ଟ୍ରାନସଫରମର ବସାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ୱେସ୍କୋ କନିଷ୍ଠ ଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ

ରାଉରକେଲା: ଭିଜିଲାନ୍ସ ଜାଲରେ  ୱେସ୍କୋ ଯନ୍ତ୍ରୀ । ଟ୍ରାନସଫରମର ବସାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ । ଯନ୍ତ୍ରୀ ଯଶୋବନ୍ତ ନାରାୟଣ ଦେଓ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଟାଙ୍ଗର ଗାଁରେ । ଯନ୍ତ୍ରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଉକ୍ତ ଗାଁରେ ଗତ ଏପ୍ରିଲ ମାସରୁ  ଟ୍ରାନସଫରମର ପୋଡିଯାଇଥିଲେ ମଧ୍ୟ  ଟ୍ରାନ୍ସଫର୍ମର ବସାଇବା  ପାଇଁ ୱେସ୍କୋର  ସବଡେଗା ସେକ୍ସନର କନିଷ୍ଠ ଯନ୍ତ୍ରୀ ଯଶବନ୍ତ ନାରାୟଣ ଦେଓ ୧୫ ହଜାର ଲାଞ୍ଚ ମାଗିଥିଲେ । ଏନେଇ ଗାଁ ଲୋକେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଆଜି  ଜଣେ ଗ୍ରାମବାସୀଙ୍କ ଠାରୁ ଯନ୍ତ୍ରୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ଧରାପଡି କନିଷ୍ଠ ଯନ୍ତ୍ରୀ  ଗିରଫ ହୋଇଛନ୍ତି ।

Leave a Reply