ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ବିଜୟ କୃଷ୍ଣ ପଟେଲ

ଭୁବନେଶ୍ୱର: ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଜୟ କୃଷ୍ଣ ପଟେଲ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ଆଜି କାର୍ଯ୍ୟରେ ଯୋଗ ଦେବେ । ଦିନ ସାଢେ ୧୧ଟା ସମୟରେ କମିଶନ କର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବେ । ୧୯୫୩ ମସିହା ଜାନୁଆରୀ ୨୪ରେ ସୁନ୍ଦରଗଡ଼ ସହରରେ ଜନ୍ମ ଗ୍ରହଣ କରି ଥିବା ଜଷ୍ଟିସ ପଟେଲ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।

୨୦୦୮ଜାନୁଆରୀ ୧୭ରୁ ୨୦୧୫ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟର ବିଚାରପତି ଥିଲେ । ଏହା ସହିତ ସେ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୨୦୧୭ ଜୁନ ୮ତାରିଖରୁ ୨୦୨୦ ଜାନୁଆରୀ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ସଭାପତି ଦାୟିତ୍ୱ ତୁଲାଇଛନ୍ତି । ଜଷ୍ଟିସ ବି ପି ଦାଶଙ୍କ ପରଠାରୁ ଅର୍ଥାତ ନଭେମ୍ବର ୧୪ତାରିଖ ଠାରୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା ।

Leave a Reply