spot_img
Home Blog Page 6495

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ନେବାରେ ଅସୁବିଧା, ବିଳମ୍ବିତ ରାତିରେ AIIMS ରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଗୃହମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଲଢ଼ୁଛନ୍ତି । ଏଭଳି ପରିସ୍ଥିତିରେ ଅମିତ ଶାହା ପୁଣି ଥରେ ଦିଲ୍ଲୀର AIIMS ରେ ଭର୍ତ୍ତି ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଥରେ AIIMS ରେ ରାତି ୧୧ ଟାରେ ଭର୍ତ୍ତି କରାଯାଇଛି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଚିକିତ୍ସା ପରେ ତାଙ୍କର ଦେହ ସୁସ୍ଥ ହୋଇଥିଲା । ସୁସ୍ଥ ପରେ ତାଙ୍କୁ ଡାକ୍ତରଖାନାରୁ  ଡିସଚାର୍ଜ କରାଯାଇଥିଲା । କିନ୍ତୁ ଅମିତ ଶାହାଙ୍କୁ ପୁଣି ନିଶ୍ୱାସ ନେବାରେ ଅସୁବିଧା ହେତୁ ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ରାତି ୧୧ ଟାରେ ଅମିତ ଶାହାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ତେବେ କିଛି ଦିନ ଏବେ ସେ ହସ୍ପିଟାଲରେ ରହିବେ ।

ସୂଚନା ଅନୁଯାୟୀ, ଅମିତ ଶାହା କରୋନାରୁ ସୁସ୍ଥ ହେବା ପରେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । AIIMS ସୂତ୍ରରୁ ପ୍ରକାଶ ଯେ ଅମିତ ଶାହା କିଛି ସମୟ ହସ୍ପିଟାଲରେ ରହିଲେ ଭଲ ହେବ, ଯେଉଁଠାରେ ତାଙ୍କୁ ନଜରରେ ରଖାଯାଇପାରିବ । ବର୍ତ୍ତମାନ ଅମିତ ଶାହାଙ୍କୁ AIIMS ରେ କାର୍ଡିଓ ନ୍ୟୁରୋ ୱାର୍ଡରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ ଏକ ଡାକ୍ତର ଦଳ ଚିକିତ୍ସା କରିଥିଲେ । ପ୍ରାୟ ଦୁଇ ସପ୍ତାହ ମଧ୍ୟରେ, ଅମିତ ଶାହା କରୋନାକୁ ପରାସ୍ତ କରିଥିଲେ ଏବଂ ତାଙ୍କ କରୋନା ରିପୋର୍ଟ ୧୪ ଅଗଷ୍ଟରେ ନେଗେଟିଭ ଆସିଥିଲା । ଏହା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

ଆଜି ସର୍ବଭାରତୀୟ ନିଟ୍ ପରୀକ୍ଷା, ସୁଫଳ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସର୍ବଭାରତୀୟ ନିଟ୍ । ଆଜି ରାଜ୍ୟର ୮୩ କେନ୍ଦ୍ରରେ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପଜିଟିଭ ଥିବା ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଇ ପାରିବେ ନାହିଁ । ଏନେଇ ଏସଓପି ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । କରୋନା ପଜିଟିଭ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଦିନରେ ପରୀକ୍ଷା ହେବ । ଆଜି ପରୀକ୍ଷା ପରେ ତାଙ୍କ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ଅନ୍ୟ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ନିଷ୍ପତ୍ତି ବଦଳାଯାଇଥିବା କୁହାଯାଇଛି । କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଏନଟିଏକୁ ଜଣାଇବାକୁ ନିର୍ଦ୍ଦେଶ ।

NEET Student File Photo
FILE Photo

ଆଡମିଟ କାର୍ଡ ସହ କରୋନା ପଜିଟିଭ ରିପୋର୍ଟ ପଠାଇବେ । ଏନଟିଏକୁ [email protected] ରେ ଇ-ମେଲ କରିପାରିବେ । ସେପଟେ ଜେଇଇ ପରି ନିଟର ପରିଚାଳନା ଭାର ନେଇଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ ସହ ରହଣୀ ସ୍ଥାନରେ ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ପ୍ରତି ରୁମରେ ୧୨ ଜଣ ପରୀକ୍ଷାର୍ଥୀ ଓ ଦୁଇ ଜଣ ପରୀକ୍ଷକ ରହିବେ । ଏଥିସହ ପ୍ରତି ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର୍ ଓ ମାସ୍କ ଦିଆଯିବ ।

