ଛାତ ଉପରେ ବସିଥିଲେ ମହିଳା, ପଛପଟୁ ଆସି ହତ୍ୟାକଲେ ଦୁର୍ବୃତ୍ତ

ଭଞ୍ଜନଗର: ଛାତ ଉପରେ ବସିଥିବା ବେଳେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଘର ପଛଆଡ଼ୁ ଛାତ ଉପରେ ଚଢ଼ି ଏଭଳି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ମରଣାନ୍ତକ ଆକ୍ରମଣ ଫଳରେ ମହିଳାଙ୍କର ଘଟଣା ସ୍ଥଳରେହିଁ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁର ପ୍ରଶାନ୍ତ କୁମାର ସାହୁ ଙ୍କ ପତ୍ନୀ ଜାେସ୍ନା ରାଣୀ ସାହୁ ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସପଦର ଛକ ନିକଟରେ ଦେଖିବାକୁ ମିଳିଛି । ତେବେ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତାର ତଦନ୍ତ ଆରମ୍ବ କରିଛି । ମୃତ ଦେହକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇଛି  ।

ସୂଚନା ଅନୁଯାୟୀ, ମୃତ ଜୋସ୍ନା ନିଜ ଘରର ଛାତ ଉପରେ ବସିଥିଲେ । ସେହି ସମୟରେ କିଛି ଦୁର୍ବୃତ୍ତ ଘର ବାଡ଼ିପଟୁ ଛାତ ଉପରକୁ ଚଢି ଆସି ତାଙ୍କ ଉପରକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ଜୋସ୍ନାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଆସିବା ଦେଖି ଦୁର୍ବୃତ୍ତ ମାନେ ଛାତ ଡେଇଁ ପଳାଇଛନ୍ତି । ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି ।

Leave a Reply