spot_img
Home Blog Page 6502

ବିବାଦ କୁ ନେଇ ଫେସବୁକର ସ୍ପଷ୍ଟୀକରଣ, ଆମେ ନିରପେକ୍ଷ

ନୂଆଦିଲ୍ଲୀ: ରାଜନୈତିକ କରିକଡରେ ଫେସବୁକକୁ ନେଇ ଉପୁଜିଥିବା ବିବାଦରେ ସ୍ପଷ୍ଟୀକରଣ ରଖିଛି ଫେସବୁକ୍ । ଫେସବୁକ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜିତ୍ ମୋହନ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ହେଉଛି ନିରପେକ୍ଷ, ସ୍ୱଚ୍ଛ ଏବଂ ଏକ ଖୋଲା ମଂଚ । ଇଣ୍ଟରନେଟର ଏହି ପ୍ଲାଟଫର୍ମ କାହା ସହ ପକ୍ଷପାତିତା କରାଯାଏ ନାହିଁ । ଏଥିସହ ସେ କହିଛନ୍ତି, ହେଟ୍ ସ୍ପିଚ୍ କୁ ନେଇ କିଛି ଦିନ ହେବ ଫେସବୁକ ଉପରେ ଦୋଷ ଲଗାଯାଉଛି । କିନ୍ତୁ ଆପଣମାନେ ଜାଣି ରଖିବା ଦରକାର ଯେ, ଏହି ସୋସିଆଲ ମିଡିଆର ଏହି ପ୍ଲାଟଫର୍ମରେ ହେଟ୍ ସ୍ପିଚ୍ ର କୌଣସି ଯାଗା ନାହିଁ ।

ଆମେ କାହା ନିୟନ୍ତ୍ରଣରେ ନାହିଁ କି ଆମକୁ କେହି ନିୟନ୍ତ୍ରଣ କରି ପାରିବେ ନାହିଁ । ଭାରତର କିଛି ନେତାମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ହେଟ୍ ସ୍ପିଚ୍ ହଟାଯାଇଛି ଏବଂ ଆଗକୁ ମଧ୍ୟ ଏଭଳି କମେଣ୍ଟ, ସ୍ପିଚ୍ କୁ ହଟାଇ ଦିଆଯିବ ବୋଲି ଅଜିତ୍ ମୋହନ । ଫେସବୁକରେ ହେଟ୍ ସ୍ପିଚ୍ ବାବଦରେ ଆମେରିକାର ଏକ ଖବର କାଗଜରେ ଖବର ପ୍ରକାଶ ହେବା ପରେ ଭାରତରେ ଆରମ୍ଭ ହୋଇଥିଲା ବିଦାଦ । ଭାରତରେ ବିଜେପି ଓ ଆରଏସଏସ ଫେସବୁକ ଓ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଥିବା ଖବରକୁ ନେଇ ବିଜେପି ଓ କଂଗ୍ରେସ ଉଭୟ ମୁହାଁମୁହିଁ ହୋଇଥିଲେ । ସୋସିଆଲ ସାଇଟକୁ ନିୟନ୍ତ୍ରଣ କରି ଦେଶରେ ଘୃଣା ବିସ୍ତାର କରୁଛି ବୋଲି ରାହୁଲ ଅଭିଯୋଗ ଆଣିଥିଲେ। ଯାହାର ଜବାବରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଟ୍ୱିଟ କରି କହିଥିଲେ, ବିଫଳ ଲୋକ କେବେହେଲେ ଲୋକଙ୍କୁ ପ୍ରଭାବିତ କରିପାରିବେ ନାହିଁ ।

ଆଜି ପବିତ୍ର ଗଣେଷ ପୂଜା… କରୋନା କଟକଣା ଭିତରେ ପୂଜା ପାଇବେ ଗଜାନନ, ସ୍କୁଲରେ ବିନା ଛାତ୍ରଛାତ୍ରୀରେ ହେବ ପୂଜା

ଭୁବନେଶ୍ୱର: ଓଡ଼ିଶାରେ ବାରମାସରେ ୧୩ ପର୍ବ ପାଳନ ହୁଏ । ହେଲେ କରୋନା ଯୋଗୁଁ ପର୍ବପର୍ବାଣି ପାଳନରେ ଅନେକ ପ୍ରଭାବ ପଡ଼ିଛି । ଆଜି ପବିତ୍ର ଗଣେଷ ପୂଜା । ଗଣେଶ ଚଥୁର୍ଥୀ ଦିନ ବିଦ୍ୟାର ଦେବତା, ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ । ପ୍ରତି ବର୍ଷ ଗଣେଶ ଚଥୁର୍ଥୀ ବେଶ ଧୁମଧାମରେ ପାଳନ ହୁଏ । ସ୍ଥାନେ ସ୍ଥାନେ ଗଣପତିଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ପୂଜା ପାଇଥାଏ । ସବୁଠି ଉତ୍ସବର ମାହୋଲ ଥାଏ । ବିଶେଷ କରି ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାଅନୁଷ୍ଠାନରେ ଖୁବ ଜାକଜମକରେ ପୂଜା କରନ୍ତି ।  ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଗଣେଶ ପୂଜା । ପ୍ରତ୍ୟେକ ବର୍ଷ ଭଳି ଏଥର ଶୋଭା ପାଇବନି ସିଦ୍ଧିଦାତା ଗଣପତିଙ୍କ ମେଢ଼ । ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୂଜା ବନ୍ଦ ନିଷ୍ପତିକୁ ଲୋକେ ଗ୍ରହଣ କରିବାକୁ ବାଧ୍ୟ ।

ତେବେ କରୋନା କାରଣରୁ ସବୁଠି କଟକଣାରେ ପାଳନ ହେବ ପୂଜା । କ୍ଲବ୍ ଓ  ମଣ୍ଡପଗୁଡିକରେ ପୂଜା ପାଳନକୁ ବାରଣ କରାଯାଇଥିବାବେଳେ ସମସ୍ତେ ଘରେ ଆଗମନ ହେବେ ବିଦ୍ୟାଦାତା । କରୋନା ସଂକ୍ରମଣ ପାଇଁ କଠୋର ହୋଇଛି ପ୍ରଶାସନ । କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ସାର୍ବଜନିକ ପୂଜାର ଉପରେ କଟକଣା ଲାଇଛି ପ୍ରଶାସନ । କୌଣସି ସ୍ଥାନରେ ଗହଳି ନହେବା ସହିତ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି  ।  ବିଧି ରକ୍ଷା କରିବାକୁ ସ୍କୁଲ୍ ଗୁଡିକରେ ଶିକ୍ଷକମାନେ ପୂଜା କରିବାକୁ କୁହାଯାଇଛି  । କରୋନା କଟକଣା ମାନି ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପୂଜା କରାଯିବ ।

ଅବହେଳା ପାଇଁ ଚାଲିଗଲା ନବଜାତ ଶିଶୁର ଜୀବନ, ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ଖସି ପଡ଼ିଲା ଶିଶୁ

ଢ଼େଙ୍କାନାଳ: ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ । ଗର୍ଭବତୀଙ୍କୁ ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ପଡ଼ି ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗା । ଢେଙ୍କାନାଳରୁ ଆସିଛି ଅଭିଯୋଗ । ଘଟଣାକୁ ନେଇ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଘଟଣା ଅନୁଯାଇ କାବେରା ମାଧପୁର ଗାଁ ର ବସନ୍ତ କୁମାର ଦେହୁରୀଙ୍କ ପତ୍ନୀ ଅପରାହ୍ନ ୧୨.୩୦ରେ ମେଡିକାଲର ପ୍ରସୂତି ବିଭାଗ ରେ ଭର୍ତ୍ତି ହୋଇଥିଲେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶୀଘ୍ର କଟକ ନେବାକୁ କହି ଡାକ୍ତର ଦିନ ଗୋଟାଏରେ ଚାଲିଯାଇଥିଲେ ।

