LAC ଠାରେ ୫୦ ହଜାର ସୈନିକ ଏବଂ H-6 ବମ୍ବର ମୃତୟନ କଲା ଚୀନ୍

1 min read

ନୂଆଦିଲ୍ଲୀ: ଗୋଟିଏ ପାର୍ଶ୍ୱରେ ଭାରତ ସହିତ ଶାନ୍ତିର ବାର୍ତ୍ତା ପାଇଁ ଉଦ୍ୟମ ଜାରି ରଖିଥିବା ଚୀନ ଅନ୍ୟପଟେ ଲୁଚିଲୁଚି ସୈନିକ ଏବଂ ଆଧୁନିକ ଅସ୍ତ୍ରକୁ ଏଲଏସି ଠାରେ ଜମା କରିବାରେ ଲାଗିଛି । ଗଣମାଧ୍ୟମର ଖବର ଅନୁସାରେ ଚୀନ ଏଲଏସି ଠାରେ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ଏଠାରେ ୫୦ ହଜାର ସୈନିକ ମୃତୟନ କରି ସାରିଛି ଚୀନ୍ । ଏହା ସହିତ ଭାରତ-ଚୀନ ସୀମା ଉପରେ ନଜର ରଖୁଛି H-6 ବମ୍ବର ।

ଏକ ରିପୋର୍ଟ ଅନୁସାରେ ପେଙ୍ଗୋଙ୍ଗ ବିବାଦ ପରେ ଚୀନ୍ ୫୦ ହଜାର ସୈନିକ ଉକ୍ତ ଅଞ୍ଚଳରେ ମୃତୟନ କରିଛି । ଏହା ବ୍ୟତୀତ ଏଠାରେ ଏୟାରକ୍ରାଫ୍ଟ ଏବଂ ମିସାଇଲ ମଧ୍ୟ ଠୁଳ କରିଛି ଚୀନ୍ । ଚୀନ ସେନା ତରଫରୁ ଫାୟାରିଙ୍ଗ ପରେ ସ୍ପଷ୍ଟ ଜଣାପଡ଼ୁଛି କି ଭାରତୀୟ ସେନାଙ୍କୁ ଉସୁକାଇବା ପାଇଁ ଚୀନ୍ ସେନା ଏଭଳି କରୁଛି ।

ଚୀନ ଲଦାଖରେ ମିସାଇଲ,ରକେଟ୍ ଫୋର୍ସ ଏବଂ ୧୫୦ଟି ଫାଇଟର ଏୟାରକ୍ରାଫ୍ଟ ମଧ୍ୟ ମୃତୟନ କରିଛି । କୁହାଯାଉଛି କି ପେଙ୍ଗୋଙ୍ଗରେ ଚୀନ ସୈନିକ ପଛକୁ ଫରିବା ପରେ ରାଷ୍ଟ୍ରପତି ଶୀ ଜିନପିଙ୍ଗ୍ ଏବଂ କମ୍ୟୁନିଷ୍ଟ ଦଳ ଖପା ହୋଇଯାଇଛନ୍ତି । ଏହି ମୃତୟନ ଏହାର ପ୍ରତିକ୍ରିୟା ।

ପିଏଲଏରେ ସେଣ୍ଟ୍ରାଲ ଥିଏଟର କମାଣ୍ଡ ଏୟାରଫୋର୍ସର H-6 ଏବଂ ଓ୍ୱାଇ-ଟୁ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଟ୍ରେନିଂ ମିଶନ ପାଇଁ ଏଠାରେ ମୃତୟନ କରାଯାଇଛି । ଗତ କିଛି ଦିନ ହେବ ଅଭ୍ୟାସ ଏବଂ ଲାଇଭ ଫାୟର ଡ୍ରିଲ ଜାରି ରହିଛି ।

Leave a Reply