ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ, ରାସ୍ତାରେ ଟାୟାର ଜାଳିଲେ ଡାକ୍ତରଖାନା ଭାଙ୍ଗିଲେ

ଭୁବନେଶ୍ୱର: ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ । ଡାକ୍ତରଖାନାରେ ପସିଲେ ଭଙ୍ଗା ରୁଜା କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ  ଥାନା  ଜଳେଶ୍ଵରପୁର  ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପାଣିରେ  ବୁଡ଼ି ଯାଇଥିବା ଶିଶୁ କନ୍ୟାର ମୃତ୍ୟୁକୁ ନେଇ  ହସ୍ପିଟାଲରେ ସମ୍ପର୍କିୟମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଙ୍ଗା ରୁଜା କରିଛନ୍ତି । ତେବେ ନ୍ୟାୟ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ  ଭୋଗରାଇ  ପୋଲିସ  ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି  ।

ସୂଚନା ଅନୁଯାୟୀ, ଭୋଗରାଇ ଥାନା ଛୋଟ ମହେଶ ପୁର ଗାଁର ଅନୀଲ କାମିଳାଙ୍କ ତିନି ବର୍ଷର  ଝିଅ ଦିବ୍ୟାଂସି ଆଜି  ଅପରାହ୍ନରେ  ପାଣିରେ  ବୁଡ଼ି ଯାଇଥିଲା । ଘର ଲୋକେ ଉଦ୍ଧାର କରି ଝିଅକୂ ଜଳେଶ୍ଵରପୁର ହସ୍ପିଟାଲକୁ ଆଣି ଥିଲେ । ମାତ୍ର   ସନ୍ଧ୍ୟା ବେଳେ କୌଣସି ଡାକ୍ତର  ହସ୍ପିଟାଲରେ ନଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ  ଜଣେ  କର୍ମଚାରୀ  ଡାକ୍ତର ତାଙ୍କ  ସରକାରୀ ବାସଭବନରେ  ଅଛନ୍ତି  ସେଠାକୁ  ନେଲେ  ଦେଖିବେ ବୋଲି କହିଥିଲେ । ଘର ଲୋକେ  ଡାକ୍ତରଙ୍କୁ  ତାଙ୍କ  ବାସଭବନରୁ  ଡାକି ଆଣିବା  ପରେ  ଡାକ୍ତର  ଶିଶୁଟିର  ମୃତ୍ୟୁ  ହୋଇ ଯାଇଥିବା କହିଥିଲେ । ଫଳରେ  ସେଠାରେ  ଉତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ  ଭୋଗରାଇ  ପୋଲିସ ପହଞ୍ଚି  ତଦନ୍ତ  ଆରମ୍ଭ କରିଛି ।

Leave a Reply