spot_img
Home Blog Page 6494

ସାରା ବିଶ୍ୱରେ କରୋନା ଟିକା ପାଇଁ ଚାଲିଛି ଆଡଭାନ୍ସ ବୁକିଂ, ଜାଣନ୍ତୁ ଟିକାର ମୂଲ୍ୟ କେତେ ହେବ ?

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମ ବଢ଼ିବାରେ ଲାଗିଛି । କିଛି ଦେଶମାନଙ୍କରେ କରୋନା ସଂକ୍ରମଣର ୩ୟ ତରଙ୍ଗ ଆରମ୍ଭ ହୋଇଛି । ଯାହା ପୂର୍ବାପେକ୍ଷା ଆହୁରି ଅଧିକ ଶକ୍ତିଶାଳୀ ରହିଛି । ଯେଉଁଥିପାଇଁ ଲୋକଙ୍କୁ ଏହାର ସାମ୍ନାକରିବା ବହୁତ କଷ୍ଟକର ହେଉଛି । ତେବେ ଏଥିରୁ ବଞ୍ଚିବା ପାଇଁ ଏବେ କେବଳ କରୋନା ଟିକାରହିଁ ଅପେକ୍ଷା । ଅକ୍ଟୋବର ୩୦ ସୁଦ୍ଧା ପ୍ରାୟ ୪.୫ କୋଟିରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ପ୍ରାୟ ୬୦-୭୦ପ୍ରତିଶତ ଲୋକଙ୍କୁ ସଠିକ୍ ଟିକା ଦେବା ଆବଶ୍ୟକତା ରହିଛି ।

ବିଶ୍ୱର ସମସ୍ତ ଦେଶ ଯଥାଶୀଘ୍ର ପ୍ରତିରକ୍ଷା ପାଇଁ ଟିକା ଖୋଜୁଛନ୍ତି । ଗୋଟିଏ କରୋନା ଟିକା ପାଇଁ ପ୍ରତିଯୋଗିତା ମଧ୍ୟରେ ଏହାର ମୂଲ୍ୟ କେତେ ହେବ ସେନେଇ ବିତର୍କ ମଧ୍ୟ ଚାଲିଛି । ବିଲ୍ ଗେଟ୍ସଙ୍କ ସମେତ ସମସ୍ତ ଜନସ୍ୱାସ୍ଥ୍ୟ ସପକ୍ଷରେ ଥିବା ଲୋକମାନେ କହିଛନ୍ତି ଯେ ଅନ୍ତତ ପକ୍ଷେ ଗରିବ ଦେଶରେ ଟିକାର ମୂଲ୍ୟ ଉପରେ ଏକ ସୀମା ରହିବା ଉଚିତ୍ ।

ଯଦିଓ କରୋନା ଭ୍ୟାକ୍ସିନର ମୂଲ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଆନୁଷ୍ଠାନିକ ଭାବରେ ସ୍ଥିର ହୋଇନାହିଁ । ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ ଏହି ଟିକା ଦୁଇ ଡୋଜର ମୂଲ୍ୟ ୪୫୦ ରୁ ୫,୫୦୦ ଟଙ୍କା ମଧ୍ୟରେ ହୋଇପାରେ । ସର୍ବଭାରତୀୟ ସ୍ତରରେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ମୋଡର୍ନା ଆକଳନ କରିଛନ୍ତି ଯେ ଗୋଟିଏ ଡୋଜର ମୂଲ୍ୟ $ ୩୨ ରୁ $ ୩୭ ମଧ୍ୟରେ ହେବ । ମୋଡର୍ନା ‘mRNA-1273’ ନାମକ ଏକ ଟିକା ଉପରେ କାମ କରୁଛି ।

ସୂଚନାନୁସାରେ, ଭାରତରେ ଅଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା ଦୁଇଟି ଟିକା ମୂଲ୍ୟ ୭୦୦ ରୁ ୨,୦୦୦ ଟଙ୍କା ମଧ୍ୟରେ ହୋଇପାରେ । ଏହା ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଦ୍ୱାରା ଭାରତରେ ଉତ୍ପାଦିତ ହେବ । ତେବେ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । ବଣ୍ଟନ ପାଇଁ ଲାଇସେନ୍ସ ପାଇବା ପରେ ହିଁ ଟୀକାକରଣର ଅନ୍ତିମ ମୂଲ୍ୟ ଘୋଷଣା କରାଯିବ ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର୍ଶ ପୁନାୱାଲା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଆମେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଛୁ । ବର୍ତ୍ତମାନ ସମୟରେ ଆମେ ଟିକା ମୂଲ୍ୟ ଉପରେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ । କିନ୍ତୁ ଆମେ କହିପାରିବା ଯେ ଏହାର ମୂଲ୍ୟ ଶହେ ଟଙ୍କା ହେବ । ”

ତେବେ ମୂଲ୍ୟ କିପରି ସ୍ଥିର ହେବ ?

କରୋନା ଟିକାର ମୂଲ୍ୟ ଏହାର ରିସର୍ଚ ଏବଂ ବିକାଶରେ ଖର୍ଚ୍ଚ ହୋଇଥିବା ଟଙ୍କା ଏବଂ ପରୀକ୍ଷା ଫଳାଫଳ ଉପରେ ନିର୍ଭର କରିବ । କରୋନା ଟିକା ଉପରେ ପ୍ରାୟ ୧୭୦ ଟି ବିଭିନ୍ନ ଗବେଷଣା ଚାଲିଥିବାବେଳେ ସେଥିମଧ୍ୟରୁ ୫୦ ଟି ଟିକା ଉପରେ ମାନବ ପରୀକ୍ଷା ଚାଲିଛି । ବିଶ୍ୱର ବିଭିନ୍ନ ସ୍ଥାନରୁ ସରକାର ଏବଂ ସୁପର ଧନୀ ବ୍ୟକ୍ତି ଏହି ଦୌଡ଼ରେ ବହୁ ଅର୍ଥ ବିନିଯୋଗ କରିଛନ୍ତି । ଏଥିମଧ୍ୟରୁ ୧୦ ଟି ଟିକା ଗତ ମାସ ମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଯଦିଓ ପରୀକ୍ଷଣ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତଥାପି ଆମେରିକା, ବ୍ରିଟେନ, କାନାଡା ଏବଂ ଋଷ ଭଳି ଦେଶମାନେ ଟୀକା ପାଇବା ପାଇଁ ଫ୍ରେଣ୍ଟରନର ଉତ୍ପାଦକମାନଙ୍କ ସହିତ ଡିଲ କାରିସାରିଛନ୍ତି । ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଚାପରେ ଅଛନ୍ତି ଯେ ଏହି ଟିକା ସୁଲଭ ମୂଲ୍ୟରେ ରହିବା ଉଚିତ ଏବଂ ନିବେଶକମାନଙ୍କ ପାଇଁ ମଧ୍ୟ ଲାଭ ହେବ । ଶୀଘ୍ର ଏବଂ ଶସ୍ତା ଉତ୍ପାଦନ ପାଇଁ ଏହି କମ୍ପାନୀଗୁଡ଼ିକ ଅତିରିକ୍ତ ପାଣ୍ଠି ଆବଶ୍ୟକ କରନ୍ତି । ମଡର୍ନା ସିଇଓ ଷ୍ଟିଫେନ୍ ବେନସାଲ ଗୁରୁବାର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଆମେ mRNA-1273 ଲଞ୍ଚ କରିବାକୁ ପ୍ରସ୍ତୁତ ଅଛୁ ।

