ଗିରଫ ପରେ ନିଲମ୍ୱିତ ହେଲେ IFS ଅଭୟକାନ୍ତ ପାଠକ

1 min read

ଭୁବନେଶ୍ୱର: ଗିରଫ ପରେ ନିଲମ୍ୱିତ ହେଲେ IFS ଅଭୟକାନ୍ତ ପାଠକ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ଅଭୟକାନ୍ତ । ଅତିରିକ୍ତ ପିସିସଏଫ ଦାୟିତ୍ୱରେ ଥିଲେ ଅଭୟକାନ୍ତ । ବେନାମୀ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପାଠକ ବାପ-ପୁଅ । ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ ପରେ ଝାରପଡା ଜେଲ ପଠାଇଛି ଭିଜିଲାନ୍ସ । ଏବେ ତାରକା ହୋଟେଲ ବଦଳରେ ଜେଲ ଭିତରେ କଟିବ ଜୀବନ । ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଉଭୟ ବାପ ଓ ପୁଅ । ଦୁଇ ଦିନ ଧରି ଭିଜିଲାନର ମାରାଥନ୍ ଚଢାଉ ପରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ । ଭୁବନେଶ୍ବର ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ବାପା ପୁଅଙ୍କୁ ସାମ୍ନାସାମ୍ନି ଜେରା ପରେ ଡାକ୍ତରୀ ଯାଞ୍ଚ କରି ଗିରଫ କରାଯାଇଥିଲା ।

Leave a Reply