ଡ୍ରଗ୍ସ ମାମଲାରେ NCB ରଡାରରେ ୨୫ ସେଲିବ୍ରିଟି,ତାଲିକା ପ୍ରସ୍ତୁତ, ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ଡେପୁଟୀ ଡାଇରେକ୍ଟର

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରେ ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏବେ ଡ୍ରଗ୍ସ ସହିତ ସମ୍ପୃକ୍ତ ନାମିଦାମି ବ୍ୟକ୍ତିଙ୍କୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାସ୍ତବରେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ପଚରାଉଚରା ସମୟରେ ଏଭଳି ୨୫ ଜଣ ସେଲିବ୍ରିଟିଙ୍କ ନାମ ନେଇଛନ୍ତି, ଯେଉଁମାନେ ଡ୍ରଗ୍ସ ନେବା ସହିତ ଏହି କାରବାରରେ ମଧ୍ୟ ଜଡ଼ିତ । ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ ହେବ ।

ଏନସିବିର ଦିଲ୍ଲୀ ଜୋନର ଡେପୁଟି ଡାଇରେକ୍ଟର କେପିଏସ ମଲହୋତ୍ରା ଶୁକ୍ରବାରକୁ ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଛନ୍ତି । ସେ ଏନସିବି ମୁଖ୍ୟ ରାକେଶ ଅସ୍ଥାନାଙ୍କୁ ସାକ୍ଷାତ କରିବେ । ଖବର ଅନୁଯାୟୀ ରିୟାଙ୍କୁ ପଚରାଉଚରା ସମୟରେ କେତେକ ନାମିଦାମି ଲୋକଙ୍କ ନାମ ସାମ୍ନାକୁ ଆସିଛି । ଏନସିବି ଡୋଜିୟର ପ୍ରସ୍ତୁତ କରିଛନ୍ତି । ଏହାକୁ ନେଇ ଏକ ଆଲୋଚନା ହେବାପରେ ରଣନୀତି ପ୍ରସ୍ତୁତ ହେବ ।

ସୂଚନା ଅନୁଯାୟୀ ଏନସିବିର ଡୋଜିୟରରେ ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ନାମ ରହିଛି । ଏନସିବିର ଏହି ଡୋଜିୟରରେ କାର୍ଟେଲ ଏ,କାର୍ଟେଲ ବି ଏବଂ ସିରେ ବଲିଉଡ ସେଲିବ୍ରେଟୀଙ୍କ ନାମ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଏନସିବି ଡ୍ରଗ୍ସ ପ୍ୟାଡଲରଙ୍କ ଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ ଡିଭାଇସରୁ ବଲିଉଡ କନେକ୍ସନ ସାମ୍ନାକୁ ଆସିଛି । ଯାହାପରେ ଏନସିବିର ଟିମ୍ ଡୋଜିୟର ପ୍ରସ୍ତୁତ କରିଛି । ଏନସିବି ତରଫରୁ ଖୁବଶୀଘ୍ର ଉକ୍ତ ସଲିବ୍ରେଟୀଙ୍କୁ ସମନ ପଠାଯିବ ।

Leave a Reply