ଯାତ୍ରୀବାହୀ ବସ ଉପରକୁ ଦୁର୍ବୃତ୍ତ କଲେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ବସ୍ ଚାଳକ

1 min read

ଭୁବନ: ଯାତ୍ରୀବାହୀ ବସ ଉପରକୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଲେ ବସ୍ ଚାଳକ । ବାଇକରେ ଆସିଲେ ସାମ୍ନାପଟୁ ଗଳି ମାରିଲେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଜିରାଉତ ସେତୁ ନିକଟ ଛକରେ । ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ ଉପରକୁ ଜଣେ ଯୁବକ ଓ ଯୁବତି ଗୁଳି ଚଳାଇଛନ୍ତି । ବସଟି କଟକରୁ ଭୁବନ ଅଭିମୁଖେ ଯାଉଥିବା ବେଳେ ଦେଓଗାଁ ରାସ୍ତାରେ ଏକ ବାଇକରେ ଦୁଇ ଜଣ ଯୁବକ ଓ ଯୁବତୀ ବାରମ୍ବାର ଓଭରଟେକ୍ କରିଥିଲେ । ଏଭଳି ନକରିବା ପାଇଁ ବସ ଡ୍ରାଇଭର କହିବାରୁ ସେମାନଙ୍କ ସହ ଝଗଡ଼ା ହୋଇଥିଲା । ପରେ ଯୁବକ-ଯୁବତୀ ଉତ୍ୟକ୍ତ ହୋଇ ବାଜିରାଉତ ସେତୁ ନିଳକଣ୍ଠପୁର ଛକରେ ବସ ଡ୍ରାଇଭର ଉପରକୁ ବ୍ୟାଗରୁ ମାଉଜର ଖୋଲି ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକ ଆସିବାରୁ ଦୁଇ ଜଣ ନଦୀ ପଠାକୁ ଦୌଡି ପଳାଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

Leave a Reply