ପରେ ପରିବାର ଲୋକେ ମହିଳାଙ୍କୁ ଚିକିତ୍ସାଳୟ ପରିସରରୁ ଚଲାଇ ଚଲାଇ ଆମ୍ବୁଲାନ୍ସ କୁ ଆଣୁ ଥିବା ବେଳେ ତାଙ୍କ ର ଏକ ଶିଶୁପୁତ୍ର ଜନ୍ମ ହୋଇ ତଳେ ପହଇଯାଇଥିଲା । ଫଳରେ ମହିଳା ଜଣକ ଅତ୍ୟଧିକ ପ୍ରସବ ବେଦନା ସହ୍ୟ ନକରିପାରି ବେହୋସ ହୋଇ ଶିଶୁଟି ଉପରେ ପଡିଯାଇଥିଲେ । ଫଳରେ ନବଜାତକର ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ମହିଳା ଜଣକ ବିବାହର ୧୦ ବର୍ଷ ପରେ ଗର୍ଭବତୀ ହେବାର ସୌଭାଗ୍ୟ ଲାଗ କରିଥିଲେ ।

ତେବେ ଚିକିତ୍ସାଳୟ ରେ ତୁରନ୍ତ ଚିକିତ୍ସା ନକରିବା ସହ ଓ ଡାକ୍ତର ନର୍ସ ଅବହେଳା କରିଥିବା ଯୋଗୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଙ୍କ ସ୍ୱାମୀ । ସପ୍ତାହକ ପୂର୍ବରୁ ମେଡିକାଲ କର୍ମଚାରୀଙ୍କ ନାଁରେ ଆସିଥିଲା ସମାନ ଅଭିଯୋଗ । ସେତେବେଳେ ବି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ରଜ୍ୟରେ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ, ସୁସ୍ଥତା ସଂଖ୍ୟା ୫୦ ହଜାର ପାର

ଭୁବନେଶ୍ୱର: କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ପୁଣି ରଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ୧୯୨୭ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୦ ହଜାର ୫୦୩ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ସର୍ବାରଧିକ ୨୪୬ ରୋଗୀ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସେହିଭଳି ୧୯୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଦୁଇ ଜିଲ୍ଲା ଉଭୟ ସଂକ୍ରମଣ ଓ ସୁସ୍ଥ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ।

ସେହିଭଳି ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢ଼େଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ଯାଜପୁରରୁ ୭୪, ବାଲେଶ୍ୱରରୁ ୭୦, ମାଲକାନାଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ ୩୦, ଭଦ୍ରକରୁ ୨୮, ନୂଆପଡ଼ାରୁ ୨୭, କଳାହାଣ୍ଡିରୁ ୨୧, ସମ୍ବଲପୁରରୁ ୨୧, କେନ୍ଦ୍ରାରାପଡ଼ାରୁ ୧୯, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୩, ବରଗଡ଼ରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬, ଅନୁଗୁଳରୁ ୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦୁନିଆର ଭରସା ଜିତିପାରେ ଋଷର କରୋନା ଭ୍ୟାକ୍ସିନ୍, ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ: ସବୁଠୁ ପ୍ରଥମେ କରୋନା ଭ୍ୟାକ୍ସିନ୍ ତିଆରି କରିଥିବା ନେଇ ଦାବି କରିଥିବା ଋଷ ଦୁନିଆର ଭରସା ଜିତିପାରେ । ଋଷ ଭ୍ୟାକ୍ସିନର ଯାଞ୍ଚ ପାଇଁ ୪୦ ହଜାର ଲୋକଙ୍କ ଉପରେ ଏହାର ଟ୍ରାଏଲ୍ ପାଇଁ ନିଷ୍ପତ୍ତି ନେଇଛି । ଏହି ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଏହା ପୂର୍ବରୁ ୩୮ ହଜାର ଲୋକଙ୍କ ଉପରେ ପରୀକ୍ଷଣ ପରେ ଋଷ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିବା ନେଇ ଏକ ନ୍ୟୁଜ୍ ଏଜେନ୍ସି ଦାବି କରିଥିଲା ।

ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ନକରି କରୋନା ଭାଇରସ୍ ଭ୍ୟାକ୍ସିନ୍ ଲଞ୍ଚ ନେଇ ଦୁନିଆ ଯାକର ବିଶେଷଜ୍ଞ ଋଷକୁ ସମାଲୋଚନା କରିଥିଲା । ଋଷ ବାରମ୍ବାର ଦାବି କରି ଆସୁଛି କି ସ୍ପୁଟନିକ ଭି ନାମକ କରୋନା ଭ୍ୟାକ୍ସିନ୍ ସୁରକ୍ଷିତ ଅଟେ । ଏବଂ ଏହି ଭ୍ୟାକ୍ସିନ୍ ସମସ୍ତ ଯାଞ୍ଚ ପ୍ରକ୍ରିୟା ଦିଆଯାଇଥିବା ନେଇ କହିଥିଲା ।

ଋଷ ଭ୍ୟାକ୍ସିନ୍ ତିଆରି କରିଥିବା ମସ୍କୋ ଗୈମଲେୟା ଇନଷ୍ଟିଚ୍ଯୁଟଙ୍କ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶର ୪୫ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦ ହଜାର ଲୋକଙ୍କ ଠାରେ ଭ୍ୟାକ୍ସିନର ଟେଷ୍ଟିଂ କରାଯିବ । ସେମାନଙ୍କୁ ଭ୍ୟାକ୍ସିନର ଡୋଜ୍ ଦିଆଯିବ । ଋଷ ଭ୍ୟାକ୍ସିନ୍ ପାଇଁ ଆର୍ଥିକ ସହାୟତା ଦେଇଥିବା ଋଷିୟାନ ଡାୟରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF)ର ପ୍ରମୁଖ କିରିଲ ଦମିତ୍ରିୱଙ୍କ ଅନୁଯାୟୀ କେତକ ଦେଶ ଋଷ ଭ୍ୟାକ୍ସିନ୍ ବିରୋଧରେ ସୂଚନା ଦେଉଛନ୍ତି । ସେ ଆହୁରି କହିଛନ୍ତି ଭ୍ୟାକ୍ସିନର ସମସ୍ତ ଡାଟା ପ୍ରକାଶିତ କରାଯିବ ।

ସେ ଆହୁରି ଦାବି କରିଛନ୍ତି- ଋଷ ଭ୍ୟାକ୍ସିନର ଟ୍ରାଏଲ ଡାଟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ଦେଶକୁ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଋଷ ନିଜ ଦେଶରେ ବ୍ୟବହାର ପାଇଁ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇ ସାରିଛି । କିନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ କେତକ ଦେଶ ଭ୍ୟାକ୍ସିନ୍ ଉପରେ ଭରସା କରୁନାହାଁନ୍ତି ।

କିରିଲ ଦମିତ୍ରିୱ କହିଛନ୍ତି- ଭ୍ୟାକ୍ସିନକୁ ଅନୁମତି ମିଳିବା ପରେ ଋଷ ଦେଶର ମେଡିକାଲ ୱାକର୍ସ ଓ ହାଇ ରିସ୍କ ଗ୍ରୁପ୍ ଲୋକଙ୍କୁ ଦିଆଯାଉଛି ।

ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ICU ପାଇଁ ଶିଳାନ୍ୟାସ

ଭୁବନେଶ୍ୱର: ଜୀବନ ସହ ଜୀବିକାକୁ ଗୁରୁତ୍ୱ  । କୋଭିଡ ଲଢେଇରେ ଜୀବିକା ପାଇଁ ଜୋରଦାର ହେବ ବିକାଶ କାର୍ଯ୍ୟ  । ସଡକ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ତ୍ୱରାନ୍ୱିତ ହେବ ଉନ୍ନୟନ କାର୍ଯ୍ୟ । ଜଗତସିଂହପୁର ବିଲୁଆଖାଇ ସେତୁର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିଛନ୍ତି  ମୁଖ୍ୟମନ୍ତ୍ରୀ । ୬୧.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଲୁଆଖାଇ ସେତୁ ଦ୍ୱାରା ଭୁବନେଶ୍ୱର-ଜଗତସିଂହପୁର ମଧ୍ୟରେ ଦୂରତା କମିବ । ୧୬.୨୮ କୋଟି ବ୍ୟୟରେ ହେବ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ କରାଯାଉଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯାଉଛି । ଓଡିଶା ଖୁବ ଶୀଘ୍ର ପୂର୍ବ ଭାରତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା କରାଯିବ ।