ପରୀକ୍ଷାର୍ଥୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍ ବି ନିୟୋଜିତ ହୋଇଛନ୍ତି । ସେପଟେ ପ୍ରତି ଜିଲ୍ଲାରୁ ପରୀକ୍ଷା କେନ୍ଦ୍ର ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତ୍ରା ସୁଗମ କରିବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ସହରରେ ସେମାନେ ପରୀକ୍ଷା ଦେବେ, ସେଠାରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ରହଣୀ କେନ୍ଦ୍ର ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯାଉଛି । ରୁମ୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ସଫା ବେଡ଼ ପକାଯାଇଛି । କୋଭିଡ ନିୟମ ପାଳନ କରି କମନ୍ କ୍ୟାଣ୍ଟିନରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୨ଟାରୁ ୫ଟା ଯାଏ ହେବ ପରୀକ୍ଷା । ୧୨.୩୦ରୁ ଏଣ୍ଟ୍ରି ଗେଟ୍ ଖୋଲିବ ।

ଛାତ ଉପରେ ବସିଥିଲେ ମହିଳା, ପଛପଟୁ ଆସି ହତ୍ୟାକଲେ ଦୁର୍ବୃତ୍ତ

ଭଞ୍ଜନଗର: ଛାତ ଉପରେ ବସିଥିବା ବେଳେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଘର ପଛଆଡ଼ୁ ଛାତ ଉପରେ ଚଢ଼ି ଏଭଳି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ମରଣାନ୍ତକ ଆକ୍ରମଣ ଫଳରେ ମହିଳାଙ୍କର ଘଟଣା ସ୍ଥଳରେହିଁ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁର ପ୍ରଶାନ୍ତ କୁମାର ସାହୁ ଙ୍କ ପତ୍ନୀ ଜାେସ୍ନା ରାଣୀ ସାହୁ ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସପଦର ଛକ ନିକଟରେ ଦେଖିବାକୁ ମିଳିଛି । ତେବେ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତାର ତଦନ୍ତ ଆରମ୍ବ କରିଛି । ମୃତ ଦେହକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇଛି  ।

ସୂଚନା ଅନୁଯାୟୀ, ମୃତ ଜୋସ୍ନା ନିଜ ଘରର ଛାତ ଉପରେ ବସିଥିଲେ । ସେହି ସମୟରେ କିଛି ଦୁର୍ବୃତ୍ତ ଘର ବାଡ଼ିପଟୁ ଛାତ ଉପରକୁ ଚଢି ଆସି ତାଙ୍କ ଉପରକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ଜୋସ୍ନାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଆସିବା ଦେଖି ଦୁର୍ବୃତ୍ତ ମାନେ ଛାତ ଡେଇଁ ପଳାଇଛନ୍ତି । ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି ।

ନିଟ୍ ପରୀକ୍ଷା ପାଇଁ ଏସ୍ଓପି ଜାରି: କରୋନା ରିପୋର୍ଟ ପଜିଟିଭ ଆସିଲେ ଦେଇପାରିବେନି ପରୀକ୍ଷା

0

ଭୁବନେଶ୍ୱର: ରବିବାର ସର୍ବଭାରତୀୟ ନିଟ୍‌ । ପରୀକ୍ଷା ପୂର୍ବରୁ SOP ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । SOP ଅନୁଯାୟୀ ଯେଉଁ ପରୀକ୍ଷାର୍ଥୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବ ସେମାନେ କାଲି ପରୀକ୍ଷା ଦେଇପାରିବେ ନାହିଁ । ଅନ୍ୟ ଆଉ ଏକ ଦିନରେ ସେମାନେ ପରୀକ୍ଷା ଦେବେ । କାଲିର ପରୀକ୍ଷା ପରେ ଏ ନେଇ ନିଷ୍ପତ୍ତି ନିଆଯିବ . ସେପଟେ ଜେଇଇ ପରି ରାଜ୍ୟରେ ନିଟ୍‌ ନେଇ ସୁବ୍ୟବସ୍ଥାର ଭାର ନେଇଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଯାତାୟାତ ଓ ରହଣି ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ରହଣି ସ୍ଥାନରେ ମେଡିକାଲ ଟିମ୍ ନିୟୋଜିତ ଅଛନ୍ତି । ପରୀକ୍ଷକ ମାନେ ପିନ୍ଧିବେ ପିପିଇ କିଟ୍ । ପ୍ରତି ରୁମରେ ୧୨ ଜଣ ପରୀକ୍ଷାର୍ଥୀ ଓ ଦୁଇ ଜଣ ପରୀକ୍ଷକ ରହିବେ ।

JEE, NEET 2020: Guidelines issued for students appearing for Sept exams.  Details here

ଏଥିସହ ପ୍ରତି ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର୍ ଓ ମାସ୍କ ଦିଆଯିବ । ପରୀକ୍ଷାର୍ଥୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍ ବି ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତ୍ରା ସୁଗମ କରିବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ସହରରେ ସେମାନେ ପରୀକ୍ଷା ଦେବେ, ସେଠାରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ରହଣୀ କେନ୍ଦ୍ର ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯାଉଛି । ରୁମ୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ସଫା ବେଡ଼ ପକାଯାଇଛି । କୋଭିଡ ନିୟମ ପାଳନ କରି କମନ୍ କ୍ୟାଣ୍ଟିନରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । କାଲି ଅପରାହ୍ନ ୨ଟାରୁ ୫ଟା ଯାଏ ହେବ ପରୀକ୍ଷା । ୧୨.୩୦ରୁ ଏଣ୍ଟ୍ରି ଗେଟ୍ ଖୋଲିବ । ଚଳିତ ବର୍ଷ ଓଡ଼ିଶାର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୭୪୫୯ ପରୀକ୍ଷାର୍ଥୀ ନିଟ୍ ଦେବେ ।

ସଂକଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ: ଅନ୍ତର୍ଜାତୀୟ କ୍ରିକେଟରୁ ହାେଇପାରେ ବାସନ୍ଦ

0

ଭୁବନେଶ୍ୱର,ବ୍ୟୁରୋ: ସଙ୍କଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ । ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇପାରେ ଦକ୍ଷିଣ ଆଫ୍ରିକା । ଦୁର୍ନୀତି କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ସଂଘକୁ ନିଲମ୍ବନ କରି ଅଲିମ୍ପିକ୍ସ ସମିତି ନିଜ ନିୟନ୍ତ୍ରଣକୁ ନେଇଛି । ଫଳରେ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷିଣ ଆଫ୍ରିକା ଦଳର ମାନ୍ୟତାକୁ ନେଇ ଏବେ ସସପେନ୍ସ ସୃଷ୍ଟି ହୋଇଛି । ଫଳରେ ଆଇସିସି ନିୟମ ଅନୁସାରେ କ୍ରିକେଟ ସାଉଥ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟରୁ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

cricket south africa ban: Government bans South African cricket board; ICC may ban team too !! – south african sports confederation and olympic committee suspends cricket south africa | MbS News

ନିୟମ ରହିଛି, କୌଣସି ଜାତୀୟ କ୍ରିକେଟ୍ ସଂଘରେ ସରକାରୀ ହସ୍ତକ୍ଷେପ ରହିଲେ ସମ୍ପୃକ୍ତ ଦେଶର ଜାତୀୟ ଦଳକୁ ଅନ୍ତର୍ଜାତୀୟ ସ୍ତରରୁ ବିତାଡ଼ିତ କରାଯିବ । ଅନିୟମିତତା କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ସଂଘକୁ ନିଲମ୍ବିତ କରି ସେଠାକାର ସରକାର ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି । ଏବେ ଦକ୍ଷିଣ ଆଫ୍ରିକା କ୍ରୀଡ଼ା ମହାସଂଘ ଓ ଅଲିମ୍ପିକ୍ସ ସମିତି ଏହାର ପରିଚାଳନା କରିବ । ଏହାସହ ବୋର୍ଡରେ ହୋଇଥିବା ଆର୍ଥିକ ଦୁର୍ନୀତିର ତଦନ୍ତ ଆରମ୍ଭ କରିଦେଇଛି । ଦୀର୍ଘ ଦିନ ଧରି ଦକ୍ଷିଣ ଆଫ୍ରିକା କ୍ରିକେଟ ସଂଘରେ ଅନିୟମିତତାର ତଦନ୍ତ ପାଇଁ ଦକ୍ଷିଣ ଆଫ୍ରିକା କ୍ରୀଡ଼ା ମହାସଂଘ ଓ ଅଲିମ୍ପିକ୍ସ ସମିତି ଏହି ନିଷ୍ପତ୍ତି ନେଇଛି ।

Cricket South Africa suspended

ଏନେଇ ଆଇସିସି ଏସମ୍ପର୍କରେ ସ୍ପଷ୍ଟୀକରଣ ମାଗିବା ସହ ଆଇନଗତ ପରାମର୍ଶ ନେବାକୁ ଯାଉଛି । ଫଳରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଟାଣିହେବା ପରି ଲାଗୁଛି । ଦକ୍ଷିଣ ଆଫ୍ରିକା ୨୧ ବର୍ଷର ବାସନ୍ଦ ପରେ ୧୯୯୧ରେ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଗସ୍ତରେ ଟିମ ଭାରତ ଆସି ମ୍ୟାଚ ଖେଳିଥିଲା । ଏହାପରେ ୧୯୯୨ରେ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଅଭିଯାନ କରି ଦୁର୍ଭାଗ୍ୟବଶତଃ ପରାସ୍ତ ହୋଇଥିଲା । ଏହା ପୂର୍ବରୁ ବିଭିନ୍ନ କାରଣରୁ କିଛି ଦେଶର କ୍ରିକେଟ ଦଳ ମଧ୍ୟ ଆଇସିସି ଦ୍ୱାରା ବାସନ୍ଦ ହୋଇସାରିଛି ।

ଇଣ୍ଡିଆନ୍ ସାଇକି ସୋସାଇଟି ସର୍ଭେ ରିପୋର୍ଟ: ୨୦ ପ୍ରତିଶତ ଲୋକଙ୍କ ମାନସିକ ଅବସାଦ ବଢ଼ିଛି

0

ଭୁବନେଶ୍ୱର: ଦେଶରେ ଲକ୍‌ଡାଉନ୍‌ ହେବା ପରଠାରୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ବଢିଛି ଯୁବ ଗୋଷ୍ଠୀ ଓ ଛାତ୍ରୀଛାତ୍ରୀଙ୍କ ମାନସିକ ଅବସାଦ । ପ୍ରତି ପାଞ୍ଚ ଜଣରେ ଜଣେ ବା ୨୦ ପ୍ରତିଶତ ଲୋକଙ୍କ ମାନସିକ ସମସ୍ୟା ବଢ଼ିଛି ବା ସେମାନେ ଷ୍ଟ୍ରେସରେ ଅଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି । କରୋନା ବଢାଉଛି ମାନସିକ ଅବସାଦ ।

ମାର୍ଚ୍ଚ ମାସରୁ ଦେଶରେ ଲକଡାଉନ ହେବା ପରଠାରୁ ସବୁ ବର୍ଗରେ ଲୋକଙ୍କ ମଧ୍ୟରେ ଏମିତି ଅନେକ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ କରି ଯୁବ ଗୋଷ୍ଠୀ ଓ ଛାତ୍ରୀଛାତ୍ରୀ ପ୍ରଭାବିତ ହୋଇଛନ୍ତି । ସାମାଜିକ ଦୂରତା ଓ ସଙ୍ଗରୋଧ କରୋନା ପାଇଁ ପ୍ରତିବନ୍ଧକ ସାଜିଥିବା ବେଳେ ମନୁଷ୍ୟ ସମାଜ ପାଇଁ ଏକ ମାନସିକ ଯନ୍ତ୍ରଣା ଆଣିଦେଇଛି । ଏନେଇ ଏକ ସର୍ଭେ କରାଯାଇଛି । ଏଥିରେ ଜଣାପଡିଛି ଯେ, ଲକଡାଉନ ହେବା ପରଠାରୁ ପ୍ରତି ପାଞ୍ଚ ଜଣରେ ଜଣେ ବା ୨୦ ପ୍ରତିଶତ ଲୋକଙ୍କ ମାନସିକ ସମସ୍ୟା ବଢିଛି ବା ସେମାନେ ଷ୍ଟ୍ରେସରେ ଅଛନ୍ତି । ଇଣ୍ଡିଆନ ସାଇକି ସୋସାଇଟି ପକ୍ଷରୁ ଏହି ସର୍ଭେ କରାଯାଇଛି । ତେବେ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଏଥିରେ ଭିନ୍ନ ଧରଣ ମାନସିକ ପ୍ରବୃତି ଦେଖାଯାଇଛି ।

୭୫ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ବିଭିନ୍ନ ପ୍ରକାର ଚାପ, ଅନିଦ୍ରା ଏବଂ ଅସାମାନ୍ୟ ଶାରୀରିକ ଲକ୍ଷଣ ଭିତରେ ରହିଛନ୍ତି । ବିଶେଷ କରି ଲକଡାଉନ ହେବା ପରଠାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।  ଲକଡାଉନ ହେବା ପୂର୍ବରୁ ସାରା ଦେଶରେ ଲୋକଙ୍କ ଜୀବନରେ ସବୁ କିଛି ସାମାନ୍ୟ ଥିଲା । ହେଲେ ଲକଡାଉନ ଏକ ବିରାଟ ପରିବର୍ତ୍ତନ ଆଣିଦେଇଛି । ଛୋଟ ପିଲା ମାନେ ସ୍କୁଲ ଯାଉଥିଲେ, ସାଙ୍ଗ ସାଥୀଙ୍କ ବହୁ ମଜାରେ ଦିନ କାଟୁଥିଲେ । କିନ୍ତୁ ଏବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଠ ପଢାଯାଉଥିବା ବେଳେ ସାଙ୍ଗସାଥୀଙ୍କ ସହ ଦେଖା ହଉନଥିବା ସେମାନେ ଏକ ପ୍ରକାର ଚାପରେ ମଧ୍ୟ ରହୁଥିବା ସର୍ଭେରୁ ଜଣାପଡିଛି । କଲେଜ ପଢୁଆଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଅନଲାଇନ ପଢିବା ସହ ସୋସିଆଲ ମିଡିଆ ସମୟ ଅତିବାହିତ ହେଉଛି । ଯାହା ସେମାନଙ୍କ ପାଇଁ ଏକ ପ୍ରକାର ମାନସିକ ସମସ୍ୟା ଆଣିଦେଇଛି । ଚାକିରିଆଙ୍କ କ୍ଷେତ୍ରରେ ଲକଡାଉନ ବିରାଟ ପରିବର୍ତ୍ତନ ଆଣିଛି । ଓ୍ୱାର୍କ ଫର୍ମ ହୋମର ଅଭ୍ୟାସ ନଥିବା ଲୋକଙ୍କ ପାଇଁ ଚାକିରି କରିବା ଓ ରୋଜଗାର କରିବା ଅନେକ କଷ୍ଟସାଧ୍ୟ ପାଲଟିଛି । ଯାହା ଲୋକଙ୍କୁ ମାନସିକ ବିକାରଗ୍ରସ୍ତ କରିଦେଇଛି ।


ଅନେକ ମାନସିକ ରୋଗ ବିଷାଦଗ୍ରସ୍ତଙ୍କ କହିବା କଥା ଏଭଳି ସ୍ଥିତି ସହ ମଧ୍ୟ ଡିଲ କରିବା ପାଇଁ ଅନେକ ଉପାୟ ରହିଛି । ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଜଣେ ନିଜ କଥା ଚିନ୍ତା କରିବା ସହ ଭବିଷ୍ୟତ ଯୋଜନା ପାଇଁ ମଧ୍ୟ ପ୍ରୟାସ କରିପାରିବ । ତେବେ ଏହି ସମୟରେ ଶାରୀରିକ ବ୍ୟାୟାମ, ଭିଟାମିନ ଯୁକ୍ତ ଖାଦ୍ୟ, ସୋସିଆଲ ମିଡିଆଠୁ ଦୁରେଇ ରହିଲେ ଅନେକ ମାତ୍ରାରେ ମାନସିକ ଚିନ୍ତାରୁ ମୁକ୍ତି ମିଳି ପାରିବ ।

 

ପୁଣି ଉଜ୍ଜୀବିତ ହେଲା ଆଶା: ଆରମ୍ଭ ହେଲା ଅକ୍ସଫୋର୍ଡ ଟିକାର ପରୀକ୍ଷଣ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟିକା ପରୀକ୍ଷଣ ।  ଆଷ୍ଟ୍ରାଜେନିକାର ପରୀକ୍ଷଣ ନେଇ ମିଳିଛି ସବୁଜ ସଙ୍କେତ  । ବ୍ରିଟେନର ସ୍ୱାସ୍ଥ୍ୟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଗ୍ରୀନ ସିଗନାଲ ପରେ ଆରମ୍ଭ ହେଲା ଟିକା ପରକ୍ଷୀଣ । ଏହି ଟିକା ନେବାପେର ଜଣେ ମହିଳା ଅସୁସ୍ଥ ହେବା ପରେ ଟିକା ପରକ୍ଷୀଣ ନେଇ ଉଠିଥିଲା ପ୍ରଶ୍ନ, ଯାହାଫଳରେ ପୂର୍ବରୁ ଟିକା ପରୀକ୍ଷଣକୁ ଅଧାରୁ ବନ୍ଦ କରାଯାଇଥିଲା ।

Corona Vaccine: Drug Controller Issues Show Cause Notice To Serum Institute Over Suspension of COVISHIELD Trial By AstraZeneca – Punekar News

ଅକ୍ସଫୋର୍ଡ ଏହି ଟିକା ପ୍ରସ୍ତୁତିରେ ସାମିଲ ଥିଲା ଭାରତର ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍  । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ ଏହି କରୋନା ଭାଇରସର ଟିକାର ଚାଲିଥିଲା ପରୀକ୍ଷଣ । ଦେଶର ପ୍ରାୟ ୧୭ଟି ସ୍ଥାନରେ ଏହି ଟିକାର ପରୀକ୍ଷଣ ଚାଲିଥିଲା । ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’(DCGI)ଙ୍କ ନିର୍ଦ୍ଦେଶ ଯାଏଁ ପରୀକ୍ଷଣ ଉପରେ ରୋକ୍ ଲଗାଯାଇଛି । ଆଷ୍ଟ୍ରାଜେନିକା( ଟିକା ନିର୍ମାରକାରୀ ବ୍ରିଟିସ କମ୍ପାନୀ ) ଚଳାଇଥିବା  ପରୀକ୍ଷା ବନ୍ଦ ରଖିଥିବା ବେଳେ ପୁଣେସ୍ଥିତ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ମଧ୍ୟ ଏହାର ଟ୍ରାଏଲ ଉପରେ ରୋକ ଲଗାଯାଇଥିଲା । ତେବେ ଆଷ୍ଟ୍ରାଜେନିକାର ଟେଷ୍ଟିଂ ସଫଳ ହେବା ପରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ ତରଫରୁ ମଧ୍ୟ ଭାରତରେ ଟିକାର ପରୀକ୍ଷଣ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି ।

କରୋନା ଟିକା ନେଇ ବଢ଼ିଲା ଅନିଶ୍ଚିତତା: କୋଭିସିଲ୍ଡର ପରୀକ୍ଷଣ ସ୍ଥଗିତ

ନୂଆ ପ୍ରଭାରୀଙ୍କୁ ପାଇ ଉତ୍ସାହିତ ରାଜ୍ୟ କଂଗ୍ରେସ, ସୁର କହିଲେ ସଭାପତି ଲାଇନ୍‌ରେ ୧୭ ନେତା

ଭୁବନେଶ୍ୱର: ନୂଆ ପ୍ରଭାରୀଙ୍କୁ ପାଇ ଉତ୍ସାହିତ ରାଜ୍ୟ କଂଗ୍ରେସ ଶିବିର । ପୁଣି ଉଠିଲା ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ । ସୁର କହିଲେ ପିସିସି ସଭାପତି ରେସ୍‌ରେ ଅଛନ୍ତି ୧୭ ଜଣ ନେତା । ଭକ୍ତ ଓ ଶରତ ବି ରଖିଲେ ମତ । ଜାତୀୟ ସ୍ତରରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ଅଦଳବଦଳ ପରେ ଏବେ ଫୋକସ୍‌ରେ ରାଜ୍ୟ କଂଗ୍ରେସ । ପ୍ରଥମ ପଦକ୍ଷେପ ଭାବେ ଓଡ଼ିଶା ପ୍ରଭାରୀ ଦାୟିତ୍ୱରୁ ଜିତେନ୍ଦ୍ର ସିଂହଙ୍କୁ ହଟାଇ ନୂଆ ପ୍ରଭାରୀ ଭାବେ ଚେଲ୍ଲା କୁମାରଙ୍କୁ ନିଯୁକ୍ତି ମିଳିଛି ।

ଏହାପରେ ଚଳଚଞ୍ଚଳ ହୋଇଛି ରାଜ୍ୟ କଂଗ୍ରେସ ଶିବିର । ଚେଲ୍ଲା କୁମାର ଜଣେ ଭଲ ସଂଗଠକ ହୋଇଥିବାରୁ ରାଜ୍ୟ କଂଗ୍ରେସର ସବୁ ନେତାଙ୍କୁ ଏକ୍‌ଜୁଟ୍‌ କରିବାରେ ସଫଳ ହେବେ ବୋଲି ଦଳର ନେତାମାନେ କହିଛନ୍ତି । ଏହାସହ ଚେଲ୍ଲା କୁମାର ରାଜ୍ୟ କଂଗ୍ରେସର ସ୍ଥିତି ସର୍ମ୍ପକରେ ଜାଣିଛନ୍ତି ଏବଂ ଓଡ଼ିଶା ନେତାଙ୍କ ସହ ଯୋଗାଯୋଗରେ ଥିବା ଏଆଇସିସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ ଭକ୍ତ ଦାସ କହିଛନ୍ତି । କଂଗ୍ରେସରେ ଏବେ ବିଦ୍ରୋହୀଙ୍କ ସ୍ଥାନ ନାହିଁ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

କଂଗ୍ରେସରେ ପରିବର୍ତ୍ତନ ଦରକାର ଥିଲା ବୋଲି ବିଧାୟକ ସୁରେଶ ରାଉତରାୟ ଓ ଏଆଇସିସି ସଦସ୍ୟ ଶରତ ରାଉତ କହିଛନ୍ତି । ରାଜ୍ୟ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ନେଇ ଏହା ସଙ୍କେତ ବୋଲି ଶରତ କହିଛନ୍ତି । ଆଗକୁ ତୃଣମୂଳ ସ୍ତରରୁ ଆରମ୍ଭ କରି ପିସିସି ସଭାପତି ଯାଏଁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ପିସିସି ସଭାପତି ରେସ୍‌ରେ ୧୭ ଜଣ ନେତା ଥିବା ସୁର କହିଛନ୍ତି ।

ଖୁବ୍‌ଶୀଘ୍ର ନବନିଯୁକ୍ତ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଡିସେମ୍ବର ପରେ ରାଜ୍ୟ କଂଗ୍ରେସର ନବକଳେବର ହେବ ବୋଲି କଂଗ୍ରେସ ନେତାଏ କହିଛନ୍ତି । ତେବେ ନୂଆ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶାରେ ତୃତୀୟ ନମ୍ବରରେ ଥିବା ରାଜ୍ୟ କଂଗ୍ରେସକୁ କେଉଁ ସଞ୍ଜୀବନୀ ଦେବେ ତା’ ଉପରେ ସମସ୍ତଙ୍କ ନଜର ।

ପ୍ରଶ୍ନ ଉଠାଇଲା କଂଗ୍ରେସ: କେନ୍ଦ୍ର ପାଇଁ ରାଜ୍ୟ ବିଜେପିର ଓକିଲାତି

0

ଭୁବନେଶ୍ୱର,(ଚିନ୍ମୟ କୁମାର ମହାପାତ୍ର): ବନ୍ୟାକୁ ନେଇ ରାଜନୀତି ବଢିବାରେ ଲାଗିଛି । ବନ୍ୟାକୁ ୧୫ ଦିନ ଉପରେ ବିତିସାରିଛି । ଏସ୍‌ଆର୍‌ସି ଅବଗତ କରିବା ସତ୍ତ୍ୱେ କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରିବାର ନାଁ ଧରୁନି । ଏପଟେ କିନ୍ତୁ କେନ୍ଦ୍ରକୁ ଅପେକ୍ଷା ନକରି ମୁଖ୍ୟମନ୍ତ୍ରୀ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା ଘୋଷଣା କରିସାରିଲେଣି । କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ବିଜେଡି ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ କ୍ଷତିଗ୍ରସ୍ତ କୃଷକଙ୍କୁ ବେଶ୍‌ ସହାୟକ ହେବ ବୋଲି କୁହାଯାଇଛି l ଯାହାକୁ ନେଇ ସରଗରମ ହୋଇଛି ରାଜନୀତି l

କରୋନା ମହାମାରୀ ଭାଙ୍ଗିଦେଇଛି ଅର୍ଥନୈତିକ ଅଣ୍ଟା । ତଥାପି ରାଜ୍ୟ ସରକାର କିନ୍ତୁ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଅଜାଡି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କରୋନା ସହାୟତା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଲୋକେ କ୍ଷୟକ୍ଷତି ପାଇଁ ଚାହିଁ ବସିଥିବା ବେଳେ କେନ୍ଦ୍ରୀୟ ଟିମ ଆକଳନ କରିବାକୁ ଏଯାଏ ଆସିଲାନି । ଏହାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ l ଉଭୟ ବିଜେଡି ବିଜେପି ଏକ ହୋଇଥିବାରୁ କେନ୍ଦ୍ରୀୟ ଟିମ କାହିଁକି ଆସୁନି ବୋଲି ବିଜେଡି ପ୍ରଶ୍ନ କରନି ବୋଲି କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରଶ୍ନ କରିଛନ୍ତି l

ଅନ୍ୟପକ୍ଷରେ ଏହାକୁ ନେଇ ବିଜେଡି ଜବାବ ରଖିଛି । ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଟିମ ତୁରନ୍ତ ଆସିବା କଥା । ଏତେ ଦିନ ଯାଏ ଟିମ ଆସିନଥିବାରୁ କିଭଳି ବନ୍ୟାର ସଠିକ କ୍ଷୟକ୍ଷତି ଆକଳନ କରିବ ବୋଲି ବିଜେଡି ପ୍ରଶ୍ନ କରିଛି । ଅନ୍ୟପକ୍ଷରେ ବନ୍ୟା ସ୍ଥିତି ଆକଳନ ପାଇଁ କେନ୍ଦ୍ର ଟିମ ନଆସିବା ପରେ କେନ୍ଦ୍ର ପାଇଁ ଓକିଲାତି କରିଛି ରାଜ୍ୟ ବିଜେପି l କହିଛି, କେନ୍ଦ୍ର ଦେଉଥିବା ଅର୍ଥ ସଠିକ ଢଙ୍ଗରେ ଖର୍ଚ୍ଚ କରିବାରେ ଓଡିଶା ସରକାର ବିଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଜଣାନ୍ତୁ । କେନ୍ଦ୍ରୀୟ ଟିମ ଆସିବାର କିଛି ଆବଶ୍ୟକତା ନାହିଁ ।  ଗତ ବନ୍ୟାରେ ରାଜ୍ୟର 8ଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି l

ରାଜ୍ୟରେ ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏବେ ସୁଦ୍ଧା ଏକ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇସାରିଛନ୍ତି ।

ଆଜିର ୩୨୧୭ ଜଣ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୮୧ ଜଣ, କଟକରୁ ୨୭୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବରଗଡ଼ରୁ ୨୧୮, ରାୟଗଡ଼ାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡ଼ାରୁ ୯୬, ନବରଙ୍ଗପୁରରୁ ୭୯, ନୂଆପଡ଼ାରୁ ୭୯, ସୁନ୍ଦରଗଡ଼ରୁ ୭୯, ସମ୍ବଲପୁରରୁ ୭୫, ଅନଗୁଳରୁ ୬୯, କେନ୍ଦ୍ରାପଡ଼ାରୁ ୫୯, ଭଦ୍ରକରୁ ୫୪, ଜଗତସିଂହପୁରରୁ ୫୪, ସୋନପୁରରୁ ୫୩, ବାଲେଶ୍ୱରରୁ ୪୯, ବଲାଙ୍ଗିରରୁ ୪୯, ନୟାଗଡ଼ରୁ ୪୯, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭, ଦେଓଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।