ନିଟ୍ ପରୀକ୍ଷା ପାଇଁ ଏସ୍ଓପି ଜାରି: କରୋନା ରିପୋର୍ଟ ପଜିଟିଭ ଆସିଲେ ଦେଇପାରିବେନି ପରୀକ୍ଷା

1 min read

ଭୁବନେଶ୍ୱର: ରବିବାର ସର୍ବଭାରତୀୟ ନିଟ୍‌ । ପରୀକ୍ଷା ପୂର୍ବରୁ SOP ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । SOP ଅନୁଯାୟୀ ଯେଉଁ ପରୀକ୍ଷାର୍ଥୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବ ସେମାନେ କାଲି ପରୀକ୍ଷା ଦେଇପାରିବେ ନାହିଁ । ଅନ୍ୟ ଆଉ ଏକ ଦିନରେ ସେମାନେ ପରୀକ୍ଷା ଦେବେ । କାଲିର ପରୀକ୍ଷା ପରେ ଏ ନେଇ ନିଷ୍ପତ୍ତି ନିଆଯିବ . ସେପଟେ ଜେଇଇ ପରି ରାଜ୍ୟରେ ନିଟ୍‌ ନେଇ ସୁବ୍ୟବସ୍ଥାର ଭାର ନେଇଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଯାତାୟାତ ଓ ରହଣି ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ରହଣି ସ୍ଥାନରେ ମେଡିକାଲ ଟିମ୍ ନିୟୋଜିତ ଅଛନ୍ତି । ପରୀକ୍ଷକ ମାନେ ପିନ୍ଧିବେ ପିପିଇ କିଟ୍ । ପ୍ରତି ରୁମରେ ୧୨ ଜଣ ପରୀକ୍ଷାର୍ଥୀ ଓ ଦୁଇ ଜଣ ପରୀକ୍ଷକ ରହିବେ ।

JEE, NEET 2020: Guidelines issued for students appearing for Sept exams.  Details here

ଏଥିସହ ପ୍ରତି ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର୍ ଓ ମାସ୍କ ଦିଆଯିବ । ପରୀକ୍ଷାର୍ଥୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍ ବି ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତ୍ରା ସୁଗମ କରିବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ସହରରେ ସେମାନେ ପରୀକ୍ଷା ଦେବେ, ସେଠାରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ରହଣୀ କେନ୍ଦ୍ର ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯାଉଛି । ରୁମ୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ସଫା ବେଡ଼ ପକାଯାଇଛି । କୋଭିଡ ନିୟମ ପାଳନ କରି କମନ୍ କ୍ୟାଣ୍ଟିନରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । କାଲି ଅପରାହ୍ନ ୨ଟାରୁ ୫ଟା ଯାଏ ହେବ ପରୀକ୍ଷା । ୧୨.୩୦ରୁ ଏଣ୍ଟ୍ରି ଗେଟ୍ ଖୋଲିବ । ଚଳିତ ବର୍ଷ ଓଡ଼ିଶାର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୭୪୫୯ ପରୀକ୍ଷାର୍ଥୀ ନିଟ୍ ଦେବେ ।

Leave a Reply