spot_img
Home Blog Page 6503

ଉପନିର୍ବାଚନ ପାଇଁ ବିଶେଷ ଛୁଟି ଘୋଷଣା

0

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲା ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସେହି ଦିନଟିକୁ ସ୍ଥାନୀୟ ୨ଟି ଅଞ୍ଚଳ ପାଇଁ ବିଧିବଦ୍ଧ ଭାବେ ଛୁଟି ଘୋଷଣା କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ସଚିବଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି ।

ସେହିଭଳି ଏହି ଉପନିର୍ବାଚନ ପ୍ରକ୍ରିୟାରେ ଜଡିତ ଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ଛୁଟି ପ୍ରଦାନ କରାଯିବ । ଯେଉଁମାନେ ଏକ ବିଶେଷ ସମୟ ତଥା ୩ ଦିନ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ରହିବେ, ତାଙ୍କୁ ବିଶେଷ ଛୁଟି ବୃଦ୍ଧି କରାଯାଇପାରେ ବୋଲି କୁହାଯାଇଛି । ଏ ସଂକ୍ରାନ୍ତରେ ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖାଯାଇଛି ।

 

କମଳନାଥଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ: ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ନାଁ

ଭୋପାଳ: କମଳନାଥଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ।  ମଧ୍ୟପ୍ରଦେଶର ୨୮ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିର୍ବାଚନ ଆୟୋଗ ଷ୍ଟାର ପ୍ରଚାରକ ତାଲିକାରୁ କମଳନାଥଙ୍କ ନାମ ହଟାଇ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ତେବେ ନିର୍ବାଚନ ଆୟୋଗଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ନିର୍ବାଚନ ଆୟୋଗଙ୍କ ପରାମର୍ଶର ବାରମ୍ୱାର ଉଲ୍ଲଂଘନ କରିଛନ୍ତି କମଳନାଥ

ଶୁକ୍ରବାର ନିର୍ବାଚନ ଆୟୋଗ ନିଜ ଆଦେଶ ଜାରି କରି କହିଛନ୍ତି ଯେ, କମଳନାଥଙ୍କ ବିରୋଧରେ ବାରମ୍ୱାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ବାରମ୍ୱାର ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ଆୟୋଗଙ୍କ ପକ୍ଷରୁ କମଳନାଥଙ୍କୁ ବାରମ୍ୱାର ଚେତାବନୀ ଦିଆଯାଇଥିଲା । ଏହା ସତ୍ତ୍ୱେ ନିର୍ବାଚନ ଆୟୋଗଙ୍କ ପରାମର୍ଶର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ଏବଂ ଆଦର୍ଶ ଆଚରଣ ବିଧିର ବାରମ୍ୱାର ଉଲ୍ଲଂଘନ କରିଛନ୍ତି ।

ନିର୍ବାଚନରେ ପ୍ରଚାର କରିପାରିବେ କମଳନାଥ

ତେବେ ଏବେ ମଧ୍ୟ ଉପ ନିର୍ବାଚନ ନେଇ ପ୍ରଚାର କରିପାରିବେ କମଳନାଥ । କିନ୍ତୁ ଏବାବଦକୁ ଖର୍ଚ୍ଚ ପାର୍ଟି ବଦଳରେ ପ୍ରାର୍ଥୀଙ୍କୁ କରିବାକୁ ପଡ଼ିବ । ଏବଂ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ତାଲିକାରେ ଏହା ରହିବ ।

ଶୀତ ଦିନ ଆସିଲାଣି, ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ: ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ସତ ହେଲେ ତାହା ଦ୍ୱିତୀୟ ଷ୍ଟେଜ୍‌ରେ ହିଁ ରହିଛି ।ଲୋକଙ୍କ ସତର୍କ ନରହିବା କାରଣରୁ ସଂକ୍ରମଣ ବଢ଼ୁଛି । ତେବେ ଆଗକୁ ଏହାର ସଂଖ୍ୟା ବଢ଼ିପାରେ ତେଣୁ ସମେସ୍ତ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ।

ତାଙ୍କ କହିବାନୁଯାୟୀ ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟସ୍ତର ଆରମ୍ଭ ହୋଇନାହିଁ ଏବଂ ଏଭଳି ଆଶଙ୍କା କରିବା ଉଚିତ୍‌ ନୁହେଁ । ଆଗକୁ ଲୋକ ସାମାଜିକ ଦୂରତା ରଖିବା ସହ ସଠିକ୍ ସତର୍କତା ଅବଲମ୍ବନ କଲେ ସଂକ୍ରମଣକୁ ରୋକାଯାଇପାରିବ ।

ସେ ଆହୁରି କହିଛନ୍ତି ଯେ, ବାୟୁ ପ୍ରଦୂଷଣ କାରଣରୁ କରୋନା ଭୂତାଣୁ ବହୁ ସମୟ ପର୍ଯ୍ୟନ୍ତ ବାୟୁ ମଣ୍ଡଳରେ ରହୁଛନ୍ତି । ପ୍ରଦୂଷଣ ଏବଂ ଭୂତାଣୁ ଉଭୟ ଶରୀର ପାଇଁ କ୍ଷତିକାରକ । କରୋନା ଭୂତାଣୁ ସଙ୍କଟ ଏବେ ଶେଷ ହୋଇ ନାହିଁ । ତେଣୁ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି କହିଛନ୍ତି ଗୁଲେରିଆ ।

ସେ ସିଧାସଳଖ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରି କହିଛନ୍ତି, ସେମାନେ ଯେତିକି ସତର୍କ ରହିବା କଥା ସେତିକି ରହୁନାହାନ୍ତି ଏବଂ ଅଜାଣତରେ ଭୂତାଣୁକୁ ନିଜ ଘରକୁ ନେଇ ଯାଉଛନ୍ତି । ଯାହା ଫଳରେ ସଂକ୍ରମଣ ବୃଦ୍ଧି ପାଉଛି ଏବଂ ବୟସ୍କମାନେ ଅସୁବିଧାରେ ପଡ଼ୁଛନ୍ତି ।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୮୦୦ ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ଆଉ ୧୮୦୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୩୮ରେ ପହଞ୍ଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୪୮ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯୪ ଜଣ, ଅନୁଗୁଳ ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ, କେନ୍ଦୁଝରରୁ ୭୪, ବାଲେଶ୍ୱର ଜିଲ୍ଲାରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡ଼ରୁ ୬୫, କେନ୍ଦ୍ରାପଡ଼ାରୁ ୬୨, ବଲାଙ୍ଗିରରୁ ୬୧, ଭଦ୍ରକରୁ ଓ ଜଗତସିଂହପୁରରୁ ୬୦ ଜଣ ଲେଖାଏଁ, ନବରଙ୍ଗପୁରରୁ ୫୩ ଜଣ, କୋରାପୁଟରୁ ୪୪ ଜଣ, କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦ ଜଣ, ଢେଙ୍କାନାଳ, ମାଲକାନଗିରି ଓ ସମ୍ବଲପୁରରୁ ୩୫ ଜଣ, ଗଞ୍ଜାମ, କନ୍ଧମାଳ ଓ ସୋନପୁରରୁ ୨୯ ଜଣ ଲେଖାଏଁ, ନୟାଗଡ଼ରୁ ୨୭ ଜଣ, ରାୟଗଡ଼ାରୁ ୧୨ ଜଣ, ଦେବଗଡ଼ରୁ ୮ ଜଣ, ଗଜପତିରୁ ୭ ଜଣ, ବୌଦ୍ଧରୁ ୬ ଜଣ ଓ ରାଜ୍ୟ ପୁଲରୁ ୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୮୮ ହଜାର ୬୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୭୩ ହଜାର ୮୩୮ ଜଣ ସୁସ୍ଥ ହୋଇ ସାରିଲେଣି । ଅନ୍ୟପଟେ ବିଏମସି ଅଞ୍ଚଳରୁ ଆଜି ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବା ବେଳେ ୬୮ଟି ସ୍ଥାନୀୟ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି । ତୃତୀୟ ପର୍ଯାୟ ସେରୋ ସର୍ଭେରେ ଭୁବେନଶ୍ୱର ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଆରଏମ୍ଆରଏସି ସୂଚନା ଦେଇଛି ।

ଯୁବକଙ୍କୁ ଖାପ୍ ଫର୍ମାନ ,ହାଫ୍ ପ୍ୟାଣ୍ଟ୍ ପିନ୍ଧନି

ଲକ୍ଷ୍ମୌ: ବାଲିୟନ୍ ଖାପ୍ ପଞ୍ଚାୟତର ନୂଆ ଫରମାନ୍ । ପୂର୍ବରୁ ଯୁବତୀଙ୍କ ପୋଷାକ ପରିଧାନ ନେଇ ଫରମାନ୍ ଜାରି କରିଥିବା ଖାପ୍ ପଞ୍ଚାୟତ ଏଥର ଯୁବକଙ୍କ ପୋଷାକ ପରିଧାନ ନେଇ ଫରମାନ୍ ଜାରି କରିଛି । ବାଲିୟାନ୍ ଖାପ୍ ପଞ୍ଚାୟତ ମୁଖିଆ ଏବଂ ଭାରତୀୟ କୃଷକ ୟୁନିଅନର ଅଧ୍ୟକ୍ଷ ଯୁବକମାନଙ୍କ ପୋଷାକ ପରିଧାନ ନେଇ ବଡ଼ ବୟାନ ଦେଇଛନ୍ତି । ବାଗପତରେ ପହଞ୍ଚିଥିବା ଖାପ୍ ପଞ୍ଚାୟତ ମୁଖିଆ ନରେଶ ଟିକାତ୍ କହିଛନ୍ତି ଯେ, ଯୁବକମାନଙ୍କୁ ବଜାରରେ ହାପ୍ ପ୍ୟାଣ୍ଟ ପିନ୍ଧି ବୁଲିବାକୁ ବାରଣ କରିଛନ୍ତି । ନିକିତା ତୋମାର ହତ୍ୟାକାଣ୍ଡ ଉପରେ ନରେଶ ଟିକେତ୍ କହିଛନ୍ତି ଯେ, ଯେତେବେଳେ ଯାଏଁ କଠୋର ଆଇନ୍ ପ୍ରସ୍ତୁତ ହେବନି, ସେତେବେଳେ ଯାଏଁ ଦୁର୍ବ୍ୟବହାର ଉପରେ ରୋକ ଲଗାଯାଇପାରିବ ନାହିଁ । ସରକାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଆମର ପିଲାମାନେ ସ୍କୁଲ ଯାଉଛନ୍ତି, ଯେଉଁମାନେ ସେମାନଙ୍କୁ କମେଣ୍ଟ କରୁଛନ୍ତି ସେମାନଙ୍କୁ ଫାଶୀରୁ କମ୍ ଦଣ୍ଡ ଦିଆନଯାଉ ।

ବ୍ୟାଙ୍କ ଚାକିରି ଛାଡ଼ି କରୁଛନ୍ତି କଦଳୀ ଚାଷ, ୩୦ ଲୋକଙ୍କୁ ଦେଇଛନ୍ତି ରୋଜଗାର

            ଯୁବକଙ୍କ ପାଇଁ ହାପ୍ ପ୍ୟାଣ୍ଟ ଫରମାନ୍ ନେଇ ନରେଶ ଟିକେତ କହିଛନ୍ତି ଗ୍ରାମୀଣ କ୍ଷେତ୍ରରେ ଆଜିକାଲି ଯୁବ ପିଢ଼ି ହାପ୍ ପେଣ୍ଟ ପିନ୍ଦୁଛନ୍ତି । ବୟସ୍କ କହିଛନ୍ତି ଏଥିରେ ପ୍ରତିବନ୍ଧକ ଲାଗିବା ଦରକାର ଏହା ଠିକ୍ ନୁହେଁ । ସେ ଆହୁରୀ କହିଛନ୍ତି ପୂର୍ବରୁ ମଧ୍ୟ ଆମେ ଝିଅମାନଙ୍କ ଜିନ୍ସ ପିନ୍ଧିବାକୁ ବିରୋଧ କରିଥିଲୁ । ଏବଂ ଏହାକୁ ଝିଅମାନେ ଯୁବତୀମାନେ ଗ୍ରହଣ କରିଥିଲେ । ଏବଂ ଆମେ ସଫଳ ହୋଇଥିଲୁ ।

ବାୟୁ ସେନାର ବଳ ବଢ଼ାଇବ ‘ରୁଦ୍ରମ’ ମିସାଇଲ୍, ୨୦୨୨ ସୁଦ୍ଧା ହେବ ସାମିଲ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ଆଣ୍ଟି-ରାଡିଏସନ୍ ମିଶାଇଲ୍ ‘ରୁଦ୍ରମ’ ଖୁବଶୀଘ୍ର ଭାରତୀୟ ବାୟୁ ସେନାରେ ସାମିଲ୍ ହେବ । ‘ରୁଦ୍ରମ’ ସାମିଲ୍ ହେଲେ ଖାଲି ବାୟୁ ସେନାର ଶକ୍ତି ବଢ଼ିବ ତା ନୁହେଁ ଏହା ଶତ୍ରୁ ଦେଶର ରାଡାର ଓ ସର୍ଭିଲାନ୍ସ ସିଷ୍ଟମକୁ ମଧ୍ୟ ଚକମା ଦେବ । ଏହାକୁ ବାୟୁ ସେନାରେ ୨୦୨୨ ସୁଦ୍ଧା ସାମିଲ୍ କରାଯିବ ବୋଲି ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

 Rudram missile to be inducted by 2022 In IAF

ସ୍ୱଦେଶୀ କ୍ଷେପଣାସ୍ତ୍ର ‘ରୁଦ୍ରମ’କୁ ବାୟୁ ସେନା ପାଇଁ ପ୍ରତରିକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (DRDO) ତିଆରି କରିଛି । ଏହାକୁ ଆଣ୍ଟି-ରାଡିଏସନ ମୋଡରେ ପ୍ରଥମେ ସୁଖୋଇ-୩୦ରୁ ଅକ୍ଟୋବର ୯ ତାରିଖରେ ଓଡ଼ିଶା ତଟ ହ୍ୱିଲର ଦ୍ୱୀପରେ ପରୀକ୍ଷଣ କରାଯାଇଥିଲା । ଯାହାକି ଟାର୍ଗେଟକୁ ଧ୍ୱଂସ କରିଥିଲା । ସେନାରେ ‘ରୁଦ୍ରମ’କୁ ସାମିଲ୍ ପୂର୍ବରୁ ୬ରୁ ୭ ଥର ଏଭଳି ପରୀକ୍ଷଣ କରିବାକୁ ବାୟୁ ସେନା ଲକ୍ଷ୍ୟ ରଖିଛି ।

 Rudram missile to be inducted by 2022 In IAF

ଏହି ମିସାଇଲ୍ ବାୟୁ ସେନାରେ ସାମିଲ୍ ହେଲେ ଏହା ଶତ୍ରୁ ଦେଶର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେବ । ରୁଦ୍ରମକୁ ପୁଣି ଥରେ ସୁଖୋଇ-୩୦ରୁ ବର୍ଷ ଶେଷ ସୁଦ୍ଧା ପରୀକ୍ଷଣ କରାଯିବ । ଏହା ବାଦ୍ ଭାରତ ଆଉ ଏକ ଏୟାର ଲଞ୍ଚଡ୍ ମିସାଇଲ୍ ତିଆରୁ କରୁଛି । ଯାହାର ଶତ୍ରୁର ଟ୍ୟାଙ୍କକୁ ୧୦ କିଲୋମିଟର ଦୂରରୁ ଟାର୍ଗେଟ୍ କରିବ । ଏହାର ପରୀକ୍ଷଣ ଆସନ୍ତା ୨ ମାସ ମଧ୍ୟରେ କରାଯିବ ।

ତୁର୍କୀ-ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ, ମାଟିରେ ମିଶିଲା ବହୁତଳ କୋଠା

ଇସ୍ତାନବୁଲ: ତୁର୍କୀ ଏବଂ ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ । ଏହାର ତୀବ୍ରତା ହାର ରିକ୍ଟର ସ୍କେଲରେ ୭.୦ । ଭୂମିକମ୍ପ ପ୍ରଭାବରେ ଏଜିଆନ ସାଗରରେ ସୁନାମୀ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି । ତେବେ ଗ୍ରକ୍‌ ଭୂ-ବିଜ୍ଞାନିଙ୍କ କହିବାନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୭ କୁହାଯାଉଥିବ ବେଳେ ଆମେରିକା ଓ ୟୁରୋପୀୟ ଭୂ-ବିଜ୍ଞାନୀମାନେ ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୦ ବୋଲି ଆକଳନ କରିଛନ୍ତି ।

ତେବେ ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ଏହି ଭୂମିକମ୍ପ ପ୍ରଭାବରେ ଗ୍ରୀସର ସାମୋସ ସହର ଓ ତୁର୍କୀର ଇଜମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ କୋଠା ଭୁଶୁଡ଼ି ମାଟିରେ ମିଶିଯାଇଛି । ରାସ୍ତାଘାଟରେ ଫଟ ସୃଷ୍ଟି ହୋଇଛି । ଅନେକ ଗାଡ଼ିମଟର ଭାଙ୍ଗିରୁଜି ଜାଇଛି । ଦୁଇ ସହରରେ ଥିବା ଅନେକ ବହୁତଳ କୋଠା ଭୁଶୁଡ଼ି ପଡିଛି ।

ଅନ୍ୟପଟେ ଏହି ଭୂମିକମ୍ପ ପ୍ରଭାବରେ ଏବେ ସୁଦ୍ଧା ୪ ଜଣଙ୍କ ଜୀବନ ହାନୀ ହୋଇଥିବା ସୂଚନା ମିଳିଛି । କିନ୍ତୁ ଏବେ ବି ଅନେକ ଲୋକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏହି ମୃତ୍ୟୁ ସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି । ତେବେ ଏବେ ସୁଦ୍ଧା ୧୨୦ ଜଣ ଗୁରୁତର ଥିବା ସୂଚନା ରହିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂ-କମ୍ପର ତୀବ୍ରତା ଯଥେଷ୍ଟ ଅଧିକ ରହିଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି । ଭୂମିକମ୍ପ ସମୟରେ ଲୋକମାନେ ଏଣେ ତେଣେ ଦୗଡ଼ିବା ଆରମ୍ଭ କରିଥିଲେ । ସେହିଭଳି ତୁର୍କୀର ଇଜମୀ ସହର ସମେତ ଆଖପାଖର ଅନ୍ୟ କେତେକ ଅଞ୍ଚଳ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ମହଙ୍ଗା ପଡ଼ିଲା ଫେସବୁକରେ ପ୍ରେମ ନିବେଦନ, ଯୁବକଙ୍କୁ ଖୁବ୍ ଛେଚିଲେ ମହିଳା ଓ ସମ୍ପର୍କୀୟ

ଭଦ୍ରକ/ଭୁବନେଶ୍ୱର: ପ୍ରଥମେ ବନ୍ଧୁତା, ପରେ ପ୍ରେମ ନିବେଦନ । ହେଲେ ଏହା ମହଙ୍ଗା ପଡ଼ିଛି । ମହିଳାଙ୍କଠାରୁ ନିର୍ଧୁମ ମାଡ଼ ଖାଇଛନ୍ତି ଯୁବକ । ଭଦ୍ରକ ବନ୍ତ ଛକର ଏହି ଘଟଣାରେ ପୋଲିସ ମହିଳାଙ୍କ ୨ ସମ୍ପର୍କୀୟଙ୍କୁ ଗିରଫ କରିଛି । ଏପଟେ ରାଜଧାନୀରେ ମାତିଛନ୍ତି ଲେଡି ବ୍ଲାକ୍‌ ମେଲର୍‌ । ସମ୍ପର୍କ ବଢ଼ାଇବା ପରେ ଘରକୁ ଡାକି ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି । ଜଣେ ଯୁବ ଇଞ୍ଜିନିୟର ଫସିବା ପରେ ଅନ୍ୟ ଉପାୟ ନପାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Online Facebook Love Request, Woman Beaten Youth On Mid Road

ଫେସ୍‌ବୁକ୍‌ରେ ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ୍ ଛେଚା ଖାଇଛନ୍ତି ଯୁବକ । ଘୋଷାଡ଼ି ଘୋଷାଡ଼ି ବାଡ଼େଇଛନ୍ତି ମହିଳା ଓ ସମ୍ପର୍କୀୟ । ଏ ଦୃଶ୍ୟ ହେଉଛି ଭଦ୍ରକ ବନ୍ତ ଛକର । ବାଲେଶ୍ୱର ଖଇରା ଅଞ୍ଚଳର ଯୁବକ ଜଣଙ୍କ ସମ୍ବଲପୁରରେ ରହୁଥିବା ବନ୍ତ ଅଞ୍ଚଳର ଜଣେ ମହିଳାଙ୍କୁ ଫେସ୍‌ବୁକରେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ମହିଳା ଜଣଙ୍କ ଅତିଷ୍ଠ ହୋଇ ପରିବାରକୁ ଜଣାଇଥିଲେ । କୌଶଳ କ୍ରମେ ସମ୍ପୃକ୍ତ ଯୁବକଙ୍କୁ ବନ୍ତ ଛକକୁ ଡକାଇ ମାଡ଼ ମାରିଥିଲେ ମହିଳା । ଘଟଣାରେ ପୋଲିସ ମହିଳାଙ୍କ ୨ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Online Facebook Love Request, Woman Beaten Youth On Mid Road

ଅନ୍ୟପଟେ ରାଜଧାନୀରେ ଲୁଟ୍ ପାଇଁ ମହିଳାଙ୍କ ଅଜବ ଅନ୍ଦାଜ । ବନ୍ଧୁତ୍ୱ ପରେ କରୁଥିଲେ ବ୍ଲାକ୍‌ମେଲ୍‌ । ସହଯୋଗୀଙ୍କ ସହ ମିଶି ଯୁବକମାନଙ୍କୁ ଫସାଉଥିଲେ । ପ୍ରଥମେ ଫେସବୁକ୍‌, ପରେ ଚାଟିଂ ଓ ମିଠାମିଠା କଥା କହି କରୁଥିଲେ ବନ୍ଧୁତା । ପରେ ବନ୍ଧୁଙ୍କୁ ଘରକୁ ଡାକି, ଆଣୁଥିଲେ ଦୁଷ୍କର୍ମ ଅଭିଯୋଗ । ଏହି ଲେଡି ବ୍ଲାକ୍‌ମେଲ୍‌ର ଫାଶରେ ପଡ଼ିଛନ୍ତି ଭୁବେନଶ୍ୱରରେ ଜଣେ ଆଇଟି ଇଞ୍ଜିନିୟର । ଏନେଇ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବକ । ପୋଲିସ ମାମଲା ରୁଜୁ ନକରିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଘଟଣାର ଶୀଘ୍ର ତଦନ୍ତ କରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କଥା ବୁଲାଉଛି ପାକିସ୍ତାନ ! ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ଦେଲା ନୂଆ ସଫେଇ…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ ନକଲେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଥିଲା । ତେଣୁ ସେହି ଭୟରେ ଅଭିନନ୍ଦନଙ୍କୁ ୪୮ ଘଣ୍ଟା ମଧ୍ୟରେ ମୁକ୍ତ କରିଥିଲା ପାକିସ୍ତାନ । ନିକଟ ଅତୀତରେ ଏଭଳି ବୟାନ୍‌ ଦେଇଥିଲେ ଖୋଦ୍‌ ପାକିସ୍ତାନର ଜଣେ ସାଂସଦ ଅୟାଜ୍‌ ସାଦ୍ଦିକ୍‌ । ତେବେ ସାଂସଦଙ୍କ ଏଭଳି ବୟାନ ପରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏହା ଉପରେ ସଫେଇ ଦେବା ପାଇଁ ବାଟ ଖୋଜୁଛି ।

ପାକିସ୍ତାନର ଇମ୍ରାନ୍‌ ସରକାର ଦାବି କରିଛନ୍ତି ଯେ, ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଦେଶ ଉପରେ କୌଣସି ପ୍ରକାର ଚାପ ନଥିଲା । ହେଲେ ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ବିରୋଧୀ ଦଳ ସାଂସଦ ଆୟାଜ ସାଦ୍ଦିକ୍‌ କହିଥିଲେ ଯେ, ଦେଶ ଉପରେ ଭାରତର ଆକ୍ରମଣ ଭୟ ଥିବାରୁ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ।

Abhinandan

ଅୟାଜ ସାଦ୍ଦିକ୍‌ କହିବାନୁଯାୟୀ, ଅଭିନନ୍ଦନଙ୍କୁ ବନ୍ଦୀ କରାଯିବା ପରେ ପାକିସ୍ତାନର ବିଦେଶ ମନ୍ତ୍ରୀ କହିଥିଲେ ‘ଅଭିନନ୍ଦନଙ୍କୁ ମୁକ୍ତ କରାଯାଉ, କାରଣ ଭାରତ ରାତି ୯ଟା ସୁଦ୍ଧା ଆକ୍ରମଣ କରିବର ଯୋଜନା କରୁଛି । ଏହି ସମୟରେ ସମସ୍ତଙ୍କ ମଥାରେ ଭୟର ଝାଳ ଥିଲା ଆଉ ସମସ୍ତଙ୍କ ଗୋଡ଼ ଥରୁଥିଲା ।’ ହେଲେ ସାଦ୍ଦିକ୍‌‌ କହିଛନ୍ତି ଭାରତ ଆକ୍ରମଣ କରିବାର କୌଣସି ଯୋଜନା କରିନଥିଲା, ସେ କେବଳ ଚାହୁଁଥିଲା ପାକିସ୍ତାନ ମୁଣ୍ଡ ନୁଆଁଇବା ସହ ଅଭିନନ୍ଦନଙ୍କୁ ମୁକ୍ତ କରିଦେଉ ।

Shah Mahmood Qureshi

ସାଦ୍ଦିକଙ୍କ ବୟାନକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଜାହିଦ୍‌ ହଫିଜ୍‌ ଚୌଧରୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବାକୁ କୌଣସି ଚାପ ନଥିଲା । ଏହା ସହିତ ସେ କହିଛନ୍ତି ଯେ, ପାକିସ୍ତାନ ସରକାର ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାରେ ସମାଧାନ କରିବାକୁ ଚାହୁଁଥିଲେ ତେଣୁ ଅଭିନନ୍ଦନଙ୍କୁ ମୁକ୍ତ କରାଗଲା । ପାକିସ୍ତାନର ଏହି ପଦକ୍ଷେପକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସ୍ୱାଗତ ମଧ୍ୟ କରାଯାଇଛି ।

ହୋମି ଜାହାଙ୍ଗୀର ଭାବାଙ୍କ ମୃତ୍ୟୁ ପଛରେ ରହିଥିଲା ଆମେରିକାର ହାତ !

ନୂଆଦିଲ୍ଲୀ : ହୋମି ଜାହାଙ୍ଗୀର ଭାବା ଭାରତୀୟ ପରମାଣୁ ବିଜ୍ଞାନ ଜଗତ ସ୍ପର୍ଦ୍ଧିତ ଉଚ୍ଚାରଣ । ୩୦ ଅକ୍ଟୋବର ୧୯୦୯ ମସିହାରେ ଏହି ମହାନ ବୈଜ୍ଞାନିକ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇର ଏକ ପାର୍ସୀର ପରିବାରରେ ହୋମି ଜାହାଙ୍ଗୀର ଭାବା ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୫୬ ବର୍ଷ ବୟସରେ ପ୍ରାଣ ହରାଇଥିବା ହୋମି ଜାହାଙ୍ଗୀର ଭାବା ଯଦି ଆଜି ଜୀବିତ ଥାଆନ୍ତେ, ତେବେ ଭାରତର ପରମାଣୁ କାର୍ଯ୍ୟକ୍ରମ ଆହୁରି ଶିଖର ଛୁଇଁ ପାରିଥାଆନ୍ତା ।

ଯଦି ହୋମି ଜାହାଙ୍ଗୀର ଭାବାଙ୍କ ସାଧାରଣ ମୃତ୍ୟୁ ହୋଇଥାଆନ୍ତା । ତେବେ ହୁଏତ ଆମକୁ ଏକଥା ଆଲୋଚନା କରିବାକୁ ପଡି ନ ଥାନ୍ତା । ହେଲେ ଭାବାଙ୍କ ମୃତ୍ୟୁ ହୋଇଥିଲା ଆକସ୍ମିକ ବିମାନ ଦୁର୍ଘଟଣାରେ । ଯାହାକୁ ନେଇ ଏବେ ବି ସନ୍ଦେହ ଘେରରେ ତାଙ୍କ ମୃତ୍ୟୁର ରହସ୍ୟ । କିଛି ବର୍ଷ ଧରି ଇଂରେଜମାନଙ୍କ ହାତରୁ ସ୍ୱାଧୀନତା ପାଇଥିବା ଭାରତର ପରମାଣୁ କାର୍ଯ୍ୟକ୍ରମ ସେ ସମୟରେ କେତେକ ବିକଶିତ ଦେଶକୁ ଅସହଜ ମନେ ହେଉଥିଲା । ତେଣୁ ତାଙ୍କୁ ସୁଚିନ୍ତିତ ଢଙ୍ଗରେ ହତ୍ୟା କରାଯାଇଥିବା ଏବେ ବି ସନ୍ଦେହ କରାଯାଉଛି । ହେଲେ କିଏ ଏ ହୋମି ଜାହାଙ୍ଗୀର ଭାବା । କାହିଁକି ତାଙ୍କ ମୃତ୍ୟୁକୁ ନେଇ ଏତେ ଆଲୋଚନା ।

ହୋମି ଜାହାଙ୍ଗୀର ଭାବା ମାତ୍ର ୧୮ ବର୍ଷ ବୟସରେ ମେକାନିକାଲ ଇଂଜିନିୟରିଂ ପଢିବା ପାଇଁ କେମ୍ବିଜ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ହେଲେ ମେକାନିକାଲ ଇଂଜିନିୟରିଂ ପଢୁଥିଲେ ବି ପଦାର୍ଥ ବିଜ୍ଞାନ ପ୍ରତି ହୋମି ଜାହାଙ୍ଗୀର ଭାବାଙ୍କ ଅହେତୁକ ଦୁର୍ବଳତା ଥିଲା । ତେଣୁ ସେ ୧୯୩୦ରେ ମେକାନିକାଲ ଇଂଜିନିୟରିଂ ପାଠ୍ୟକ୍ରମ ସାରି ପଦାର୍ଥ ବିଜ୍ଞାନ ପଢିବା ଆରମ୍ଭ କରିଥିଲେ । ସେହିପରି କସମିକ୍ ଏନର୍ଜିକୁ ନେଇ ଏକ ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ । ୧୯୩୯ରେ ବିଦେଶରୁ କିଛିଦିନ ପାଇଁ ଛୁଟି କଟାଇବା ପାଇଁ ଭାବା ଭାରତ ଆସିଥିଲେ । ହେଲେ ସେ ଆଉ ଫେରି ନ ଥିଲେ । ଏହାର କାରଣ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏହା ପରେ ଭାରତରେ ସେ ଯୋଡି ହୋଇଥିଲେ ନୋବେଲ ବିଜେତା ଡକ୍ଟର ସି.ଭି ରମନଙ୍କ ସହ ।

ସିଭି ରମଣଙ୍କ ସହଯୋଗ କ୍ରମେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ସଂସ୍ଥାନରେ ଯୋଗ ଦେଇଥିଲେ । ସେଠାରେ ସେ ପଦାର୍ଥ ବିଜ୍ଞାନ ରିଡର ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ପରମାଣୁ ଗବେଷଣାରେ ମନୋନିବେଶ କଲେ ।୧୯୪୫ରେ ପ୍ରତିଷ୍ଠା ହୋଇଥିଲା ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ । ଏହି ସଂସ୍ଥାର ନିର୍ଦ୍ଦେଶକ ଭାବେ ସେ ସମୟରେ ହୋମି ଜାହାଙ୍ଗୀର ଭାବାଙ୍କୁ ଅବସ୍ଥାପିତ କରାଯାଇଥିଲା । ଟ୍ରାମ୍ପେ ଆଟମିକ ଏନର୍ଜି ଏଷ୍ଟାବ୍ଲିସ ମେଣ୍ଟର ମଧ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ହୋମି ଜାହାଙ୍ଗୀର ଭାବା । ପରବର୍ତ୍ତୀ ସମୟରେ ଏହି ସଂସ୍ଥାନର ନାମ ପରିବର୍ତ୍ତନ କରାଯାଇ ଭାବା ଆଟମିକ ଏନର୍ଜି ରିସର୍ଚ୍ଚ ସେଣ୍ଟର କରାଯାଇଥିଲା ।

ହେଲେ ବହୁ ଚର୍ଚ୍ଚିତ ବିମାନ ଦୁର୍ଘଟଣା ଟି କ’ଣ

୨୪ ଜାନୁୟାରୀ ୧୯୬୬ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ବାହାରିଥିଲା ଏକ ଏୟାର ଇଣ୍ଡିଆ ବିମାନ । ଯାହାର ନମ୍ବର ଥିଲା ୧୦୧ । ଏୟାର ଇଣ୍ଡିଆର ଏହି ବୋଇଙ୍ଗ୍ ୭୦୭ ବିମାନ ମାଉଣ୍ଟ ବ୍ଲାକ ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ୧୧୭ ଯାତ୍ରୀ ପ୍ରାଣ ହରାଇଥିଲେ । ତନ୍ମଧ୍ୟରେ ଥିଲେ ଭାରତୀୟ ପରମାଣୁ ବିଜ୍ଞାନୀ ହୋମି ଜାହାଙ୍ଗୀର ଭାବା । କେତେକଙ୍କ କହିବାନୁଯାୟୀ, ଏହି ବିମାନ ମଧ୍ୟରେ ବୋମା ବିସ୍ଫୋରଣ କରାଯାଇଥିଲା । କେତେକଙ୍କ ମତରେ ଏହି ବିମାନ ସହ ଆଉ ଏକ ଲଢୁଆ ବିମାନକୁ ମାଡ଼ କରାଯାଇଥିଲା । ହେଲେ ଏହାର ପ୍ରକୃତ କାରଣ ଜଣା ପଡି ନ ଥିଲା ।

ଦୁର୍ଘଟଣାର କିଛିବର୍ଷ ପରେ ଆସିଥିବା ଏକ ତଥ୍ୟକୁ ଆଧାର କରି କୁହାଯାଏ ଯେ, ହୋମି ଜାହାଙ୍ଗୀର ଭାବା ଯାଉଥିବା ବିମାନ ପାଇଲଟ ଏବଂ ଜେନେଭା ଜଣେ ପାଇଲଟଙ୍କ ମଧ୍ୟରେ ଲୋକେସନକୁ ନେଇ ତାଳମେଳ ଅଭାବ ରହିଥିଲା । ମାଉଣ୍ଟ ବ୍ଲାକ୍ ପାହାଡ଼ରେ ଉଭୟ ମଧ୍ୟରେ ବୁଝାମଣା ଅଭାବ ହିଁ ଦୁର୍ଘଟଣାର କାରଣ ବୋଲି ଉଲ୍ଲେଖ କରାଯାଇଥିଲା । ହେଲେ ଦୁର୍ଘଟଣାରେ ସେହି ବିମାନର କୌଣସି ପତ୍ତା ମିଳି ନ ଥିଲା । ଶେଷ ଥର ପାଇଁ ୨୦୧୭ ମସିହାରେ ଏହି ବିମାନ ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ମିଳିଥିଲା । ମାଉଣ୍ଟବ୍ଲାକ ପାହାଡରେ କେତେକ ମାନବଙ୍କ ଦେହାବଶେଷ ମିଳିଥିଲା । ଏଥିରେ ହାତ, ଗୋଡ ଏବଂ ଶରୀର ଉପର ଅଂଶ ମିଳିଥିଲା । ଏହା ଜଣେ ମହିଳାଙ୍କର ବୋଲି କୁହାଯାଉଛି । ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶରୀର ସହ ବିମାନ ଜେଟ୍ ଇଂଜିନର କିଛି ଅବଶେଷ ମଧ୍ୟ ମିଳିଥିଲା ।

୨୦୦୮ ମସିହାରେ ଗ୍ରେଗୋରୀ ଡଗଲସ ଏବଂ ସିଆଇଏ ଅଫିସର ରବର୍ଟ କୋକ୍ରାଲି ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ କେତେକ ତଥ୍ୟ ପ୍ରଦାନ କରାଯାଇଥିଲା । ଭାରତ ସେ ସମୟରେ ପରମାଣୁ ବିଜ୍ଞାନ ଉନ୍ନତି ଚାହୁଁଥିବା ସହ ଆମେରିକାର ଘୋର ବିରୋଧୀ ରୁଷକୁ ସହାୟତା କରିବାକୁ ଚାହୁଁଥିଲା । ଆଉ ଏଥିପାଇଁ ଭାରତର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ଅଙ୍କୁଶ ଲଗାଇବାକୁ ଚାହୁଁଥିବା ଆଲୋଚିତ ହୋଇଥିଲା । ମୃତ୍ୟୁର କିଛିମାସ ପୂର୍ବରୁ ହୋମି ଜାହାଙ୍ଗୀର ଭାବା ୧୯୬୫ ମସିହାରେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ । ସେଥିରେ ସେ କହିଥିଲେ ତାଙ୍କୁ ଯଦି କେତେ ମାତ୍ରାରେ ସ୍ୱାଧୀନତା ଦିଆଯାଏ, ତେବେ ଆଗାମୀ ୧୮ ମାସ ମଧ୍ୟରେ ସେ ପରମାଣୁ ଶକ୍ତି ତିଆରି କରି ଦେଖାଇ ପାରିବେ । କେବଳ ପରମାଣୁ କ୍ଷେତ୍ର ନୁହେଁ, ବିଜ୍ଞାନକୁ ବ୍ୟବହାର କରି ଶକ୍ତି, କୃଷି ଏବଂ ମେଡିସିନରେ ସମୃଦ୍ଧ ହେଉ ବୋଲି ହୋମି ଜାହାଙ୍ଗୀର ଭାବା ଚାହୁଁଥିଲେ ।

ତେଣୁ ସେ ସମୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ସାମାନ୍ୟ ଭୟଭୀତ ହୋଇଥିଲା । ଭାରତ ଯଦି ପରମାଣୁ ଶକ୍ତିରେ ଶକ୍ତିଶାଳୀ ହୁଏ, ତେବେ ସମଗ୍ର ଦକ୍ଷିଣ ଏସିଆରେ ସେ ପ୍ରାଧାନ୍ୟ ବିସ୍ତାର କରିବ । ଯାହା ଆମେରିକାର ଏକନାୟକତ୍ୱ ପ୍ରତି ବିପଦ, ତେଣୁ ଆମେରିକା ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ସୂତ୍ରଧର ହୋମି ଜାହାଙ୍ଗୀର ଭାବାଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଥାଇପାରେ ବୋଲି କୁହାଯାଉଛି । ହେଲେ ଏହାକୁ ନେଇ କୌଣସି ପ୍ରମାଣ ନାହିଁ । ସେ ଯାହା ବି ହେଉ, ଅକାଳରେ ହୋମି ଜାହାଙ୍ଗୀର ଭାବାଙ୍କ ବିୟୋଗ ସମଗ୍ର ବିଜ୍ଞାନ ଜଗତ ପାଇଁ ଥିଲା ଏକ ପୂରଣୀୟ କ୍ଷତି ।