କମ୍ପାନୀ ଏବଂ ଦେଶ ମଧ୍ୟରେ ଅଗ୍ରୀମ ଚୁକ୍ତିନାମା ଉପରେ ଆଧାର କରି କୋଭିଡ -୧୯ ଟିକା ମୂଲ୍ୟ ଆକଳନ କରାଯାଇଛି । ଉଦାହରଣ ସ୍ୱରୂପ ମୋଡର୍ନା ତାଙ୍କର ଭ୍ୟାକ୍ସିନର ଦୁଇଟି ଡୋଜ ପାଇଁ ୫୦ରୁ ୬୦ ଡଲାର ପାଇଁ ସହମତ ହୋଇଛନ୍ତି । ଅନ୍ୟପକ୍ଷରେ, ଫିଜର ଏବଂ ବାୟୋଏନଟେକ୍ ସହିତ ଆମେରିକାର ଚୁକ୍ତିରେ ଦୁଇ-ଡୋଜ୍ ଟିକାର ମୂଲ୍ୟ ୩୯ ଡଲାର ଅଟେ । ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଚାରି ୟୁରୋପୀୟ ଦେଶ ସହିତ ଚାରି ଗୁଣ କମ୍ ମୂଲ୍ୟରେ ଦୁଇ ଡୋଜର ମୂଲ୍ୟ ୬ ରୁ ୮ ଡଲାରରେ ଚୁକ୍ତି କରିଛି ।

ସେହିଭଳି ଜନସନ ଆଣ୍ଡ ଜନସନ, ସାନୋଫି ଏବଂ ଜିଏସକେ ଭଳି କମ୍ପାନୀ ୟୁରୋପରେ ଦୁଇଟି ଡୋଜର ଟିକା ପାଇଁ $ ୨୦ରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଚାଇନାରେ, ସିନୋଭାକ୍ ନାମକ ଏକ ଟିକା, କିଛି ସହରରେ ଜରୁରୀକାଳୀନ କାର୍ଯ୍ୟକ୍ରମ ଅଧୀନରେ ଏହାର ଟିକା ୬୦ ଡଲାରରେ ବିକ୍ରି କରିବା ଆରମ୍ଭ କରିଛି ।

ଆମେରିକା ସରକାର ଟିକା ଉତ୍ପାଦନକାରୀଙ୍କ ସହ ୧୦ ବିଲିୟନ ଡଲାରର ଅଗ୍ରୀମ ଚୁକ୍ତି କରିଛନ୍ତି । ଏହି ଟିକା ଯୋଗାଇବା ଉଦ୍ଦେଶ୍ୟରେ “ଅପରେସନ୍ ୱାର୍ପ ସ୍ପିଡ୍” (OWS) ନାମକ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ଲାନ ନିର୍ମାଣ ପାଇଁ ଆମେରିକା ସରକାର ଜନସାଧାରଣ ପାଣ୍ଠିରୁ ୧୦ ବିଲିୟନ ଡଲାର ବିନିଯୋଗ କରିଛି ।

କେତେକ ଫାର୍ମା କମ୍ପାନୀ ଅର୍ଥନୈତିକ ପରିଚାଳନା ପାଇଁ ଏକ ଅଗ୍ରୀମ ଚୁକ୍ତି କରିଛନ୍ତି । ଯାହା ଅଧୀନରେ ଟିକା ବିକଶିତ କରିବା ପାଇଁ ସେମାନଙ୍କୁ କିଛି ଅଗ୍ରୀମ ଅର୍ଥ ମଧ୍ୟ ମିଳିଛି । ଉଦାହରଣ ଫିଜର୍ ଯଦି ଟିକାକୁ ସଫଳତାର ସହ ବିକଶିତ କରେ ତେବେ ୧୦ କୋଟି ଡୋଜ ଯୋଗାଇବା ପାଇଁ ଆମେରିକା ସହିତ ୧.୯ ବିଲିୟନ ଡଲାର ଚୁକ୍ତି କରିଛି । ଯେତେବେଳେ ମୋଡର୍ନା ଅଗ୍ରୀମ ପାଣ୍ଠି ଉପରେ ନିର୍ଭର କରେ । ଏହାର ପ୍ରି-କ୍ଲିନିକାଲ୍ ଗବେଷଣା, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କମ୍ପାନୀ ୪୮୩ ମିଲିୟନ ଡ଼ଲାର ପାଇଛି । ଏହା ବ୍ୟତୀତ କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୪୭୨ ମିଲିୟନ ଡଲାରର ଆଉ ଏକ ପାଣ୍ଠି ପାଇଛି ।

ସେହିଭଳି ବ୍ରିଟେନ ଫାର୍ମା କମ୍ପାନୀଗୁଡିକ ସହିତ ବାୟୋନୋଟେକ୍-ଫିସର, ଆଷ୍ଟ୍ରାଜେନେକା, ୱାଲନେଭା ଏବଂ ଜିଏସକେ / ସାନୋଫି ସହିତ ଚୁକ୍ତିନାମା ମଧ୍ୟ କରିଛି ।

କରୋନା ଟିକାକରଣକୁ ବର୍ଷେ ଲାଗିବ: ସ୍ୱାସ୍ଥ୍ୟକର୍ମୀଙ୍କ ପରେ ପର୍ଯ୍ୟାୟ କ୍ରମେ ସାମିଲ ହେବେ ଅନ୍ୟ ବର୍ଗ

