‘କୋଭିଡ-୧୯’ ଆମ୍ୱୁଲାନ୍ସର ସୁଲଭ ଦର ନିର୍ଦ୍ଦାରଣ ନେଇ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ନେବା ଆଣିବା କରୁଥିବା ଆମ୍ୱୁଲାନ୍ସ ସେବା ଯୋଗାଣକାରୀଙ୍କ ପକ୍ଷରୁ ମାତ୍ରାଧିକ ଟଙ୍କା ଚାର୍ଜ କରାଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଶୁଣାଣି ସମୟରେ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, କୋଭିଡ୍ ରୋଗୀମାନଙ୍କୁ ଯୋଗାଇଦିଆଯାଉଥିବା ଆମ୍ୱୁଲାନ୍ସ ସେବାର ସୁଲଭ ମୂଲ୍ୟ ଧାର୍ଯ୍ୟ କରାଯାଉ । ଏଥିସହ ମାନ୍ୟବର କୋର୍ଟ ଆହୁରି ମଧ୍ୟ କହିଛନ୍ତି ‌ଯେ, କୋଭିଡ୍‌ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ଲାଗି ପ୍ରତି ଜିଲ୍ଲାରେ ଯଥେଷ୍ଟସଂଖ୍ୟକ ଆମ୍ବୁଲାନ୍‌ସ୍‌ ରହିଛି ବୋଲି ରାଜ୍ୟ ସରକାର ସୁନିଶ୍ଚିତ କରିବା ଉଚିତ୍ । ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିଲେ।

ଭାରତ ଏବଂ ଜାପାନ ସ୍ୱାକ୍ଷର କଲେ ଏମିତି ଚୁକ୍ତି ଯାହାଦ୍ୱାରା ବଢ଼ିପାରେ ଚୀନର ଅଡୁଆ

ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଏହି ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏବଂ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରିଛନ୍ତି । ଯେଉଁଥିରେ କରୋନା ସମୟରେ ଆମ୍ୱୁଲାନ୍ସ ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଆମ୍ୱୁଲାନ୍ସ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ଦର୍ଶାଇଛନ୍ତି । କିନ୍ତୁ ଆମ୍ୱୁଲନ୍ସ ସେବା ପ୍ରଦାନକାରୀଙ୍କୁ କେତେ ଟଙ୍କା ଦିଆଯିବ ସେନେଇ କୌଣସି ଉଲ୍ଲେଖ ନାହିଁ   । ଏ ନେଇ ମାନ୍ୟବର କୋର୍ଟ ଅବଗତ ହେବା ପରେ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ୍ ପାଳନ କରିବାକୁ ରାଜ୍ୟମାନେ ବାଧ୍ୟ । ଏବଂ ରାଜ୍ୟମାନେ ଆମ୍ୱୁଲାନ୍ସ ସେବା  ପ୍ରଦାନକାରୀଙ୍କ ନିମନ୍ତେ ଏକ ସୁଲଭ ଦର ନିର୍ଦ୍ଦାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply