ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ୮ କୋଟିରୁ ଅଧିକ ଟଙ୍କା, ହେଲେ ଦେଖାଇ ପାରିଲେନାହିଁ ସାଲାରୀ ସ୍ଲିପ୍‌

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୮ କୋଟି ୪୦ ଲକ୍ଷ ଅଧିକ ଟଙ୍କା ଡିପୋଜିଟ ହୋଇଛି । ଖାଲି ସେତିକି ନୁହେଁ ବ୍ରହ୍ମପୁରରେ ମଧ୍ୟ କ୍ୟାସ୍‌ ଡିପୋଜିଟ ହୋଇଛି । ଟଙ୍କାର ଦରିଆ ଥିଲେ ବାପ ପୁଅଙ୍କ ପାଖରେ । ଲକଡାଉନ ସମୟରେ ଅଭୟ ଏବଂ ତାଙ୍କ ପରିବାର ଲୋକ ଚାଟର ପ୍ଲେନରେ ଫରେନକୁ ଯାଇ ବୁଲାବୁଲି ମଧ୍ୟ କରିଛନ୍ତି ।

ସେପଟେ ଆକାଶ ଏକ କୋଟି ଟଙ୍କା ଦରମା ପାଉଥିଲେ ବୋଲି ଅଭୟ କହିଥିଲେ । କିନ୍ତୁ ତାକୁ ନେଇ ଆକାଶ କୌଣସି ସାଲାରୀ କାଗଜପତ୍ର ଦେଖାଇ ପାରିନାହାନ୍ତି । ତେବେ ସେମାନେ କଣ କରନ୍ତି ? କେଉଁଠୁ ଟଙ୍କା ଆଣୁଥିଲେ ? ଏଥିରେ ଆଉ କେଉଁମାନେ ଜଡ଼ିତ ରହିଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଆଗକୁ ରିମାଣ୍ଡ ଆବେଦନ ନେଇ ବିଚାର ହୋଇନି ବୋଲି ଏସପି କହିଛନ୍ତି ।

ଖାଲି ସେତିକି ନୁହେଁ, ଖୋଜାଖୋଜି ବେଳେ ଅଭୟକାନ୍ତଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ । ତେବେ କାହିଁକି ପାଖରେ ମାରଣାସ୍ତ୍ର ରଖିଥିଲେ ଅଭୟ, ତାକୁ ନେଇ ପ୍ରଶ୍ନ ଉଠୁଛି । ଜଣେ ସରକାରୀ ଅଧିକାରୀ, ପାଖରେ ମାରଣାସ୍ତ୍ର ରଖିବା ପଛରେ କାରଣ କଣ ହୋଇପାରେ। ଆଗରୁ ବାପା ପୁଅ ସୁରକ୍ଷା ପାଇଁ ବଡିଗାର୍ଡ ଓ ବାଉନ୍‌ସର ରଖିଥିବା କଥା ସାମନାକୁ ଆସିଥିଲା। ଆଉ ଏବେ ଜବତ ହୋଇଛି ପିସ୍ତଲ ।

ସେପଟେ ଚାକିରୀ ନକରି ଦାମୀ ଗାଡ଼ିରେ ଚଢୁଥିଲେ, ଆଲିସାନ୍ କୋଠାରେ ରହୁଥିଲେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ । ଭିଜିଲାନ୍‌ସ ଖୋଳତାଡ଼ ବେଳେ ସାମନାକୁ ଆସିଛି ସଉକର ଏମିତି ନମୁନା । ଆକାଶଙ୍କ ନାଁରେ ମର୍ସିଡିଜ୍, ବିଏମଡବ୍ଲୁ, ଟାଟା ହ୍ୟାରିୟର ଏବଂ ତିନୋଟି ମହଙ୍ଗା ୟାମାହା FzS ବାଇକ୍ ରହିଛି । ପୁଣେରେ ଖୋଜାଖୋଜି ବେଳେ ଦୁଇଟି ମର୍ସିଡିଜ୍ ସମେତ ତିନିଟି ଗାଡ଼ି ସେ ଭଡା ନେଇଥିବା ଜଣାପଡିଛି । ଦେଖନ୍ତୁ, କେମିତି ଦାମୀ ଗାଡ଼ିର ସଉକ ରଖୁଥିଲେ କୋଟିପତି ବାବୁଙ୍କ ପୁଅ। ସଉକ ପୂରଣ ପାଇଁ ଚଢୁଥିଲେ ମହଙ୍ଗା ଗାଡ଼ି ।

Leave a Reply