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ବର୍ଷେ ଲାଗିବ । ଟିକାକରଣ ପାଇଁ ସମନ୍ୱୟ କମିଟି ଗଠନ କରିବା ଲାଗି ରାଜ୍ୟକୁ କେନ୍ଦ୍ର ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଏକାଧିକ ବର୍ଗ ଟିକାକରଣରେ ସାମିଲ ହେବେ । ଏଥିପାଇଁ ୩ଟି କମିଟି ଓ ଟାସ୍କଫୋର୍ସ ଗଢ଼ିବାକୁ କେନ୍ଦ୍ର କହିଛି । ତେବେ ରାଜ୍ୟରେ କମିଟି ଗଠନ ସହ ଡାଟାବେସ୍‌ ପ୍ରସ୍ତୁତ ହୋଇଥିବା କହିଛି ଆଇ୍‌ଏଲ୍‌ଏସ୍‌ । ସେପଟେ କରୋନାର ଦ୍ୱିତୀୟ ଲହରୀ ପାଇଁ ସଚେତନ ରହିବାକୁ ବିଶେଷଜ୍ଞ କହିଛନ୍ତି ।

Past Vaccine Failures May Reduce COVID-19 Vaccination Rates | BioSpace

ଆସୁଛି କରୋନା ଟିକା । ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର । ଟିକା ବଣ୍ଟନରେ ସମନ୍ୱୟ ରକ୍ଷା ପାଇଁ ଗଠନ ହେବ ୩ଟି କମିଟି ଓ ଟାସ୍କଫୋର୍ସ । ରାଜ୍ୟକୁ କେନ୍ଦ୍ର ଦେଲା ପରାମର୍ଶ । ବର୍ଷେ ଚାଲିବ ଟିକାକରଣ ଅଭିଯାନ । କରୋନା ଟିକା ଆସିବା ପରେ କେମିତି ଦିଆଯିବ? ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ଟିକାକରଣ ପାଇଁ ସମନ୍ୱୟ କମିଟି ଗଠନ ଲାଗି ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ, ୩ଟି କମିଟି ଗଠନ ହେବ । ପ୍ରଥମ କମିଟି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି, ଦ୍ୱିତୀୟ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଟାସ୍କ କମିଟି ଓ ତୃତୀୟଟି ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଟାସ୍କଫୋର୍ସ  ଗଠନ ହେବ ।  ଏସବୁ କମିଟି ଓ ଟାସ୍କଫୋର୍ସ ଟିକାକରଣର ତଦାରଖ କରିବେ । ଏନେଇ କେନ୍ଦ୍ର ଚିଠି ଲେଖିବା ପରେ ରାଜ୍ୟ ପ୍ରସ୍ତୁତ ଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । କାହାକୁ ପ୍ରାଥମିକତା ଦେଇ ଟିକା ଦିଆଯିବ, ସେନେଇ ରାଜ୍ୟ ଡାଟାବେସ୍‌ ପ୍ରସ୍ତୁତ କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଟିକା ଆସିବା ପୂର୍ବରୁ ପଦକ୍ଷପ ନେଇଥିବାରୁ ସେ ସ୍ୱାଗତ କରିଛନ୍ତି ।

ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ । ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗକୁ ଦିଆଯିବ । ଟିକାକରଣ ବର୍ଷେରୁ ଅଧିକ ସମୟ ଲାଗିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପରି ଆଗୁଆ ପଦକ୍ଷପ ନେଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର । ସେପଟେ ବିଭିନ୍ନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଆସିଥିବାରୁ ଏନେଇ ଅଧିକ ସଚେତନ ରହିବାକୁ ବିଷେଷଜ୍ଞ ପରାମର୍ଶ ଦେଇଛନ୍ତି । ନୂଆବର୍ଷରେ ନୂଆଆଶା ସଞ୍ଚାର କରିବ କରୋନା ଟିକା । ତେଣୁ ଟିକାକରଣ ପ୍ରକ୍ରିୟା ତଦାରଖ ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ସମନ୍ୱୟ ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି  ।

ସୁନା କିଣିବା ବେଳେ ନୁହେଁ ବିକିବା ବେଳେ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ !

ନୂଆଦିଲ୍ଲୀ: କରୋନା ଭାଇରସ୍‌ କାରଣରୁ ‘ସୁନା-ରୂପା’ରେ ନିବେଶ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସୁନା ଏବଂ ରୂପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଏହି ସମୟରେ, ଉଭୟ ମୂଲ୍ୟବାନ ଧାତୁ ସର୍ବାଧିକ ଦର ରେକର୍ଡ ଭାଙ୍ଗିଛି । ସୁନା କ୍ରୟ ଏବଂ ବିକ୍ରୟ ସହିତ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କଥା ଯୋଡ଼ି ହୋଇ ରହିଛି, ଯାହା ସମସ୍ତଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।

ବାସ୍ତବରେ ସୁନା ଏବେ କେବଳ ପରମ୍ପରା ହେତୁ ନୁହେଁ ବରଂ ନିବେଶକୁ ଆଖିଆଗରେ ରଖି ଅଧିକ କ୍ରୟ କରାଯାଉଛି । ଏହି କାରଣରୁ ସୁନା ମୂଲ୍ୟରେ ବୃଦ୍ଧି ଘଟୁଛି । ବିଗତ ମାସଗୁଡିକରେ, ୧୦ ଗ୍ରାମ ସୂଚନାର ମୂଲ୍ୟ ୫୬ ହଜାର ଟଙ୍କା ଅତିକ୍ରମ କରିସାରିଥିଲା । ତେବେ ବର୍ତ୍ତମାନ ସୁନାର ମୂଲ୍ୟ ଅପେକ୍ଷା କୃତ ସସ୍ତା ରହିଛି । ବର୍ତ୍ତମାନ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ରହିଛି ।

ଯେତେବେଳେ ଆପଣ ସୁନା କିଣୁଛନ୍ତି, ସେତେବେଳେ ସୁନା ମୂଲ୍ୟ ସହିତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଆପଣ ସୁନା ବିକ୍ରୟ କରିବାକୁ ଯାଆନ୍ତି, ସେତେବେଳେ ମଧ୍ୟ ଆପଣ ଟିକସ ଦେଇଥାନ୍ତି । ସୁନା ବିକ୍ରୟ ସମୟରେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ (STCG) କିମ୍ବା ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌ (LTCL) ଟ୍ୟାକ୍ସ ଦେବାକୁ ପଡିଥାଏ ।

 Gold Price Latest Update Today Down About RS 6000 Per 10 Gram From Highest In August

ଯେତେବେଳେ ଆପଣ ସୁନା କିଣୁଛନ୍ତି, ସେଥିରେ ୩ ପ୍ରତିଶତ ଜିଏସ୍‌ଟି ଦେଉଛନ୍ତି । କିନ୍ତୁ ବିକ୍ରୟ କରିବା ବେଳେ ଦେଖାଯାଏ ଯେ, ଅଳଙ୍କାରଟି ଆପଣଙ୍କ ପାଖରେ କେତେ ସମୟ ଧରି ରହିଛି । ସେହି ସମୟ ଅନୁଯାୟୀ ଏହା ଉପରେ ଟିକସ ଲାଗୁ କରାଯାଇଥାଏ । ସୁନା ଉପରେ ସେତେବେଳେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଲାଗୁ କରାଯିବ ଯେତେବେଳେ ଆପଣ କ୍ରୟ ତାରିଖ ଠାରୁ ୩ ବର୍ଷ ମଧ୍ୟରେ ଅଳଙ୍କାର ବିକ୍ରୟ କରୁଛନ୍ତି ।

ଅର୍ଥାତ୍‌ ନିୟମ ଅନୁଯାୟୀ ଯଦି ଆପଣ କ୍ରୟ ତାରିଖ ଠାରୁ ୩ ବର୍ଷ ମଧ୍ୟରେ ଅଳଙ୍କାର ବିକ୍ରି କରନ୍ତି, ତେବେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଦେବାକୁ ପଡିବ । ଏହାସହ ଅଳଙ୍କାର ବିକ୍ରୟ ସମୟରେ ଆପଣ ଯେତିକି ଆୟ କରୁଛନ୍ତି ସେଥିରୁ ଆୟକର ସ୍ଲାବ ଅନୁଯାୟୀ ଆପଣଙ୍କୁ ଦେୟ ଦେବାକୁ ପଡ଼ିଥାଏ ।

ତେବେ ତିନି ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଅଳଙ୍କାର ବିକ୍ରୟ କଲେ ସେଥିରେ ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌ ହିସାବରେ କର ଦେବାକୁ ହୋଇଥାଏ । ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍ ନିୟମ‌ ଅନୁଯାୟୀ ୨୦.୮୦ ପ୍ରତିଶତ ଟିକସ ଲାଗୁ କରାଯାଇଥାଏ । ବଜେଟରେ ହିଁ ଏହି ବ୍ୟବସ୍ଥା କରାଯାଇଥିଲା । ଲଙ୍ଗ୍‌ ଟର୍ମ କ୍ୟାପିଟାଲ୍‌ ଗେନ୍‌ରେ ଟିକସ ୩% ରୁ ୪%କୁ ବୃଦ୍ଧି କରାଯାଇଥିଲା । ଟିକସ ହାରରେ ସେସ୍ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି ।

ଶାହରୁଖଙ୍କ ପାଇଁ ଐଶ୍ୱର୍ଯ୍ୟା ସାଇନ୍ କରି ପାରିନଥିଲେ ଫିଲ୍ମ

ମୁମ୍ବାଇ: ବଲିଉଡ ସୁନ୍ଦରୀ ନୀଳନୟନା ଐଶ୍ୱର୍ଯ୍ୟା ରାୟ ନିଜ ୪୬ତମ ଜନ୍ମଦିନ ପାଳୁଛନ୍ତି । ଏହି ଅବସରରେ ଐଶ୍ୱର୍ଯ୍ୟାଙ୍କୁ ଢେର ସାରା ଶୁଭେଚ୍ଛା ମିଳବାରେ ଲାଗିଛି । ଐଶ୍ୱର୍ଯ୍ୟା ତାଙ୍କ ଫିଲ୍ମ ଜୀବନରେ କେତେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ତେବେ, ପୂର୍ବରୁ ବେଶ୍ ଡିମାଣ୍ଡରେ ଥିବା ଐଶ୍ୱର୍ଯ୍ୟାଙ୍କୁ ଅନେକ ଥର ଫିଲ୍ମରୁ ବାହାର କରି ଦିଆଯାଇଛି, ପୁଣି ତାଙ୍କୁ କୌଣସି କାରଣ ନ କହି ।

Aishwarya Rai Was Removed Because Of Shahrukh Khan He Had Disclosed This Talk Himself From Many Films

ନୀଳନୟନାଙ୍କ ଜୀବନରେ ଜୀବନରେ ଏମିତି କିଛି ମୁହୂର୍ତ୍ତ ବା ସମୟ ଆସିଛି ଯେତେବେଳେ ତାଙ୍କୁ ଅନେକ ଫିଲ୍ମରୁ ଅଚାନକ ବାହାର କରି ଦିଆଯାଇଥିଲା । ତେବେ, ଫିଲ୍ମରୁ ବାହାର କରି ଦିଆଯାଇଥିଲେ ମଧ୍ୟ ତାଙ୍କୁ ସେ ବାବଦରେ କୌଣସି ସ୍ପଷ୍ଟୀକରଣ ଦିଆଯାଉନଥିଲା । ଏନେଇ ଅଭିନେତ୍ରୀ ସିମି ଗ୍ରେୱାଲ, ଐଶ୍ୱର୍ଯ୍ୟାଙ୍କୁ ପଚାରିଲେ ତ ସେ କହିଥିଲେ- ଏବେ ମୁଁ ଏ ପ୍ରଶ୍ନର ଜବାବ କେମିତି ଦେବ । ହଁ ଏହା ସତ ଏମିତି ଏକ ସମୟ ଥିଲା ଯେତେବେଳେ ମୋତେ ତାଙ୍କ ସହ କିଛି ଫିଲ୍ମରେ ସୁଯୋଗ ମିଳିଥିଲା । ତେବେ, ଅଚାନକ କିଛି ବି ହୋଇନଥିଲା । କୌଣସି ସ୍ପଷ୍ଟୀକରଣ ବି ଦିଆଗଲାନି । ମୋତେ ଜଣାନାହିଁ ଏମିତି କାହିଁକି ହେଲା ।

Aishwarya Rai Was Removed Because Of Shahrukh Khan He Had Disclosed This Talk Himself From Many Films

ଐଶ୍ୱର୍ଯ୍ୟା ଯେଉଁ ଫିଲ୍ମ କଥା କହୁଛନ୍ତି ସେଥିରେ ଶାହରୁଖଙ୍କ ସୁପରହିଟ୍ ଫିଲ୍ମ ‘ବୀର ଜାରା’ ମଧ୍ୟ ସାମିଲ୍ ଅଛି । ଯାହାକୁ ନେଇ କୁହାଯାଇଛି ସେଥିରେ ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ନିଆଯାଇଥିଲା । ଏମିତି ଆହୁରି ଅନେକ ଫିଲ୍ମ ହେଉଛି ଯେଉଁଥିରେ ଶାହରୁଖ ଓ ଐଶ୍ୱର୍ଯ୍ୟା ଏକାଠି ନଜର ଆସିଥାନ୍ତେ । ଏ ବିଷୟରେ ଏକ ସାକ୍ଷାତକାରରେ ଶାହରୁଖ ନିଜେ ଅବଶୋଷ ପ୍ରକାଶ କରିଥିଲେ । ସେ କହିଥିଲେ- ଐଶ୍ୱର୍ଯ୍ୟା ନିଜ ବ୍ୟକ୍ତିଗତ ଜୀବନକରେ ବେଶୀ ଅନୁପ୍ରେରିତ ହୋଇଥିଲେ, ଯାହା ଦରକାର ନଥିଲା । ଶାହରୁଖଙ୍କ ଏହି ବୟାନରେ ଐଶ୍ୱର୍ଯ୍ୟା କହିଥିଲେ- ସେ କେବେ କୌଣସି ଫିଲ୍ମ ପାଇଁ ମନା କରିନଥିଲେ ।

ନାବାଳିକା ଗଣଦୁଷ୍କର୍ମ ମାମଲା: ଜଗିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଡାକିପାରନ୍ତି OSCPCR କମିଶନ

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ଅଡୁଆ ବଢୁଛି । ତଦନ୍ତ ପାଇଁ ଦରକାର ହେଲେ ଜଗି ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଡାକିବ ବୋଲି କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହା କହିଛନ୍ତି। ନାବାଳିକା ଗଣଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଛନ୍ତି। ଓଟିଭି ଏମ୍‌ଡିଙ୍କୁ ମଗାଯାଇଥିବା ରିପୋର୍ଟ ମଧ୍ୟ ମିଳିଛି । ରିପୋର୍ଟକୁ ଯାଞ୍ଚ କରାଯିବ ।  ଡିସିପି ଦେଇଥିବା ରିପୋର୍ଟ ଅନୁସାରେ ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରୁଛି । ତଦନ୍ତ କାହିଁକି ବିଳମ୍ବ ହେଉଛି କ୍ରାଇମ୍‌ବ୍ରାଞ୍ଚ୍‌କୁ ରିପୋର୍ଟ ମଗାଯିବ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ଘଟଣା ଦୃଷ୍ଟିରୁ ଉଲ୍ଲେଖ ଯୋଗ୍ୟ, ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ ।  ଥରେ ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ କାମ ଥିବ ଆଳ ଦେଖାଇ ମହିଳା କମିଶନଙ୍କ ସାମ୍ନାରେ ହାଜର ନହୋଇ ଚାଲିଯାଇଥିଲେ । ଏହା ପରବର୍ତ୍ତୀ ସମୟରେ ପୁଣି କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିଲା । କିନ୍ତୁ ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି ଘଟିଥିଲା । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଥିଲେ ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ । ଏଥିସହିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ଆଳରେ ଘଟଣାକୁ ଚପାଇବା ଉଦ୍ୟମ ମଧ୍ୟ ପଦାରେ ପଡ଼ିଥିଲା । ତଦନ୍ତ ସମ୍ପର୍କରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟରେ ତାଳମେଳ ନାହିଁ । ସେପଟେ ବାରମ୍ବାର ନୋଟିସ ପାଇ ଅଭିଯୋଗକାରିଣୀ ହାଜର ହେଉଥିଲେ ହେଁ ସମନ ପାଇ ହାଜର ହେଉନାହାନ୍ତି ଓଟିଭି ଏମ୍‌ଡି । ପୀଡ଼ିତାଙ୍କ ମାଆଙ୍କୁ କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଘଟଣାର ତଦନ୍ତରେ ସହଯୋଗ କରିବା ପରିବେର୍ତ୍ତ ଘଟଣାକୁ ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ଅଭିଯୋଗକାରିଣୀଙ୍କ ଓକିଲ ।

OTV ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବଢ଼ୁଛି ଅଡ଼ୁଆ, ଗିରଫ ଦାବି କରି କ୍ରାଇମବ୍ରାଞ୍ଚ ଏସଟିଏଫ ଆଗରେ ବିକ୍ଷୋଭ

ଚିରାଗ ପାଶୱାନ୍ ଦାବି: ନିର୍ବାଚନ ପରେ ନୀତୀଶ ଛାଡ଼ିବେ ଏନଡିଏ, ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିବେ ଚ୍ୟାଲେଞ୍ଜ

ପାଟନା: ବିହାର ନିର୍ବାଚନକୁ ନେଇ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ଦିନକୁ ଦିନ ରୋମାଞ୍ଚକର ହେବାକୁ ଲାଗିଛି ବିହାର ନିର୍ବାଚନ । ରାଜନୈତିକ ଦଳ ମାନଙ୍କର ଭିତିରି କଥା ପଦାରେ ପଡ଼ିବାରେ ଲାଗିଛି । ଯେଉଁଥିପାଇଁ ଆଗାମି ଦିନରେ ଇଲେକ୍ସନର ଅଙ୍କ ବାହାରିବା ପରେ ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ତେବେ ଲୋକ ଜନଶକ୍ତ ପାର୍ଟି (ଏଲଜେପି) ର ସଭାପତି ଚିରାଗ ପାଶୱାନଙ୍କ ମତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରବିବାର ପାଶୱାନ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଠାରୁ ଅଲଗା ହୋଇପାରନ୍ତି ।

ନିର୍ବାଚନର ଫଳାଫଳ ପରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଆରଜେଡିଙ୍କ ନେତୃତ୍ୱରେ ଗଠିତ ମହାସଂଘରେ ଯୋଗ ଦେଇପାରନ୍ତି ନୀତିଶ । ୨୦୨୪ ଲୋକସଭା ନିର୍ବାଚନରେ ​​ଏନଡିଏକୁ ଚ୍ୟାଲେଞ୍ଜ କରିବାକୁ ଆଉ ଏକ ପ୍ରୟାସ କରିବ । ବିହାର ବିଧାନସଭା ନିର୍ବାଚନରେ ଏକା ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିବା ଚିରାଗ ପାଶୱାନ୍ ଏହି ନିର୍ବାଚନ ପରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣୀୟ ନୁହଁ ବୋଲି ଦାବି କରିଆସୁଛନ୍ତି । ଏହାସହ ଚଳିତ ବିଧାନସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତକୁ ମଜବୁତ କରିବାକୁ ସେ ବିଜେପିକୁ ସମର୍ଥନ କରିବାକୁ ଚାହୁଁଛନ୍ତି ବୋଲି ଏହା ମଧ୍ୟ ଚର୍ଚ୍ଚା ହେଉଛି ।

