spot_img
Home Blog Page 6493

ଆଜିଠୁ କଟକରେ ଆରମ୍ଭ ହେବ ସେରୋ ସର୍ଭେ; ୨୫ଟି ୱାର୍ଡରେ ସର୍ଭେ କରିବେ ୫ ଜଣିଆ ଟିମ୍

କଟକ: ଆଜିଠୁ କଟକରେ ଆରମ୍ଭ ହେବ ସେରୋ ସର୍ଭେ । କଟକ ସହରର ୨୫ଟି ୱାର୍ଡରେ କରାଯିବ ଏହି ସର୍ଭେ । ସାଧାରଣ ଲୋକଙ୍କ ସହ କରୋନା ରୋଗୀଙ୍କ ଚିକିତ୍ସା ଓ କରୋନା ମୁକାବିଲା କରୁଥିବା କର୍ମଚାରୀଙ୍କର ସର୍ଭେ ହେବ ।

ୱାର୍ଡ ଅଫିସର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଏଥିରେ ନିୟୋଜିତ ହେବେ । ୫ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାମ କରିବ । ଆରଏମଆରସିର ୫ ଜଣିଆ ଟିମ୍ ସର୍ଭେ ଦାୟିତ୍ୱ ନେବେ । ପ୍ରତି ୱାର୍ଡରେ ସ୍କୁଲ, କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟରରେ  ସର୍ଭେ କରାଯିବ । ସର୍ଭେ ପାଇଁ କଟକର ସବୁ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଓ ଗଞ୍ଜାମ ପରେ କଟକରେ ଏହି ସୋରେ ସର୍ଭେ କରାଯାଉଛି ।

୧୭ ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ହେବ ମତଦାନ, ଲାଲୁଙ୍କ ଲାଲା ତେଜସ୍ୱୀ ଓ ତେଜ ପ୍ରତାପଙ୍କ ହେବ ଭାଗ୍ୟ ପରୀକ୍ଷା

ବିହାର: କାଲି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କରୋନା କଟକଣା ଭିତରେ ନିଜର ସରକାର ବାଛୁଛନ୍ତି ବିହାରବାସୀ । ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ଏହି ପର୍ଯ୍ୟାୟରେ ମୈଦାନରେ ୧, ୪୬୩ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏମାନଙ୍କ ମଧ୍ୟରେ ୧, ୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୧, ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ପ୍ରାୟ ୨ କୋଟି ୮୫ ଲକ୍ଷ ଭୋଟର ।

ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବାବେଳେ ବିଜେପି ୪୬ ଓ ଜେଡୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛନ୍ତି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫, ବୈଶାଳୀର ୪, ଶିବହାରର ୩, ଶରନର ୧୦, ବେଗୁସରାଇର ୭, ଗୋପାଳଗଞ୍ଜର ୬, ଦରଭଙ୍ଗାର ୫, ସିୱାନର ୮, ମଧୁବନିର ୫, ସୀତାମାଢିର ୪, ମୁଜାଫରପୁରର ୫ଟି ଆସନରେ ହେବ ନିର୍ବାଚନ ।

ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବଙ୍କର ଏହି ପର୍ଯ୍ୟାୟରେ ନିର୍ବାଚନ ରହିଛି । ତେଜସ୍ୱୀ ଚଳିତ ବର୍ଷର ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ । ନୀତିଶ ଓ ତେଜସ୍ୱୀଙ୍କର ରାଜନୈତିକ ବୟାନବାଜି ଏଥରର ବିହାର ରାଜନୈତିକ ପରିବେଶକୁ ଅଧିକ ଉଷ୍ଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନ ମଧ୍ୟରୁ ଜେଡୟୁ ୩୦, ଆରଜେଡି ୩୩, କଂଗ୍ରେସ ୭ଟି ଓ ଏନଡିଏକୁ ୨୨ଟି ଆସନ ମିଳିଥିଲା ।

ଆଜି ଏହି ରାଶିର ଲୋକଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୦୨ ନଭେମ୍ବର, ୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୧୭ ଦିନ,କାର୍ତ୍ତିକ ମାସ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି

ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

କୃତ୍ତିକା ନକ୍ଷତ୍ର

– ଯୋଗିନୀ ଉତ୍ତର ଦିଗରେ ଅବସ୍ଥାନ କରିଥିବାରୁ ଉତ୍ତର ଦିଗକୁ ଯାତ୍ରା ନିଷେଧ

-ଘାତଚନ୍ଦ୍ର- ବିଛା ରାଶି ପୁରୁଷଙ୍କ ପାଇଁ

ଘାତ ବାର- ମିଥୁନ ରାଶି ପାଇଁ ଘାତବାର

– ଶୁଭ ସମୟ –

ସକାଳ ୧୦ଟା ୫୭ ମିନିଟ୍ ଠାରୁ ଦିନ ୧ଟା ୧୫ ମିନିଟ୍

ଦିନ ୨ଟା ୫୪ ମିନିଟ୍ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ

– ଅଶୁଭ ସମୟ –

ସକାଳ ୭ଟା ଠାରୁ ସକାଳ ୮ଟା ୩୦ ମିନିଟ୍

ଆଜି ବୋଇତାଳୁ ଖାଇବା ମନା

 

ମହାଉପାୟ

ଚନ୍ଦ୍ର ଗ୍ରହ ସମସ୍ତ ଗ୍ରହଙ୍କ ଅପେକ୍ଷା ଅତ୍ୟନ୍ତ ପ୍ରଭାବଶାଳୀ

୨୭ ନକ୍ଷତ୍ରର ଅଧିପତି ଗ୍ରହ ଚନ୍ଦ୍ର

ଚନ୍ଦ୍ରଙ୍କର ଆରାଧ୍ୟ ଦେବତା ଭଗବାନ ଶିବ

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର

କାର୍ତ୍ତିକ ମାସରେ ପ୍ରତି ସୋମବାର ଦିନ ଭଗବାନ ଶିବଙ୍କୁ ଉପାସନା କରିଲେ

ଚନ୍ଦ୍ରଗ୍ରହଙ୍କ ପୀଡାରୁ ଜୀବନରେ ଆସୁଥିବା ସମସ୍ତ ଦୁଃଖ ଦୁର ହେବ

ମାନସିକ ଅଶାନ୍ତି ଦୁର ହେବା ସହ ଭାଗ୍ୟ କ୍ଷେତ୍ରରେ ଆସିଥାଏ ବଡ ପରିବର୍ତ୍ତନ

ଅରୁଆ ଚାଉଳ,କ୍ଷୀର,କର୍ପୂର ମିଶ୍ରିତ ଜଳରେ ମହାଦେବଙ୍କୁ ଅଭିଷେକ କରାନ୍ତୁ

ପୁରୁଷମାନଙ୍କ ପାଇଁ ମନ୍ତ୍ର ଓଁ ନମଃ ଶିବାୟ

ମହିଳାମାନେ ଓଁ ଶିବାୟ ନମଃ ମନ୍ତ୍ରକୁ ଜପ କରନ୍ତୁ

୨୭ ଗୋଟି ଅକ୍ଷତ ଅରୁଆ ଚାଉଳକୁ

ଗୋଟିଏ ରୂପା ତାବିଜରେ ଭର୍ତ୍ତି କରି ମହାଦେବଙ୍କ ନିକଟରେ ପୂଜା କରନ୍ତୁ

ପୂଜା ପରେ ଲାଲ ସୂତାରେ ସେଇ ତାବିଜକୁ ନିଜ ଗଳାରେ ଧାରଣ କରନ୍ତୁ

 

ମେଷ ରାଶି

ଅଶ୍ୱିନୀ- ଭୁଲ୍‌ ନିଷ୍ପତ୍ତି ନେଇ ମନସ୍ତାପ କରିପାରନ୍ତି, ଈଶ୍ୱରଙ୍କ ପ୍ରତି ବିଶ୍ୱାସ ବଢିବ

ଦ୍ୱିଜା- ଶୁଭ ସୂଚନା ପାଇଁ ମନ ଖୁସି ରହିବ

କୃତ୍ତିକା- ନୂଆ କାମ ପାଇଁ କିଛି ଯୋଜନା କରିପାରନ୍ତି

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରିପାରନ୍ତି

ବୃଷ ରାଶି

କୃତ୍ତିକା- କର୍ମ ଅନୁସାରେ ସଫଳତା ମିଳିବ, ପୂର୍ବରୁ ଥିବା ସମସ୍ୟା ଦୁର ହେବ

ରୋହିଣୀ- ପରିବାରକୁ ନେଇ ଖୁସି ରହିବେ, ନିଜ କାମକୁ ନେଇ ପ୍ରଶଂସିତ ହେବେ

ମୃଗଶିରା- ପରିବାରର ସହଯୋଗ ପାଇବେ, ଧାର୍ମିକ କାର୍ଯ୍ୟରେ ସମୟ କଟିବ

ଧଳା ବସ୍ତ୍ର ପରିଧାନ କରନ୍ତୁ ଦିନଟି ଶୁଭରେ କଟିବ

ମିଥୁନ ରାଶି

ମୃଗଶିରା- ପାରିବାରିକ ଜୀବନକୁ ନେଇ ଖୁସି ଅନୁଭବ କରିବେ

ଆର୍ଦ୍ରା- ଦାମ୍ପତ୍ୟ ଜୀବନକୁ ନେଇ ଉଭୟଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ରହିବ

