ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍

1 min read

ଭୁବନେଶ୍ୱର:ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ବଡ଼ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ୩୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାରେ ୩୩%ରୁ ଅଧିକ ଫସଲ ନଷ୍ଟ ପାଇଁ ମିଳିବ ଇନପୁଟ୍ ସବସିଡି । ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଦିଆଯିବ । ଏହା ସହିତ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଲେଖାଏଁ ଚାଷୀଙ୍କୁ ପ୍ରଦାନ କରାଯିବ । ଏହା ସହିତ ସବୁ ପ୍ରକାର ପାରମ୍ପରିକ ଚାଷ ପାଇଁ ସହାୟତା ପ୍ରଦାନ କରାଯିବ ।

CM ANNOUNCED SPECIAL PACKAGE OF RS.300 CRORE FOR THE FARMERS AFFECTED BY FLOOD
FILE

କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦ ହଜାର ଶସ୍ୟ ବିହନ ମିନି କିଟ୍ ଦିଆଯିବ । ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ ୨୦ହଜାର ପମ୍ପ ସେଟ୍ । ଏହା ସହିତ ପାୱାର ସ୍ପ୍ରେୟର ମଧ୍ୟ ପ୍ରଦାନ କରାଯିବ । ମାଗଣା ରସାୟନିକ ସାମଗ୍ରୀ ଓ କୀଟନାଶକ ମଧ୍ୟ ପ୍ରଦାନ କରାଯିବ । ୧ଲକ୍ଷ ଚାଷୀଙ୍କୁ ବିହନ ପରିଚାଳନା ତାଲିମ ଦିଆଯିବ । ରବି ଋତୁ ପାଇଁ ଉନ୍ନତମାନ ବିହନରେ ୭୫% ରିହାତି ପ୍ରଭାବିତ ଚାଷୀଙ୍କୁ ଯୋଗାଇ ଦିଆଯିବ । ୧୦କୋଟିର କୃଷି ଯନ୍ତ୍ରପାତି, ୧ ଲକ୍ଷ ଚାଷୀଙ୍କୁ ଭେଜି ଟେବୁଲ କିଟ୍, ୭୫ହଜାର ଚାଷୀଙ୍କୁ ଫ୍ରୁଟ୍ କିଟ୍ ଓ ୧୦ ହଜାର ଛତୁ ଚାଷୀଙ୍କୁ ୟୁନିଟ୍ ପିଛା ୫ ଶହ ଟଙ୍କା ଯୋଗାଇ ଦିଆଯିବ ।

Japur Flood
FILE

ରବି ଚାଷ ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ । ଗାଈ ଓ ବଳଦ ମରିଥିଲେ ମିଳିବ ୩୦ ହଜାର ଟଙ୍କା, ଛେଳି ପାଇଁ ୩ ହଜାର ଟଙ୍କା, ପ୍ରତି କୁକୁଡ଼ା ପାଇଁ ୫୦ ଟଙ୍କା ହିସାବରେ ସର୍ବାଧିକ ୫ ହଜାର ଟଙ୍କା ମିଳିବ । ମାଛ ଚାଷୀଙ୍କୁ ପ୍ରତି ହେକ୍ଟର ପିଛା ୧୨ ହଜାର ୨ଶହ ଟଙ୍କା ମିଳିବ । କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମକୁ ହେକ୍ଟର ପିଛା ୮ ହଜାର ୨୦୦ ଟଙ୍କା ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ବୁଣାକାରଙ୍କୁ ମିଳିବ ୪ ହଜାର ଶହେ ଟଙ୍କା ସହାୟତା । କ୍ଷତିଗ୍ରସ୍ତ ସାମଗ୍ରୀ ପାଇଁ ବୁଣାକାରଙ୍କୁ ମିଳିବ ୪ ହଜାର ୧୦୦ ଟଙ୍କା ସହାୟତା । ବନ୍ୟା ପ୍ରଭାବିତ ଅଞ୍ଚଳରେ ମନରେଗା ଯୋଜନାରେ ମରାମତି କାମ ହେବା ନେଇ ଘୋଷଣା କରିଛନ୍ତି ସରକାର ।

https://youtu.be/n7-7iqBihvA

Leave a Reply