ମା ଓ ଶିଶୁଙ୍କ ଚିକିତ୍ସାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଦୁଇ ପ୍ରକଳ୍ପ ଜିଲ୍ଲା ବିକାଶରେ ସୃଷ୍ଟି କରିବ ନୂଆ ଅଧ୍ୟାୟ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଶେଷରେ କୋଭିଡ ଯୁଦ୍ଧରେ ଜଗତସିଂହପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

ଭୁବନେଶ୍ୱରରୁ ୩୨୪ କରୋନା ସଂକ୍ରମିତ ଚିହ୍ନଟ, ଲୋକାଲ କଣ୍ଟାକ୍ଟ ୧୫୧

ଭୁବନେଶ୍ୱର: ରାଜଧାନୀରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ୩୨୪ ଜଣ କରୋନା ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୧ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ ।

ତେବେ ନୂଆ ସଂକ୍ରମଣକୁ ମିଶାଇ ମୋଟ ୬ହଜାର ୭୨୦ ଜଣ ମୋଟ ସଂକ୍ରମିତ ଭୁବନେଶ୍ୱରରେ ରହିଛନ୍ତି । ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୬୧୮ ଜଣ ଏପର୍ଯ୍ୟନ୍ତି ସକ୍ରିୟ ରହିଛନ୍ତି । ତେବେ କରୋନା ସଂକ୍ରମଣ ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା  । ଆଜି ୧୦୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ପରେ ଏବେ ମୋଟ ସୁସ୍ଥ ସଂଖ୍ୟା ୪୦୬୧ରେ ପହଞ୍ଚିଛି ମୋଟ ସୁସ୍ଥ ହାର ।

କେବଳ ପାଣିରେ ମରିବ କରୋନା ଭାଇରସ୍ ! ସ୍ପ୍ରେ କରିବା…

ନୂଆଦିଲ୍ଲୀ: ଦେଶ ଓ ବିଶ୍ୱରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଏବେ ଯାଏଁ ଭ୍ୟାକ୍ସିନକୁ ନେଇ ଋଷ କେବଳ ଦାବି କରିଛି, ଯାହାକୁ ନେଇ ରହିଛି ଅନେକ ବିବାଦ । ଅନ୍ୟପଟେ କରୋନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ବାହାରି ନାହିଁ । ତେବେ ଅନେକ ଗୁଡ଼ିଏ ଔଷଧ କରୋନା ଉପରେ ପ୍ରଭାବଶାଳୀ ପରିଲକ୍ଷିତ ହେଉଛନ୍ତି । ଏହାରି ଭିତରେ ଏକ ଭଲ ଖବର ଆସିଛି । ଏମ୍ସ-ଆଇଆଇଟିରେ ପଢ଼ିଥିବା କେତକ ଛାତ୍ର ଏକ ଟେକ୍ନୋଲୋଜି ତିଆରି କରିଛନ୍ତି । ଯେଉଁଥିରେ କେବଳ ପାଣି ସାହାଯ୍ୟରେ କରୋନା ଭାଇରସକୁ ମାରି ଦିଆଯାଇ ପାରିବ ।

ଡାକ୍ଟର ଶଶୀ ରଞ୍ଜନ ଦେବ୍ୟାନ ଶାହା (ଆଇଆଇଟି ଏଲ୍ୟୁମିନାଇ) ୨୦୧୫ରେ ଆମେରିକାର ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରୁ ପାଠପଢ଼ି ଦିଲ୍ଲୀ ଆସି ଏମ୍ସରେ ଯୋଗ ଦେଇଥିଲେ ସେଠାରେ ସେ ବାୟୋଡିଜାଇନ୍ ଇନୋଭେସନ୍ ବିଷୟରେ ପଢ଼ିଥିଲେ ବିଗତ ବର୍ଷ ହେଲା ସେ ଏମ୍ସ ସହିତ କାମ କରୁଛନ୍ତି