ଚିରାଗ ପାଶୱାନ୍ ଦାବି କରିଛନ୍ତି ଯେ ବାରମ୍ବାର ଓଲଟିବା କାରଣରୁ ‘ପଲଟୁରା’ ନାମରେ ପରିଚିତ ନୀତୀଶ କୁମାର ତାଙ୍କୁ ଏହି ନିର୍ବାଚନ ପରେ ପୁଣି ଥରେ ସଲଟି ପାରନ୍ତି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ସହ ଦୀର୍ଘ ରାଜନୈତିକ ଯୁଦ୍ଧ ପରେ ସେ ବିହାରରେ କ୍ଷମତାକୁ ଆସିଥିଲେ ।

କିଛି ବର୍ଷ ପରେ ସେ ପୁରୁଣା ସହଯୋଗୀ ବିଜେପି ସହିତ ଅଲଗା ହୋଇ ନିଜର ପ୍ରତିଦ୍ୱନ୍ଦ୍ୱୀ ସହିତ ଏକ ମେଣ୍ଟ ଗଠନ କରିଥିଲେ। କେବଳ ଏତିକି ନୁହେଁ, ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନୀତିଶଙ୍କ ବିରୋଧକୁ ସ୍ମରଣ କରି ଚିରାଗ ଏହା ମଧ୍ୟ ମନେ ପକାଇଛନ୍ତି ଯେ ଜାତୀୟ ସ୍ତରରେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସମ୍ଭାବ୍ୟ ଚ୍ୟାଲେଞ୍ଜର୍ ଭାବରେ ପ୍ରୋଜେକ୍ଟ କରିବେ ।

ପାଞ୍ଚ ବର୍ଷ ପୂର୍ବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ନୀତିଶ ମୋଦିଙ୍କ ବିରୋଧରେ କେତେ କଣ ବିରୋଧି ନାରା ଦେଇଥିଲେ । ସୂଚନାଯୋଗ୍ୟ ଯେ ଚିରାଗ ପାଶୱାନଙ୍କ ସ୍ୱର୍ଗତ ପିତା ତଥା ଏଲଜେପିର ପ୍ରତିଷ୍ଠାତା ରାମ ଭିଲାସ ପାସୱାନ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏରେ ଯୋଗ ଦେଇଥିଲେ ।

ଠିକା କର୍ମଚାରୀଙ୍କୁ ପୁଣି ଗାଳିଗୁଲଜ ଓ ଧମକ ଅଭିଯୋଗ: କଠୋର ପଦକ୍ଷେପ ଦାବି କଲେ ପ୍ରଦୀପ

ଖୋର୍ଦ୍ଧା: କର୍ମଚାରୀ ବନ୍ଧା ହେଲେ, ତଥାପି କମିଲାନି ତୋଡ଼ । ଖୋର୍ଦ୍ଧା ସାରୁଅରେ ଠିକା କର୍ମଚାରୀଙ୍କୁ ପୁଣି ଗାଳିଗୁଲଜ, ଧମକଚମକ ଅଭିଯୋଗ । ପ୍ରତିବାଦରେ ଓଟିଭି ଷ୍ଟୁଡିଓ ଆଗରେ ଧାରଣାରେ ବସିଲେ ଠିକା କର୍ମଚାରୀ । କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ସହ ଶ୍ରମ ଅଧିକାରୀ ।  ଥମୁନି ସାରୁଅ ଅଶାନ୍ତି । ଠିକା କର୍ମଚାରୀଙ୍କୁ ପୁଣି ଗାଳିଗୁଲଜ ଓ ଧମକ  ଅଭିଯୋଗ । ଓଟିଭି ଷ୍ଟୁଡିଓ ଆଗରେ ଧାରଣା । କର୍ମଚାରୀଙ୍କୁ କାର୍ଯ୍ୟରୁ ବାରଣ କରିବା ନେଇ ଅଶାନ୍ତି ।

ଠିକା କର୍ମଚାରୀଙ୍କୁ ଗାଳି ଗୁଲଜ ଓ ହତ୍ୟା ଧମକ ନେଇ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓଡ଼ିଶା ଇନ୍‌ଫ୍ରାଟେକ୍‌ ଗ୍ରୁପ୍‌ର ଦୁଇଜଣ କର୍ମଚାରୀ ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ହେଲେ ଆଜିବି ଗୁଣ୍ଡାଗର୍ଦ୍ଦିର ପୁନରାବୃତ୍ତି ହୋଇଛି। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ବାପା ଏବଂ ଭାଇ ଅଶ୍ରାବ୍ୟ ଭାଷାରେ ଗାଳି ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଷ୍ଟୁଡିଓ ଆଗରେ ଧାରଣାରେ ବସିଲେ ଠିକା କର୍ମଚାରୀ ।

ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

ଠିକା କର୍ମଚାରୀଙ୍କୁ ଗାଳିଗୁଲଜ ଓ ଧମକ ନେଇ ସାରୁଅ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଏନେଇ ଧାରଣାରେ ବସିଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ଜିଲ୍ଲା ସହ- ଶ୍ରମ ଅଧିକାରୀ । ଠିକା କର୍ମଚାରୀଙ୍କୁ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇ ଓଡ଼ିଶା ଇନ୍‌ଫ୍ରାଟେକ୍‌ ଗ୍ରୁପ୍‌ର ଦୁଇ କର୍ମଚାରୀ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତରାୟ ଓ ସୁପର ଭାଇଜର ବିଶ୍ୱଜିତ ରାଉତରାୟଙ୍କ ନାଁରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ଗତକାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ପୁଣି ଗାଳି ଧମକ ଯୋଗୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Keep petrol, diesel ready to set everything on fire': Odisha Congress  leader's shocker | India News – India TV

ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିିଛନ୍ତି ଓଡ଼ିଶା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ସେ କହିଛନ୍ତି ଦଳିତ ଓ ଆଦିବାସୀ ଭାଇମାନଙ୍କ ପ୍ରତି ସମ୍ୱେଦନଶୀଳ ହେବା ଆବଶ୍ୟକ । ସେମାନଙ୍କ ଜମି ଫେରାଇଦିଆଯାଉ । ଏବଂ ଯେଉଁମାନଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ପ୍ରଦୀପ । ଆନ୍ଦୋନକାରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହ ଶୋଷଣକାରୀଙ୍କ ବିରୋଧରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବର୍ଷକରେ ଆଳୁ ମୂଲ୍ୟ ୯୨%, ପିଆଜ ମୂଲ୍ୟ ୪୪% ବୃଦ୍ଧି