ପୁନର୍ବସୁ- ଅଟକିଥିବା କାମ ସହଜରେ ହୋଇଯିବ

ଗୁରୁଜନଙ୍କର ଆଶିର୍ବାଦ୍‌ ନେଇ କାର୍ଯ୍ୟ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ, ନିଜ କାମକୁ ନେଇ ଖୁସି ରହିବେ

ପୁଷ୍ୟା- ନିର୍ଣ୍ଣୟ ନେବାରେ ବିଫଳ ରହିବେ, ଭାବଚିନ୍ତି କାର୍ଯ୍ୟ କରନ୍ତୁ

ଅଶ୍ଳେଷା- ନିଜ ବୁଦ୍ଧି ଓ କୌଶଳ ଦ୍ୱାରା କାର୍ଯ୍ୟ କରିବାରେ ସଫଳ ରହିବେ

ଅରୁଆ ଚାଉଳ ନିଜ ପାଖରେ ରଖନ୍ତୁ

ସିଂହ ରାଶି

ମଘା- ନିଜ ଲୋକଙ୍କ ବ୍ୟବହାରକୁ ନେଇ ମନରେ ସନ୍ଦେହ ଆସିବ

ପୂ:ଫା- ଆର୍ଥିକସ୍ଥିତିରେ ସୁଧାର ଆସିବ,ପୂଜା ପଛରେ ସମୟ କଟିବ

ଉ:ଫା- ନିଜ କାମ ପ୍ରତି ଅବହେଳା ପ୍ରଦର୍ଶନ କରି ଅନୁତପ୍ତ ରହିବେ

ମିଠା ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉ:ଫା- ଦୁର ସ୍ଥାନକୁ ଯାତ୍ରା କରିବାର ସୁଯୋଗପାଇବେ

ହସ୍ଥା- ବନ୍ଧୁମାନଙ୍କର ସହଯୋଗ ପାଇବେ, ଦାୟିତ୍ବ ବଢିପାରେ

ଚିତ୍ତା- ମନରେ ଥିବା ସନ୍ଦେହ ଦୁର ହେବ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ

ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା- ପୂର୍ବରୁ ରହିଥିବା କାମକୁ ସଂପୂର୍ଣ୍ଣ କରିବାର ସମୟ ରହିଛି

ସ୍ୱାତୀ- ଅନ୍ୟମାନେ ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି, ଠକାମୀରେ ପଡିପାରନ୍ତି

ବିଶାଖା- ବ୍ୟବସାୟକୁ ନେଇ ନୂଆ କିଛି ଯୋଜନା କରିପାରନ୍ତି

ତୁଳସୀ ଚଉରାକୁ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ପିତାମାତାଙ୍କର ଆର୍ଶିବାଦ ପାଇବେ, କାର୍ଯ୍ୟପ୍ରତି ଆଗ୍ରହ ବଢିବ

ଅନୁରାଧା ନକ୍ଷତ୍ର – ନିଜ ସଫଳତାକୁ ନେଇ ଆତ୍ମସନ୍ତୋଷ ଅନୁଭବ କରିବେ

ଜ୍ୟେଷ୍ଠା ନକ୍ଷତ୍ର -ପଡୋଶୀଙ୍କର ସହଯୋଗପାଇବେ, କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି

ଅସହାୟ ଗରିବ ବ୍ୟକ୍ତିକୁ ମିଠା ଖାଇବାକୁ ଦିଅନ୍ତୁ

ଧନୁ ରାଶି 

ମୂଳା ନକ୍ଷତ୍ର – ସ୍ୱାସ୍ଥ୍ୟ ଖରାପ ରହିପାରେ, ଗାଡି ଧିରେ ଚଳାନ୍ତୁ

ପୂର୍ବାଷାଢା ନକ୍ଷତ୍ର – ଚେଷ୍ଟା କରୁଥିବା କାମ ସହଜରେ ହୋଇଯିବ

ଉତ୍ତରାଷାଢା ନକ୍ଷତ୍ର – ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ

ତୁଳସୀ ଚଉରାମୂଳରେ ଗୋଟିଏ ପାନପତ୍ର ଏବଂ ଗୁଆ ରଖି ଦିଅନ୍ତୁ

ମକର ରାଶି 

ଉତ୍ତରାଷାଢା ନକ୍ଷତ୍ର – କର୍ମ ଅନୁସାରେ ଫଳ ମିଳିବ, ନିଜ ଉପରେ ବିଶ୍ବାସ ରଖି କାମ କରନ୍ତୁ

ଶ୍ରବଣା ନକ୍ଷତ୍ର – ନୂଆ କାମ ପାଇଁ କିଛି ଯୋଜନା କରିବେ

ଧନିଷ୍ଠା ନକ୍ଷତ୍ର – ଗୁରୁଜନଙ୍କ ଠାରୁ ଆର୍ଶିବାଦ୍ ମିଳିବ

ବାହ୍ର୍ମଣଙ୍କୁ ଗୋଟିଏ ନଡିଆ ଦାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ଅନୁଭବ କରିବେ

ଶତଭିଷା ନକ୍ଷତ୍ର – ଜରୁରୀ କାମକୁ ନେଇ ବ୍ୟସ୍ତ ରହିବେ

ପୂର୍ବଭାଦ୍ର ନକ୍ଷତ୍ର – ନିଜ ବ୍ୟବହାର ଦ୍ୱାରା ଅନେକ କାମ ହାସଲ କରିପାରିବେ

ଓଁ ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ ରାଶି 

ପୂର୍ବଭାଦ୍ର ନକ୍ଷତ୍ର – ସ୍ୱାସ୍ଥ୍ୟରେ ସୁଧାର ଆସିବ, ପରୋପକାର କାମ ପାଇଁ ଆଗ୍ରହ ବଢିବ

ଉତ୍ତରଭାଦ୍ର ନକ୍ଷତ୍ର – କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ,କ୍ଷତି ହୋଇପାରେ

ରେବତୀ ନକ୍ଷତ୍ର – ବ୍ୟବସାୟରେ ଲାଭବାନ ରହିବେ, ମାନସିକ ଚିନ୍ତା ଦୁର ହେବ

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଗିଲ୍‌ଗିଟ୍-ବାଲତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ପାକିସ୍ତାନ ବେଆଇନ୍‌ ଭାବେ ଜବରଦଖଲ କରିଛି: ଭାରତ

ନୂଆଦିଲ୍ଲୀ: ଗିଲ୍‌ଗିଟ୍‌-ବଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରାଦେଶିକ ମାନ୍ୟତା ଦେବା ପାଇଁ ପାକିସ୍ତାନର ଇମ୍ରାନ୍ ସରକାର ଘୋଷଣା କରିବା ପରେ ଭାରତ ପକ୍ଷରୁ ଏହାକୁ ବେଆଇନ୍‌‌ ବୋଲି ଦର୍ଶାଯାଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଗିଲ୍‌ଗିଟ୍‌-ବଲ୍‌ତିସ୍ତାନ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପାକିସ୍ତାନ ବେଆଇନ୍‌ ଭାବେ ବଳପୂର୍ବକ ଏହି ଅଞ୍ଚଳକୁ ଦଖଲ କରି ରଖିଛି । ତେଣୁ ଏହି କ୍ରମରେ ସେ ଏହାକୁ ଅସ୍ଥାୟୀ ପ୍ରଦେଶ ଘୋଷଣା କରିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ୍‌ । ପାକିସ୍ତାନର ଏନେଇ କୌଣସି ଅଧିକାର ନାହିଁ ।

Gilgit Baltistan.

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ତଥାକଥିତ ଗିଲ୍‌ଗିଟ୍-ବାଲ୍‌ତିସ୍ତାନ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ୧୯୪୭ରେ ‘ୟୁନିୟନ୍‌ ଅଫ୍ ଇଣ୍ଡିଆ’ରେ ଆଇନତଃ, ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ଭାବେ ମିଶ୍ରଣ କରାଯିବା ପରେ ତଥାକଥିତ ଗିଲ୍‌ଗିଟ୍-ବଲ୍‌ତିସ୍ତାନ ଅଞ୍ଚଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ପାଲଟି ଯାଇଛି । ଏହି ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ । ପାକିସ୍ତାନ ସରକାର ଦ୍ୱାରା ବେଆଇନ୍‌ ଭାବେ ଏଠାରେ ଲୋକଙ୍କୁ ବସବାସ କରିବାକୁ ଦିଆଯାଇଛି । ତେଣୁ ଏହି ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଭାରତ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Gilgit Baltistan.

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରବିବାର ଗିଲଗିଟ୍‌-ବାଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରଦେଶ ପାଇଁ ଘୋଷଣା କରିବା ସହ ନଭେମ୍ବରରେ ନିର୍ବାଚନ କରିବେ ବୋଲି କହିଥିଲେ । ଏହାକୁ ନେଇ ଖୋଦ୍‌ ପାକିସ୍ତାନରେ ହିଁ ଇମ୍ରାନ୍‌ଙ୍କୁ ସମାଲୋଚନା କରାଯାଇଛି ।

ଶ୍ରମିକଙ୍କୁ ଠିକାଦାରର ମରଣାନ୍ତକ ଆକ୍ରମଣ, ସେପଟେ ଠିକାଦାରର ମୃତଦେହ ଜଙ୍ଗଲରୁ ଉଦ୍ଧାର

ଆନନ୍ଦପୁର: ହକ କାମ କରି ମଜୁରୀ ମାଗିବାରୁ ମରଣାନ୍ତକ ଆକ୍ରମଣ । ଝାଳବୁହାଇ କାମ କଲା, ହେଲେ ପାରିଶ୍ରମିକ ବଦଳରେ ମିଳିଲା ଆକ୍ରମଣ । ଦିନମଜୁରିଆ କାମ ସରିଲେ ଟଙ୍କା ନେଇ ଘରକୁ ଯାଇଥାଏ । କିନ୍ତୁ ଏଠି କାମ ପରେ ଟଙ୍କା ମାଗିବାରୁ ରକ୍ତାକ୍ତ କଲା କଣ୍ଟ୍ରାକ୍ଟର । ଏଭଳି ଏକ ଘଟଣା ଆନନ୍ଦପୁର ଥାନା ପଇତାପାଣି ଗାଁରେ ଦେଖିବାକୁ ମିଳିଛି । ଜଣେ ଦିନ ମଜୁରିଆ ନିଜ ମଜୁରୀ ଟଙ୍କା ମାଗିବାରୁ ତା ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।

ସେହିଗାଁର ଲେବର କଣ୍ଟ୍ରାଟର ନିଜ ସହଯୋଗିଙ୍କ ସହ ଯୋଜନା ବଦ୍ଧ ଭାବେ ଧାରୁଆ ଅସ୍ତ୍ର ରେ ମୁଣ୍ଡ କୁ ହାଣିଛି । ଗୁରୁତର ଦିନ ମଜୁରିଆ ବିଭିଷଣ ହୋଙ୍କୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି । ଅବସ୍ଥା ତାଙ୍କର ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ତିନିମାସ ତଳେ ପଇତାପାଣି ଗାଁର ଲେବର କଣ୍ଟ୍ରକ୍ଟର ପ୍ରତାପ ନାୟକ ବିଭିଷଣଙ୍କୁ କାମରେ ନିୟୋଜିତ କରିଥିଲା । କାମ ସରିବା ପରେ ମଜୁରୀ ନଦେଇ ଠକି ଚାଲିଥିଲା । ଆଜି ବିଭିଷଣ ପ୍ରତାପଙ୍କୁ ମଜୁରୀ ଟଙ୍କା ଜୋର କରି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗରଖି ଆଜି ବିଭିଷଣ ନିଜ ଧାନ କ୍ଷେତ ଜଗିବାକୁ ଯାଉଥିବା ସମୟରେ ବାଟରେ ଲୁଚିରହିଥିବା ପ୍ରତାପ ନାୟକ , ତାଙ୍କ ଭିଣୋଇ ଓ ଅନ୍ୟଜଣେ ଏକ କାତି ରେ ବିଭିଷଣଙ୍କ ମୁଣ୍ଡକୁ ହାଣିଦେଇଥିବା କହିଛନ୍ତି ପୁଅ ଶୁକଦେବ ହୋ । ସେପଟେ ଆକ୍ରମଣ କରିଥିବା କଣ୍ଟ୍ରାକ୍ଟରର ମୃତଦେହ ପାଖ ଏକ ଜଙ୍ଗଲରୁ ମିଳିଥିବା ସୂଚନା ମିଳିଛି । ଯେଉଁଥିପାଇଁ ଏ ଘଟଣାରେ ଦିନମଜୁରିଆଙ୍କ ସମ୍ପର୍କିୟ ଏଭଳି କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି ।