ଅନୁମତି ଦେଲା ICMR

ଉଭୟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟେକ୍ନୋଲୋଜିକୁ ICMR ଅନୁମତି ପ୍ରଦାନ କରିଛି ଏହି ଟେକ୍ନୋଲୋଜି କରୋନା ଭାଇରସ୍ ମାରିବାରେ ସଫଳ ସାବ୍ୟସ୍ତ ହେବା ପରେ ଅନୁମତି ପ୍ରଦାନ କରାଯାଇଛି ଏଥିରେ କେମିକାଲ ରାଡିଏସନ ଫ୍ରି ଡିଭାଇସର ବ୍ୟବହାର କରାଯାଇଛି ଏହା ହେଉଛି ଭାରତର ଏକମାତ୍ର ଟେକ୍ନୋଲୋଜି ଯାହା USFDA ଗାଇଡଲାଇନ୍ ପାଳନ କରୁଛି

ପାଣିର ମ୍ୟାଗ୍ନିଫାଇ କ୍ୱାଲିଟିର ବ୍ୟବହାର

ଏହି ଟେକ୍ନୋଲୋଜିରେ ପାଣିର ସୁପର ମ୍ୟାଗ୍ନିଫାଇ କ୍ୱାଲିଟିର ବ୍ୟବହାର କରାଯିବ ଅପ୍ଟିମାଇଜ୍ କଣ୍ଡିସନରେ ଏହା ପାଣିକୁ ଆଣ୍ଟି ୱାଇରଲ୍ କରିଦିଏ ଏହା ପରେ ଏହି ଆଣ୍ଟି ୱାଇରଲ୍ ପାଣିକୁ ସ୍ପ୍ରେ କରାଯାଇଥାଏ ମାଇକ୍ରାନ୍ ସାଇଜ୍ ଡପଲେଟ୍ ବାତାବରଣରେ ବ୍ୟାପୁଥିବା କରୋନା ସମେତ ଅନ୍ୟ ଭାଇରସକୁ ମଧ୍ୟ ମାରି ଦିଏ ଏହି ଟେକ୍ନୋଲୋଜି ଜରିଆରେ ବାୟୋ ଟେରରିଜମ ଜରିଆରେ ବହୁତ ପରିମାଣରେ ନିୟନ୍ତ୍ରଣ କରାଯାଇ ପାରିବ

ବିନା ଖର୍ଚ୍ଚରେ ଆଣ୍ଟି ୱାଇରଲ ୱାଟର ପ୍ରସ୍ତୁତ

ପ୍ରସ୍ତୁତ ଡିଭାଇସ ପାଣିରେ ଚାଲୁଛି ଅର୍ଥାତ୍ ପାଣିର ବ୍ୟବହାର କରି ଆଣ୍ଟି ୱାଇରଲ ପାଣିର ପ୍ରସ୍ତୁତ କରାଯାଉଛି ଏହା ବହୁତ ଶସ୍ତା ମେଡଲ ଅଟେ ଏବଂ ପାଣିର ଅଭାବ ନଥିବାରୁ ଏହାର ବ୍ୟବହାର ସମସ୍ତ ଜାଗାରେ ଆରାମରେ କରାଯାଇ ପାରିବ

କଟକଣା ଭିତରେ ହେବ ଅତିଥି ଚର୍ଚ୍ଚା, କରୋନା କାଳରେ ପର୍ଯ୍ୟଟକଙ୍କୁ ମିଳିବ ସଂପୂର୍ଣ୍ଣ ସୁରକ୍ଷା

ଭୁବନେଶ୍ୱର: କରୋନା କଟକଣା ଭିତରେ କରାଯିବ ଅତିଥୀ ଚର୍ଚ୍ଚା । ପୁଣି ଟ୍ରାକକୁ ଫେରିବ ଓଡିଶା ଟୁରିଜିମ । ଅଣ୍ଟା ଭିଡିଲାଣି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ । ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଉପରେ କରୋନାର ପ୍ରଭାବ ପଡ଼ିଛି । ତେବେ ତାର ପୁନରୁଦ୍ଧାର ସହ ଟ୍ରାକକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ସରକାର । ଆଉକିଛି ଦିନ ଆରମ୍ଭ ହେବ ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କୁ ଓଡିଶା ମୁହାଁ କରିବା ପାଇଁ  ରାଜ୍ୟ ପର୍ଯ୍ୟଟନ ବିଭାଗ ବିଭାଗର ପ୍ରାକ୍ ପ୍ରସ୍ତୁତି ।

କରୋନା କଟକଣା ଭିତରେ ଲୋକଙ୍କୁ ସବୁ ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ମହାମାରୀର ସିଧାସଳଖ ପ୍ରଭାବ ପର୍ଯ୍ୟଟନ ଶୀଳ୍ପ ଉପରେ ପଡ଼ିଛି । ତେବେ ପୂନଃଉଦ୍ଧାର କରିବାର ଯୋଜନା ଆରମ୍ଭ କରିଦେଲେଣି ରାଜ୍ୟ ସରକାର । ଓଡ଼ିଶାରେ ଥିବା ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟନ ସ୍ଥାନ ଗୁଡ଼ିକର ୬୦୦ ଭିଲେଜ କମ୍ୟୁନିଟି ମେମ୍ବର ଓ ବିଭିନ୍ନ ହସ୍ପିଟାଲିଟି ଏକ୍ସପର୍ଟଙ୍କୁ ଟ୍ରେନିଂ ଦିଆଚାଲିଛି ।

ବର୍ତମାନର ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ଆରମ୍ଭ ହୋଇଛି  । ଏନେଇ ଓଡିଶା ଜଙ୍ଗଲ ବିଭାଗ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତରେ ଇଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଇଣ୍ତିଆନ ଇଷ୍ଟିଚ୍ୟୁଟ ଅଫ ଟୁରିଜିମ ଏଣ୍ଡ ଟ୍ରାଭୋଲ ମ୍ୟାନେଜମେଣ୍ଟ କୁ ଦାୟିତ୍ୱ ଦିଆଯାଇଛି । ଏହା ସହ କିଭଳି ପ୍ରର୍ଯ୍ୟଟକଙ୍କୁ କରୋନା ଭିତରେ ସପୂର୍ଣ ସୁରକ୍ଷା ଦିଆଯିବ ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ବି ନିଜର କାମ ଆରମ୍ଭ କରିସାରିଲାଣି  । (ଭୁବନେଶ୍ୱରରୁ ଶତରୂପା ସମନ୍ତରାୟ)

ବିଦ୍ୟା ବିନ୍ଧିଥିବା ସମ୍ବଲପୁରୀ ଶାଢ଼ୀ ୫୫ ହଜାରରେ ହେଲା ନିଲାମ

ଭୁବନେଶ୍ୱର: ୫୫ ହଜାର ଟଙ୍କାରେ ନିଲାମ ହେଲା ବିଦ୍ୟାବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ । ଆଇଆଇଟି ଗୌହାଟିରେ ପଢୁଥିବା ଓଡ଼ିଆ ଝିଅ ଦେବାଂଶୀ ଗଣିତ ସମ୍ବଲପୁରୀ ବାନ୍ଧ ଶାଢ଼ୀ ପାଇବାକୁ ହକଦାର ହୋଇଛନ୍ତି । ଅଭିନେତ୍ରୀ ବିଦ୍ୟାବାଲାନ ସକୁନ୍ତଳା ଦେବୀ ଚଳଚ୍ଚିତ୍ରର ପ୍ରମୋଶନ ବେଳେ ଏହି ଶାଢୀ ପିନ୍ଧିଥିଲେ ।

ପରେ ଉତ୍କଳମ୍ରିତା ପକ୍ଷରୁ ଏହି ଶାଢ଼ୀର ଇ ଅକ୍ସନ କରାଯାଇଥିଲା । ଶାଢୀର ବୁଣାକାରଙ୍କୁ ନିଲାମ ରାଶି ପ୍ରଦାନ କରାଯିବ ବୋଲି ଉତ୍କଳମ୍ରିତା ମୁଖ୍ୟ ଅମ୍ରିତାସାବତ ସୂଚନା ଦେଇଛନ୍ତି ।