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ବଢ଼ିଛି । ବର୍ଷକ ଭିତରେ କେବଳ ଗହମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ହୋଇଛି । ଗତ ବର୍ଷକ ମଧ୍ୟରେ କେବଳ ଆଳୁ ମୂଲ୍ୟରେ ୯୨ ପ୍ରତିଶତ ବଢ଼ିଥିବା ବେଳେ ପିଆଜର ଭାଉ ୪୪ ପ୍ରତିଶତ ବୃଦ୍ଧି ପାଇ ଖାଇବା ଥାଳି ଉପରେ ବେଶ୍ ପ୍ରଭାବ ପକାଇଛି । ଦରଦାମ୍ ହୁ ହୁ ହୋଇ ବଢ଼ୁଥିବା ବିଶେଷଜ୍ଞଙ୍କ କହିବା କଥା- ଏହା ସାମୟିକ, ଯୋଗାଣ ସ୍ୱାଭାବିକ ହେଲେ ଦର କମିବ ।

Potato Prices Up 92 In One Year Onions By 44 In India

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତବର୍ଷ ତୁଳନାରେ ଆଳୁର ହୋଲସେଲ ମୂଲ୍ୟ ୧୦୮ ପ୍ରତିଷତ ବୃଦ୍ଧି ପାଇଛି । ପୂର୍ବରୁ ଆଳୁର କ୍ୱିଣ୍ଟାଲ ପିଛା ଦର ୧ ହଜାର ୭୩୯ ଟଙ୍କା ଥିବାବେଳେ ଏବେ ୩ ହଜାର ୬୩୩ ଟଙ୍କା ପହଞ୍ଚିଛି । ସେହିଭଳି ପିଆଜର ହୋଲସେଲ ମୂଲ୍ୟ ଶନିବାର ୫ ହଜାର ୬୪୫ ଟଙ୍କା ରହିଛି । ଯେତେବେଳେ କି ଗତବର୍ଷ ୧ ହଜାର ୭୩୯ ଟଙ୍କା ରହିଥିଲା । ସେହି ଅନୁସାରେ ପିଆଜର ଦର ୪୭ ପ୍ରତିଶତ ବଢ଼ିଛି ।

କେବଳ ଆଳୁ କି ପିଆଜ ନୁହେଁ ଖାଇବା ଥାଳିରେ ପାହାର କଷିଛି ଡାଲି । ଯାହାକି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ହୋଲସେଲ୍ ଓ ଖୁଚୁରା ଦର ବାରମ୍ବାର ବୃଦ୍ଧି ଖାଦ୍ୟ ସାମଗ୍ରୀ ଉପରେ କିପରି ପ୍ରଭାବ ପକାଏ ବାରି ହେଉଛି । ଆଳୁର ଖୁଚୁରା ଦରକୁ ତର୍ଜମା କଲେ ଗତ ୫ ବର୍ଷ ମଧ୍ୟରେ ଏହା ୧୫୮ ପ୍ରତିଶତ ବଢ଼ିଛି । ଆଳୁର ହାରାହାରି ସର୍ବନିମ୍ନ ଦର କେଜି ପିଛା ୧୬ ଟଙ୍କା ୭୦ ରହୁଥିବା ବେଳେ ଏବେ ବଢ଼ି କେଜି ପିଛା ୪୩ ଟଙ୍କା ରହିଛି । ଯଦି ଏଭଳି ଭାବେ ଦର ବଢ଼ିଚାଲେ ତ ସରକାର ଆଳୁ ଆମଦାନୀ ପାଇଁ ବାଧ୍ୟ ହେବେ ।

Sundergarh District Administration Fixed Selling Price Of Onions & Potatoes

ଉଭୟ ଖୁଚୁର ଓ ହୋଲସେଲ୍ ବଜାରରେ ଦରବୃଦ୍ଧି ଘଟିଛି । ବିଶେଷକରି ପନିପରିବା, ମାଛ ଓ ମାଂସ ଏବଂ ଡାଲି ଦର ବାଧୁଛି । ପିଆଜ ଷ୍ଟକ ଲିମିଟ୍ ନେଇ ଉପଭୋକ୍ତା ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛି । ପିଆଜର ମୂଲ୍ୟ ନିୟନ୍ତ୍ରଣ ନେଇ ଅନେକ ପଦକ୍ଷେପ ନିଆଯାଇଛି । କିନ୍ତୁ, ଆଳୁ ଅମଳ କମିଛି । ଏବଂ ଲକଡାଉନ୍ ସମୟରେ ଆଳୁ ଷ୍ଟକ ସହ ବ୍ୟବହାର ବଢ଼ିଥିଲା ।

ଚଳିତ ବର୍ଷ ଆଳୁ ଅମଳ ଯଥେଷ୍ଟ କମିଛି । ଭାରତରେ ଅଧିକ ଆଳୁ ଅମଳ କରୁଥିବା ଉତ୍ତରପ୍ରଦେଶରେ ଚଳିତବର୍ଷ ୧୨.୪ ମିଲିୟନ ଟନ୍ ହୋଇଛି । ଯେତେବେଳେ କି ୨୦୧୯ରେ ୧୫.୫ ମିଲିୟନ ଟନ୍ ଆଳୁ ଅମଳ ହୋଇଥିଲା । ସେହିଭଳି ପଶ୍ଚିମବଙ୍ଗରେ ଆଳୁ ଅମଳ କମିଛି । ଗତବର୍ଷ ୧୧ ମିଲିୟନ୍ ଟନ୍ ଆଳୁ ଅମଳ ହୋଇଥିବା ବେଳେ ଚଳିତବର୍ଷ ୮.୫ରୁ ୯ ମିଲିୟନ୍ ଟନ୍ ଅମଳ ହୋଇଛି ।

Onion Prices Jumps Four Times Know Reason Why Rates Of Onion Get Increased

ଶୁକ୍ରବାର କେନ୍ଦ୍ର ସରକାର ଭୁଟାନରୁ ଅତ୍ୟାବଶ୍ୟକୀୟ ଖାଦ୍ୟ ଆମଦାନୀ ଉପରୁ କଟକଣା ହଟାଇଛନ୍ତି । ଟାରିଫ୍ ରେଟ୍ କୋଟା ସ୍କିମରେ ଆଉ ୧୦ ଲକ୍ଷ ଟନ୍ ଆମଦାନୀ ନେଇ ଅନୁମତି ଦେଇଛନ୍ତି । ବିଡ ଦ୍ୱାରା ୨୦୨୧ ଜାନୁଆରୀ ୩୧ ସୁଦ୍ଧା ଦେଶର ବନ୍ଦରରେ ସାମଗ୍ରୀ ପହଞ୍ଚିବ । ନଭେମ୍ବର ୧୬ ସୁଦ୍ଧା ମୋଟ ୨୫ ହଜାର ଟନ୍ ପିଆଜ ଭାରତ ଆସିବ । ଏଥିରୁ ୭ ହଜାର ଟନ୍ ପିଆଜ ଘରୋଇ କମ୍ପାନୀ ମଗାଇଛନ୍ତି । ୨୦୨୦ ନଭେମ୍ବର ଶେଷ ସୁଦ୍ଧା ୧୫ ହଜାର ଟନ୍ ପିଆଜ ଆମଦାନୀ ନେଇ ଶନିବାର ନାଫେଡ୍ ଟେଣ୍ଡର ଆହ୍ୱାନ କରିଛି ।