ସାରୁଆ ଜମି କେଳେଙ୍କାରୀରେ ଓଟିଭିର ସଂପୃକ୍ତି, ଜୟଙ୍କୁ ରାଜ୍ୟସଭା ସାଂସଦ ସସ୍ମିତ, ଅମରଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଜଣେ ଖଣି ମାଲିକ । ରିୟଲ ଇଷ୍ଟେଟ୍, ଡେଭଲପର ସହ ଜଣେ କୋଟିପତି । ଏତେ ସବୁ ପରେ ବି କ୍ଷମତା, ସମ୍ପତ୍ତିର କ୍ଷୁଧା ଯେମିତି ତାଙ୍କର ହ୍ରାସ ପାଇନାହିଁ । ନହେଲେ ସାରୁଆରେ ଗରିବ ଦଳିତ ପରିବାରର ଜମି ହାତେଇବା ପାଇଁ ସେ ଚେଷ୍ଟା କରି ନ ଥାନ୍ତେ । ଜୟଙ୍କ ପାଇଁ ଟଙ୍କା ବଡ଼, ସାଧାରଣ ଖଟିଖିଆ ଜନତା ନୁହେଁ ବୋଲି ବିଜେଡି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ଟୁଇଟ୍ କରି କହିଛନ୍ତି । ପୁନର୍ବାର ସସ୍ମିତ କହିଛନ୍ତି, ନିଜ ଉପରକୁ ବିପଦ ମାଡି ଆସିଲେ ଜୟ ଗଣମାଧ୍ୟମର ବାକ୍ ସ୍ୱାଧୀନତା କଥା ଉଠାଇ ଥାଆନ୍ତି ।

ସେହିପରି ଅନ୍ୟତମ ପ୍ରମୁଖ ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ମଧ୍ୟ ଓଟିଭି, ଏହାର କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅମର କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୋଧେ ଚାହାନ୍ତି, ଧନୀ ସେମିତି ଧନୀ ହୋଇ ରହି ଥାଆନ୍ତୁ । ଆଉ ଗରିବ ସବୁବେଳ ପାଇଁ ଗରିବ ।

କ୍ରାଇମବ୍ରାଞ୍ଚ ଦ୍ୱାରା ମାରାଥନ ଜେରା ଓ ପ୍ରାଥମିକ ତଦନ୍ତରୁ ସାରୁଅ ଜମି କେଳେଙ୍କାରୀ ନେଇ ଓଟିଭି କର୍ତ୍ତୃପକ୍ଷଙ୍କ ସଂପୃକ୍ତି ପ୍ରମାଣିତ ହୋଇଥିଲା । ଯାହାର ଆଧାରରେ ଓଟିଭି ସିଏଫଓଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀକୁ ସାରୁଅ ଅଞ୍ଚଳ ସମେତ ରାଜ୍ୟର ବୁଦ୍ଧିଜୀବୀ ବର୍ଗ ସ୍ୱାଗତ କରିଛନ୍ତି ।

ପ୍ରାଣୀଉଦ୍ୟାନରେ ଜନ୍ମହେଲେ ଦୁଇଟି ଗୁରାଣ୍ଡି ଓ ଗୋଟିଏ ମଣିପୁରୀ ହରିଣ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ଆଜି ଗୋଟିଏ ଦିନରେ ଗୋଟିକ ପରେ ଗୋଟିଏ ବିରଳ ପ୍ରଜାତିର ଦୁଇଟି ତୃଣଭୋଜି ପ୍ରାଣୀ ଜନ୍ମ ହୋଇଛନ୍ତି । ଏନେଇ ପ୍ରାଣୀ ଉଦ୍ୟାନରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀଉଦ୍ୟନର ଗୁରାଣ୍ଡି ଖୁଆଡ଼ରେ ଆଜି ଛୁଆଟି ଜନ୍ମ ଗ୍ରହଣ କରିଥିଲା । ଗତ କିଛି ଦିନ ତଳେ ଏହି ଖୁଆଡ଼ରେ ଗୋଟେ ଗୁରାଣ୍ଡି ଗୋଟିଏ ଛୁଆକୁ ଜନ୍ମ ଦେଇଥିବା ବେଳେ କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଏକ ଶାବକ ଜନ୍ମ ଗ୍ରହଣ କରିଛି ।

ବର୍ତ୍ତମାନ ନନ୍ଦନକାନନରେ ଏହି ନବଜନ୍ମିତ ସାବକକୁ ମିଶାଇ ଗୁରାଣ୍ଡିଙ୍କ ସଂଖ୍ୟା ୧୭କୁ ଵୃଦ୍ଧି ପାଇଛି । ସେହିପରି ଆଜି ପୂର୍ବାହ୍ନରେ ଏକ ମଣିପୁରୀ ହରିଣ ମଧ୍ୟ ତାର ସାବକକୁ ଜନ୍ମ ଦେଇଛି । ନବଜନ୍ମିତ ଉଭୟ ଗୁରାଣ୍ଡି ଓ ମଣିପୁରୀ ହରିଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନନ୍ଦନକାନନ ଉପ ନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା  ଦେଇଛନ୍ତି । ନନ୍ଦନକାନନରେ ଜନ୍ମିତ ମଣିପୁରୀ ହରିଣକୁ ମିଶାଇ ସଂଖ୍ୟା ୧୫ କୁ ଵୃଦ୍ଧି ପାଇଛି ।

ଗିଲଗିଟ୍‌-ବାଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରଦେଶର ମାନ୍ୟତା ପାଇଁ ଇମ୍ରାନ୍‌ଙ୍କ ଘୋଷଣା, ବିରୋଧୀଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗିଟ୍‌ ଏବଂ ବାଲ୍‌ତିସ୍ତାନକୁ ଅସ୍ଥାୟୀ ପ୍ରଦେଶର ମାନ୍ୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ରବିବାର ସେ ୭୩ତମ ସ୍ୱାଧୀନତା ଦିବସ ଉତ୍ସବରେ ପହଞ୍ଚି ସେଠାରେ ଏହି ଘୋଷଣା କରିଥିଲେ । ଏହାପୂର୍ବରୁ ଇମ୍ରାନ ଘୋଷଣା କରିଥିଲେ ଯେ, ଗିଲଗିଟ-ବାଲ୍‌ତିସ୍ତାନକୁ ସାମ୍ବିଧାନିକ ଅଧିକାର ଦିଆଯିବ ଏବଂ ନଭେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ, ଭାରତ ଏହି ପଦକ୍ଷେପକୁ ଆରମ୍ଭରୁ ବିରୋଧ କରିଆସୁଛି । ଖାଲି ସେତିକି ନୁହେଁ ପାକିସ୍ତାନ ଭିତରେ ମଧ୍ୟ ଏହାକୁ ନେଇ ବିବାଦ ରହିଛି ।

Gilgit Baltistan.

ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଇମ୍ରାନ୍‌ ଖାନ ଏଠାରେ କହିଛନ୍ତି, ଗିଲଗିଟ୍-ବାଲ୍‌ତିସ୍ତାନ ଅସ୍ଥାୟୀ ପ୍ରଦେଶର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇସାରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିୟମକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଇମ୍ରାନ ଖାନ ଆହୁରି କହିଛନ୍ତି, ଗିଲଗିଟ-ବାଲ୍‌ତିସ୍ତାନ ପାଇଁ ଦିଆଯିବାକୁ ଥିବା ପ୍ୟାକେଜ୍‌ ବିଷୟରେ ସେ ଏବେ କହିପାରିବେ ନାହିଁ । କାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ନିୟମ ଉଲ୍ଲଂଘନ ହେବ ।

Gilgit Baltistan.

ସୂଚନାଯୋଗ୍ୟ, ଯେତେବେଳେ ଇମ୍ରାନ ଖାନ୍‌ ଏହା ଘୋଷଣା କରିଥିଲେ ସେତେବେଳେ ବିରୋଧୀ ଦଳ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଜାମିଆତ୍‌-ଇ-ଉଲେମା ଇସଲାମ-ଏଫ୍ ମୁଖ୍ୟ ମୌଲାନା ଫଜଲୁର ରହମାନ ଏହି ଦୁଇଟି ସ୍ଥାନକୁ ଏକ ପ୍ରଦେଶ କରିବା ବିରୋଧରେ ଛିଡା ହୋଇଛନ୍ତି । ରେହମାନଙ୍କ କହିବାନୁସାରେ, ଏପରି କରିବା ଦ୍ୱାରା ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ନେଇ ଭାରତର ନିଷ୍ପତ୍ତି ମଧ୍ୟ ବୈଧ ପ୍ରମାଣିତ ହେବ ।

କରୋନା କାଳରେ ଅକ୍ଟୋବରରେ ପ୍ରଫିଟ, ଏକ ଲକ୍ଷ ପାଞ୍ଚ ହଜାର କୋଟି ଟଙ୍କାର ଜିଏସଟି ଆଦାୟ

ଭୁବନେଶ୍ୱର: କରୋନା କଟକଣା ସତ୍ତ୍ୱେ ଅକ୍ଟୋବର ମାସରେ ରାଜ୍ୟର ଜିଏସଟି ଆଦାୟ ଉତ୍ସାହଜନକ ରହିଛି । ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଚଳିତବର୍ଷ ଅକ୍ଟୋବର ମାସରେ ଜିଏସଟି ଆୟ ୨୧.୭୯ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତବର୍ଷ ଅକ୍ଟୋବର ମାସରେ ଆଇଜିଏସଟି ୪୮୦.୮୩ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଗତବର୍ଷ ଏହି ମାସରେ ୩୦୭.୬୯ କୋଟି ଟଙ୍କା ଆଦାୟ ହୋଇଥିଲା । ଯାହା ଗତ ମାସ ତୁଳନାରେ ୫୬.୨୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥି ସହ ସେସ ଆଦାୟ ଗତବର୍ଷ ଅକ୍ଟୋବର ତୁଳନାରେ ୫୭.୫୫ ପ୍ରତିଶତ ବୃଦ୍ଧି ହୋଇଛି ।

GST Council Meet 20000 Crores Disbursed To States Late Night

ସେହିପରି ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ୧୮.୩ ପ୍ରତିଶତ ଜିଏସଟି ଆଦାୟ ବୃଦ୍ଧି ହୋଇଛି । ଓଜିଏସଟି ଆଦାୟ ଚଳିତବର୍ଷ ସେପ୍ଟେମ୍ବର ୩.୪୨ ପ୍ରତିଶତ ଥିବା ବେଳେ ଅକ୍ଟୋବରରେ ୫.୧୬ ପ୍ରତିଶତ ହୋଇଛି । ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ ଜିଏସଟି ଆୟ ମଧ୍ୟ ଗତବର୍ଷ ଅକ୍ଟୋବର ତୁଳନାରେ ୩୬.୦୫ ପ୍ରତିଶତ ବୃଦ୍ଧି ପାଇଛି ।

ଗତବର୍ଷ ଅକ୍ଟୋବରରେ ୩୬୯.୪୦ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ୫୧୪.୨୯ କୋଟି ଟଙ୍କା ସଂଗ୍ରହ ହୋଇଛି । ସିଟି ଆଣ୍ଡ ଜିଏସଟି କମିଶନରେଟ ପକ୍ଷରୁ ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । କୋରନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ଥିଲା ।

ରାଜ୍ୟରେ ସୁସ୍ଥ ହେଲେ ୧୮୧୫ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କୁମୁଛି କରୋନା ସଂକ୍ରମଣ । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ । ରାଜ୍ୟରେ ଆଜି ପୁଣି ୧୮୧୫ କରୋନା ସଂକ୍ରମତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ୨ ଲକ୍ଷ ୭୭ ହଜାର ୫୬୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧାରୁ ୨୨୦, କଟକରୁ ୧୫୨, ମୟୂରଭଞ୍ଜରୁ ୮୩, ସୁନ୍ଦରଗଡ଼ରୁ ୯୭, ସୋନପୁରରୁ ୯୯, କେନ୍ଦୁଝରରୁ ୬୮, ବଲାଙ୍ଗିରରୁ ୭୬, ବରଗଡ଼ରୁ ୬୧, ଯାଜପୁରରୁ ୭୬, ଅନୁଗୁଳରୁ ୧୪୮, ନବରଙ୍ଗପୁରରୁ ୭୩, ବାଲେଶ୍ୱରରୁ ୪୨, ଜଗତସିଂହପୁରରୁ ୬୦, କଳାହାଣ୍ଡିରୁ ୪୫, ନୟାଗଡ଼ରୁ ୩୦, କେନ୍ଦ୍ରାପଡ଼ାରୁ ୬୨, ସମ୍ବଲପୁରରୁ ୩୯, ପୁରୀରୁ ୯୬, ଝାରସୁଗୁଡ଼ାରୁ ୩୫, ନୂଆପଡ଼ାରୁ ୫୮, ଭଦ୍ରକରୁ ୬୭, ଢ଼େଙ୍କାନାଳରୁ ୩୮, କୋରାପୁଟରୁ ୪୯, ମାଲକାନାଗିରିରୁ ୩୪, କନ୍ଧମାଳରୁ ୧୮, ଗଜପତିରୁ ୧୫, ସୋନପୁରରୁ ୧୫, ଗଞ୍ଜାମରୁ ୨୩, ଢ଼େଙ୍କାନାଳରୁ ୨୧, ବୌଦ୍ଧରୁ ୨୩, ଦେଓଗଡ଼ରୁ ୭, ରାୟଗଡ଼ାରୁ ୧୨, ନବରଙ୍ଗପୁରରୁ  ୩୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।