ଆଜି ସର୍ବଭାରତୀୟ ନିଟ୍ ପରୀକ୍ଷା, ସୁଫଳ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

1 min read

ଭୁବନେଶ୍ୱର: ଆଜି ସର୍ବଭାରତୀୟ ନିଟ୍ । ଆଜି ରାଜ୍ୟର ୮୩ କେନ୍ଦ୍ରରେ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପଜିଟିଭ ଥିବା ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଇ ପାରିବେ ନାହିଁ । ଏନେଇ ଏସଓପି ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । କରୋନା ପଜିଟିଭ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଦିନରେ ପରୀକ୍ଷା ହେବ । ଆଜି ପରୀକ୍ଷା ପରେ ତାଙ୍କ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ଅନ୍ୟ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ନିଷ୍ପତ୍ତି ବଦଳାଯାଇଥିବା କୁହାଯାଇଛି । କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଏନଟିଏକୁ ଜଣାଇବାକୁ ନିର୍ଦ୍ଦେଶ ।

NEET Student File Photo
FILE Photo

ଆଡମିଟ କାର୍ଡ ସହ କରୋନା ପଜିଟିଭ ରିପୋର୍ଟ ପଠାଇବେ । ଏନଟିଏକୁ [email protected] ରେ ଇ-ମେଲ କରିପାରିବେ । ସେପଟେ ଜେଇଇ ପରି ନିଟର ପରିଚାଳନା ଭାର ନେଇଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ ସହ ରହଣୀ ସ୍ଥାନରେ ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ପ୍ରତି ରୁମରେ ୧୨ ଜଣ ପରୀକ୍ଷାର୍ଥୀ ଓ ଦୁଇ ଜଣ ପରୀକ୍ଷକ ରହିବେ । ଏଥିସହ ପ୍ରତି ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର୍ ଓ ମାସ୍କ ଦିଆଯିବ ।

ପରୀକ୍ଷାର୍ଥୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍ ବି ନିୟୋଜିତ ହୋଇଛନ୍ତି । ସେପଟେ ପ୍ରତି ଜିଲ୍ଲାରୁ ପରୀକ୍ଷା କେନ୍ଦ୍ର ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତ୍ରା ସୁଗମ କରିବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ସହରରେ ସେମାନେ ପରୀକ୍ଷା ଦେବେ, ସେଠାରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ରହଣୀ କେନ୍ଦ୍ର ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯାଉଛି । ରୁମ୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ସଫା ବେଡ଼ ପକାଯାଇଛି । କୋଭିଡ ନିୟମ ପାଳନ କରି କମନ୍ କ୍ୟାଣ୍ଟିନରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୨ଟାରୁ ୫ଟା ଯାଏ ହେବ ପରୀକ୍ଷା । ୧୨.୩୦ରୁ ଏଣ୍ଟ୍ରି ଗେଟ୍ ଖୋଲିବ ।

Leave a Reply