍ ୨୦୦ କିଲୋମିଟର ଚଲାଯାଇଥିଲା ।

କମିଶନରେଟ୍ ପୋଲିସ ଟାର୍ଗେଟରେ କଳାକାଚ କାର୍…

ଭୁବନେଶ୍ୱର: ଟ୍ଵିନସିଟିରେ ଟ୍ରାଫିକ ପୋଲିସ ଟାର୍ଗେଟରେ କଳାକାଚ କାର୍ ବ୍ୟବହାରକାରୀ । ଅନୈତିକ କାର୍ଯକଳାପ ଓ ଅପରାଧ ରୋକିବାକୁ ଚ୍ରାଫିକ ପୋଲିସର ପ୍ରୟାସ ଆରମ୍ଭ ହୋଇଛି । ରାଜଧାନୀରେ ଟ୍ରାଫିକ ପୋଲିସର ଜୋରଦାର କରିଛି କଟକଣା । ଏନେଇ ରାଜଧାନୀରେ ବିଭିନ୍ନ ଛକରେ କଳାକାଚ କାର୍ ବ୍ୟବହାରକାରୀଙ୍କଠୁ କଡା ଫାଇନ ଆଦାୟ କରୁଛି ।

ବିଭିନ୍ନ ଛକରେ ଟ୍ରାଫିକ କର୍ମଚାରୀ ବିଶେଷ କରି ଏଭଳି ଟିଣ୍ଟେଡ୍ ଗ୍ଲାସ ବ୍ୟବହାରକାରୀ କାରକୁ ଟାର୍ଗେଟ କରୁଛନ୍ତି । ଅଟକାଇ ସେମାନଙ୍କ କାରର କଳାପରଦା ହଟାଇବା ସହ ନୂତନ ମୋଟରଯାନ ଆଇନ ଧାରା ୧୭୭ରେ ୫୦୦ଟଙ୍କା ଫାଇନ ଆଦାୟ କରୁଛନ୍ତି । ୫୦ରୁ ଅଧିକ କାରଠୁ ଫାଇନ ଆଦାୟ କରାଯାଇଛି । ଏପରିକି ଦାମି କାର ମଧ୍ୟ ଏହାର ହାବୁଡରେ ପଡିଛନ୍ତି ।

ଦରକାର ପଡିଲେ ଅନେକ ନେତା ଓ ମନ୍ତ୍ରୀଙ୍କ ସହ ସଚିବ ଓ ଅଫିସରଙ୍କ ଗାଡିରେ ମଧ୍ୟ ଧଳା ପରଦା ବ୍ୟବହାର କରାଯାଉଥିବାର ନଜିର ରହିଛି । ଅନୁମତି ନଥିଲେ ସେମାନଙ୍କ ଗାଡିକୁ ମଧ୍ୟ ଫାଇନ ଲାଗୁ ହୋଇପାରିବ । ଏଣୁ ଏମାନଙ୍କ କାର୍ ମଧ୍ୟ କମିଶନରେଟ୍ ପୋଲିସର ଟାର୍ଗେଟରେ ରହିଛି ।

ମହାମାରୀ ବେଳେ ବିତ୍ତୀୟ ପରିଚାଳନାରେ ରାଜ୍ୟ ମଡେଲକୁ ପ୍ରଶଂସା; ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ବିତ୍ତୀୟ ନିଅଣ୍ଟ ପରିଚାଳନାରେ ରାଜ୍ୟ ପ୍ରଶଂସା ସାଉଁଟିଛି । ସଦ୍ୟ ପ୍ରକାଶିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟରେ ରାଜ୍ୟର ଏହି ପରିଚାଳନା ପଦ୍ଧତିକୁ ଉଲ୍ଲେଖ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟ ସରକାର ବିତ୍ତୀୟ ନିଅଣ୍ଟ ପରିଚାଳନାରେ ଏକ ୩ ଶ୍ରେଣୀୟ ପଦ୍ଧତିକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିଥିଲେ ।

ସେହିଭଳି ଏକ ସେଲ୍ ମଧ୍ୟ ଗଠନ କରାଯାଇଥିଲା । ବିତ୍ତୀୟ ନିଅଣ୍ଟ ଓ ଋଣ ପରିଚାଳନା ଦାୟିତ୍ୱ ଉକ୍ତ ସେଲକୁ ହସ୍ତାନ୍ତର କରାଯାଇଥିଲା । ଯାହା ଅତ୍ୟନ୍ତ ସଫଳ ପ୍ରମାଣିତ ହୋଇଛନ୍ତି । କୋଭିଡ୍ ବେଳଏ ବିତ୍ତୀୟ ସଙ୍କଟ ରାଜ୍ୟ ପାଇଁ ଏକ ପ୍ରମୁଖ ଆହ୍ୱାନ ଥିଲା । ରାଜ୍ୟ ସରକାର ଏହି ଆହ୍ୱାନକୁ ଆଗ୍ରାଧିକାର ଦେଇ ଏକ ବିତ୍ତୀୟ ନିଅଣ୍ଟ ପରିଚାଳନା କମିଟି ମଧ୍ୟ ଗଠନ କରିଥିଲେ ।

କିଭଳି ଭାବେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ମିଳିବା ସହ ରାଜ୍ୟର ବିତ୍ତୀୟ ସ୍ଥିତି ନିୟନ୍ତ୍ରଣରେ ରହିବ ସେନେଇ କମିଟି ଗୁରୁତ୍ୱାରୋପ କରିଥିଲା । ତେବେ ରାଜ୍ୟର ଏହି ମଡେଲକୁ ପ୍ରଶଂସା ମିଳିବା ପରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି ।

ଜେନେଟିକ୍ ଇଂଜିନିୟରଙ୍କ ଦାବି : ୨୦୪୫ ବେଳକୁ ମରଣ ଆସିବ ମଣିଷ ଇଛାରେ,ବୟସ ବୃଦ୍ଧିକୁ ରୋକିହେବ

ବାର୍ସିଲୋନା(ସ୍ପେନ୍): ମହାଭାରତର ଭିଷ୍ମଙ୍କୁ ମିଳିଥିଲା ଇଛାମୃତ୍ୟୁର ବରଦାନ । ଭୀଷ୍ମ ନିଜ ଇଛାରେ ହିଁ ମରିପାରିବେ ତା’ପୂର୍ବରୁ ତାଙ୍କୁ ମରଣ ଛୁଇଁ ପାରିବ ନାହିଁ ବୋଲି ତାଙ୍କୁ ମିଳିଥିଲା ବରଦାନ । ଅମରତ୍ୱର ସନ୍ଧାନ ସବୁବେଳେ ମାନବ ଜାତିର ଇଛା ରହି ଆସିଛି । ଚେଙ୍ଗିଜ୍ ଖାନଠାରୁ ଆଧୁନିକ  ଯୁଗର ବୈଜ୍ଞାନିକ ମୃତ୍ୟୁ ଉପରେ ବିଜୟ ଚାହିଁ ଆସିଛନ୍ତି । ତେବେ ସ୍ପେନର ଦୁଇ ଜଣ ଜେନେଟିକ୍ ଇଂଜିନିୟରଙ୍କ ଦାବି ହେଉଛି ଇଛାମୃତ୍ୟୁ କିମ୍ବା ଅମରତ୍ୱ ଆଗକୁ ସତ ହେବାକୁ ଯାଉଛି ।

ବାର୍ସିଲୋନାର ଏହି ଦୁଇ ଜେନେଟିକ୍ ଇଂଜିନିୟର ନିଜର ପୁସ୍ତକ ‘ଡେଥ୍ ଅଫ୍ ଡେଥ୍’ ବା ମୃତ୍ୟୁର ମୃତ୍ୟୁରେ ଏଭଳି ଦାବି କରିଛନ୍ତି । ସେମାନଙ୍କ ଦାବି ଯେ, ଆଗାମୀ ୨୫ ବର୍ଷ ମଧ୍ୟରେ ଏଭଳି କିଛି ହେବାକୁ ଯାଉଛି । ସେମାନଙ୍କ ଅନୁସାରେ ୨୦୪୫ ବେଳକୁ ମୃତ୍ୟୁ ଇଛାଧିନ ହେବ । ଅର୍ଥାତ ଆପଣଙ୍କ ମରିବା ଆପଣଙ୍କ ଇଛା ଉପରେ ନିର୍ଭର କରିବ । ବୟସ ବଢିବାକୁ ଜେନେଟିକ୍ ଇଂଜିନିୟରିଂ ଦ୍ୱାରା ରୋକା ଯାଇପାରିବ । ଏଭଳି କିଛି ଦାବି କରିଛନ୍ତି ଭେନେଜୁଏଲରା ଜନ୍ମ ହୋଇଥିବା ଜୋସ୍ ଲୁଇ କୋରଡୈରୋ ଓ କେମ୍ବ୍ରିଜର ଗଣିତଜ୍ଞ ଡେଭିଡ୍ ବୁଡ୍  । ସେମାନଙ୍କ ଆଉ ଏକ ପରିଚୟ ହେଉଛି ଉଭୟ ସିମ୍ବିଆନ ଅପରେଟିଂ ସିଷ୍ଟମର ପ୍ରତିଷ୍ଠାତା ।

ଅମର ହେବାର ବୈଜ୍ଞାନିକ ସମ୍ଭାବନା

ନିଜ ପୁସ୍ତକ ଡେଥ୍ ଅଫ୍ ଡେଥରେ ଲେଖିଛନ୍ତି ଯେ, ଅମର ରହିବା ଏକ ବାସ୍ତବିକ ଓ ବୈଜ୍ଞାନିକ ସମ୍ଭାବନା । ଯାହା ଖୁବଶୀଘ୍ର ସତ ହେବାକୁ ଯାଉଛି । କୋରଡୌରୋ ଓ ବୁଡଙ୍କ ଦାବି ଯେ, ୨୦୪୫ ବେଳକୁ ମଣିଷଙ୍କ ମୃତ୍ୟୁ କେବଳ ଦୁର୍ଘଟଣା କିମ୍ବା ହତ୍ୟା କାରଣରୁ ହେବ ।ପ୍ରାକୃତିକ କିମ୍ବା ରୋଗ କାରଣରୁ ମୃତ୍ୟୁ ଇତିହାସର କଥା ହୋଇ ରହିଯିବ ।

ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ କହିବା ହେଉଛି ଅନ୍ୟ ଆନୁବଂଶିକ ବା ଡିଏନଏ ପରିବର୍ତ୍ତନ ଟେକନିକରେ ନାନୋ ଟେକ୍ନୋଲୋଜି ପ୍ରମ୍ମୁଖ । ଏହି ପ୍ରକ୍ରିୟାରେ ଖରାବ ଜିନକୁ ସ୍ୱସ୍ଥ ଜିନ୍ ଦ୍ୱାରା ବଦଳାଯାଇଥାଏ । ଶରୀରରୁ ମୃତ କୋଷିକାଙ୍କୁ ନଷ୍ଟ କରିବା,ନଷ୍ଟ ହୋଇଥିବା କୋଷିକାଙ୍କୁ ଠିକ୍ କରିବା,ଷ୍ଟେମ୍ ସେଲ ଚିକିତ୍ସା ଓ ମହତ୍ୱପୂର୍ଣ୍ଣ ଅଙ୍ଗର ଥ୍ରି-ଡି ପ୍ରିଣ୍ଟ୍ ସାମିଲ ଅଛି । ଆମେରିକାର ମାସାଚୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା କୋରଡୈରୋଙ୍କ କହିବା ହେଉଛି ‘ମାନବ ନମରିବା ପାଇଁ ନିଷ୍ପତ୍ତି ନେଇଛି ଓ ଆଜିଠାରୁ ୩୦ ବର୍ଷ ପରେ ସେ ବର୍ତ୍ତମାନ ଅପେକ୍ଷା ଅଧିକ ଯୁବା ହେବ ।

ଏହି ଦୁଇ ବୈଜ୍ଞାନିକଙ୍କ ଅନୁସାରେ ବୟସ ବୃଦ୍ଧି ଡିଏନଏ ଟେଲ୍ସର ପରିଣାମ,ଯାହାକୁ ଟେଲୋମେରେସ ନାମରେ ଜଣା ଯାଇଥାଏ । ଏହା କ୍ରୋମଜୋମସ ହୋଇଥାଏ । ଏଥିରେ ଲାଲ ରକ୍ତ ଓ ସେକ୍ସ କୋଷିକାଙ୍କୁ ଛାଡି ପ୍ରତି ସେଲର ୨୩ ହଳ ରହିଥାନ୍ତି,ଯାହା ଛୋଟ ହେବାରେ ଲାଗିଥାନ୍ତି । ତେଣୁ ବୟସ ବୃଦ୍ଧିକୁ ରୋକିବା ପାଇଁ ଟେଲୋମେରେସକୁ ଲମ୍ବା କରିବାକୁ ପଡିବ । ସମୟ ସହିତ ଟେଲୋମେରେସ ଦୁର୍ବଳ ହେବା ସହ କ୍ଷତିଗ୍ରସ୍ତ ହୋଇଥାଏ । ଏହାର ଗତି ସେତେବେଳେ ବୃଦ୍ଧି ପାଇଥାଏ ଯେତେବେଳେ ମଣିଷ ଧୂମପାନ,ମଦ ପାନ ସହ ବାୟୁ ପ୍ରଦୁଷଣର ଶିକାର ହୁଏ । ଏଥିପାଇଁ ଟେଲୋମେରେସର ଦୈର୍ଘ୍ୟ କମ ହେବାରେ ଲାଗିଥାଏ ଓ ମଣିଷ ବୃଦ୍ଧ ହୋଇଥାଏ ।

ବୈଜ୍ଞାନିକ ଦ୍ୱୟଙ୍କ ଅନୁସାରେ ଆଗାମୀ ୧୦ ବର୍ଷ ମଧ୍ୟରେ କ୍ୟାନସର ଭଳି ରୋଗ ଠିକ୍ ହୋଇଯିବ । କ୍ୟାନସର ସେଲ୍ ଅମର ବୋଲି ସାଧାରଣ ଲୋକ ଜାଣନ୍ତି ନାହିଁ । ୧୯୫୧ ମସିହାରେ ବୈଜ୍ଞାନିକ ଏହା ଜାଣିବାକୁ ପାଇଥିଲେ । ହେନରିକେଟା ଲେକ୍ସଙ୍କ ମୃତ୍ୟୁ ସର୍ଭାଇକଲ କ୍ୟାନସର କାରଣରୁ ହୋଇଥିଲା । ସର୍ଜନ ତାଙ୍କ ମୃତ୍ୟୁପରେ ଟ୍ୟୁମରକୁ ଶରୀରରୁ ଅଲଗା କରି ରଖିଥିଲେ । ସେହି କ୍ୟାନସର ସେଲ୍ ଆଜି ମଧ୍ୟ ଜୀବିତ ଅଛି ।

ଜାପାନ ଓ କୋରିଆରେ ସନ୍ତାନ ଜନ୍ମହାର ବର୍ତ୍ତମାନ ଯାହା ରହିଛି ଯଦି ଭବିଷ୍ୟତରେ ମଧ୍ୟ ସେଇଆ ରୁହେ ତେବେ ଆଗାମୀ ୨୦୦ ବର୍ଷ ପରେ ଜାପାନ କିମ୍ବା କୋରିଆରେ ଜଣେ ମଧ୍ୟ ବ୍ୟକ୍ତି ବଂଚିବେ ନାହିଁ । ତେବେ ଭଲ ଖବର ହେଉଛି ଏହି ନୂଆ ଟେକ୍ନୋଲୋଜି କାରଣରୁ ଜାପାନୀ କିମ୍ବା କୋରିଆ ନାଗରିକ କେବେ ମଧ୍ୟ ବୃଦ୍ଧ ହେବେ ନାହିଁ ।

ତେବେ ବୁଢା ନହେବାର ଦାମ୍ କେତେ ?

ଏବେ ଆପଣ ଭାବୁଥିବେ ବୁଢା ନହେବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ? ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ ପାଖରେ ଏହାର ମଧ୍ୟ ଉତ୍ତର ରହିଛି । ସେମାନଙ୍କ ଅନୁସାରେ ଆଣ୍ଟି ଏଜିଂ ଚିକିତ୍ସା ପାଇଁ ସେତିକି ଖର୍ଚ୍ଚ ହେବ ଯେତିକି ଦେଇ ଆପଣ ଏବେ ଗୋଟିଏ ନୂଆ ଲାଟେଷ୍ଟ୍ ସ୍ମାର୍ଟ ଫୋନ୍ କିଣୁଛନ୍ତି । ମାନେ ସ୍ମାର୍ଟ୍ ଫୋନ୍ ଦାମ ଦେଇ ଆପଣ କିଣି ପାରିବେ  ଯୌବନ । ଆରମ୍ଭରେ ଏହି ଟେକ୍ନୋଲୋଜି ମହଙ୍ଗା ପଡିବ କିନ୍ତୁ ପରେ ଏହା ଶସ୍ତା ହେବ । କାରଣ ଯେତେବେଳେ ନୂଆ ଟେକ୍ନୋଲୋଜି ଆସେ ସେତେବେଳେ ତାହା ମହଙ୍ଗା ହୋଇଥାଏ । କିନ୍ତୁ ଅଧିକ ଉତ୍ପାଦନ ସହ ମୁଲ୍ୟ କମିବାରେ ଲାଗିଥାଏ । ଗତ ଦୁଇ ବର୍ଷ ଧରି ସେମାନେ ବେଆଇନ୍ ଭାବେ ଏହି ଟେକନିକ୍ ନିଜ ଉପରେ ପ୍ରୟୋଗ କରୁଥିବା ଦାବି କରିଛନ୍ତି ।

ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ ପ୍ରଥମ ରୋଗୀ ହେଉଛନ୍ତି ଏଲିଜାବେଥ୍ ପ୍ୟାରିସ । ପ୍ୟାରିସଙ୍କ ବୟସ ବୃଦ୍ଧି ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କଠାରେ ଏହି ଟେକନିକ୍ ପ୍ରୟୋଗ କରାଯାଇଥିଲା । ବୁଡଙ୍କ ଅନୁସାରେ ଏହି ଚିକିତ୍ସା ବିପଜ୍ଜନକ ଓ ବେଆଇନ୍ ଥିଲା କିନ୍ତୁ ଏବେ ଏଥିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉନି । ଏହା ସହ ଏଲିଜାବେଥଙ୍କ ରକ୍ତରେ ଟେଲୋମେରେସ ସ୍ତର ୨୦ ବର୍ଷ ପଛକୁ ଫେରିଯାଇଛି । ମନେରଖନ୍ତୁ ଟେଲୋମେରେସ କମିବା ସହ ବୟସ ବଢିଥାଏ  । ଏଲିଜାବେଥଙ୍କ ଟେଲୋମେରେସ ୨୦ ବର୍ଷ ପଛକୁ ଫେରିବା ଅର୍ଥ ସେ ବୟସବୃଦ୍ଧିକୁ ମାତ୍ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ ପୁସ୍ତକ ଡେଥ୍ ଅଫ୍ ଡେଥ୍ ୪ଟି ଭାଷାରେ ପ୍ରକାଶିତ ହେଉଛି ।

ବାହାରକୁ ଡିନର୍ ପାଇଁ ଗଲେ କାହିଁକି ପେମେଣ୍ଟ କରନ୍ତି ନାହିଁ ଶାହରୁଖ ?

ମୁମ୍ବାଇ: ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ । ଖାଦ୍ୟପେୟ ପ୍ରତି ବେଶ୍ ସତର୍କ । ଆପଣ ଭାବୁଥିବେ ଶାହରୁଖ ସବୁବେଳେ ବୋଧ ହୁଏ ଘର ତିଆରି ସାମଗ୍ରୀ ଖାଇଥାନ୍ତି । ଖାଆନ୍ତି ତ ନିଶ୍ଚିୟ । ଶାହରୁଖ ବି ଆପଣଙ୍କ ଭଳି ବେଳେବେଳେ ବାହାରେ ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ସେ ବାହାରେ ରାତ୍ରୀ ଭୋଜନ ପାଇଁ ସାଙ୍ଗମାନଙ୍କ ସହ ଯାଇଥାନ୍ତି । ତେବେ, ବାହାରେ ଡିନର୍ ପାଇଁ ଯିବାବେଳେ ଶାହରୁଖ ବିଲ୍ ପେମେଣ୍ଟ କରନ୍ତି ନାହିଁ ବୋଲି କହିଛନ୍ତି ।

Shahrukh Khan On Why His Friends Always Pay When They Go Out For Dinner

ଜଣେ ଫ୍ୟାନ ଶାହରୁଖଙ୍କ ପଚାରିଥିଲେ- ଆପଣ ବାହାରକୁ ସାଙ୍ଗମାନଙ୍କ ସହ ଖାଇବାକୁ ଯିବାବେଳେ ବିଲକୁ ନିଜେ ଦିଅନ୍ତି ନା ବିଲକୁ ସାଙ୍ଗମାନଙ୍କ ସହ ବାଣ୍ଟି ପୈଠ କରନ୍ତି । ଏହି ପ୍ରଶ୍ନର ଉତ୍ତରରେ ଶାହରୁଖ କହିଛନ୍ତି- ସେ କେବେ ଟଙ୍କା ସାଙ୍ଗରେ ନିଅନ୍ତି ନାହିଁ । ସାଙ୍ଗମାନେ ଡିନର ବିଲ୍ ଦେଇଥାନ୍ତି ।

Shahrukh Khan On Why His Friends Always Pay When They Go Out For Dinner

ଅନ୍ୟ ଜଣେ ଟ୍ୱିଟର ୟୁଜର୍ ଶାହରୁଖ ଜନ୍ମଦିନ ପାଳନ ଯୋଜନା ବିଷୟରେ ପଚାରିଛନ୍ତି । କହିଛନ୍ତି ପୋଲିସ ଆମଙ୍କୁ ଆପଣଙ୍କ ଘର ସାମ୍ନାକୁ ଯିବାକୁ ଦେବନାହିଁ । ଏହାର ଉତ୍ତରରେ ଶାହରୁଖ କହିଛନ୍ତି- ମହାମାରୀ କରୋନା ପାଇଁ ମୋ ଜନ୍ମଦିନ ହେଉ କି ଅନ୍ୟ କେଉଁଥି ପାଇଁ ଏକତ୍ରିତ ହୁଅନ୍ତୁ ନାହିଁ । ଏହି ଥରର ଭଲ ପାଇବା… ଟିକେ ଦୂରରୁ । ଆସନ୍ତା ନଭେମ୍ବର ୨ରେ ଶାହରୁଖଙ୍କ ଜନ୍ମଦିନ ପଡ଼ୁଛି ।

କୃଷି ନୁହେଁ ବରଂ ୧୦୦ ଏକରରେ ଆପେଆପେ ହେଉଛି କଇଁଫୁଲ

 କୋଟୟମ୍: କଇଁଫୁଲକୁ ଦେଖିବାମାତ୍ରେ ମନେପଡ଼େ ଗାଁ କଥା । ଗାଁ’ର ସାଙ୍ଗ ମାନଙ୍କ କଥା ଆଉ ସାଙ୍ଗ ମାନଙ୍କ ସହିତ ମିଶି ଗାଁ ପୋଖରୀରୁ କଇଁଫୁଲ ଆଣିବାର ପ୍ରତ୍ୟେକଟି ଦୃଶ୍ୟ ଆଖି ସାମ୍ନାରେ ଗୋଟି ଗୋଟି ହୋଇ ନାଚିଯାଏ । ଗାଁ ଖୁଦୁରୁକୁଣି ପୂଜାରେ ପେନ୍ଥା ପେନ୍ଥା ହୋଇ ସଜା ହୋଇଥାଏ କଇଁଫୁଲ । ହେଲେ ସେ ସବୁ ଦୃଶ୍ୟ ଧୀରେ ଧୀରେ ମାନସ ପଟରୁ ଉଭେଇ ଗଲାଣି । ଯୁଗ ବଦଳିବା ସହିତ କଇଁଫୁଲର ଚାହିଦା ମଧ୍ୟ କମ୍‌ ହୋଇଗଲାଣି । କିନ୍ତୁ କେରଳର କୋଟୟମକୁ ଗଲେ ଆପଣ ଏବେ ମଧ୍ୟ କଇଁଫୁଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ।

କୋଟୟମ ଠାରେ ଥିବା ଏକ ମନ୍ଦିର ବେଢା ନିକଟରେ ରହିଛି ଏକ ବିରାଟ ପୋଖରୀ । ଯାହା ବର୍ତ୍ତମାନ ସାଜିଛି ପର୍ଯ୍ୟଟନ କ୍ଷେତ୍ର । ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ଏହାକୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ସବୁଠାରୁ ଖାସ କଥା ହେଉଛି ଏହି ପୋଖରୀର ଆକୃତି ଯଥେଷ୍ଟ ବଡ଼ । ଏହାର ଚାରିପାଖରେ ଥିବା ଅଞ୍ଚଳ ପୂର୍ବରୁ ଚାଷଜମି ପାଇଁ ଉକୃଷ୍ଟ ଥିଲା । କିନ୍ତୁ କୌଣସି ପ୍ରକାରର କୃଷିକାର୍ଯ୍ୟ କରାନଯିବାରୁ ଜମି ପଡ଼ିଆ ହୋଇ ପଡ଼ି ରହିଲା ଏବଂ ପାଣି ଜମି ଧୀରେ ଧୀରେ କଇଁଫୁଲ ଫୁଟିବାରେ ଲାଗିଲା । ଏବେ ଏଠାରେ ଏତେ ମାତ୍ରାରେ କଇଁଫୁଲ ଫୁଟୁଛିଯେ, ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ କିଛି ସମୟ ପାଇଁ ଗାଡ଼ିକୁ ଅଟକାଇ ଫଟୋ ଉଠାଇବାର ମଜା ନେଉଛନ୍ତି । ତେବେ ପର୍ଯ୍ୟଟନ କ୍ଷେତ୍ର ସାଜିଥିବା ଏହି କଇଁ ପୋଖରୀକୁ ଦେଖିବା ପାଇଁ ରାଜ୍ୟ ବାହାରୁ ପର୍ଯ୍ୟଟକ ପ୍ରତିଦିନ ଆସନ୍ତି ବୋଲି କୁହନ୍ତି ଏଠାକାର ବାସିନ୍ଦା । ତେବେ ପ୍ରାୟ ୧୦୦ ଏକର ଜମିରେ କଇଁଫୁଲ ଆପେଆପେ ଫୁଟୁଛି ।

ପିଏମ୍ ମୋଦିଙ୍କ ନିର୍ବାଚନ ରାଲି ଉପରେ ଆତଙ୍କୀ ଆକ୍ରମଣ ଆଶଙ୍କା, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଆକ୍ରମଣ ନେଇ ଷଡ଼ଯନ୍ତ୍ର । ନିଷିଦ୍ଧ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଜୁଡ଼ିତ ସଂସ୍ଥା ‘ଜଷ୍ଟିସ୍ ଫର୍ ଶିଖ୍’ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ପିଏମଙ୍କ ନିର୍ବାଚନ ସଭା ସହ ଅନ୍ୟ କାର୍ଯ୍ୟକ୍ରମରେ ଆକ୍ରମଣ ପାଇଁ ଯୋଜନା କରିଛି । ଆକ୍ରମଣ ଆଶଙ୍କାକୁ ନେଇ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛନ୍ତି । ବିହାରରେ ପିଏମ୍ ମୋଦିଙ୍କ ହେବାକୁ ସମସ୍ତ ନିର୍ବାଚନୀ ସଭାରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ତୁଳନାରେ ଆହୁରି ମଜଭୁତ୍ ସହ କଡ଼ାକଡ଼ି କରାଯାଇଛି ।

Khalistani Terrorist Organization Planning To Attack PM Narendra Modi In His Election Rallies In Bihar

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ୟୁନିଟ୍ ଲଗାତାର ବିହାର ୟୁନିଟର ଅଧିକାରୀଙ୍କ ସହିତ ସମ୍ପର୍କରେ ଅଛନ୍ତି । ଏବଂ ଜରୁରୀ ସୂଚନା ଆଦାନପ୍ରଦାନ କରୁଛନ୍ତି । ଏଥିସହ ବିହାରର ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଗୁଇନ୍ଦା ଅଧିକାରୀ ମିଳୁଥିବା ସୂଚନା ସେୟାର କରୁଛନ୍ତି ।

ଖଲିସ୍ତାନୀ ଆତଙ୍କବାଦୀ ଓ ‘ଜଷ୍ଟିସ୍ ଫର୍ ଶିଖ୍’ ନାଁରେ ଅଭିଯାନ ଚଳାଇଥିବା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବହୁଦିନ ହେଲା ଭାରତ ସରକାରଙ୍କ ବିରୋଧରେ ଦେଶର ଯୁବକଙ୍କୁ ଉସୁକାଉଛି । ସେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ସୋସିଆଲ୍ ମିଡିଆ, ମେଲ, ମେସେଜ୍ ମାଧ୍ୟମରେ ବିଷାକ୍ତ ଭାବନାକୁ ପ୍ରେରିତ କରୁଛି । ପନ୍ନୁ ପାକିସ୍ତାନ ପ୍ରରୋଚନାରେ ଆମେରିକାର ନ୍ୟୁୟର୍କ ସହରରେ ରହି ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି (ISI) ଇସାରାରେ ଭାରତରେ ଆତଙ୍କବାଦ ବୃଦ୍ଧି ଓ ଯୁବକଙ୍କୁ ବିପଥଗାମୀ କରିବା ଲାଗି ନିୟମିତ ଷଡ଼ଯନ୍ତ୍ର କରୁଛି । ଏହି ଷଡ଼ଯନ୍ତ୍ର ପ୍ରକାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ସଭା ଓ ସମ୍ବୋଧନ ବେଳେ ଆକ୍ରମଣ ଓ ଆଇନ୍ ଆଗରେ ଅଶୋଭନୀୟ ଆଚରଣ କରିବା ଲାଗି ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲା ।

Khalistani Terrorist Organization Planning To Attack PM Narendra Modi In His Election Rallies In Bihar

ଯାଞ୍ଚ ଏଜେନ୍ସି ଜାଣନ୍ତି, ପନ୍ନୁର ଏଭଳି ଘୋଷଣାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ, ଜାରି ହୋଇଥିବା ବିଶେଷ ଆଲର୍ଟ ପ୍ରକାରେ କୌଣସି ଅଘଟଣକୁ ଏଡ଼ାଇବା ଲାଗି ସ୍ୱତନ୍ତ୍ର ଅପରେସନ୍ କରୁଛନ୍ତି । ନିଷିଦ୍ଧ ଆତଙ୍କୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ବିରୋଧରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସହ ସ୍ଥାନୀୟ ଗୁଇନ୍ଦା ଓ ପୋଲିସ ମଧ୍ୟ ନଜର ରଖିଛନ୍ତି ।

ଗୁଇନ୍ଦା ଅନୁସାରେ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା ଓ ପାକିସ୍ତାନ ଏବଂ ତାର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇଏସ୍ ଭଲ ସତ୍କାର ସହ ଅଧିକରୁ ଅଧିକ ଫଣ୍ଡିଂ ଆଶାରେ ଗୁରପତୱନ୍ତ ସିଂହ ପନ୍ନୁର ଏଭଳି କରୁଛି ।

Khalistani Terrorist Organization Planning To Attack PM Narendra Modi In His Election Rallies In Bihar

୨୦୧୩ ପାଟଣା ରାଲିରେ ଫୁଟିଥିଲା ବୋମା

ଏହା ପୂର୍ବରୁ ୨୦୧୩ ଅକ୍ଟୋବର ୨୭ରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରାଲିକୁ ଆତଙ୍କବାଦୀ ଟାର୍ଗେଟ୍ କରିଥିଲେ । ମୋଦି ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପାଟଣାର ଐତିହାସିକ ଗାନ୍ଧି ମୈଦାନରେ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିଲେ । ରାଲି ବେଳେ ଆତଙ୍କୀ ଭିଡ଼ରେ ଗୋଟିଏ ପରେ ଗୋଟିଏ ବୋମା ପକାଇଥିଲେ । ତେବେ, ବୋମାର ତୀବ୍ରତା କମ୍ ଓ ସୁରକ୍ଷାବଳ ଏବଂ ବିହାର ପୋଲିସର ସତର୍କତା ଯୋଗୁଁ ମୋଦି ସୁରକ୍ଷିତ ଥିଲେ । ଏହି ଆକ୍ରମଣ ନିଷିଦ୍ଧ ଆତଙ୍କୀ ସଂଗଠନ ସିମି କରିଥିଲା ।