Potato Prices Up 92 In One Year Onions By 44 In India

ଆଇପିଏଲ୍‌ରେ ଆଉ ନଜର ଆସିବେନି ଧୋନି ! କ’ଣ ଥିଲା ତାଙ୍କ ଉତ୍ତର ? ପଢ଼ନ୍ତୁ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରୁ ସନ୍ୟାସ ନେଇ ନାହାନ୍ତି କିମ୍ବା ନିକଟ ଭବିଷ୍ୟତରେ ସେଭଳି କୌଣସି ଯୋଜନା ନାହିଁ । ଆଗାମୀ ୨୦୨୧ ଆଇପିଏଲ୍‌ରେ ସେ ପୁଣି ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ଖେଳିବେ ବୋଲି କହିଛନ୍ତି । ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍‌ସ ନିଜର ଶେଷ ମ୍ୟାଚ୍‌ ଖେଳୁଥିବା ବେଳେ ତାଙ୍କୁ, ଆଇପିଏଲରୁ ଅବସର ନେବା ନେଇ ପ୍ରଶ୍ନ କରାଯାଇଥିଲା । ସେତେବେଳେ ସେ ସିଧାସଳଖ ଏହାକୁ ଖଣ୍ଡନ କରିଛନ୍ତି ।

MS Dhoni IPL 2020 Chennai Super Kings Most IPL Matches

ଧୋନିଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସର ସିଇଓ କାଶୀ ବିଶ୍ୱନାଥନ ମଧ୍ୟ ଏନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ ଆଗାମୀ ୨୦୨୧ ଓ ୨୦୨୨ ଆଇପିଏଲ୍‌ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ଧୋନି ଖେଳିବେ ।

ସୂଚନାଯୋଗ୍ୟ, ଧୋନି ଚଳିତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଥିଲେ । ତେଣୁ ଚେନ୍ନାଇ ସୁପର କିଙ୍ଗ୍‌ସ ସହିତ ଚଳିତ ବର୍ଷର ଆଇପିଏଲ୍ ଧୋନିଙ୍କ ଶେଷ ଆଇପିଏଲ୍ ହେବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । ଆଇପିଏଲରେ ତିନିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମ ଥର ପାଇଁ ପ୍ଲେ-ଅଫ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରି ନାହିଁ ।

ଧୋନି ଅଧିନାୟକତ୍ୱରେ ୨୦୧୦, ୨୦୧୧ ଏବଂ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଚାମ୍ପିଅନ୍‌ ହୋଇଛି । ଖାଲି ସେତିକି ନୁହେଁ ସେହି ଧୋନିଙ୍କ ଅଧିନାୟକତ୍ୱରେ ଚାରିଥର ରନର୍ ଅପ୍ ମଧ୍ୟ ହୋଇଛି । ଧୋନି ହେଉଛନ୍ତି ଆଇପିଏଲରେ ପ୍ରଥମ ଖେଳାଳି ଯିଏ ୨୦୦ରୁ ଅଧିକ ମ୍ୟାଚ୍‌ ଖେଳିଛି ।

ସାରା ରାଜ୍ୟରେ କରୋନା ବିରୋଧୀ ଲଢ଼େଇ ଜାରି: କରୋନା ଓ ମ୍ୟାଲେରିଆ ସହ ଲଢ଼ୁଛି ମାଲକାନଗିରି

0

ମାଲକାନଗିରି: ସାରା ରାଜ୍ୟରେ ଏବେ କରୋନା ସହ ଲଢେଇ ଜାରି ରହିଛି । ହେଲେ ମାଲକାନଗିରିରେ କରୋନା ସହିତ ମ୍ୟାଲେରିଆ ବିରୋଧରେ ମଧ୍ୟ ଲଢେଇ ଜାରି ରହିଛି । ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ତତ୍ପର ହୋଇଛି ପ୍ରଶାସନ । ଏନେଇ ସ୍ୱତନ୍ତ୍ର ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଏନଏମ ଓ ଆଶା ଦିଦି ଘର ଘର ବୁଲି ଲୋକ ସେଚତନ କରାଉଛନ୍ତି । ମ୍ୟାଲେରିଆ ମୁକ୍ତ ହେବ ମାଲକାନଗିରି । ଜିଲ୍ଲାରୁ ସମ୍ପୂର୍ଣ୍ଣ ଲୋପ ପାଇବେ ମ୍ୟାଲେରିଆ ମଶା ।

ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ । ସଚେତନ କରୁଛନ୍ତି ଏଏନଏମ ଓ ଆଶା ଦିଦି । ରାଜ୍ୟରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା । ଜିଲ୍ଲା ମୋଟ ଜନସଂଖ୍ୟାର ୬୧ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାରୁ ଚିକିତ୍ସା ପାଇଁ ଅନ୍ଧବିଶ୍ୱାସର ବସବତୀ ହୋଇ ଗୁଣିଗାରେଡି ଓ କ୍ୱାକ୍ ଉପରେ ଭରସା କରିଥାନ୍ତି । ଆଉ ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ହେଲେ ଏବେ ମାଲକାନଗିରିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି ।

ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

ଏନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଏଏନଏମ ଓ ଆଶା ଦିଦି ଲୋକଙ୍କୁ ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।  ସରକାରଙ୍କ ସ୍ବତନ୍ତ୍ର ଖସଡା କାର୍ଯ୍ୟକ୍ରମ ଅନୁଯାୟୀ, ୭ଟି ବ୍ଲକରେ ୧୪ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଆଉ ଏହି ସ୍ୱାସ୍ଥ୍ୟକର୍ମୀମାନେ ସଚେତନ କରିବା ସହ ଅତ୍ୟାଧୁନିକ ରାପିଡ୍ ଟେଷ୍ଟ କିଟରେ ଲୋକଙ୍କର ପରୀକ୍ଷା ମଧ୍ୟ କରୁଛନ୍ତି । ଫଳରେ ମାର୍ଚ୍ଚ ମାସରେ ୩୪ ପ୍ରତିଶତ ଲୋକ ମଶାରୀ ବ୍ୟବହାର କରୁଥିବା ବେଳେ ସଚେତନତା ପରେ ଏହା ୮୪ ପ୍ରତିଶତକୁ ବୃଦ୍ଧି ପାଇଛି । ଫଳ ସୂରୁପ ଜୁନ ମାସରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲା ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ହେବା ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି ।